କ୍ରାନ୍ତି ଖଡୁ ନ୍ୟୁଜ-ବରଗଡ ହେବ ପୂର୍ଣ୍ଣାଙ୍ଗ କ୍ୟାନସର କେୟାର ସେଣ୍ଟର : ରାଜ୍ୟ ସରକାର ମଞ୍ଜୁର କଲେ ୯୦ କୋଟିବରଗଡ଼-ବରଗଡ ଜିଲ୍ଲ୍ ପାଇଁ ଖୁସି ଖବର । ପୁର୍ବରୁ ରାଜ୍ୟ ସରକାର ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ମୁତାବକ ବରଗଡରେ କ୍ୟାନସର କେୟାର ହସପିଟାଲ ନିର୍ମାଣ ପାଇଁ ବିଗତ ଏପ୍ରିଲ ୧୬ ତାରିଖରେ ୧୦ କୋଟି ୪୯ଲକ୍ଷ ଟଙ୍କା ମଞ୍ଜୁର କରିଥିଲେ । କିନ୍ତୁ ଜନ ସାଧାରଣଙ୍କ ଭାବାବେଗକୁ ଦୃଷ୍ଟିରେ ରଖି ଏଅଂଚଳର ସମସ୍ତ ନିର୍ବାଚିତ ବିଧାୟକ, ମନ୍ତ୍ରୀ ଓ ରାଜ୍ୟସଭା ସାଂସଦଙ୍କ ପୁନଃ ଅନୁରୋଧ କ୍ରମେ ଏ ଅଂଚଳର କ୍ୟାନସର ରୋଗର ଭୟାବହତାକୁ ଦୃଷ୍ଟିରେ ରଖି ଏକ ପୂର୍ଣ୍ଣାଙ୍ଗ କେୟାର ସେଣ୍ଟର କରିବା ପାଇଁ ପୁନଃ ଆକଳନ ସକାସେ ମାନ୍ୟବର ମୂଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ । ରାଜ୍ୟ ସରକାରଙ୍କ ଦ୍ୱାରା ଗଠିତ ଏକ ଉଚ୍ଚସ୍ତରିୟ କମିଟି ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଜନସାଧାରଣ ଓ ଜନ ପ୍ରତିନିଧିଙ୍କ ଅନୁରୋଧ କ୍ରମେ ପୁନଃ ଆକଳନ କରି ଦାବି ମୁତାବକ ଗ୍ରାଉଣ୍ଡ ଫ୍ଲୋର ଏବଂ ଜି ପ୍ଲସ ୫ ପାଂଚ ମହଲା ବିଶିଷ୍ଟ କୋଠା ତତ୍ ସହିତ ଗ୍ରାଉଣ୍ଡ ଫ୍ଲୋରରେ ରେଡିଏସନ ଥେରାପି ୟୁନିଟ ବଙ୍କର ମେଡିକାଲ ଅନକୋଲୋଜି ଓ. ପି. ଡି., ସରଜିକାଲ ଆନକୋଲୋଜି ଓ.ପି.ଡି , ୨୦ ଶଯ୍ୟା ବିଶିଷ୍ଟ ଡେ କେୟାର । ପ୍ରଥମ ମହଲାରେ ପେଟ୍ ସିଟି, ଦ୍ୱିତୀୟ ମହଲାରେ ଗ୍ରାମା ହଟ ଚେମ୍ବର, ତୃତୀୟ ମହଲା ଆଇ. ପି. ଡି ମେଡିକାଲ ଆନକୋଲୋଜି, ଚତୁର୍ଥ ମହାଲା ଆଇ.ପି.ଡି ସରଜିକାଲ ଆନକୋଲୋଜି, ପଂଚମ ମହଲାରେ ଦୁଇଟି ଓଟି ଏବଂ ୨୦ ଶଯ୍ୟା ବିଶିଷ୍ଟ ଆଇସିୟୁ ସମୁଦାୟ ଏକ ଲକ୍ଷ ଛତିଶ ହଜାର ୫୦୦ ବର୍ଗ ଫୁଟର କୋଠା ନିର୍ମାଣ ସକାସେ ରିପୋଟ ପ୍ରଦାନ ପରେ ପୁର୍ବରୁ ମଞ୍ଜୁରୀ ପ୍ରାପ୍ତ ୧୦ କୋଟି ୪୯ ଲକ୍ଷକୁ ବୃଦ୍ଧି କରାଯାଇ ପୂର୍ଣ୍ଣାଙ୍ଗ କ୍ୟାନସର କେୟାର ସେଣ୍ଟରରେ କେବଳ କୋଠା ନିର୍ମାଣ ପାଇଁ ସ୍ୱାସ୍ଥ୍ୟ ବିଭାଗ ୯୦କୋଟି ୨୭ଲକ୍ଷ ଟଙ୍କାର ରିଭାଇଜ ପ୍ରସାଶନିକ ମଞ୍ଜୁରୀ ପ୍ରଦାନ କରିଛନ୍ତି । ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ଏହି ନିର୍ମାଣକୁ ଓଡିଶା କଂପ୍ରେହେନସିପ୍ କ୍ୟାନସର କେୟାର ଯୋଜନା ଅର୍ନ୍ତଭୁକ୍ତ କରାଯାଇଛି । ୯୦ କୋଟି ବ୍ୟତିତ ଆନୁସାଙ୍ଗିକ ଯନ୍ତ୍ରପାତି କ୍ରୟପାଇଁ ପାଖାପାଖି ଆହୁରି ୩୦ କୋଟି ଟଙ୍କା ମଞ୍ଜୁର ହେବା ସୁଚନା ରହିଛି । ଏଥିପାଇଁ ରାଜ୍ୟସଭା ସାଂସଦ ପ୍ରଶନ୍ନ ଆଚାର୍ଯ୍ୟ, ମନ୍ତ୍ରୀ ଶୁସାନ୍ତ ସିଂହ, ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ, ବିଧାୟିକା ରୀତା ସାହୁ, ବିଧାୟକ ବିଜୟ ରଞ୍ଜନ ସିଂହ ବରିହା, ବିଧାୟକ ଦେବେଶ ଆଚାର୍ଯ୍ୟ ପ୍ରମୁଖ ମୂଖ୍ୟମନ୍ତ୍ରୀଙ୍କୁ ଆର୍ଥିକ ବୃଦ୍ଧି ପାଇଁ ଗତ ଜୁନ ୧୧ ତାରିଖ ସାମୁହିକ ଅନୁରୋଧ କରିଥିଲେ । ତେବେ ପୂର୍ଣ୍ଣାଙ୍ଗ କ୍ୟାନସର କେୟାର ସେଣ୍ଟର ପାଇଁ ଆବଶ୍ୟକ ରିଭାଇଜ ପ୍ରଶାସନିକ ମଞ୍ଜୁରୀ ମିଳିଥିବାରୁ ବରଗଡ ଜିଲ୍ଲ୍ା ବାସୀଙ୍କ ତରଫରୁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି । ବିଭାଗିୟ ଅଧିକାରୀଙ୍କ ସହିତ ଆଲୋଚନା ଓ ତର୍ଜମା ପରେ ଆସନ୍ତା ସେପ୍ଟେମ୍ବର ୩୦ ତାରିଖ ସୁଦ୍ଧା ଟେଣ୍ଡର ପକ୍ରିୟା ସମାପ୍ତ ହେବ ବୋଲି ବିଧାୟକ ଶ୍ରୀ ଆଚାର୍ଯ୍ୟ ସୂଚନା ପ୍ରଦାନ କରିଛନ୍ତି ।
0 Comments