କ୍ରାନ୍ତିଖଡୁ ନ୍ୟୁଜ ‐ସ୍କୁଲ ଫି ଛାଡ ନିର୍ଦ୍ଦେଶରେ ଥିବା ତୃଟିର ସଂଶୋଧନ କରି ସ୍ପଷ୍ଟ ନିର୍ଦ୍ଦଶ ଜାରୀକରିବା ପାଇଁ ଓଡିଶା ଅଭିଭାବକ ମହାସଂଘ ବରଗଡ ଜିଲ୍ଲା ତରଫରୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବରଗଡ ଜିଲ୍ଲା ଶିକ୍ଷାଅଧିକାରୀଙ୍କୁ ଦାବୀପତ୍ର |ମାନ୍ୟବର ସୁପ୍ରୀମ କୋର୍ଟଙ୍କ ରାୟ ପରିପ୍ରେଖିରେ, ରାଜ୍ୟସରକାରଙ୍କ ସହିତ MOU କରିଥିବା ସ୍କୁଲକୁ ଛାଡି ଅନ୍ୟ ସ୍କୁଲମାନେ ପାଠପଢା ଜନୀତ ବ୍ୟବହାର ରୁ 15% ପ୍ରତିଶତ ଫି ହ୍ରାସ କରି ଆଦାୟ କରିବାକୁ ଗତ ତା ୦୩ |୦୬ | ୨୦୨୧ରେ ନିର୍ଦ୍ଦେଶ ଦେଇଥିଲେ | ବର୍ତ୍ତମାନ କରୋନା ଯୋଗୁଁ ସ୍କୁଲ ବନ୍ଦ୍ ଥିବାରୁ ସ୍କୁଲର ଇଲେକ୍ଟ୍ରିକ, ଗାଡି, ଖେଳଜିନିଷ, ରିଆଡମିଶନ, ସ୍କୁଲ ଖର୍ଚ୍ଚ, ବିକାଶ ଖର୍ଚ୍ଚ ଓ ଅନ୍ୟାନ୍ୟ ଖର୍ଚ୍ଚ ଆଦି ଅବ୍ୟବହୃତ ଜିନିଷର ଖର୍ଚ୍ଚ ଆଦାୟ ନ କରି କେବଳ online କ୍ଲାସ ଓ କର୍ମଚାରୀଙ୍କ ଦରମାରୁ 15% ଫି ଛାଡ କରି ଆଦାୟ କରାଯିବା ଉଚିତ୍ | କେଉଁ ସ୍କୁଲ କେଉଁ ଭିତିରେ 15% ପ୍ରତିଶତ ଫି ଛାଡ କରିବେ ତାହା ନିର୍ଦ୍ଦେଶାବଳୀରେ ସ୍ପଷ୍ଟ ଉଲ୍ଲେଖ ନ ଥିବାରୁ ରାଜ୍ୟର ଭିନ୍ନ ଭିନ୍ନ ସ୍କୁଲ ଭିନ୍ନ ଭିନ୍ନ ଉପାୟରେ ଜୋର ଜବରଦସ୍ତି ଫି ଆଦାୟ କରୁଛନ୍ତି | ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ଛାତ୍ରଛାତ୍ରୀମାନେ ସ୍କୁଲର ଅବ୍ୟବହୃତ ଜିନିଷର ଖର୍ଚ୍ଚ ବହନ କରିବେ ନାହିଁ | ତେଣୁ ଅବ୍ୟବହୃତ ଜିନିଷର ଖର୍ଚ୍ଚକୁ ବାଦ୍ ଦେଇ ଫିରୁ 15% ପ୍ରତିଶତ ଫି ହ୍ରାସକରି ଆଦାୟ କରିବାକୁ ଡି.ଇ.ଓ. ବରଗଡଙ୍କୁ ସ୍ପଷ୍ଟ ନିର୍ଦ୍ଦେଶ ଦେଲେ ଆଦେଶର ସଠିକ୍ ଅନୁପାଳନ ହୋଇପାରିବ ବୋଲି ବରଗଡ ଜିଲ୍ଲା ଅଭିଭାବକ ମହାସଂଘ ଦାବୀ କରିଛି | S & ME ଡିପାର୍ଟମେଣ୍ଟ ଦେଇଥିବା ନିର୍ଦ୍ଦେଶନାମାରେ ଅନେକ ତୃଟି ଥିବା ସହିତ ଯେଉଁ ସ୍କୁଲ ଆଦେଶକୁ ଅମାନ୍ୟ କଲେ, ତାପ୍ରତି କୌଣସି କାର୍ଯ୍ୟାନୁଷ୍ଠାନର ସୁବିଧା ନାହିଁ | ଯାହାଫଳରେକି ସ୍କୁଲ ମାଫିଆଙ୍କ ଦୌରାତ୍ମ୍ୟ ବୃଦ୍ଦି ପାଉଛି | ତେଣୁ ଏହିସବୁ ଦାବୀଗୁଡିକ ପ୍ରତି ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକଲେ ଆଗାମୀ ଦିନରେ ଡି.ଇ.ଓ. ଙ୍କ କାର୍ଯ୍ୟାଳୟ ଆଗରେ ବରଗଡ ଜିଲ୍ଲା ଅଭିଭାବକ ମହାସଂଘ ଆମରଣ ଅନଶନ କରିବାକୁ ଚେତାବନି ଦେଇଛି |ବରଗଡ ଜିଲ୍ଲା ଆବାହକ ବିମଳ କୁମାର ଦାଶ କଂ ନେତୃତ୍ୱ ରେ ଓଡ଼ିଶା ସରକାର କଂ ତ୍ରୁଟି ପୂର୍ଣ୍ଣ ସ୍କୁଲ ଫୀ ହ୍ରାସ ନିର୍ଦ୍ଦେଶ ନାମା ବିରୁଦ୍ଧରେ ଏକ ଦାବିପତ୍ର ଜିଲ୍ଲା ଶିକ୍ଷା ଅଧିକାରୀ, ବରଗଡ କଂ ଜରିଆରେ ମାନ୍ୟବର ମୁଖ୍ୟମନ୍ତ୍ରୀ କୁ ଏହାର ସଂଶୋଧନ ର ଦାବୀ ନେଇ ଏକ ଦାବିପତ୍ର ପ୍ରଦାନ କରିଥିଲେ ଏହି ସମୟରେ ସଙ୍ଘର ସମ୍ପାଦକ ସୁଜୀତ ମିଶ୍ର, ଗୋପୀ ନାଥ ସାହୁ,ଆଶୁତୋଷ ରଥ, ମହେଶ୍ୱର ପାଣ୍ଡେ, ସିବାନନ୍ଦ ମାଟ।ରୀ,ଅର୍ଜୁନ ପ୍ରଧାନ, ବାଲ୍ମିକୀ ଷଡଙ୍ଗୀ, ବୀରେନ୍ଦ୍ର ପଣ୍ଡା, ସୁଶାନ୍ତ ହୋତା,ଅନନ୍ତ ହୋତା, ସୁସେନ ବୋହିଦାର ଆଦି ଉପସ୍ଥିତ ଥିଲେ।

Post a Comment

0 Comments