କ୍ରାନ୍ତି ଖଡୁ ନ୍ୟୁଜ-ଟିକା କେନ୍ଦ୍ର ରେ ନାହିଁ,କରୋନା ଭୟ(ରିଙ୍କୁ ଦେବତା ଙ୍କ ରିପୋର୍ଟ) ଗାଇସିଲେଟ ବ୍ଲକ ଅନ୍ତର୍ଗତ ଚିଣ୍ଟିପାଲି ଗ୍ରାମପଞ୍ଚାୟତ ର କେର୍ମେଲି ନୂତନ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ଠାରେ ଆଜି କୋଭିଡ ର ପ୍ରଥମ ଏବଂ ଦ୍ବିତୀୟ ଡୋଜ ଦିଆଯାଉଥିଲା। ସେଠାରେ ଲୋକଙ୍କ ପ୍ରବଳ ଭିଡ଼, କାହାରି ମୁହଁରେ ମାକ୍ସ ନାହିଁ, ସାମାଜିକ ଦୂରତା କଥା ନ କହିବା ଭଲ ।ଲୋକଙ୍କ ମଧ୍ୟରେ ସଚେତନତା ର ଘୋର ଅଭାବ। ଯାହା ଅନୁଭବ ହେଲା ଲୋକେ ଟୀକା କେନ୍ଦ୍ର କୁ ଟୀକା ନେବାକୁ ଆସୁଛନ୍ତି ନା କରୋନା କୁ ସ୍ଵାଗତ କରି ସାଙ୍ଗରେ ଘର କୁ ନେବା ପାଇଁ ଆସୁଛନ୍ତି। କାହାରି ମନ ଭିତରେ କରୋନା ପ୍ରତି ଭୟ ନଥିଲା।

Post a Comment

0 Comments