kranti khadu newsପୋଖରୀରେ ବୁଡି ଶ୍ରମିକଙ୍କ ମୃତ୍ୟୁମାଲକାନଗିରି,ପଡିଆ:(ଏନ୍ ରବିଙ୍କ ରିପୋର୍ଟ) ପୋଖରିରେ ବୁଡି ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି । ମୃତ ବ୍ୟକ୍ତି ଜଣଙ୍କ ପଡ଼ୋଶୀ ରାଜ୍ୟ ଛତିଶଗଡ଼ରୁ ମାଲକାନଗିରି ଜିଲ୍ଲା ଏମଭି-୭୯ ଥାନା ଅନ୍ତର୍ଗତ ଏମଭି-୬୧ ଅଞ୍ଚଳକୁ ଚାଷ କାମ କରିବାକୁ ଆସିଥିଲେ । ସୂଚନା ଅନୁସାରେ ଛତିଶଗଡ଼ର ସୁକମା ଜିଲ୍ଲା ବାଲାମପାଲି ଥାନା ଅନ୍ତର୍ଗତ ଇତାଗୁଡା ଗ୍ରାମର ଦେବା ସୋଡ଼ୀ ଓ ବାଣ୍ଡି ସୋଡ଼ୀ ଏମଭି-୬୧ ଗ୍ରାମର ବିଶ୍ୱଜିତ ମଲ୍ଲିକଙ୍କ ଘରେ ଚାଷ କାର୍ଯ୍ୟ କରୁଥିଲେ । ତେବେ ଗତ ରବିବାର ଠାରୁ ଦେବା ସୋଡ଼ୀ ନିଖୋଜ ରହିଥିବା ବେଳେ ଆଜି ସକାଳେ ପୋଖରୀରେ ମୃତ ଦେହ ଭାସୁଥୁବାର ବିଶ୍ୱଜିତଙ୍କ ପରିବାର ଲୋକେ ଦେଖିବାକୁ ପାଇଥିଲେ ।ଏହାପରେ ବିଶ୍ୱଜିତଙ୍କ ପରିବାର ଲୋକେ ଏମଭି-୭୯ ଥାନାରେ ଖବର ଦେଇଥିଲେ । ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତ ଦେହକୁ ଉଦ୍ଧାର କରିବା ସହ ମୃତ ବ୍ୟକ୍ତିଙ୍କ ପରିବାର ଲୋକଙ୍କୁ ଖବର ପଠାଇଥିବା ଜଣାପଡିଛି । ଦେବାଙ୍କ ପରିବାର ଲୋକେ ଆସିଲେ ମୃତ ଦେହ ବ୍ୟବଚ୍ଛେଦ ହେବ ବୋଲି ଜଣାପଡିଛି । ଏହି ଘଟଣାକୁ ନେଇ ପ୍ରାଥମିକ ପର୍ଯ୍ୟାୟରେ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରିଥିବା ବେଳେ ଘଟଣାର ତଦନ୍ତ ପରେ ଦେବାର ମୃତ୍ୟୁର କାରଣ ସ୍ପଷ୍ଟ ଜଣାପଡିବ ବୋଲି ପୁଲିସ କହିଛି । ଏମଭି-୭୯ ଥାନା ଅଧିକାରୀ ଜୟ ପ୍ରକାଶ ନାରାୟଣଙ୍କ ନିର୍ଦ୍ଦେଶକ୍ରମେ ଏଏସଆଇ ନବୀନ ଚନ୍ଦ୍ର ପୁଜାରୀ ଘଟଣାର ତଦନ୍ତ କରୁଥିବା ଜଣାପଡିଛି ।
0 Comments