କ୍ରାନ୍ତିଖଡୁ ନ୍ଯୁଜ:-ସାପ କାମୁଡାରେ ବୃଦ୍ଧ ବ୍ୟକ୍ତି ଙ୍କ ମୃତ୍ୟୁ (ଏନ.ରବି କୁମାର ଙ୍କ ରିପୋର୍ଟ)ମାଲକାନଗିରି ଜିଲ୍ଲା ପଡ଼ିଆ ବ୍ଲକ ଅନ୍ତର୍ଗତ ପଡ଼ିଆ ପଞ୍ଚାୟତ ନିକଟସ୍ଥ କମାରଗୁଡା ଗ୍ରାମ ରେ ଆଜି ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ସୂଚନା ମୁତାବକ କାଲି ରାତିରେ ସୟାମ୍ ଦୁଲା ନାମକ ବ୍ୟକ୍ତି ନିଜ ଘରେ ଶୋଇ ଥିବା ସମୟରେ ଏକ ବିଷଧର ସାପ କାମୁଡି ଦେଇଥିଲା। ଘର ଲୋକ ତାକୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାକୁ ନେଯାଇଥିଲେ।। ସେଠାରେ ତାଙ୍କର ଚିକିତ୍ସା ସମୟରେ ମୃତ୍ୟୁ ଘଟିଥିଲା। ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ କୁ ଶବ ବ୍ୟବଚ୍ଛେଦ ପାଇଁ ପଠେଇ ଛନ୍ତି। ଏବଂ ପୋଡିଆ ଥାନା ରେ ୧୩/୨୧ନାମ ରେ କେଶ‌ ରୁଜୁ କରି ତଦନ୍ତ ପରିସରଭୁକ୍ତ କରିଛନ୍ତି ।

Post a Comment

0 Comments