kranti khadu newsସମଲେଶ୍ବରୀ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ନୂତନ ପରିଚାଳନା କମିଟି ଗଠନ--------------------------------------------ଆଜି ତା୨୯/୧୦/୨୦୨୧ ଶୁକ୍ରବାର ଦିନ ସକାଳ ୧୦ ଘଣ୍ଟା ସମୟରେ ବରଗଡ଼ ୱାର୍ଡ ନମ୍ବର ୦୨ ସ୍ଥିତ ସମଲେଶ୍ବରୀ ସରକାରୀ ପ୍ରାଥମିକ ବିଦ୍ୟାଳୟରେ କରୋନା କଟକଣା କୁ ପାଳନ ପୂର୍ବକ ନୂତନ ଭାବେ ସ୍କୁଲ ପରିଚାଳନା କମିଟି ଗଠନ ହୋଇ ଯାଇଛି।ଏଥିରେ ସର୍ବ ସମ୍ମତି କ୍ରମେ ସଭାପତି ଭାବେ ସାମ୍ବାଦିକ ଗୋପୀନାଥ ସାହୁଙ୍କୁ ମନୋନୀତ କରାଯାଇ ଥିବା ବେଳେ ସୁଜାତା ବିଶି ଙ୍କୁ ଉପ ସଭାପତି ଭାବେ ମନୋନୀତ କରାଯାଇଥିଲା।ଏହି ସଭାରେ ପରିଚାଳନା କମିଟିର ବୋର୍ଡରେ ନରୋତ୍ତମ ଦଳେଇ,ରଘୁନାଥ ଭୁଏ,ରାଜୁ ମହାପାତ୍ର,ଅଜିତ ସାହୁ,ପ୍ରସନ୍ନ କୁମାର ଜେନା,ସିଂଧୁସୂତା ପଟ୍ଟନାୟକ, ନନ୍ଦିନୀ ସାହୁ,ଭୂମିସୁତା ସାହୁ,ପିଙ୍କି ବାଗ, ସୁଷମା ଗଡ଼ତିଆ ପ୍ରଭୁତିଙ୍କୁ ସଭାରେ ଚୟନ କରାଯାଇଅଛି। ଆଗାମୀ ଦିନରେ ବିଦ୍ୟାଳୟ ର କିପରି ସର୍ବାଙ୍ଗୀନ ଉନ୍ନତି ହୋଇ ପାରିବ ସେଥି ସକାଶେ ନୂତନ ଭାବେ ଗଠନ ହୋଇ ଥିବା ପରିଚାଳନା କମିଟିର ସଦସ୍ୟ ସଦସ୍ୟା ସମସ୍ତେ ପ୍ରତିଜ୍ଞା କରିଥିଲେ। ବିଦ୍ୟାଳୟର ପ୍ରଧାନଶିକ୍ଷୟତ୍ରୀ ଲଳିତା ପ୍ରଧାନ ଙ୍କ ଅଧ୍ୟକ୍ଷତାରେ କାର୍ଯ୍ୟକ୍ରମ ହୋଇଥିବା ବେଳେ ପ୍ରଦୀପ କୁମାର ଶତପଥୀ ସଭାକାର୍ଯ୍ୟ ସଂଯୋଜନା କରିଥିଲେ ଏବଂ ଶିକ୍ଷକ ପ୍ରମୋଦ କୁମାର ମହାପାତ୍ର କମିଟିର ରୂପରେଖ ତଥା କାର୍ଯ୍ୟକଳାପ ବିଷୟରେ ସମସ୍ତଙ୍କୁ ଅବଗତ କରାଇଥିବା ବେଳେ ଶିକ୍ଷୟତ୍ରୀ ନମିତା ଦାସ ,ମାଧବୀ ଲତା ଷଣ୍ଢ ,ଭଗ୍ୟବନ୍ତି ବିଶ୍ୱାଳ ,ଅଞ୍ଜଳି ହୋତା ବିଶେଷ ସହଯୋଗ କରିଥିଲେ। ସଭା ଶେଷରେ ଶିକ୍ଷକ ପ୍ରମୋଦ କୁମାର ମହାପାତ୍ର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
0 Comments