kranti khadu newsଧାରଣାରେ ବସିଲେ ସରକାରୀ ଶିକ୍ଷକ।ମାଲକାନଗିରି,ପଡିଆ:(ଏନ୍ ରବିଙ୍କ ରିପୋର୍ଟ)ଗ୍ରେଡ ପେରୁ ବଞ୍ଚିତ ପ୍ରାଥମିକ ଶିକ୍ଷକ ମାନେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି । ମାଲକାନଗିରି ଜିଲ୍ଲାରେ ଅନେକ ପ୍ରାଥମିକ ଶିକ୍ଷକ କାର୍ଯ୍ୟ କରୁଛନ୍ତ ସରକାରଙ୍କ ନିୟମ ଅନୁଯାୟୀ ପ୍ରାଥମିକ ଶିକ୍ଷକ ମାନେ ୨୮୦୦ ଟଙ୍କା ଗ୍ରେଡପେ ପାଇବା କଥା । କିନ୍ତୁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଅବହେଳା ଯୋଗୁଁ ଆଜି ପଯ୍ୟନ୍ତ ଗ୍ରେଡପେ ପାଇବାରୁ ବଞ୍ଚିତ ହୋଇଛନ୍ତି ।ଶିକ୍ଷକ ଏ ସମ୍ବନ୍ଧରେ ମାଲକାନାଗିରି ଜିଲ୍ଲାପାଳ ବିଶାଲ ସିଂଙ୍କୁ ପ୍ରାଥମିକ ଶିକ୍ଷକ ସଂଘ ପୂର୍ବରୁ ଏକ ଦାବିପତ୍ର ଦେଇଥିଲେ।ତେବେ ଜିଲ୍ଲାପାଳ ମଧ୍ୟ ଶିକ୍ଷକ ମାନଙ୍କୁ ଗ୍ରେଡ ପେ ଦେବାପାଇଁ ନିର୍ଦେଶ ଦେଇଥିଲେ । କିନ୍ତୁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଅବହେଳା ଯଗୁଁ ଆଜି ପର୍ଯନ୍ତ ଏହାର ସମାଧାନ ହୋଇ ପାରୁନଥିବାରୁ ଶିକ୍ଷକ ସଂଘ ଉକ୍ତ ସମସ୍ୟାର ସମାଧାନ ପାଇଁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ । ଏନେଇ ଶିକ୍ଷକଙ୍କ ସହ ଜିଲ୍ଲା ଶିକ୍ଷାଅଧିକାରୀ ଆଲୋଚନା କରିବା ସହ ସମସ୍ଯାର ସମାଧାନ କରିବାକୁ ପ୍ରତିଶୃତି ଦେବାପରେ ଶିକ୍ଷକ ମାନେ ଧାରଣାରୁ ଉଠିଥିଲେ । ଏ ସମ୍ବନ୍ଧରେ ଜିଲ୍ଲା ଶିକ୍ଷା ଅଧିକାରୀ ମାନସ କୁମାର ଜେନାଙ୍କୁ ଯୋଗାଯୋଗ କରିବାରୁ ସେ କହିଛନ୍ତି ଯେ, ଯେଉଁ ଶିକ୍ଷକ ଶିକ୍ଷୟତ୍ରୀ ମାନେ ୨୮୦୦ ଟଙ୍କା ଗ୍ରେଡ ପେ ପାଇ ନାହାନ୍ତି ସେମାନଙ୍କର ତାଲିକା ବ୍ଲକ ଶିକ୍ଷା ଅଧିକାରୀ ମାନେ ମୋ ନିକଟକୁ ପଠାଇଲେ ତୁରନ୍ତ ଗ୍ରେଡପେ ମଞ୍ଜୁର କରାଯିବ ।

Post a Comment

0 Comments