କ୍ରାନ୍ତିଖଡୁ ନ୍ୟୁଜ ‐ପୁଅ ଜନ୍ମ ଦିନ ରେ ମାତା ପିତାଙ୍କ ଅଙ୍ଗ ଦାନ ଘୋଷଣା(ରିଙ୍କୁ ଦେବତାଙ୍କ ରିପୋର୍ଟ ଗାଇସିଲେଟ) ନିଜ ପୁଅ କିମ୍ବା ଝିଅ ଜନ୍ମ ଦିନ ପାଇଁ ପାଲନ କରିବା ପାଇଁ ପ୍ରତ୍ୟେକ ମା ବାପା ନିଜ ସାମର୍ଥ୍ୟ ଅନୁସାରେ ଅନେକ ଆଡ଼ମ୍ବର କରିଥାନ୍ତି। ବରଗଡ଼ ଜିଲ୍ଲା ର ଉପାନ୍ତର ଅଞ୍ଚଳ ଭାବେ ପରିଚିତ ଗାଇସିଲେଟ ବ୍ଲକ ରାଇସଲପଦର ଗାଁ ର ପ୍ରେମାନନ୍ଦ ସାହୁ ଏବଂ ପତ୍ନୀ ପଦ୍ମିନୀ ସାହୁ ଙ୍କ ଏକ ମାତ୍ର ପୁଅ ମୁକେଶ କୁମାର ସାହୁ ଙ୍କ ରବିବାର ୨୭ ତମ ଜନ୍ମ ଦିନ ପାଳନ ଅବସରରେ ଏପରି ଏକ ନିଷ୍ପତ୍ତି ନେଇଛନ୍ତି।ଯାହା ଫଳରେ ଅଞ୍ଚଳ ରେ ତାଙ୍କୁ ତଥା ପରିବାର କୁ ପ୍ରଶଂସା ର ସୁଅ ଛୁଟିଛି। ମୁକେଶ ଜଣେ ସଚେତନ ନାଗରିକ ତଥା ପରୋପକାରୀ ହିସାବରେ ଅଞ୍ଚଳରେ ପରିଚିତ।ଆଜି ତାଙ୍କ ଜନ୍ମଦିନ ଅବସରରେ ପୂର୍ବ ଯୋଜନା ମୁତାବକ ସେ ଓ ତାଙ୍କ ମାତା ପିତା ଚକ୍ଷୁ ଦାନ ସହ ମୃତ୍ୟୁ ପରେ ଶରୀର ଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ସେମାନେ ଆବଶ୍ୟକୀୟ ଦସ୍ତାବିଜରେ ସ୍ବାକ୍ଷର କରି ବୁର୍ଲା ମେଡିକାଲ କୁ ପଠାଇ ଦେଇଥିବା ଜଣାପଡିଛି। ଜନ୍ମ ଦିନ ଅବସରରେ ସାହୁ ପରିବାର ର ଏହି ନିଷ୍ପତ୍ତି ଅନ୍ୟମାନ ଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି।

Post a Comment

0 Comments