kranti khadu news ଗୋବିନ୍ଦ କୁମ୍ଭାର ହାଜତ ମୃତ୍ୟୁ ଘଟଣାଅଭିଯୁକ୍ତ ପୋଲିସଙ୍କୁ ଗିରଫ ଦାବୀ କଲା ସମ୍ବିଧାନ ସୁରକ୍ଷା ମଂଚବରଗଡ଼: ଗତ ଶନିବାର ବରଗଡ଼ର ହାଜତ ମୃତ୍ୟୁ ଘଟଣା ରେ ଅଭିଯୁକ୍ତ ପୋଲସି କର୍ମୀଙ୍କ ନାମ ରେ ୩୦୨ କେଶ ରୁଜୁ କରି ତୁରନ୍ତ ଗିରଫ କରିବାକୁ ସମ୍ବିଧାନ ସୁରକ୍ଷା ମଂଚ ରାଜ୍ୟପାଳଙ୍କୁ ଏକ ସ୍ମାରକ ପତ୍ର ଜିଲାପାଳଙ୍କ ଜରିଆରେ ଦେଇଛି । ସେହିପରି ମୃତକଙ୍କ ପରିବାରକୁ ୧ କୋଟି ଟଙ୍କା କ୍ଷତିପୂରଣ ଦେବାକୁ ଦାବି ହୋଇଛି । ମଙ୍ଗଳବାର ଜିଲ୍ଲାପାଳ ଅଫିସ ଆଗରେ ସମ୍ବିଧାନ ସୁରକ୍ଷା ମଂଚର ସଭ୍ୟ ମାନେ ଧାରଣାରେ ବସିଥିଲେ । ସନ୍ଧିଗ୍ଧ ଭାବେ ଗୋବିନ୍ଦ କୁମ୍ଭାରଙ୍କ ମୃତ୍ୟୁକୁ ନେଇ ବରଗଡ଼ ରେ ଜନ ଆକ୍ରୋଶ ଦେଖା ଦେଇଥିଲା ଏପରିକି ପୋଲିସ ନିର୍ଦୟ ଭାବେ ଲାଠି ଚାଳନା କରିଥିଲା ଯାହାକୁ ସମସ୍ତେ ନିନ୍ଦା କରିଥିଲେ। ଆବାହକ ପବିତ୍ର ଦେହେରି, ରମେଶ ମହାପାତ୍ର, ଜୋସନା ପାଇକ, ମରିୟମ ବାର୍ଳା,ବାସ୍ମତି ବଂଛୋର, ଭବାନୀ ସାହୁ, ଅମିତାଭ ପାତ୍ର ଓ ଅନ୍ୟମାନେ ଉପସ୍ଥିତ ଥିଲେ । ଅତିରିକ୍ତ ଜିଲ୍ଲାପାଳ ମିର୍ଧା ଟୋପ୍ପୋ ସ୍ମାରକ ପତ୍ର ଗ୍ରହଣ କରିଥିଲେ ।
0 Comments