କ୍ରାନ୍ତିଖଡୁ ନ୍ୟୁଜ :-ଭଗବାନ ଭରସାରେ ଗାଇସିଲାଟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ! (ରିଙ୍କୁଦେବତା ଙ୍କ ରିପୋର୍ଟ)‐‐‐‐‐‐‐‐‐‐‐‐‐‐‐‐‐‐‐‐‐‐‐‐‐‐‐‐‐‐‐‐‐‐‐‐‐‐‐(ଗାଇସିଲେଟ ରେ ବିଗିଡି ଗଲାଣି ସ୍ବାସ୍ଥ୍ୟ ସେବା, ଛାତ ଖଣ୍ତ ଖସି କର୍ମଚାରୀ ଗୁରୁତର)କରୋନା ଦ୍ବିତୀୟ ଲହର ମାଡ଼ରେ ସାରା ଦେଶର ସ୍ଥିତି ଦୋହଲିଯାଇଛି। ସରକାର ଚିକିତ୍ସା ର ଭିତ୍ତି ଭୂମି ସଜାଡ଼ିବା ରେ ବ୍ୟସ୍ତ।ଏଣେ ସବୁ ଡାକ୍ତର ଖାନା ରେ ରୋଗୀ ଭର୍ତ୍ତି।କରୋନା ରୋଗୀ ସଂଖ୍ୟା ବଢ଼ିବାରେ ଲାଗିଛି ‌।ଏଥିରୁ ଗାଇସିଲେଟ ବ୍ଲକ ବାତ ପଡ଼ିନାହିଁ।ଏମିତି ସମ୍ବେଦନଶୀଳ ପରିସ୍ଥିତି ରେ ଗାଇସିଲେଟ ବ୍ଲକ ସଦର ମହକୁମା ରେ ଥିବା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର କୋମା ରେ। ଏଠାରେ ନା ବିଶେସଜ୍ଞ ଡାକ୍ତର ଅଛନ୍ତି,ନା ଅଛନ୍ତି ଫାର୍ମାସିଷ୍ଟ ।ଜଣେ ମାତ୍ର ମହିଳା ଡାକ୍ତର।ସେ ପୁଣି ଡେପୁଟେସନ ରେ ଆସିଛନ୍ତି। ଫାର୍ମାସିଷ୍ଟ କିମ୍ବା ଆଟେଣ୍ଡାଣ୍ଟ,ଲାବୋରୋଟାରୀ,ଟେଗ୍ନିସିଆନ କଥା ଦୂରେ ଥାଉ କେହି ମଧ୍ୟ ନାହାଁନ୍ତି। ସ୍ଥିତି ଏଭଲିଯେ,ଵ୍ୟାଣ୍ଡେଜ କରିବାପାଇଁ କାମଚଳା ଲୋକଙ୍କ ଉପରେ ନିର୍ଭର କରିବାକୁ ପଡ଼ିଥାଏ। ଔଷଧ ପାଇଁ ମଧ୍ୟ ତାଲପାଲି ସିଏଚସି ଉପରେ ନିର୍ଭର କରିବାକୁ ପଡ଼ୁଛି। ମୋଟାମୋଟି ଭାବେ ଭଗବାନ ଭରସାରେ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରହିଛି।ଏଥିରୁ ଏହି ଅଞ୍ଚଳ ର ରୋଗୀ ସେବା କି ଭଲି ଥିବ ଆପଣ ତାହା ସହଜ ରେ ଅନୁମାନ କରିପାରୁ ଥିବେ।ଏବେ କରୋନା ପରୀକ୍ଷା ସାଙ୍ଗକୁ ଟୀକାକରଣ ପ୍ରକ୍ରିୟା ଚାଲିଛି ।ତେବେ କରୋନା ଆକ୍ରାନ୍ତ ଙ୍କ ପାଇଁ ଏଠାରେ ଶଯ୍ଯା ଟିଏ ନାହିଁ।ଜନ ପ୍ରତିନିଧି ଏବଂ ପ୍ରଶାସନ ଗାଇସିଲେଟ କୁ ସବୁ ଦୃଷ୍ଟି ରୁ ଅବହେଳା କରିଥିବା ଲୋକେ ଖୋଲା ଅଭିଯୋଗ ଆଣିଛନ୍ତି। ୨୦୧୮ଉପ ନିର୍ବାଚନ ବେଲେ ତରଵରିଆ ଭାବେ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର କୁ ଉନ୍ନିତ କରାଗଲା। ସେତେ ବେଲେ ଲୋକ ଦେଖାଣିଆ ଡାକ୍ତର ବି ନିଯୁକ୍ତି ଦିଆଗଲା।ନୀର୍ବାଚନ ସରିଲା ଏଠାରୁ ଡାକ୍ତର ମାନଙ୍କ ସଂଖ୍ୟା କମି ବାରେ ଲାଗିଲା ! ଜଣ ଜଣ କରି ସଭିଁଏ ଗଲେ,ହେଲେ ଆଉ ଫେରିଲେ ନାହିଁ। ଏହି ନିକଟରେ ବରଗଡ଼ ଜିଲ୍ଲାପାଲ ଅଚାନକ ଗାଇସିଲେଟ ବ୍ଲକ ଗ୍ରସ୍ତ କରି ଏଠାକାର ଅବ୍ୟବସ୍ଥା ସଂପର୍କରେ ଅବଗତ ହେଲେ।ସୁଧାର ପାଇଁ ପ୍ରତିଶ୍ରୁତି ବି ଦେଲେ। କିନ୍ତୁ କିଛି କାମରେ ଲାଗିଲା ନାହିଁ।ଏଣେ ସ୍ଥାନୀୟ ଜନ ପ୍ରତିନିଧି ମଧ୍ୟ କେହି ମୁହଁ ଖୋଲୁ ନାହାନ୍ତି। ଯେତେବେଲେ ବିଜେପୁର ନିର୍ବାଚନ ମଣ୍ଡଳୀ ଉପନିର୍ବାଚନୀ ଚାଲିଥିଲା ସେ ସମୟରେ ଏକ ଗୁରୁତ୍ବପୂର୍ଣ୍ଣ ରଣ ଭୂମି ହେଲା ଗାଇସିଲେଟ।ହେଲେ ଏହି ରଣଭୂମି ଏଵେ ରୋଗୀର ମରଣ ଭୂମି ପାଲଟି ଯାଇଛି।ଆଜି ସକାଲେ ଡାକ୍ତର ଖାନା ବର୍ହିବିଭାଗର ଛାତ କିଛି ଅଂଶ ଖସି ଯାଇଛି।ଫଲରେ ଏକ କର୍ମଚାରୀ ଗୁରୁତର ହୋଇଛନ୍ତି।ଏଣେ ସାଧାରଣ ଜନତାଙ୍କ ସ୍ୱାସ୍ଥ ସମସ୍ୟା ଉପରେ ଚିନ୍ତାର କାରଣ ବଢ଼ିବାରେ ଲାଗିଛି ଏଥିପ୍ରତି ସ୍ଥାନୀୟ ପ୍ରଶାସନ ଦୃଷ୍ଟି ଦେବାକୁ ଦାବି ହେଉଛି ! ଗାଇସିଲାଟ ରୁ ରିଙ୍କୁଦେବତା ଙ୍କ ରିପୋର୍ଟ କ୍ରାନ୍ତିଖଡୁ !

Post a Comment

0 Comments