କ୍ରାନ୍ତିଖଡୁ ନ୍ୟୁଜ‐ବେସାହାରା ଜୟକୁମାରୀ ଙ୍କୁ ସାହା ହେବ କିଏ ?(ରିଙ୍କୁ ଦେବତା ଙ୍କ ରିପୋର୍ଟ)ଇନ୍ଦିରା ଆବାସ ଅପେକ୍ଷା ରେ, ବିତିଯିବ ଜୀବନ।ଗାଇସିଲେଟ ବ୍ଳକ ଅନ୍ତର୍ଗତ ଗୁଦେରପାଲି ଗ୍ରାମ ପଞ୍ଚାୟତ ର ବେହେରାବାହାଲି ଗାଁ ର ଜୟକୁମାରୀ କୁମ୍ଭାର (୫୪)ଜଣେ ଅସହାୟ ବିଧବା। ତାଙ୍କ ର ଆଗ ପଛରେ କେହି ନାହାନ୍ତି।ସେ ପଦ୍ମପୁର ବ୍ଳକ ର ବଗେଇଜୁରୀ ଗ୍ରାମ ରେ ବିବାହ କରିଥିଲେ। ମାତ୍ର ପାଞ୍ଚ ବର୍ଷର ଘର ସଂସାର କଲାପରେ ତାଙ୍କ ସ୍ବାମୀ ଙ୍କ ମୃତ୍ୟୁ ହୋଇଗଲା।ଏହା ପରେ ଶାଶୁ ଘରେ ନିର୍ଯ୍ୟାତନା ଦେବା ଆରମ୍ଭ କଲେ। ଶେଷରେ ବାଧ୍ୟ ହୋଇ ସେ ବାପ ଘରକୁ ଚାଲିଆସିଲେ।ଏବେ ଆଉ ତାଙ୍କ ମା'ବାପା ମଧ୍ୟ ନାହାଁନ୍ତି।ସେ ସଂପୂର୍ଣ୍ଣ ରୁପେ ଏକାକି ଓ ବେ ସାହାରା। ଅନ୍ୟ ର ଯାଗାରେ କୁଡ଼ିଆ ଟିଏ କରି ଜୀବନ ବିତାଉଛନ୍ତି। ସରକାରୀ ସହାୟତା କହିଲେ ଭତ୍ତା ୫୦୦ ଓ ମାସକୁ ୫ କିଲୋ ଚାଉଳ। ଇନ୍ଦିରା ଆବାସ ପାଇଁ ସେ ଦୀର୍ଘ ୭ବର୍ଷ ହେଲା ସ୍ଥାନୀୟ ସରପଞ୍ଚ , ଓ୍ବାଡ ମେମ୍ବର ଏପରିକି ଗାଇସିଲେଟ ବିଡ଼ିଓ ଙ୍କ ଦ୍ବାରସ୍ଥ ମଧ୍ୟ ହେଲେଣି। ତଥାପି ଆଜି ପର୍ଯ୍ୟନ୍ତ ତାଙ୍କୁ ଇନ୍ଦିରା ଆବାସ ଟିଏ ମିଲିପାରି ନାହିଁ।
0 Comments