kranti khadu news-ଗରୀବ ଓ ଅସହାୟଙ୍କ ସାଥି ଆଶିଷଵରଗଡ ଜିଲ୍ଲା ଗାଇସିଲେଟ ବ୍ଲକର ଯୁଵାଖୋଲ ଗ୍ରାମରଆଶିଷ ଜ୍ୟୋତିଷ ଏକ ମଧ୍ୟ ଵିତ ପରିବାର ର ତାଙ୍କ ଜନ୍ମ।ବାପା ସୁଦାମା ଜଣେ ଚାଷୀ, ମାଁ ଭାଗ୍ୟବତୀ ଗୃହୁଣୀ । ଏଵେ ସ୍ନାତକୋତ୍ତର (ଶିକ୍ଷା) ସାରି ଘରେ ଅଛନ୍ତି। ଆଶିଷ ଓଡ଼ିଶା ସରକାର ତଥା ଜିଲ୍ଲା ପ୍ରଶାସନ ପାଖରେ ଜଣେ ପରିଚିତ ନାମ । ପ୍ରତ୍ୟେକ ଜିଲ୍ଲାର ଅସହାୟ ଦୁଃଖି ଙ୍କ ଵନ୍ଧୁ ସାଜିଛନ୍ତି ସେ । ଅସହାୟଙ୍କୁ ସହାୟତା ପାଇଁ ଆଶିଷ ପ୍ରତିଦିନ ସରକାର, ଜିଲ୍ଲା ପ୍ରଶାସନ ସହିତ ଯେଗାଯୋଗ ରୁହନ୍ତି।ସାମାଜିକ ଗଣମାଧ୍ୟମରେ ଚର୍ଚ୍ଚା ସାଉଁଟୁଥିବା ଆଶିଷ ଅନ୍ୟମାନଙ୍କ ପାଇଁ ଏକ ଦୃଷ୍ଟାନ୍ତ ସାଜିଛନ୍ତି । କେଵଲ ଅସହାୟ ଲୋକଙ୍କୁ ସହାୟତା କରିବାରେ ଆଶିଷଙ୍କ କାର୍ଯ୍ୟ ସୀମିତ ରହିନାହିଁ । ଓଡିଶା ସମସ୍ତ ଜିଲାର ସମସ୍ୟାଗୁଡିକ ଖବରକାଗଜରେ ଦେଖି ସାମାଜିକ ଗଣମାଧ୍ୟମ(ଟୁଇଟ) ରେଉକ୍ତ ସମସ୍ୟାରେ ସମାଧାନ ନିମନ୍ତେ ସରକାର ତଥା ପ୍ରଶାସନକୁ ଅନୁରୋଧ କରିଥାନ୍ତି। ତାହା ଅଧିକାଂଶ ସମାଧାନ ହୋଇଥାଏ । ନିଜ ପଞ୍ଚାୟତ ଅଧିନରେ ଥିବା ଗିଦମାଲ ଗ୍ରାମରେ ନଲକୂଅ ପଡି ରହିଥିବା। ଟୁଇଟ ଯୋଗେ ମରାମତି , ନିଜ ଗ୍ରାମର ସାଧୁରାମ ସାହୁଙ୍କ କଲୋନୀ ଘର , ଆଶିଷ ଙ୍କ ଏଥିରେ ସହୋଯୋଗ ରହିଛି । ମାଲକାନଗିରି ପଡ଼ିଆ ଵ୍ଳକ ର ଇରାମ ମାଡ କାମି ଗତ କିଛି ଵରଷ ଧରି ଚିକିତ୍ସା ଅଭାବରୁ ଦିନ କାଟୁଥିଲେ ଆଶିଷ ଟୁଇଟ ପରେ ଚିକିତ୍ସା ପାଇଁ ପାରିଥିଲେ । ଓଡ଼ିଶାର କୋନ ଅନୁକୋଣର ର ସମସ୍ୟା ସରକାର ଦୃଷ୍ଟି କୁ ଆଣି ଥାନ୍ତି ଆଶିଷ।

Post a Comment

0 Comments