କ୍ରାନ୍ତିଖଡୁ ନ୍ୟୁଜ ‐ନ୍ୟାସନାଲ ଗ୍ରୀନ ଟ୍ରିବୁନାଲ(ଏନଜିଟି) ର ନିର୍ଦେଶ କୁ ବେଖାତିର କରୁଛି ବରଗଡ଼ ପୌର ପ୍ରଶାସନବରଗଡ଼: ଗତ ୫ ତାରିଖ ବିଶ୍ୱ ପରିବେଶ ଦିବସ ପାଳନ ହୋଇଛି ସତ କିନ୍ତୁ ବରଗଡ଼ ଉପକଣ୍ଠ ରେ ଥିବା ପୁରୁଷୋତ୍ତମ ନଗର, ମୁଣ୍ଡାପଡା ଅଧିବାସୀଙ୍କ ପାଇଁ ଏହି ଦିବସର କିଛି ମହତ୍ତ୍ୱ ନାହିଁ କାରଣ ବରଗଡ଼ ସହରର ସମସ୍ତ ଅଳିଆ ଆବର୍ଜନା ସବୁ ଏହି ପଡା ନିକଟରେ ଡମ୍ପିଙ୍ଗ କରି ପୌର ସଂସ୍ଥା ତାହାକୁ ଏକ ଅପରିଷ୍କାର, ଦୁର୍ଗନ୍ଧମୟ ପରିବେଶ କରିଛି । ନ୍ୟାସନାଲ ଗ୍ରୀନ ଟ୍ରିବୁନାଲ ର ନିର୍ଦେଶ ଅନୁସାରେ ସହରର ବାହାରକୁ ଏପରି ଆବର୍ଜନା ପକେଇବା ପାଇଁ ନିର୍ଦେଶ ରହିଛି ଏବଂ ପୌର ପ୍ରଶାସନ ଏହାକୁ ଗତ ମଇ ୩୧ ସୁଦ୍ଧା ପାଳନ କରି ଥିବା ଦର୍ଶାଇଛି । କିନ୍ତୁ ବାସ୍ତବତା ହେଉଛି କୌଣସି ପ୍ରକାର ର ନିର୍ଦେଶ କୁ ପାଳନ କରାଯାଇ ନାହିଁ । ଏହି ଜନବସତି ଅଂଚଳ ଆବର୍ଜନାମୟ ହେବା ସହ ସ୍ୱାସ୍ଥ୍ୟ ପ୍ରତି ବିପଦ ସୃଷ୍ଟି କରିଛି । ଏହାର ପ୍ରତିବାଦ ରେ ୨୦୧୭ ମସିହାରୁ ଅଞ୍ଚଳବାସୀ ଆନ୍ଦୋଳନ କରି ଆସୁଛନ୍ତି ହେଲେ ମିଥ୍ୟା ପ୍ରତିଶୃତି ଦେଇ ଲୋକଙ୍କୁ ଠକି ଚାଲିଛି ପ୍ରଶାସନ । ଜନ ପ୍ରତିନିଧି ମାନେ ଏହା ଉପରେ କୌଣସି ପଦକ୍ଷେପ ନେଉ ନାହାନ୍ତି ଯାହାକି ବଧ୍ୟ ହୋଇ ଗାଡି ଅଟକାଇବା ଭଳି ପଦକ୍ଷେପ ନେଉଛନ୍ତି ।

Post a Comment

0 Comments