kranti khadu news-ନିର୍ମାଣ କାର୍ଯ୍ୟ ମନ୍ଥର ଗତିରେ ବିରକ୍ତି ପ୍ରକାଶ କଲେ ଜିଲ୍ଳପାଳ (ରିଙ୍କୁ ଦେବତା ଙ୍କ ରିପୋର୍ଟ)ବରଗଡ଼ ଜିଲ୍ଲା ଗାଇସିଲେଟ ବ୍ଳକ ଅନ୍ତର୍ଗତ ଗୁଦେରପାଲି ବାପୁଜୀ ଉଚ୍ଚବିଦ୍ୟାଳୟ କୁ ମଙ୍ଗଳବାର ଅଚାନକ ବରଗଡ଼ ଜିଲ୍ଲାପାଳ ମନିଷା ବାନାର୍ଜୀ, ଗାଇସିଲେଟ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରବୀଣ କୁମାର ବଣୁଆଁ ,ସମାଜସେବୀ କିଶୋର ଚନ୍ଦ୍ର ଦେବତା, ପରିଦର୍ଶନ କରିଥିଲେ।ମୋ ସ୍କୁଲ ଅଭିଯାନ ଅନ୍ତର୍ଗତ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରଦତ୍ତ ଅର୍ଥରାଶି ଯାହାକି ସ୍କୁଲ ଭିତ୍ତଭୂମି ବିକାଶ ନିମନ୍ତେ ବ୍ୟବହାର ହେବା ଉଚିତ୍,ତାହାର ତଦାରଖ କଲେ।ଏହି ଯୋଜନାରେ ବିଦ୍ୟାଳୟର ଦୁଇଟି ସ୍ମାର୍ଟ କ୍ଲାସ୍,ଗୋଟିଏ ବିଜ୍ଞାନ ପରୀକ୍ଷାଗାର ଏବଂ ଗୋଟିଏ ଇ- ଲାବ୍ରୋଟାରୀ ଗୃହ ପରିଦର୍ଶନ କଲେ। ନିର୍ମାଣ କାର୍ଯ୍ୟ ଟି ମନ୍ଥର ଗତିରେ ଚାଲିଥିବା ରୁ କ୍ଷୋଭ ପ୍ରକାଶ କରିଥିଲେ। ଏବଂ ନିର୍ମାଣ କାର୍ଯ୍ୟ ଟି ଯୁଦ୍ଧ କାଳୀନ ଭିତ୍ତି ରେ ସଂପୂର୍ଣ୍ଣ କରିବା ପାଇଁବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।ପରିଦର୍ଶନ ସମୟରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ କମଲାକାନ୍ତ ପାଣିଗ୍ରାହୀ, ପରିଚାଳନା କମିଟି ର ସଭାପତି ଶୈଲବାଲା ଦେବତା,ମୁକେଶ ମୁରାରି କେଡିଆ ପ୍ରମୁଖ ଉପସ୍ଥିତ ଥିଲେ।
0 Comments