kanti khadu news ବାପୁଜୀ ଉଚ୍ଚ ବିଦ୍ୟାଳୟ ରେ ଗାନ୍ଧୀ ଜୟନ୍ତୀ(ରିଙ୍କୁ ଦେବତା ଙ୍କ ରିପୋର୍ଟ) ଗାଇସିଲେଟ ବ୍ଳକ ଅନ୍ତର୍ଗତ ଗୁଦେରପାଲି ବାପୁଜୀ ଉଚ୍ଚ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ କମଲାକାନ୍ତ ପାଣିଗ୍ରାହୀ ଙ୍କ ଶଭାପତିତ୍ଵ ରେ ଜାତିର ପିତା ମହାତ୍ମା ଗାନ୍ଧୀ ଙ୍କ ୧୫୨ତମ ଜୟନ୍ତୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ ହୋଇଯାଇଛି। ଏଥିରେ ସମାଜ ସେବୀ କିଶୋର ଚନ୍ଦ୍ର ଦେବତା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବାପୁଜୀ ଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପ ମାଲ୍ୟାର୍ପଣ କରିଥିଲେ। ପରିଚାଳନା କମିଟି ର ସଭାପତି ଶୈଳବାଳା ଦେବତା, ଶିକ୍ଷକ ପ୍ରଜାପତି ପଧାନ, ହରେକୃଷ୍ଣ ପ୍ରଧାନ, ଚନ୍ଦ୍ରମଣି ସାହୁ, କିଶୋର ପାତ୍ର, ସୁବାଷ ପଟେଲ, ମୁରଲିଧର ପଟେଲ,କେଶବ ପାତ୍ର, ଧନପତି ପଧାନ, ଚୂଡାମଣି ପଟେଲ,ବସୁଦେବ ରାଏ,ଧନପତି ପଧାନ ଙ୍କ ସମେତ ସମସ୍ତ ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ।
0 Comments