କ୍ରାନ୍ତିଖଡୁ ନ୍ଯୁଜ ‐ଟୀକାଦାନ କେନ୍ଦ୍ର ରେ ଜମୁଛି ଭିଡ,କରୋନା କଟକଣା କୁ ଫୁ ...ପଦ୍ମପୁର:-ବରଗଡ଼ ଜିଲ୍ଲା ପାଇକମାଳ ବ୍ଳକ ରେ ଆଜି ଦେଖିବାକୁ ମିଳୁଛି ପ୍ରବଳ ଭିଡ଼ lକରୋନା ଟୀକାକରଣ କେନ୍ଦ୍ର ରେ ନାହିଁ ନଥିବା ଭିଡ ପରିଲକ୍ଷିତ ହୋଇଛି lଆଗ୍ରହ ର ସହ ଲୋକେ ଟୀକା ନେବାପାଇଁ ଆସିଥିବାବେଳେ ବେଳେ ଗୋଟିଏ କେନ୍ଦ୍ର ଥିବା ହେତୁ ଭିଡ଼ ହେବା ସ୍ୱାଭାବିକ lଭିଡ ହେବାଦ୍ବାରା କରୋନାସଂକ୍ରମଣ କୁମଧ୍ୟ ଏଡାଇ ଦିଆ ଯାଇନପାରେ lସାମାଜିକ ଦୂରତା ର ଦୃଶ୍ୟ ଫଟୋ ରୁ ଆପଣମାନେ ଜାଣିପାରିବେ lଭିଡ କୁ ଆୟତଃ କରିବାପାଇଁ ସ୍ଥାନୀୟ ପୋଲିସ ମୁତୟନ ଥିବା ସତ୍ବେ ଲୋକେ ଖାତିର ମଧ୍ୟ କରୁନାହାନ୍ତି lଏଣୁ ଏଦିଗରେ ବରଗଡ ସି.ଡି.ଏମ.ଓ ମହାଶୟ ଧ୍ୟାନଦେଇ ଅତିଶିଘ୍ର ଟୀକାଦାନ କେନ୍ଦ୍ର ରେ ଭିଡ କମାଇବାକୁ ଦୁଇଟି ପୃଥକ ପୃଥକ ସ୍ଥାନ ମାନଙ୍କରେ ଲୋକଙ୍କ ସୁବିଧା କୁ ଆଖି ଆଗରେ ରଖି ଅତିଶିଘ୍ର ଖୋଲିବାକୁ ସାଧାରଣ ରେ ଦାବୀ ହେଉଛି lବରଗଡ ପଦ୍ମପୁର ରୁ ସୁରେନ୍ଦ୍ର ମେହେର
0 Comments