kranti khadu newsକାଳିମେଳା ବନାଞ୍ଚଳ ରେ ଜାତୀୟ ବିପର୍ଯ୍ୟୟ ହ୍ରାସ ଦିବସ ତଥା ଓଡ଼ିଶା ପ୍ରାକୃତିକ ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ୨୦୨୧ ପାଳିତ ପଡିଆ:(ଏନ୍ ରବିଙ୍କ ରିପୋର୍ଟ) କାଳିମେଳା ବନାଞ୍ଚଳ କାର୍ଯ୍ୟାଳୟ ସଭାଗୃହ ପରିସରରେ, ଓଡିଶା ସରକାରଙ୍କ ନିର୍ଦ୍ଦେଶ କ୍ରମେ, ଜାତୀୟ ତଥା ଓଡ଼ିଶା ପ୍ରାକୃତିକ ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ୨୦୨୧, ପାଳିତ ହୋଇ ଯାଇଛି।ଏହି କାର୍ଯ୍ୟକ୍ରମକୁ କାଳିମେଳା ବନାଞ୍ଚାଳ ଅଧିକାରୀ ଶ୍ରୀ ସୁଶାନ୍ତ କୁମାର ଦଳେଇ ଅଧ୍ୟକ୍ଷତା କରିଥିଲେ । ସେ ପ୍ରାକୃତିକ ଦୁର୍ବିପାକ କାହିଁକି ହେଉଛି, ଏହା ଯୋଗୁଁ କିପରି ଜନ ସାଧାରଣ, ଜୀବଜନ୍ତୁ ଭୂଭାଗ ପ୍ରାକୃତିକ ତଥା ଜନ ସମ୍ପତି ର ନଷ୍ଟ ହେଉଛି ,ଏହାର ମୁକାବିଲା କରିବା ଆବଶ୍ୟକ ବୋଲି ବୁଝାଇଥିଲେ । ଏହି କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ଭାବେ ସୃଷ୍ଟି ଅନୁଷ୍ଠାନର ଟିମ୍ ଲିଡର ଶ୍ରୀନିବାସ ପାତ୍ର ଯୋଗ ଦେଇଥିଲେ। ପ୍ରାକୃତିକ ଦୁର୍ବିପାକ କୁ କିପରି ମୁକାବିଲା କରି ଜନ, ଜନ୍ତୁ, ଜୀବନ, ଭୂ - ସମ୍ପଦ କୁ ସୁରକ୍ଷା କରି ପାରିବା, ସେ ସମ୍ପର୍କ ରେ ଅଭିଭାଷଣ ପ୍ରଦାନ କରିଥିଲେ । ଆଜିର ଆଲୋଚ୍ୟ ପ୍ରସଙ୍ଗ ଥିଲା, ମହିଳା ସ୍ୱୟଂ ସହୟିକା ଦଳ ଓ ପଞ୍ଚାୟତ ସ୍ତରୀୟ କର୍ମୀ ନୂତନ ଭାବରେ, ସରକାରଙ୍କୁ ସହଯୋଗ ପାଇଁ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ଦଳ ଭାବରେ କାର୍ଯ୍ୟ କରିବା ପାଇଁ, ଆଗେଇ ଆସିବେ । ଗ୍ରାମାଞ୍ଚଳ ରେ ସଚେତନତା ସୃଷ୍ଟି କରିବା ରେ ସହାୟକ ହେବେ । ସଭାରେ, କିଛି ବନପାଳ ଓ ବନ ରକ୍ଷୀ ମାନେ ବୃକ୍ଷ ରୋପଣ, ଜଳ ବାୟୁ ପରିବର୍ତ୍ତନ, ପରିବେଶ ସନ୍ତୁଳନ, ବନ୍ୟପ୍ରାଣୀ ସୁରକ୍ଷା, ଜଙ୍ଗଲ ନିଆଁ ନ ଲଗାଇବା ଉପରେ ସଚେତନତା ର ବାର୍ତ୍ତା ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ପଡିଆ ଵନପାଳ ଗୁପ୍ତେଶ୍ୱର ରାଓ ଦୋରା, କାଳିମେଳା ଵନପାଳ ସ୍ବୟଂ ପ୍ରଭା ପ୍ରଧାନ,କୁର୍ତ୍ତୀ ଵନପାଳ ବିଘ୍ନଚନ୍ଦ୍ର ମାଡକାମି ଓ ପୋଟେରୁ ଵନପାଳ ମୁରାଲି ମହାରଣା ଓ ସମସ୍ତ ସେକ୍ସନର ବନରକ୍ଷୀ ତଥା ପପିତା ଆଜମିରା,କାନନ ବିଶ୍ବାସ,ପାର୍ଥ ସାରଥି ରାଉତ, ଅନିତା ନାୟକ, ସୁଜାତା, ରାମଚନ୍ଦ୍ର ମାଝୀ, ବାବୁରାମ,ଶିଵୁ ସ୍ବାଇଁ, ଅମ୍ଲାନ,ସିଦ୍ଧାନ୍ତ ରାଉତ ଓ ପାରା ଷ୍ଟାଫ ଫାୟାର ସ୍କାର୍ଡ ଯୋଗ ଦେଇଥିଲେ । କାଳିମେଳା ଆମ ଜଙ୍ଗଲ ଯୋଜନା କର୍ମକର୍ତ୍ତା ମାନେ ମଧ୍ୟ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ଶେଷରେ କାଳିମେଳା ଵନାଞ୍ଚଳ ଅଧିକାରୀ ଶ୍ରୀ ସୁଶାନ୍ତ କୁମାର ଦଳେଇ ସମସ୍ତ ଙ୍କୁ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ତଥା ପରିଚାଳନା ପାଇଁ, ସରକାରଙ୍କୁ ଓ ସରକାରଙ୍କ ସହ ଜଡ଼ିତ ଥିବା ସଂସ୍ଥା ବ୍ୟକ୍ତି ସଭା କୋଭିଡ ନିୟମାନୁସାରେ ଆୟୋଜିତ କରାଯାଇଥିଲା ।
0 Comments