କ୍ରାନ୍ତି ଖଡୁ ନ୍ୟୁଜ-ପୋଖରୀରେ ବୁଡି ଦୁଇ ଶିଶୁଙ୍କ ମୃତ୍ୟୁପଡ଼ିଆ:(ଏନ୍ ରବିଙ୍କ ରିପୋର୍ଟ) ମାଲକାନଗିରି ଜିଲ୍ଲା ପଡ଼ିଆ ବ୍ଳକ ଅନ୍ତର୍ଗତ ନିଲିଗୁଡା ପଞ୍ଚାୟତର କମାରଗୁଡା ଗ୍ରାମରେ ଘଟିଛି ଏକ ଦୁଃଖଦ ଘଟଣା । ପାଣିରେ ବୁଡି ଦୁଇ ଶିଶୁଙ୍କ ମୃତ୍ୟୁ । ମିଳିଥିବା ସୂଚନା ଅନୁସାରେ କମାରଗୁଡା ଗ୍ରାମର ଦେବା ମାଡକାମିର ୩ ବର୍ଷର ଝିଅ ଅନିତା ମାଡକାମି ଓ ପଡୋଶୀ ଘର ପୁଅ ଆୟୁଷ କଵାସୀ ଉଭୟ ଖେଳୁଥିବା ବେଳେ ଘର ଠାରୁ ୫୦ ମିଟର ଦୂରରେ ଥିବା ଏକ ଗାଆଁ ପୋଖରୀରେ ବୁଡି ଯାଇଥିଲେ । କିଛି ସମୟ ପରେ ପରିବାର ଲୋକ ଉଭୟଙ୍କୁ ଖୋଜାଖୋଜି କରିବା ପରେ ଉଭୟଙ୍କୁ ଗାଁ ପୋଖରୀରୁ ଉଦ୍ଧାର କରି ପଡ଼ିଆ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ । ତେବେ ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ । ଏ ନେଇ ଉଭୟଙ୍କ ପରିବାର ଲୋକ ପଡ଼ିଆ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପଡ଼ିଆ ଥାନାରେ ୨୦/୨୧ ଓ ୨୧/୨୧ ଦୁଇଟି ପୃଥକ୍ ଅପମୃତ୍ୟୁ ମାମଲା ରୁଜୁ କରାଯାଇଥିଲା । ଏଥିସହ ପୋଲିସ ଉଭୟଙ୍କ ଶବ ଜବତ କରି କାଳିମେଳା ରେ ବ୍ୟବଚ୍ଛେଦ କରାଇବା ପରେ ପୁଣି ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିବା ନେଇ ପଡ଼ିଆ ଥାନା ଅଧିକାରୀ ପ୍ରଶାନ୍ତ କୁମାର ନିଶିକା କହିଛନ୍ତି ।
0 Comments