kranti khadu newsମାଲକାନଗିରି,ପଡିଆ:(ଏନ୍ ରବିଙ୍କ ରିପୋର୍ଟ)ଆଜି ମାଲକାନଗିରି ଜିଲ୍ଲାର କାଲିମେଳା ବନ ବିଭାଗ ପକ୍ଷରୁ ଦୁଇଟି ମଟରସାଇକେଲ ସହିତ ୪୦ଟି କଇଁଛ ଉଦ୍ଧାର ହୋଇଛି । ଦୁଇଟି ବସ୍ତାରେ ଏମପିଭି-୬୫ ଗାଁ ନିକଟସ୍ଥ ଜଙ୍ଗଲ ଭିତରୁ କଇଁଛ ନିଆଯାଉଥିଲା । ଚଢ଼ାଉ ସମ୍ପର୍କରେ ଆଗୁଆ ସୂଚନା ପାଇ ଅନ୍ତରାଜ୍ୟ କଇଁଛ ବେପାରୀ ଫେରାର ହୋଇ ଯାଇଛନ୍ତି । ବିଶେଷ ସୂତ୍ରରୁ ଖବର ପାଇ କାଲିମେଳା ଟାଉନ ଫରେଷ୍ଟର ସ୍ୱୟଂ ପ୍ରଭା ପ୍ରଧାନ ଏକ ପାଞ୍ଚ ଜଣିଆ ଟିମ ସହ ଏମପିଭି-୬୫ ଗ୍ରାମ ନିକଟସ୍ଥ ଜଙ୍ଗଲରେ ଚଢ଼ାଉ କରିଥିଲେ । ଦୁଇ ମଟର ସାଇକେଲ ସହିତ ୪୦ଟି କଇଁଛ ଜବତ କରିଛନ୍ତି ।ତେବେ ଘଟଣାସ୍ଥଳରୁ ଦୁଇ ବେପାରୀ ଚମ୍ପଟ ମାରିଛନ୍ତି । ଫରେଷ୍ଟର ସମେତ ଦୁଇ ଗାର୍ଡ ବାବୁରାମ ଦୁରୁଆ, ରାମଚନ୍ଦ୍ର ମାଝୀ ଓ ତିନିଜଣ ପାରାଷ୍ଟାଫ ରୁଦ୍ର ହନ୍ତାଳ, ଜୟନ୍ତ ନାୟକ ଓ ଦିନେଶ ରାଓ ପ୍ରମୁଖ ଏହି ଚଢ଼ାଉରେ ସାମିଲ ରହିଥିଲେ । ସମସ୍ତ କଇଁଛର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ମାଲକାନଗିରିର ସତୀଗୁଡା ଡ୍ୟାମରେ ଛଡାଯାଇଥିବା ସୂଚନା ମିଳିଛି । ବନ ବିଭାଗ ପକ୍ଷରୁ ଏକ ମାମଲା ରୁଜ୍ଜୁ କରାଯାଇଛି ।

Post a Comment

0 Comments