kranti khadu news-୨୦ରେ ମାଲକାନଗିରି ଜିଲ୍ଲା ମୃଖ୍ୟମନ୍ତ୍ରୀଙ୍କ ଗ୍ରସ୍ତରେ ପ୍ରଶାସନ ତତ୍ପର, ବିଜୁ ଜନତା ଦଳର ସଜବାଜ ମାଲକାନଗିରି,ପଡ଼ିଆ(ଏନ୍ ରବିଙ୍କ ରିପୋର୍ଟ) ମାଲକାନଗିରି ଓଡ଼ିଶା ସରକାରଙ୍କ ସ୍ୟାସ୍ଥ୍ୟ କ୍ଷେତ୍ରରେ ସବୁଠୁ ବଡ଼ ଯୋଜନା ବିଜୁ ସ୍ୟାସ୍ଥ୍ୟ କଲ୍ୟାଣ ଡିଜିଟାଲ କାର୍ଡର ଆଦିବାସୀ ଅଧିଷ୍ୟୁତ ସୀମାନ୍ତ ଓଡିଶା ମାଲକାନଗିରି ମାଟିର ମୁଖ୍ୟମନ୍ତ୍ରୀଙ୍କ କର କମଳରେ ଶୁଭ ଉନ୍ମଚନ ନିମନ୍ତେ ମାଲକାନଗିରି ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି । ଏହି ଗସ୍ତରେ ବିଜୁ ଜନତା ଦଳର କର୍ମୀ ମହଲରେ ସଜବାଜ ଆରମ୍ଭ ହୋଇଯାଇଛି । ଗତ ମାଲକାନଗିରି ନିର୍ବାଚନ ମଣ୍ଡଳୀର ବିଜୁ ଜନତା ଦଳ ନିଜର ଗଡ଼ କୁ ହରାଇଥିଲା । ଜିଲ୍ଲା ପରିଷଦ ଅଧକ୍ଷ ପଦ ଭାଜପା ଦଖଲ କରିଥିବାବେଳେ ସେହିପରି ବିଧାୟକ ପଦବୀ ଭାଜପା ହାତକୁ ଯାଇଥିଲା । ଏହି ସ୍ଥିତିରେ ବିଜୁ ଜନତା ଦଳକୁ ମଜବୁତ କରିବା ପାଇଁ ଅଣ୍ଟା ଭିଡ଼ିଛି । ୧୮ ଓ ୧୯ ତାରିଖରେ ରାଜ୍ୟର ବରିଷ୍ଠ ମନ୍ତ୍ରୀ ମାଲକାନଗିରି ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ସହ ଦଳର ସାଙ୍ଗଠନିକ କାର୍ଯ୍ୟକ୍ରମରେ ଭାଗ ନେବେ ବୋଲି ବିଶ୍ୱସ୍ତ ସୂତ୍ରରୁ ପ୍ରକାଶ । ଏହି କାର୍ଯ୍ୟକ୍ରରେ ଦଶ ଜଣ ନିଗମ ଅଧକ୍ଷ ମଧ୍ୟ ଯୋଗ ଦେବାର ରହିଛି । ସ୍ଥାନୀୟ ସଂସ୍କୃତି ଭବନଠାରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ରହିଥିବା ସୂଚନା ମିଳିଛି । ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ସମ୍ପୂର୍ଣ ସଫଳତା ପାଇଁ ପ୍ରତ୍ୟେକ ବ୍ଲକ , ବିଜ୍ଞାପିତ ଅଞ୍ଚଳ ପରିଷଦ ଓ ପୌର ପରିଷଦ କୁ ଦାୟିତ୍ୱ ଦିଆଯାଇଛି । ପଡିଆ ବ୍ଲକ ପାଇଁ ମନ୍ତ୍ରୀ ନବକିଶର ଦାସ, ମାଲକାନଗିରି ବ୍ଲକ ପାଇଁ ମନ୍ତ୍ରୀ ସମୀରରଞ୍ଜନ ଦାସ, କାଲିମେଳା ବ୍ଲକ ପାଇଁ ମନ୍ତ୍ରୀ ଜଗରନ୍ନାଥ ସାରକା ,କୋରକୋଣ୍ଡା ବ୍ଲକ ପାଇଁ ପଦ୍ମିନୀ ଦିଆନ୍, ମାଥିଲି ବ୍ଲକ ପାଇଁ ମନ୍ତ୍ରୀ ଅରୁଣ ଦାସ, ଖଇରପୁଟ ବ୍ଲକ ପାଇଁ ବିକ୍ରମ କେଶରୀ ଆରୁଖ, ଚିତ୍ରକୋଣ୍ଡା ବ୍ଲକ ପାଇଁ ତୁଷାରକାନ୍ତ ବେହେରା ,ମାଲକାନଗିରି ପୌର ପରିଷଦ ପାଇଁ ମନ୍ତ୍ରୀ ପଦ୍ମନାଭ ବେହେରା, ବାଲିମେଳା ବିଜ୍ଞାପିତ ଅଞ୍ଚଳ ପାଇଁ ଚଳଚିତ୍ର ଅଭିନେତା କୁନା ତ୍ରିପାଠୀଙ୍କୁ ଦାୟିତ୍ୱ ଦିଆ ଯାଇଥିବା ଜଣାପଡିଛି । ଉକ୍ତ କାର୍ଯ୍ୟକ୍ରମରେ ଅନ୍ୟ ଦଳର ବହୁ ନେତା ବିଜୁ ଜନତା ଦଳରେ ସାମିଲ ହେବେବୋଲି ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି । ପ୍ରଥମ ଥର ପାଇଁ ଏକ ବଡ଼ ଧରଣର ବିଜୁ ଜନତା ଦଳର ମହାସମାବେଶକୁ ନେଇ କର୍ମୀ ମହଲରେ ବେଶ୍ ଉତ୍ସ।ହ ଦେଖିବାକୁ ନିଲିଛି । ଏହି ଅଞ୍ଚଳ ମାଓ ପ୍ରବଣ ହୋଇଥିବା ହେତୁ ଆଠ ଜଣ ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ପୋଲିସ ବିଭାଗରେ ବହୁ ତତ୍ପରତା ସହ ସୁରକ୍ଷା ବ୍ୟବସ୍ଥା କୁ କଡାକଡି ଭାବେ ପୋଲିସ ପ୍ରଶାସନ ଲାଗିପଡିଛନ୍ତି ।

Post a Comment

0 Comments