kranti khadu news ଗୁଦେରପାଲି ଗ୍ରାମପଞ୍ଚାୟତ ରେ ଗ୍ରାମ ସଭା(ରିଙ୍କୁ ଦେବତା ଙ୍କ ରିପୋର୍ଟ)ଗାଇସିଲେଟ ବ୍ଳକ ଅନ୍ତର୍ଗତ ଗୁଦେରପାଲି ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ରେ ଆଜି ଗାନ୍ଧୀ ଜୟନ୍ତୀ ପାଳନ ସହ ସ୍ବତନ୍ତ୍ର ଗ୍ରାମ ସଭା ଅନୁଷ୍ଠିତ ହୋଇଯାଇଛି।ଗୁଦେରପାଲି ଗ୍ରାମ ପଞ୍ଚାୟତ ରେ ବିଗତ ବର୍ଷ ର ବିଭିନ୍ନ ଉନ୍ନୟନ ମୂଳକ କାମ ଅଧାପନ୍ତରିଆ ହୋଇ ପଡିରହିଥିବା ବେଳେ, ଆସନ୍ତା ୨୦୨୨/୨୩ବର୍ଷ ରେ ମହାତ୍ମାଗାନ୍ଧୀ କର୍ମ ନିଯୁକ୍ତି ଯୋଜନାରେ ଯେଉଁ ଉନ୍ନୟନମୂଳକ କାମ ମାନ ହେବ ତାର ଏକ୍ସନପ୍ଳାନ ତିଆରି ହୋଇଥିଲା।ଗୁଦେରପାଲି ଗ୍ରାମ ପଞ୍ଚାୟତ ରେ ଯୋଗ୍ୟ ହିତାଧିକାରୀ ଆବାସ ଯୋଜନା ପାଇବାରୁ ବଞ୍ଚିତ ହେଉଛନ୍ତି, ଯେଉଁ ହିତାଧିକାରୀମାନେ ଆବାସ ଯୋଜନାରେ ଘର ପାଇଛନ୍ତି ଘର ସଂପୂର୍ଣ୍ଣ ହେବାର ଏକ ବର୍ଷ ବିତିଯାଇଥିଲେ ମଧ୍ୟ ମହାତ୍ମାଗାନ୍ଧୀ କର୍ମ ନିଯୁକ୍ତି ଯୋଜନାରେ ଯେଉଁ ଟଙ୍କା ପାଇବା କଥା ତାହା ତାଙ୍କୁ ମିଳିପାରିନାହିଁ।ମୋ ବଗିଚା ଯୋଜନାରେ ଦୁର୍ନୀତି,ଏହି ପଞ୍ଚାୟତ ରେ 'ଆମଗାଁ ଆମ ବିକାଶ'ଯୋଜନା ବଟାବଣା ହୋଇଥିବା ଅଭିଯୋଗ ନେଇ ଗୁଦେରପାଲି,ଜାମୁଟପାଲି,ରେଙ୍ଗାଲପାଲି ଏବଂ ବେହେରାବାହାଲି ଗ୍ରାମବାସୀ ଅଭିଯୋଗ ଆଣିଥିଲେ।ଏହି ସଭାରେ ଗାଇସିଲେଟ ବ୍ଲକର ନୋଡାଲ ଅଫିସର ସମରେନ୍ଦ୍ର ବେହେରା, ଗ୍ରାମ୍ଯ ରୋଜଗାର ସେବକ ରତନ ରଥ, ସରପଞ୍ଚ ଗୈାର ପାତ୍ର, ସମାଜ ସେବୀ କିଶୋର ଚନ୍ଦ୍ର ଦେବତା, ରାମଚନ୍ଦ୍ର ପାତ୍ର,ନାରୀନେତ୍ରୀ ଶୈଳବାଳା ଦେବତା,ଝସକେତନ ପଧାନ,ଶିବ ପ୍ରଧାନ, ସମସ୍ତ ଆଶାକର୍ମୀ ଓ ଅଙ୍ଗନୱାଡି କର୍ମୀ ଙ୍କ ସମେତ ସମସ୍ତ ଓ୍ବାଡ ସଭ୍ୟ ଉପସ୍ଥିତ ଥିଲେ।

Post a Comment

0 Comments