କ୍ରାନ୍ତିଖଡୁ ନ୍ୟୁଜ- ସୋହେଲା ଠାରେ କବି ସତ୍ୟ ନାରାୟଣ ବହିଦାର ଓ ଶ୍ରୀଧର ଜୟନ୍ତୀ ପାଳିତସୋହେଲା ଶ୍ରୀ ରାମ କଲେଜ ଠାରେ କବି ସତ୍ୟନାରାୟଣ ବହିଦାର ଏବଂ କବି ଶ୍ରୀଧର ପ୍ରଧାନ ଙ୍କ ଜୟନ୍ତୀ ପାଳିତ ହୋଇଯାଇଛି। ଅବସରପ୍ରାପ୍ତ ଅଧ୍ୟକ୍ଷ ଟେକଚାନ୍ଦ ଦୁଆନ ଙ୍କସଭାପତିତ୍ବରେ ଅନୁଷ୍ଠିତ ଏହି ସଭାରେ ମୁଖ୍ୟ ଅତିଥି ଭାବେ ଶିକ୍ଷାବିଦ୍ ଗିରିଜା ଶଙ୍କର ଆଚାର୍ଯ୍ୟ,ମୂଖ୍ୟ ବକ୍ତା ଭାବେ ପଣ୍ଡିତ ପୂର୍ଣ୍ଣଚନ୍ଦ୍ର ସାହୁ,ସମ୍ମାନିତ ଅତିଥି ଭାବେ ମଂଜୂ ଦେବୀ, ଅଶୋକ ପୂଜାରୀ ଉପସ୍ଥିତ ଥିଲେ। ସଭା ପ୍ରାରମ୍ଭରେ ଅତିଥି ମାନେ ଉଭୟ କବିଙ୍କ ଫଟୋ ଚିତ୍ରରେ ଦୀପ ପ୍ରଜ୍ବଳନ କରିଥିଲେ। ବର୍ତ୍ତମାନ ସମୟରେ ସମ୍ବଲପୁରୀ ଭାଷା ସାହିତ୍ୟର ବିକାଶ ପାଇଁ ସମସ୍ତେ ଏକତ୍ରିତ ହୋଇ ଆଗେଇ ଆସିବାକୁ ଆହ୍ବାନ କରିଥିଲେ। ଏହି ସଭାରେ ବରିଷ୍ଠ ସାମ୍ବାଦିକ ପ୍ରଦୀପ୍ତ ଭାନୁ ମହାନ୍ତି ଙ୍କୁ ଶିଶୁ ସାହିତ୍ଯ ର ବିକାଶ ନିମନ୍ତେ ସମ୍ବର୍ଧନା ଦିଆ ଯାଇଥିଲା। କେଦାରନାଥ ସାହୁ ଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ସଭାରେ ଅଧ୍ୟାପକ ସୁକୁମାର ଅତିଥି ପରିଚୟ ତଥା ଉଦ୍ଦେଶ୍ୟ ଜ୍ଞାପନ ଏବଂ ନାରାୟଣ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ସଭାରେ ସମଲପୁରୀ ପତ୍ରିକା ଧାର୍ ର ଅଗଷ୍ଟ ସଂଖ୍ୟାକୁ ଅତିଥି ମାନେ ଉନ୍ମୋଚନ କରିଥିଲେ। କବି ମୁନିରାମ କୁମ୍ଭାରଙ୍କ ସଂଯୋଜନାରେ କବି ରୋହିତ ମେହେର, ହରିଲାଲ ସାହୁ, ଅଧିକାରୀ ସା, ରାମପ୍ରସାଦ ବାଗ, ରଞ୍ଜିତ ପଧାନ,ନକୁଳ ମେହେର, ବନବସ ଭୁଏ, ମୋହିତ ସାହୁ, ଲଳିତ ବାରିକ,ସନୟ ମେହେର,ବାବଲୁ ଦାଶ ସ୍ବରଚିତ କବିତା ପାଠ କରିଥିଲେ । ଏହି କାର୍ଯକ୍ରମ ରେ ଜାମିନୀ ବାରିକ ପ୍ରାରମ୍ଭିକ ସଂଗୀତ ଗାନ କରିଥିଲେ। ଏହି ଜୟନ୍ତୀକୁ ପ୍ରଜ୍ଞା ଭାରତୀ, କେର୍ମେଲି,ସାହିତ୍ଯ ସଂସଦ ସୋହେଲା,ଦଇନି ସାହିତ୍ଯ ସଂସ୍କୃତି ପରିଷଦ, ବେହେରାପାଲି ଆୟୋଜନ କରିଥିଲେ।

Post a Comment

0 Comments