କ୍ରାନ୍ତି ଖଡୁ ନ୍ୟୁଜ-(ବ୍ୟୁରୋ)ମିଶନ ଚାଟଶାଳୀ କାର୍ଯ୍ୟକ୍ରମର ଶୁଭାରମ୍ଭ ନୁଆପଡା : ନୂଆଁପଡା ବ୍ଲକ ଅନ୍ତର୍ଗତ ବୁରୋମାଲ କମ୍ୟୁନିଟି ସେଣ୍ଟର ଠାରେ ତା.୧୭.୦୮.୨୦୨୧ରିଖ ମଙ୍ଗଳବାର ଦିନ ବ୍ଲକ ସ୍ତରୀୟ ମିଶନ ଚାଟଶାଳୀ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ନୂଆଁପଡା ବ୍ଲକ ସ୍ତରୀୟ ଜନ ସଙ୍ଗଠନ ଶ୍ରମଜୀବୀ ବିକାଶ ମଞ୍ଚ ଦ୍ବାରା ଗାଁ ଗାଁରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ମାନଙ୍କୁ ସ୍ବେଚ୍ଛାସେବୀ ମାନଙ୍କ ମାଧ୍ୟମରେ ଦୈନିକ ଦୁଇ ଘଣ୍ଟା ପାଠ ପଢାଯିବ। ସୂଚନା ଯୋଗ୍ୟ ଯେ, ଉକ୍ତ ମିଶନ ଚାଟଶାଳୀ ନୂଆଁପଡା ଜିଲ୍ଲାର ୫ଟି ବ୍ଲକ ସହିତ ଓଡିଶାର ୧୭ଟି ଜିଲ୍ଲା ର ୫,୦୦,୦୦୦ ପିଲାଙ୍କୁ ସାମିଳ କରିବା ପାଇଁ ନିର୍ଦ୍ଧାରଣ କରାଯାଇଛି। ସମସ୍ତ କୋଭିଡ୍ ନିୟମକୁ ପାଳନ କରିବା ସହିତ ସାମାଜିକ ଦୂରତା ବଜାୟ ରଖି ପାଠ ପଢାଯିବ ବୋଲି ସୂଚନା ଦିଆଯାଇଛି। କକୋଭିଡ୍-19 କାରଣରୁ ଦୀର୍ଘଦିନ ହେବ ସ୍କୁଲମାନ ବନ୍ଦ ଥିବା ଯୋଗୁଁ ପିଲାମାନଙ୍କ ଶିକ୍ଷା ଅର୍ଜ୍ଜନରେ ଅଭାବ ତଥା ବାଧା ସହିତ ଦୂରତା ଅନୁଭୁତ ହୋଇଥିବା ହେତୁ ଶିକ୍ଷାରେ ଉନ୍ନତି ଆଣିବା ହେଉଛି ଏହି କାର୍ଯ୍ୟକ୍ରମର ଲକ୍ଷ। ଉକ୍ତ କାର୍ଯ୍ୟକ୍ରମରେ ସଙ୍ଗଠନର ସଭାପତି ଚନ୍ଦ୍ରିକା ଦାସ, ଅନୀତା ଦାସ, ରାମବାଈ ସୁନାନି ପ୍ରମୁଖ ଅଂଶ ଗ୍ରହଣ କରିଥିବା ବେଲେ ଶ୍ରମଜିବୀ ବିକାଶ ମଞ୍ଚର କାର୍ଯ୍ୟକର୍ତ୍ତା ରଥୁରାମ ଦୀପ କାର୍ଯ୍ୟକ୍ରମର ପରିଚାଳନା କରିବା ସହିତ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ।

Post a Comment

0 Comments