କ୍ରାନ୍ତିଖଡୁ ନ୍ୟୁଜ‐ବିକାଶର ବାସ୍ତବ ଚିତ୍ର :-ଲୁଗା ଦୋଲିରେ ବୁହା ହେଉଅଛି ରୋଗୀ ଓ ଶବ ଦେଶ ସ୍ୱାଧିନତା ପାଇବା ଦୀର୍ଘ 74 ବର୍ଷ ହେଲାଣି | ମାତ୍ର ସ୍ୱାଧିନତାର ସ୍ୱାଦ ଅନେକ ଜାଗାରେ ଏବେ ବି ଅପହଞ୍ଚ | ଆମ ରାଜ୍ୟର ମୁଖ୍ୟମନ୍ତ୍ରୀ ଜଣେ ଏକ ନମ୍ବର, ଆଦର୍ଶ ଓ ଶ୍ରେଷ୍ଠ ମୁଖ୍ୟମନ୍ତ୍ରୀ ବୋଲି ଚାରିଆଡେ ଡଣ୍ଡିମ ପିଟୁଛନ୍ତି | ବିଭିନ୍ନ ଯୋଜନା ଉପରେ ଯୋଜନା ପ୍ରଣୟନ କରି ବାହାବା ନେବାରେ ଆନନ୍ଦ ପାଉଛନ୍ତି | କିନ୍ତୁ ବାସ୍ତବ ଚିତ୍ର ଓ ଭିତିଭୁମି କେତେ ଯେ ନଗ୍ନ ତାହା ସ୍ପଷ୍ଟ ଜଣା ପଡୁଛି ଏହି ହୃଦୟ ବିଦାରକ ଦୃଶ୍ୟରୁ | ଦାନ ମାଝୀ ତା ସ୍ତ୍ରୀର ମୃତଦେହ ନିଜେ କାନ୍ଧରେ ବୋହି ନେଉଥିବାର କରୁଣ ଦୃଶ୍ୟ ଏବେବି ମନରୁ ଲିଭିନଥିବା ବେଳେ ଏହି ଭଳି ଆଉ ଏକ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି କୋଉ ଉପାନ୍ତ ଅଞ୍ଚଳ ନୁହେଁ, ବରଂ 2019 ନିର୍ବାଚନ ବେଳେ ଯେଉଁ କେନ୍ଦ୍ରାପଡାର ଦାୟୀତ୍ୱ ନିଜେ ନେବା ପାଇଁ ମାନ୍ୟବର ମୁଖ୍ୟମୁନ୍ତ୍ରୀ ନବୀନ ପଟନାୟକ ଲୋକମାନଙ୍କୁ ଦେଇଥିଲେ ପ୍ରତିସୃତି | ଆଜି ସେହି କେନ୍ଦ୍ରାପଡାର ଦାୟୀତ୍ୱ କିପରି ସେ ନେଉଛନ୍ତି ତାହା ସ୍ପଷ୍ଟ ଜଣାପଡୁଛି ଉପକୁଳ ବର୍ତ୍ତୀ କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ବ୍ଲକର ପେଟଛେଲା ଗ୍ରାମପଞ୍ଚାୟତରେ | ଉକ୍ତ ଗ୍ରାମପଞ୍ଚୟତର ଜଙ୍ଗଲଘେରି (ଲୁଣିମାଠିଆ) ଗ୍ରାମର ନରୋତ୍ତମ ନାୟକଙ୍କ ଦେହ ଅସୁସ୍ଥ ହେବାରୁ ତାଙ୍କୁ ମେଡିକାଲ ନେବାପାଇଁ ଆମ୍ବୁଲାନ୍ସକୁ ଡକାଯାଇଥିଲା, ମାତ୍ର ଗ୍ରାମକୁ ଆମ୍ବୁଲାନ୍ସ ଯିବାକୁ ରାସ୍ତା ନଥିବାରୁ ରୋଗୀକୁ ଲୁଗାରେ ବାନ୍ଧି ପ୍ରାୟ ତିନି କିଲୋମିଟର ବୋହିଆଣିବା ପରେ ଆମ୍ବୁଲାନ୍ସରେ କଟକକୁ ନିଆଗଲା ଓ ସେଠାରେ ଚିକିସ୍ଚାଧିନ ଅବସ୍ତାରେ ନରୋତ୍ତମଙ୍କର ମୃତ୍ୟୁ ହୋଇଯିବାରୁ ମୃତଦେହକୁ ଆମ୍ବୁଲାନ୍ସରେ କଟକରୁ ଆଣିବାପରେ ପୁଣି ସେହିପରି ମୃତ ଦେହକୁ ଲୁଗାରେ ବାନ୍ଧି ଆମ୍ବୁଲାନ୍ସରୁ ଘରକୁ ନିଆଯାଇଥିଲା | ଗ୍ରାମକୁ ପକ୍କା ରାସ୍ତା ନଥିବାରୁ ଆମ୍ବୁଲାନ୍ସଟି ଗ୍ରାମକୁ ଯିବାରେ ଅସୁବିଧା ହେବାରୁ ଏହି ଭଳି ସମସ୍ୟା ସୃଷ୍ଟିହୋଇଛି | ସ୍ଥାନୀୟ ବିଧାୟକ ମହୋଦୟ ଲଗାତାର ଭାବେ ଏଠାରୁ ଜିତିଆସୁଥିବା ବେଳେ, ଏପରି ଅବସ୍ଥାକୁ ନେଇ ଅଞ୍ଚଳବାସୀ ଖୁବ୍ଧ ହୋଇଛନ୍ତି | କେନ୍ଦ୍ରାପଡାରୁ ସୁରେନ୍ଦ୍ର ଜେନା ଓ ସୁକାନ୍ତ ମହାପାତ୍ରଙ୍କ ରିପୋର୍ଟ, କ୍ରାନ୍ତିଖଡୁ |
0 Comments