କ୍ରାନ୍ତି ଖଡୁ ନ୍ୟୁଜ-ଗାଇସିଲାଟଵ୍ଳକ ସ୍ତରୀୟ ସ୍ବାଧିନତା ଦିବସ ପାଇଁ ପ୍ରସ୍ତୁତି ବୈଠକ (ରିଙ୍କୁ ଦେବତା ଙ୍କ ରିପୋର୍ଟ)ବରଗଡ ଜିଲ୍ଲା ଗାଇସିଲାଟ ରାଜିବ ଭ ବନ ଠାରେ ବ୍ଲକ ଉପାଧ୍ୟକ୍ଷ ପ୍ରଣୟ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ବ୍ଲକ ସ୍ତରିୟ ସ୍ବାଧିନତା ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ସଭାରେ ଗାଇସିଲାଟ ବିଡିଓ ପ୍ରବିଣ କୁମାର ବଣୁଆଁ., ତହସିଲଦାର ସରିତା ଗୁପ୍ତା,. ଥାନା ଅଧିକାରୀ ସୁସମା କୁଅଁର , ଜିଲ୍ଲାପରିସଦ ଉପାଧ୍ୟକ୍ଷ ମଦନ ଦୀପ,. ସାଂସଦ ପ୍ରତିନିଧି ପ୍ରବିଣ କୁମାର ପାଣିଗ୍ରାହି ପ୍ରମୁଖ ସମ୍ଚାସିନ ଥିଲେ.। ତ୍ରିରଙ୍ଗା ପତାକା ଉତ୍ତୋଳନ ବ୍ଲକ ଅଧ୍ୟକ୍ଷା ବାସନ୍ତି ପାଣ୍ଡେ କରିବା ପାଇଁ ନିର୍ଣୟ ନିଆଗଲା । କୋଭିଡ କଟକଣା କୁ ଦୃଷ୍ଟିରେ ରଖି ପତାକା ଉତ୍ତୋଳନ କରାଯିବା ,ପାରଂପାରିକ ଭାବରେ ପ୍ରଭାତ ଫେରି . ସହିଦ ସ୍ତମ୍ଭ ଓ ଆମ୍ବେଦକର ଛକରେ ମାଳ୍ୟାର୍ପଣ କରାଯିବା ର ସିଦ୍ଧାନ୍ତ ନିଆଗଲା। କିଛି କୋଭିଡ ଯୋଦ୍ଧାଙ୍କୁ ସମ୍ମାନିତ କରାଯିବା ତଥା ବୃକ୍ଷ ରୋପଣ କରାଯିବାର ମଧ୍ୟ ସିଦ୍ଧାନ୍ତ ନିଆଯାଇଥିଲା। ବୈଠକରେ ଗାଇସିଲାଟ ୟୁଥ କ୍ଲବ, ନାଗରିକ କମିଟି, ବିଭିନ୍ନ ସରକାରି ଓ ବେସରକାରି ଅନୁଷ୍ଠାନର ପ୍ରତିନିଧି ସମେତ ସାମ୍ବାଦିକ ଦୁର୍ଗା ପ୍ରସାଦ ତ୍ରିବେଦି, ସାମ୍ବାଦିକ ବିନାୟକ ପ୍ରସାଦ ଗୁରୁ ଉପସ୍ଥିତ ଥିଲେ। ପରିଶେଷରେ ବ୍ଲକର ପିଏ ଧନ୍ୟବାଦ ଦେଇଥିଲେ।

Post a Comment

0 Comments