kranti khadu newsମାଲକାନଗିରି ଜିଲ୍ଲା ବିଜେଡ଼ି ଦଳର ଜୋନାଲ କମିଟିର କର୍ମକର୍ତ୍ତା ବୈଠକ ଅନୁଷ୍ଠିତ ମାଲକାନଗିରି,ପଡ଼ିଆ:-(ଏନ୍ ରବିଙ୍କ ରିପୋର୍ଟ )ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ସଭାପତି ଶ୍ରୀ ନବୀନ ପଟ୍ଟନାୟକ ଙ୍କ ଆଦେଶରେ ମାଲକାନଗିରି ଜିଲ୍ଲା ବିଜୁ ଜନତା ଦଳର ସଦ୍ୟ ପ୍ରସ୍ତୁତ ହୋଇଥିବା ଜୋନାଲ କମିଟିର କର୍ମକର୍ତ୍ତାଙ୍କ ସହ ସମସ୍ତ କର୍ମୀଙ୍କୁ ନେଇ ଏକ ସାଂଗଠନିକ ବୈଠକ ଅନୁଷ୍ଠିତ ହୋଇ ଯାଇଛି।ଏହି ବୈଠକରେ ଦଳକୁ କିପରି ତୃଣମୂଳ ସ୍ତରରେ ସୁଦୃଢ ଓ ସଂଗଠିତ କରାଯାଇପାରିବ ସେ ବିଷୟରେ ଆଲୋଚନା କରାଯାଇଥିଲା। ଏହି ଅବସରରେ ରାଜ୍ୟ ବିଜୁ ଜନତା ଦଳର ସାଙ୍ଗଠନିକ ସମ୍ପାଦକ ତଥା ଯାଜପୁର ବିଧାୟକ ମାନ୍ୟବର ଶ୍ରୀ ପ୍ରଣବ ପ୍ରକାଶ ଦାସ, ଜିଲ୍ଲା ପର୍ଯ୍ୟବେକ୍ଷକ ତଥା କଟକ ସଦର ବିଧାୟକ ମାନ୍ୟବର ଶ୍ରୀ ଚନ୍ଦ୍ର ସାରଥୀ ବେହେରା, ରାଜ୍ୟ ବିହନ ନିଗମ ଅଧ୍ୟକ୍ଷ ତଥା ମାଲକାନଗିରି ଜିଲ୍ଲା ସହ ପର୍ଯ୍ୟବେକ୍ଷକ ଶ୍ରୀ ଈଶ୍ୱର ଚନ୍ଦ୍ର ପାଣିଗ୍ରାହୀ,ବିଜୁ ଜନତା ଦଳର ଜେନେରାଲ ସେକ୍ରେଟାରୀ ଶ୍ରୀ ବିଜୟ କୁମାର ନାୟକଙ୍କ ସହ ଜିଲ୍ଲାର ଜୋନ କମିଟି ଚିତ୍ରକୋଣ୍ଡା ବିଧାୟକ ପୂର୍ଣ୍ଣ ଚନ୍ଦ୍ର ବାକ୍କା, ପୁର୍ବତନ ବିଧାୟକ ତଥା ସ୍ୱତନ୍ତ୍ର ବିକାଶ ପରିଷଦ ଅଧ୍ୟକ୍ଷ ମାନସ ମାଡକାମୀ,ପୂର୍ବତନ ବିଧାୟକ ଡମ୍ବରୁ ଶୀଶା, ପୂର୍ବତନ ବିଧାୟକ ମୁକୁନ୍ଦ ଶଡି,ଜିଲ୍ଲା କାର୍ଯ୍ୟକାରୀ ସଭାପତି ଦୁର୍ଗା ପ୍ରସାଦ ତ୍ରିପାଠୀ,ଜିଲ୍ଲାର ବରିଷ୍ଠ ଉପଦେଷ୍ଟା ରାଜେନ୍ଦ୍ର କୁମାର ପଣ୍ଡା ,ଜିଲ୍ଲାର ସାଧାରଣ ସମ୍ପାଦକ ଗୋପାଳ ପଣ୍ଡା, ପ୍ରଭାକର ପ୍ରଧାନ,ଜିଲ୍ଲା ସାଙ୍ଗଠନିକ ସମ୍ପାଦକ ବୁନୁ ମହାନ୍ତି, ଜିଲ୍ଲା ମହିଳା ଜନତା ଦଳ ସଭାପତି ସୁକାନ୍ତି ବୁରୁଦା ,ଜିଲ୍ଲା ଯୁବ ସଭାପତି ଆଡ଼ମା ରାବା ,ଜିଲ୍ଲା ଛାତ୍ର ଜନତା ଦଳ ସଭାପତି ତାପସ ରଞ୍ଜନ ନାୟକ,ଜିଲ୍ଲା ମହିଳା ଉପ ସଭାପତି ଦହନା ତାଙ୍ଗୁଲ, ରାଜେନ୍ଦ୍ର ପ୍ରଧାନ, ଯୁବ ନେତା ଶିବ ତ୍ରିପାଠି ଏବଂ ଜିଲ୍ଲାର ସମସ୍ତ ବ୍ଲକ,ପଞ୍ଚାୟତ, ଏନଏସି ର ବିଜେଡ଼ି କର୍ମୀ ଉପସ୍ଥିତ ଥିଲେ ।

Post a Comment

0 Comments