କ୍ରାନ୍ତି ଖଡୁ ନ୍ୟୁଜ-କୋଭିଡ ସୁରକ୍ଷା ଉପକରଣ ବଣ୍ଟନ(ରିଙ୍କୁ ଦେବତା ଙ୍କ ରିପୋର୍ଟ)ଗାଇସିଲାଟ ବ୍ଳକ ଅନ୍ତର୍ଗତ ତାଲପାଲି ଠାରେ କୋଭିଡ ସୁରକ୍ଷା ଉପକରଣ ବଣ୍ଟନ କରାଯାଇଛି। ପାଇକମାଳ ସ୍ଥିତ "ମାସ" ଅନୁଷ୍ଠାନ ଓ ଏଫଇଏସ ଭୁବନେଶ୍ୱର ସହାୟତା ରେ ଆସିଥିବା ଉପକରଣ ୩୦ଜଣ ଅଙ୍ଗନୱାଡି କର୍ମୀ ଓ ୩୦ ଜଣ ଆଶା କର୍ମୀ, ସ୍ବାସ୍ଥ୍ୟ କର୍ମୀ, ଜନପ୍ରତିନିଧି, ସ୍ବେଚ୍ଛାସେବୀ, ମାନଙ୍କୁ ପ୍ରଦାନ କରାଯାଇଥିଲା।ଏହି କାର୍ଯ୍ୟକ୍ରମରେ"ମାସ"ର ସଂଯୋଜକ ଆଦିକନ୍ଦ ବିଶ୍ବାଳ ସଂଯୋଜନା କରିଥିଲେ। ଏଥିରେ ଡା. ପଂକଜ କୁମାର ଭୋଇ ମୂଖ୍ୟ ଅତିଥି ଭାବରେ ମଂଚାସିନ ଥିଲେ. । ସମ୍ମାନିତ ଅତିଥି ଭାବରେ ଭିଏଡବ୍ଲ୍ୟୁ ନାରାୟଣ ପଧାନ.ସାମ୍ବାଦିକ ବିନାୟକ ପ୍ରସାଦ ଗୁରୁ. ସାମ୍ବାଦିକ ଝସକେତନ ସାହୁ ତାଲପାଲି ସରପଂଚ ସୁଶାନ୍ତ ସାହୁ. କନ୍ଦାଗାଡ ସରପଂଚ ପ୍ରମୋଦ ବରିହା ଜାମୁଟପାଲିର ସ୍ବେଚ୍ଛାସେବି ଶେଷଦେବ ବରିହା ପ୍ରମୁଖ ମଂଚାସିନ ଥିଲେ ଓ ସାମଗ୍ରି ବଂଟନ କରିଥିଲେ। କାର୍ଯ୍ୟକ୍ରମରେ ଅନିଳ ସାହୁ.ବିବେକ ସାହୁ ଓ ରେବତୀ ରାଉତ ସହାୟତା କରିଥିଲେ।
0 Comments