କ୍ରାନ୍ତି ଖଡୁ ନ୍ୟୁଜ -(ବ୍ୟୁରୋ)ନବୀନଙ୍କ ସାମ୍ରାଜ୍ୟ ରୀତାଙ୍କ ଗଡ଼ରେ ଗମନା ଗମନ ସୁବିଧା ଠପ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ଵିତୀୟ ନିର୍ବାଚନ ମଣ୍ଡଳୀରେ ରାସ୍ତା ପାଲଟିଛି ମରଣଜନ୍ତା ।ବିଧାୟିକା ରିତା ସାହୁଙ୍କ ଗଡ଼ରେ ଜନତାଙ୍କ ମଧ୍ୟରେ ଦେଖା ଦେଇଛି ଅସନ୍ତୋଷ । ଦିନେ କି ଦୁଇ ଦିନ ନୁହେଁ ପ୍ରାୟ ଅନେକ ସମୟରେ ରାସ୍ତାର ଅବସ୍ଥା ଯୋଗୁଁ ଦୁର୍ଘଟଣାର ଶିକାର ହେଉଛନ୍ତି ଅଞ୍ଚଳବାସୀ । ମୁଖ୍ୟମନ୍ତ୍ରୀଙ୍କ ବିଜେପୁର ନିର୍ବାଚନ ମଣ୍ଡଳୀ ଅଧୀନସ୍ତ ବରପାଲି ସହରର ରେଲୱେ ଫ୍ଲାଏ ଓଭର ବ୍ରିଜ ବାଏପାସ ରାସ୍ତାର ଅବସ୍ଥା କହିଲେ ନସରେ । ବଡ ବଡ ଖାଲ ଢ଼ିପ ସହ ରାସ୍ତାରେ ପାଣି ଜମା ହୋଇ ରହୁଥିବାରୁ ଅଞ୍ଚଳବାସୀ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି ।ଏହି ରାସ୍ତା ଦେଇ ସୋନପୁର ,ବୌଦ୍ଧ ଭୁବନେଶ୍ୱର ଓ ଜଗନ୍ନାଥ ଧାମକୁ ପ୍ରତ୍ୟେକ ଦିନ ଲକ୍ଷ ଲକ୍ଷ ଲୋକ ଯିବା ଆସିବା କରୁଥିବା ବେଳେ ରାସ୍ତାର ଅବସ୍ଥା ଯୋଗୁଁ ଅଞ୍ଚଳବାସୀଙ୍କ ମଧ୍ୟରେ ଦେଖା ଦେଇଛି ପ୍ରବଳ ଅସନ୍ତୋଷ । ଏହି ସମସ୍ୟା ନେଇ ଅନେକ ଥର ପ୍ରଶାସନ ଓ ସ୍ଥାନୀୟ ଜନ ପ୍ରତିନିଧିଙ୍କୁ ଅବଗତ କରାଇଥିଲେ ମଧ୍ୟ ସମସ୍ତେ ଜାଣିଶୁଣି ଚୁପ ହୋଇ ହାତ ବାନ୍ଧି ବସିଥିବା ଅଞ୍ଚଳବାସି ଅଭିଯୋଗ କରିଛନ୍ତି । ଅନ୍ୟପଟେ ଏହି ରାସ୍ତା ପାଇଁ ପ୍ରତ୍ୟେକ ଦିନ ଲୋକେ ଦୁର୍ଘଟଣାର ସମ୍ମୁଖୀନ ହେଉଥିବା ବେଳେ ଖୁବଶୀଘ୍ର ସ୍ଥାନୀୟ ନେତା ଓ ପ୍ରଶାସନ ପକ୍ଷରୁ ଏହି ରାସ୍ତାକୁ ପିଚୁ ରାସ୍ତା ନିର୍ମାଣ କରାନଗଲେ ରାଜରାସ୍ତାକୁ ଆସି ଆନ୍ଦୋଳନ କରିବେ ବୋଲି ବରପାଲିବାସୀ କଡା ଚେତାବନୀ ଦେଇଛନ୍ତି ।

Post a Comment

0 Comments