kranti khadu news -ନିଜ ଖର୍ଚ୍ଚରେ ଡ୍ରେନ ମରାମତି କଲେ ଗୌନ୍ତିଆ..(ରିଙ୍କୁ ଦେବତା ଙ୍କ ରିପୋର୍ଟ)ଗାଇସିଲାଟ ବ୍ଲକ ଅନ୍ତର୍ଗତ ଗୁଦେରପାଲି ଗାଁ ର ୭ନମ୍ବର ଓ୍ବାଡ ରେ ଯାଇଥିବା ଡ୍ରେନ ଟି ପୋତି ହୋଇଯାଇଥିବା ରୁ ଦୀର୍ଘ ୨ମାସ ହେଲା ଗାଁ ଦାଣ୍ଡରେ ନର୍ଦ୍ଦମା ପାଣି ବୋହି ଯାଉଥିଲା।ଏ ନେଇ ୭ନମ୍ବର ଓ୍ବାଡ ର ଜନସାଧାରଣ ସରପଞ୍ଚ ଠୁ ଆରମ୍ଭ କରି ଗାଇସିଲେଟ ବିଡ଼ିଓ ଙ୍କ ଠାରେ ଅଭିଯୋଗ କରିଥିଲେ ମଧ୍ୟ କିଛି ସୁ ଫଲ ମିଳିନଥିଲା।ଆଯି କୌଣସି କାମରେ ଗାଁ ଗୌନ୍ତିଆ ରାମ ଚନ୍ଦ୍ର ପାତ୍ର ସେହି ଓ୍ବାଡ କୁ ଆସିଥିଲେ। ସେହି ଓ୍ବାଡ ର ଲୋକେ ଗାଁ ଗୌନ୍ତିଆ ଙ୍କ ଦୃଷ୍ଟି ଗୋଚର କରିଥିଲେ । ଆଗକୁ ଗଣ ପର୍ବ ନୁଆଁଖାଇ କୁ ଦୃଷ୍ଟିରେ ରଖି ନିଜସ୍ଵ ଖର୍ଚ୍ଚ ରେ ଗୌନ୍ତିଆ ଶ୍ରୀ ପାତ୍ର ସଙ୍ଗେ ସଙ୍ଗେ ଡ୍ରେନ ମରାମତି କାମ ଆରମ୍ଭ କରିଥିଲେ। ୭ ନମ୍ବର ଓ୍ବାଡ ବାସୀ ଗାଁ ଗୌନ୍ତିଆ ରାମଚନ୍ଦ୍ର ପାତ୍ର ଙ୍କୁ ଭୂରସି ପ୍ରସଂଶା କରୁଛନ୍ତି।ଏ ନେଇ ଲୋକେ ଅସହାୟ ପ୍ରଶାସନ ବୋଲି ଚର୍ଚ୍ଚା କରୁଛନ୍ତି।

Post a Comment

0 Comments