କ୍ରାନ୍ତିଖଡୁ ନ୍ୟୁଜ ‐(ରିଙ୍କୁ ଦେବତା ଙ୍କ ରିପୋର୍ଟ )ଜର୍ଣ୍ଣାଲିଷ୍ଟ ଆସୋସିଏସନ୍ ଅଫ ବରଗଡ଼(ଜାବ) ପକ୍ଷରୁ ଆଜି ଗାଇସିଲେଟ ଅଙ୍ଗ ନଦୀ ଡ୍ଯାମ କୂଲରେ ବୃକ୍ଷରୋପଣ :- ଜର୍ଣ୍ଣାଲିଷ୍ଟ ଆସୋସିଏସନ୍ ଅଫ ବରଗଡ଼(ଜାବ) ପକ୍ଷରୁ ଆଜି ଗାଇସିଲେଟ ଅଙ୍ଗ ନଦୀ ଡ୍ଯାମ କୂଲରେ ବୃକ୍ଷରୋପଣ ସଭାପତି ରବିନାରାୟଣ ପଣ୍ଡା ଙ୍କ ତତ୍ଵବଧାନ ରେ ବୃକ୍ଷରୋପଣ କାର୍ଯ୍ୟକ୍ରମ 'ସାମାଜିକ ବନୀକରଣ' ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲ୍ଲା ର ସମସ୍ତ ବ୍ଲକର ସାମ୍ବାଦିକ ମାନେ ଯୋଗଦେଇ ବୃକ୍ଷରୋପଣ କରିଥିଲେ। ଡ଼୍ୟାମ କୂଲ ଓ ପାର୍ଶ୍ଵ କେନାଲର ଉଭୟ ପାର୍ଶ୍ଵରେ ଛତିଆନା, କୃଷ୍ଣଚୂଡ଼ା,ନିମ୍ବ,ବର,ପିପ୍ପଲ,ପଣସ,କରଞ, ବଉଲ ଆଦି ବୃକ୍ଷରୋପଣ ହୋଇଥିଲା। କାର୍ଯକ୍ରମ ର ପ୍ରଥମେ କରୋନା ରେ ପ୍ରାଣ ହରାଇଥିବା ଦିବଙ୍ଗତ କଣ୍ଠଶିଳ୍ପୀ ତପୁ ମିଶ୍ର ଓ ଦିବଙ୍ଗତ ସାମ୍ବାଦିକ ମାନଙ୍କୁ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିବା ସହ ପ୍ରଥମ ବୃକ୍ଷ ଟି ତପୁ ମିଶ୍ର ଙ୍କ ସ୍ମୃତି ରେ ରୋପଣ କରାଯାଇଥିବଲା। ଆଗାମୀ ଦିନରେ ଜିଲ୍ଲା ର ପ୍ରତ୍ୟେକ ବ୍ଳକ ରେ ଥିବା ଐତିହ ସ୍ଥଲି ଓ ଦେବି ଦେବୀ ପୀଠ ସ୍ଥଲି ଗୁଡ଼ିକ ରେ ବୃକ୍ଷରୋପଣ ଜାରି ରଖିବା ପାଇଁ ସଂଘ ପକ୍ଷରୁ ସୂଚନା ଦିଆଯାଇଛି। ଏହି କାର୍ଯ୍ୟକ୍ରମ କୁ ଗାଇସିଲେଟ ୟୁନିଟ ସଂଯୋଜନା କରିଥିବା ବେଳେ ସ୍ଥାନୀୟ ସରପଞ୍ଚ, ଗାଇସିଲେଟ ବନ ବିଭାଗ,ଓ ଡ୍ଯାମ କର୍ମଚାରୀ ସହଯୋଗ କରିଥିଲେ।ଜାବ ର ସାଧାରଣ ସମ୍ପାଦକ ଯୁଧିଷ୍ଠିର ମହାପାତ୍ର, ଯୁଗ୍ମ ସମ୍ପାଦକ ସଞିବ ପୁରୋହିତ, ହେମନ୍ତ ନାୟକ,ବଦ୍ରିପ୍ରସାଦ ସାହୁ, ଗାଇସିଲେଟ ଥାନାଧିକାରୀ ସୁଷମା କୁଅଁର, ଉପାଧ୍ୟକ୍ଷ ପ୍ରଣୟ କୁମାର ସାହୁ, ସମାଜ ସେବୀ କାହ୍ନୁଚରଣ ମାଝୀ,ଭାରତ ଦାସ, ବରିଷ୍ଠ ସାମ୍ବାଦିକ ଦୁର୍ଗା ପ୍ରସାଦ ତ୍ରିବେଦୀ, ରିଙ୍କୁ ଦେବତା, ବିନାୟକ ଗୁରୁ,ଝସକେତନ ସାହୁ, ସଚ୍ଚିଦାନନ୍ଦ ପାତ୍ର, ଶିବଶଙ୍କର ବିଶ୍ବାଳ,ରଙ୍କମଣି ସାହୁ, ପ୍ରଭାକର ଦାସ, ନୀଳକଣ୍ଠ ଦୀପ, ମନୋଜ ଭୋଇ, ରିଙ୍କୁ ସାହୁ ,ରଞିତ ଦାଶ, ଜୟସିଂ ପ୍ରଧାନ ପ୍ରମୁଖ ସାମିଲ ହୋଇଥିଲେ। ଗାଇସିଲାଟ ରୁ ରିଙ୍କୁଦେବତା ଙ୍କ ରିପୋର୍ଟ କ୍ରାନ୍ତିଖଡୁ

Post a Comment

1 Comments

  1. ବହୁତ ସୁନ୍ଦର ଦିଶୁଛୁ । କିନ୍ତୁ ବର୍ତ୍ତମାନ ଲଗାଯାଇଥିବା ଗଛ ମରିଗଲାଣି , ପାଣି ଦବ କିଏ? ପକେଟ୍ ଗରମ କଲେ ହେବ ନାହିଁ।

    ReplyDelete