ବିନାଶ ମୁଖରେ ସାଧବ ବୋହୂ(ରିଙ୍କୁ ଦେବତା)-ଲାଲ ଟୁକୁ ଟୁକୁ ସାଧବ ବୋହୂ,ନାଲି ଶାଢ଼ୀ ପିନ୍ଧି କୁଆଡେ ଯାଉ।ସ୍ରଷ୍ଟା ଙ୍କ ସୁନ୍ଦର କାରିଗରୀ ଲାଲ ଟୁକୁ ଟୁକୁ ସାଧବ ବୋହୂ। ଟିପଟିପ ବର୍ଷା ରେ କିମିଆଁ କରୁଛି ରୂପ ରାଇଜର ରାଣୀ। ବର୍ଷା ର ଆଗମନରେ ନାଲି ପାଟ ପିନ୍ଧି ମନ ମହୁଛି ସାଧବ ବୋହୂ ର ଲାଜୁଆ ଚାହାଣୀ। ଟିକି ଟିକି ନାଲି ପାଦରେ ଧରା ପୃଷ୍ଠରେ ନୈସର୍ଗୀକ ସୁଷମା ର ପସରା ମେଲାଇ ଦେଇଛନ୍ତି ପ୍ରକୃତି ର ଏହି ସୁନ୍ଦର ଜୀବ। ଅନନ୍ୟ ସୃଷ୍ଟି ର ଅପରୂପ ବିନ୍ଧାଣି ଏ ସାଧବ ବୋହୂ।ଟିପଟିପ ବର୍ଷା ରେ ବିଲରେ,ଘାଁସ ଗାଲିଚାରେ ଥିରି ଥିରି ଚାଲୁଥିବା ସାଧବ ବୋହୂ ପିଲାଠୁ ବୁଢ଼ା ଯାଏ ସଭି ଙ୍କ ଦୃଷ୍ଟି ଆକର୍ଷଣ କରନ୍ତି। ବିଶେଷ କରି ମୈସୁମୀ ର ପହିଲି ପରସ ପାଇବା ପରେ ପୃଥିବୀ ପୃଷ୍ଠ ଶୋଭା ବଢାଉଥିବା ଏହି ସାଧବ ବୋହୂ ଙ୍କୁ ଦେଖି ଅଧିକ ଖୁସି ଅନୁଭବ କରନ୍ତି କୁନିକୁନି ପିଲା। ହେଲେ ଦୁର୍ଭାଗ୍ୟ ବଶତଃ ବର୍ତ୍ତମାନ ର ଆଧୁନିକ ଯନ୍ତ୍ରପାତି ଏବଂ ଜୈବିକ ସାର ର ବ୍ୟବହାର ଦ୍ବାରା ପ୍ରଦୂଷିତ ପରିବେଶ ରେ ଏ ମାନଙ୍କ ବଂଶ ଲୋପ ପାଇବାକୁ ବସିଲାଣି। ଆଧୁନିକ ତାର ଚାଦର ତଲେ ଚାପି ହୋଇଗଲେଣି ଏ ସୁନ୍ଦର ଜୀବ। ପହିଲି ଆଷାଢ଼ ର ପହିଲି ବର୍ଷା ଧାର ମାଟି କୁ ଛୁଇଁବା ପରେ ଧରଣୀ ରାଣୀ କୋଲ ରୁ ଜନ୍ମ ନିଏ ସାଧବ ବୋହୂ।ହେଲେ ଦୁର୍ଭାଗ୍ୟ ର ବିଷୟ ବିନାଶ ମୁଖରେ ସାଧବ ବୋହୂ ପୋକ। ଆଗାମୀ ପିଢ଼ି ଙ୍କ ପାଇଁ ବୋଧଏ ସୁନ୍ଦର ଜୀବ ଇତିହାସ ପାଲଟିଯିଵ। ବିଭିନ୍ନ ପ୍ରକାରର ରାସାୟନିକ ଦ୍ରବ୍ୟ ର ବ୍ୟବହାର ତଥା ଅସ୍ବଭାବିକ ପରିବେଶ ଯୋଁଗୁ ବଂଶ ମୋକ୍ଷ କୁ ଠେଲି ହୋଇଯାଉଛନ୍ତି ଏ ମାନଙ୍କ ବଂଶ।ବେଲ ହୁଁ ସଚେତନ ନ ହେଲେ ଭଗବାନଙ୍କ ସୁନ୍ଦର ସୃଷ୍ଟିର ଏ ସୁନ୍ଦର ଜୀବ କୁ ଆଉ ଦେଖିବାକୁ ମିଳିବନି ।

Post a Comment

0 Comments