ଆସନ୍ତୁ ଅହଂ ଶବ୍ଦ ପରିତ୍ୟାଗ କରିବା ଆସନ୍ତୁ ମୁଁ /ମୋର ରୂପକ ଅହଂ ଶବ୍ବ କୁ ପରିତ୍ଯାଗ କରିବା ଏବଂ ସତ୍ଯ ରୂପି ପରମାତ୍ମା କୁ ଚିହ୍ମିବା ଚାଳନ୍ତୁ ଗୋଟିଏ ସତ୍ଯାସତ୍ଯ କଥାକୁ କାହାଣି ଆକାରରେ ଶୁଣିବା ! 19 ଓଟଙ୍କ କାହାଣୀ 🐪🐪🐪🐪🐪🐪🐪🐪🐪🐪🐪🐪🐪🐪🐪🐪🐪🐪🐪 ଏକ ଗ୍ରାମରେ ଜଣେ ବ୍ୟକ୍ତିଙ୍କ ପାଖରେ 19 ଓଟ ଥିଲେ । ଦିନେ ସେ ମୃତ୍ୟୁ ବରଣ କଲେ । ମୃତ୍ୟୁ ପରେ ତାଙ୍କର ଇଛାପତ୍ର ପଢ଼ାଗଲା , ଯେଉଁଥିରେ ଲେଖାଥିଲା:- "ମୋର ସମସ୍ତ ଓଟ ମଧ୍ୟରୁ ଅର୍ଦ୍ଧେକ ମୋର ପୁଅକୁ, ସମସ୍ତ ଓଟର ଏକ ଚତୁର୍ଥାଂଶ ଝିଅକୁ, ଆଉ ସମସ୍ତ ଓଟର ଏକ ପଞ୍ଚମ ଅଂଶ ମୋର ଚାକରକୁ ଦିଆଯିବ।" ସମସ୍ତ ଭଦ୍ରଲୋକ ଦ୍ଵନ୍ଦରେ ପଡିଲେ: ଏ ଭାଗବଣ୍ଟା କିପରି ସମ୍ଭବ ? 19 ଓଟଙ୍କୁ ଅଧା କରିବାକୁ ହେଲେ ଗୋଟିକୁ କାଟିବାକୁ ପଡିବ, ତେବେ ଗୋଟିଏ ଓଟ ମରିଯିଵ? ତେବେ ତାହା ପରେ ସମସ୍ତ ଓଟର ଏକ ଚତୁର୍ଥାଂଶ କିପରି ସମ୍ଭବ । ସମସ୍ତ ଵ୍ୟକ୍ତି ଦ୍ଵନ୍ଦରେ। ଏ ପରିସ୍ଥିତିରେ ପାଖ ଗ୍ରାମର ଜଣେ ବୁଦ୍ଧିମାନ ଲୋକଙ୍କୁ ଡାକରା ପଡିଲା। ସେ ବୁଦ୍ଧିମାନ ବ୍ୟକ୍ତି ନିଜ ଓଟରେ ବସି ସେହି ସ୍ଥାନରେ ପହଁଚିଲେ, ସମାସ୍ୟା ଶୁଣିଲେ, ନିଜର ବୁଦ୍ଧି ପ୍ରୟୋଗ କଲେ ଓ କହିଲେ " ଏହି 19 ଓଟଙ୍କ ସହ ମୋର ଓଟକୁ ମିଶାଇ ଭାଗ ବଣ୍ଟନ କରାଜାଉ। ଉପସ୍ଥିତ ସମସ୍ତ ବ୍ୟକ୍ତି ଭାବିଲେ ଏପରି ଇଛାପତ୍ର କରି ମରିଥିବା ବ୍ୟକ୍ତି ଜଣେ ପାଗଳତ ଥିଲେ, ପୁଣି ଏହି ବୁଦ୍ଧିମାନ ବୋଲାଉଥିବା ବ୍ୟକ୍ତି ମଧ୍ୟ ଜଣେ ପାଗଳ ଅଟନ୍ତି। ତେବେ ତାଙ୍କ କଥା ମାନି ପରୀକ୍ଷା କରାଯାଉ । 19+1=20 । 20 ର ଅଧା 10, ପୁଅକୁ ଦିଆଗଲା । 20 ର ଚତୁର୍ଥାଂଶ 5, ଝିଅକୁ ଦିଆଗଲା । 20 ର ଏକ ପଞ୍ଚମାଂସ 4, ଚାକରକୁ ଦିଆଗଲା । 10+5+4=19 ତଥାପି ଗୋଟିଏ ଓଟ ବଳି ପଡିଲା, ଯାହାକି ସେହି ବୁଦ୍ଧିମାନ ବ୍ୟକ୍ତିଙ୍କର ହିଁ ଥିଲା ... । ସେ ତାଙ୍କ ଓଟକୁ ନେଇ ନିଜ ଗ୍ରାମକୁ ଫେରିଗଲେ। ଏହିପରି 1 ଓଟ ମିସାଇବାରୁ, ବାକି 19 ଓଟଙ୍କ ଭାଗବଣ୍ଟା ସୁଖ, ଶାନ୍ତି, ସନ୍ତୋଷ ଓ ଆନନ୍ଦର ସହ ହୋଇପାରିଲା । ଏହିପରି ଆମ ସମସ୍ତଙ୍କର ଜୀବନ ମଧ୍ୟ 19 ଓଟଙ୍କ ପରି। 5 ଜ୍ଞାନେନ୍ଦ୍ରୀୟ (ଚକ୍ଷୁ, ନାସା, ଜିହ୍ଵା, କର୍ଣ, ତ୍ୱଚା) 5 କର୍ମେନ୍ଦ୍ରିୟ (ହସ୍ତ, ପଦ, ଜିଭ, ମୂତ୍ରଦ୍ୱାର, ମଳଦ୍ୱାର) 5 ପ୍ରାଣ (ପାନ, ଅପାନ, ସମାନ, ବ୍ୟାନ, ଉଦାନ) ଏବଂ 4 ଅନ୍ତ କାରଣ (ମନ, ବୁଦ୍ଧି, ଚିତ୍ତ, ଅହଂକାର) ମୋଟ 19 ଓଟଙ୍କ ପରି । ସାରା ଜୀବନ ଆମେମାନେ ଏହି 19 ଓଟଙ୍କ ଭାଗ ବଣ୍ଟନ ସମାଧାନ ପାଇଁ ବ୍ୟସ୍ତ ରହି ଯାଉଛେ । ଏବଂ ଯେପର୍ଯ୍ୟନ୍ତ ଏଥିରେ ଆତ୍ମା ରୂପୀ ତଥା ଓଟକୁ ମିଶା ନଯାଇଛି, ଅର୍ଥାତ ଯେପର୍ଯ୍ୟନ୍ତ ଆମେ ଆଧ୍ୟାତ୍ମିକ ଜୀବନରୁ ଦୁରରେ ରହୁଛେ, ସେପର୍ଯ୍ୟନ୍ତ ସୁଖ, ଶାନ୍ତି, ସନ୍ତୋଷ ଓ ଆନନ୍ଦର ପ୍ରାପ୍ତି ହେବନାହିଁ । 🙏🏽 *ॐ* 🙏🏽 ଓଁ ଜୟ ମାଁ ମାହେଶ୍ୱରୀ ନମୋଃ
0 Comments