କ୍ରାନ୍ତି ଖଡୁ ନ୍ୟୁଜ-ଆଗରେ ନୂଆଖାଇ, ଚିନ୍ତାରେ ଚାଷୀ(ରିଙ୍କୁ ଦେବତା ଙ୍କ ରିପୋର୍ଟ)ଆଉଦିନ କେଇଟା ପରେ ପଶ୍ଚିମ ଓଡ଼ିଶାର ମହାନ ଗଣପର୍ବ ନୂଆଖାଇ ପାଲିତ ହେବ। ତେବେ ବର୍ଷାଭାବ ଯୋଗୁଁ ଚଲିତ ବର୍ଷ ଚାଷ କାମ ବରଗଡ଼ ଜିଲ୍ଲାର ଅଣଜଲ ସେଚିତ ଅଞ୍ଚଳ ପଦ୍ମପୁର ଉପଖଣ୍ଡ ର ଗାଇସିଲେଟ ବ୍ଲକ ରେ ଆଶାନୁରୂପ ଭାବେ ଆଗେଇ ପାରି ନାହିଁ।ବହୁ ସ୍ଥାନରେ ଚାଷ ଜମି ପଡ଼ିଆ ପଡ଼ିଛି। କେତେକ ସ୍ଥାନରେ ଗାଈଗୋରୁ କ୍ଷେତ୍ରରେ ଚଳୁଥିବା ଦେଖିବାକୁ ମିଳୁଛି। ପାଣିପାଗ ବିଭାଗ ର ଆଗୁଆ ଆକଳନ ଭିତ୍ତିରେ ଚାଷୀମାନେ ଏବର୍ଷ ଉତ୍ସାହିତ ହୋଇ ଚାଷ ପାଇଁ ଅଣ୍ଟା ଭିଡିଥିଲେ।ହେଲେ ପ୍ରାରମ୍ଭିକ ପର୍ଯ୍ୟାୟରେ ଅଳ୍ପ କିଛି ବର୍ଷା ହୋଇ ତାପରେ ଛାଡି ଯାଉଥିଲା। ତେଣୁ ଏ ଅଞ୍ଚଳରେ ଚାଷ କାର୍ଯ୍ୟ ଆଗେଇ ପାରି ନାହିଁ। ଏପରି କି ରୁଆ ମଧ୍ୟ ହୋଇପାରି ନାହିଁ କି ବୁଣା ଧାନ ବେଉଷଣ ମଧ୍ୟ ହୋଇ ପାରୁନାହିଁ। ବହୁ ସ୍ଥାନରେ ଧାନ ଗଛ ଓ ତଲି ସବୁ ଜଲିଗଲାଣି।ଏବେ ଶ୍ରାବଣ ଯାଇ ଭାଦ୍ରବ ଆସିଲାଣି ।ତେଣୁ ସ୍ଥିତି ଆଉ ସୁଧୁରିବା ଆଶା ବି ଆଉ ନାହିଁ। ତେଣୁ ଏ ବର୍ଷ ନୂଆଖାଇ କେମିତି ପାଲିବେ ବୋଲି ଚାଷୀ କୂଳ ଚିନ୍ତା ରେ ଅଛନ୍ତି।ଏ ପ୍ରକାର ପରିସ୍ଥିତିରେ ଚାଷୀ ପରିବାର ରେ ନୂଆଖାଇ ର ସ୍ବଭାବିକ ଉତ୍ସାହ ବା ଉନ୍ମାଦନା ଦେଖିବାକୁ ମିଳୁନାହିଁ।ନୂଆଖାଇ ଅବସରରେ ଚାଷୀ ଖେତରେ ଗୋରସ ଢାଲି ନୂତନ ଫସଲର ପୂଜା କରିଥାଏ ଏବଂ ଧାନ ଗଛ ରେ ରାକ୍ଷୀ ଟିଏ ବାନ୍ଧିଥାଏ।ହେଲେ ଏ ବର୍ଷ ସେ ସୁଯୋଗ ମଧ୍ୟ ତାକୁ ମିଳିନାହିଁ। ଅନ୍ୟ ପଟେ ଏ ଅଞ୍ଚଳରେ ନୂଆଁଧାନ ଦେଖିବାକୁ ମିଲୁ ନ ଥିବାରୁ ଏ ବର୍ଷ ନୂଆଖାଇ କିପରି ପାଲିଵେ ବୋଲି ଜନସାଧାରଣ ଚିନ୍ତା କରୁଥିବା ଦେଖିବାକୁ ମିଳୁଛି।
0 Comments