kranti khadu newsବିଭିନ୍ନ ଦାବି ନେଇ ଲାଵରଟୋରି ଟେକନିସିଆନଙ୍କ କଳା ବ୍ୟାଚପିନ୍ଧି ଆନ୍ଦୋଳନ ପଡ଼ିଆ: (ଏନ୍ ରବିଙ୍କ ରିପୋର୍ଟ)ଆଜି ମାଲକାନଗିରି ଜିଲ୍ଲାର ମୁଖ୍ୟ ଚିକିତ୍ସାଳୟରେ ଲାବରଟୋରି ଟେକନିସିଆନ ମାନେ କଳାବ୍ୟାଚ ପରିଧାନ କରି ରାଜ୍ୟ ସରକାରଙ୍କ ନିକଟରେ ନିଜର ଦାବୀ ପାଇଁ ଆଜି ପ୍ରଦର୍ଶନ କରିଛନ୍ତି । ପ୍ରତ୍ୟେକ ସରକାରୀ ଚାକିରୀ ରେ ପଦୋନ୍ନତି ବ୍ୟବସ୍ଥା ଥିଲେ ମଧ୍ୟ ପଦବୀ ରାଜ୍ୟ ସରକାର ସୃଷ୍ଟି କରୁ ନାହାଁନ୍ତି । ତେଣୁ ଜଣେ ଦଶକ ଦଶକ ଧରି ଲାବରଟୋରି ଟେକନିସିଆନ ଭାବେ କାମ କଲେ ମଧ୍ୟ ବିଭିନ୍ନ ସରକାରୀ ସୁବିଧା ସୁଯୋଗ ରୁ ବଞ୍ଚିତ ରହୁଛନ୍ତି । ସେମାନଙ୍କ ଦରମା ବୃଦ୍ଧି ,ସିନିୟର ଜୁନିୟର ପଦବୀ ସୃଷ୍ଟି ଭଳି କେତେକ ଦାବୀ ନେଇ ଜିଲ୍ଲାର ସମସ୍ତ ଲାବରଟୋରି ଟେକନିସିଆନ ଅଗଷ୍ଟ ଏକ ରୁ ପନ୍ଦର ତାରିଖ ପର୍ଯ୍ୟନ୍ତ କଳାବ୍ୟାଚ ପରିଧାନ କରି ନିଜର ପ୍ରଦର୍ଶନ ଜାରୀ ରଖିଛନ୍ତି । ବର୍ଷ ବର୍ଷ ପୁରୁଣା ଏସବୁ ଦାବୀ ଯଦି ଶୀଘ୍ର ପୁରଣ ନହୁଏ ତେବେ ଆଗକୁ ଆନ୍ଦୋଳନ ଆହୁରି ତୀବ୍ରତର ହେବ ବୋଲି ଟେକନିସିଆନ ମାନେ କହିଛନ୍ତି ।

Post a Comment

0 Comments