କ୍ରାନ୍ତିଖଡୁ ନ୍ୟୁଜ ‐ପଲ୍ଲୀ ଆଲୋକ ପାଠାଗାର ଓ ଜୁହାର ପରିବାର ବାଙ୍ଗାଲୋର ପକ୍ଷ ରୁ ରନ୍ଧା ଖାଦ୍ୟ ବଣ୍ଟନ! ବର୍ତମାନ ରାଜ୍ୟ ରେ କୋରୋନା ଭୁତାଣୁ ସଂକ୍ରମିତ ଅବସ୍ଥାରେ ରହିଛି! ଏହି ଭୁତାଣୁ କେମିତି ଜନ ସାଧାରଣ ରକ୍ଷା ପାଇ ପାରିବେ ତାର ଉପରେ ସରକାର ଓ ବେ ସରକାରୀ ତରଫରୁ ବିଭିନ୍ନ କାର୍ଯ୍ୟକ୍ରମ କରାଯାଉଛି! ସରକାର ମଧ୍ୟ ସ୍ଥିତି କୁ ସୁଧାର ଆଣିବାକୁ ବିଭିନ୍ନ ସମୟ ରେ ଲକ ଡାଉନ ତଥା ସଟ ଡାଉନ ବ୍ୟବସ୍ତା କରୁଛନ୍ତି ! ଓ ଅଧିକ ରୁ ଅଧିକ ଲୋକ କେମିତି କୋଭିଡ ଟୀକା କରଣ ହୋଇପାରିବେ ତାର ଉପରେ ପଦକ୍ଷେପ ନେବା ସହ ଜନ ସାଧାରଣ ଙ୍କୁମାସ୍କ ବ୍ୟବହାର ସାମାଜିକ ଦୂରତା, ଓ ହାତ ଧୋଇବା ଦିଗରେ ସଚେତନ ମଧ୍ୟ କରୁଛନ୍ତି! ଏହି ସମୟ ରେ ଜୁହାର ପରିବାର ବେଙ୍ଗଲୋର ତରଫରୁ ଓ ପଲ୍ଲୀ ଆଲୋକ ପାଠାଗାର ବଲାଙ୍ଗୀର ପକ୍ଷ ରୁ ପଦ୍ମପୁର ସବ ଡିଭିଜନ ହସ୍ପିଟାଲ ଓ ପାଇକମାଳ ବ୍ଲକ ଅଧିନସ୍ତ ବରଂତୁଣ୍ଡ , ନୂଆଢିହି,କେଛୋଦାଦର ପଞ୍ଚାୟତ ର ଵିଭିନନ୍ନ ଗ୍ରାମ ରେ ରନ୍ଧା ଖାଦ୍ୟ ବଣ୍ଟନ କରାଯାଇଥିଲା !ପଦ୍ମପୁର ରନ୍ଧା ଖାଦ୍ୟ ବଣ୍ଟନ ସମୟରେ ହସ୍ପିଟାଲ ମେନେଜର ଶ୍ରୀ ଦିବ୍ୟ କୁମାର ମେହେର ଓ SN ଶ୍ରୀ ମତି ସୁକାନ୍ତି ସାହୁ ,ଉପସ୍ଥିତ ରହି ରୋଗୀ ଅଭିଭାବ ଙ୍କୁ ରନ୍ଧା ଖାଦ୍ୟ ପ୍ରଦାନକରିଥିଲେ !ଏହି ରନ୍ଧା ଖାଦ୍ୟ ଲକଡାଉ ନ ଥିବା ପର୍ଯ୍ୟନ୍ତ ଦେବାକୁ ଶ୍ରୀ ମେହେର ଜୁହାର ପରିବାର ଓ ପଲ୍ଲୀ ଆଲୋକ ପାଠାଗାର କୁ ଅନିରୋଧ କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ !କାର୍ଯ୍ୟକ୍ରମ କୁ ପଲ୍ଲୀ ଆଲୋକ ପାଠାଗାର ରୁ ଗୋବିନ୍ଦ ଚନ୍ଦ୍ର ବିଶି, ପ୍ରହଲ୍ଲାଦ ପଧାନ, ରଞ୍ଜନ ପାଣ୍ଡେ, ପ୍ରଶାନ୍ତ କୁଅଁର, ବୃନ୍ଦବାନ ଦଣ୍ଡସେନା ଓ ପ୍ରଶାନ୍ତ ଥପା ପରିଚାଳନା କରିଥିଲେ !

Post a Comment

0 Comments