କ୍ରାନ୍ତି ଖଡୁ ନ୍ୟୁଜ-କୁମ୍ଭକର୍ଣ୍ଣ ନିଦ୍ରାରେ ପଞ୍ଚାୟତୀ ରାଜ ବିଭାଗ!ରାସ୍ତା ନିର୍ମାଣ କଲେ ସ୍ୱେଚ୍ଛାସେବୀ ।(ରିଙ୍କୁଦେବତା ଙ୍କ ରିପୋର୍ଟ)ଜନସାଧାରଣ ନିଜର ସାମୁହିକ ସମସ୍ୟାର ସମାଧାନ ପାଇଁ ସରକାରଙ୍କ ପାଖରେ ଗୁହାରୀ କରିଥାନ୍ତି । ହେଲେ ସରକାରୀ ବାବୁ ଯେତେ ଅଣଦେଖା କରନ୍ତି , ଜନସାଧାରଣ ଅତିଷ୍ଠ ହୋଇ ନିଜେ ନିଜେ ଏକଜୁଟ ହୋଇ ସମସ୍ୟାର ସମାଧାନ କରିବା ପାଇଁ ଚେଷ୍ଟା କରିଥାନ୍ତି । ଏଭଲି ଏକ ଘଟଣା ଦେଖିବାକୁ ମିଲିଛି ପଦ୍ମପୁର ସହର ନିକଟସ୍ଥ ଚାରପାଲି ଗ୍ରାମରେ । ପଦ୍ମପୁର ବ୍ଳକ ବରିକେଲ ପଞ୍ଚାୟତ ଚାରପାଲି ଗ୍ରାମକୁ ମୁଖ୍ୟ ରାସ୍ତାରୁ ଗୋଟିଏ ପକ୍କା ରାସ୍ତା ନାହିଁ । ପକ୍କା ରାସ୍ତା ନ ଥିବା କାରଣରୁ ବର୍ଷା ଦିନ ଲୋକ ଯିବା ଆସିବା ପାଇଁ ବହୁ ଅସୁବିଧା ସମ୍ମୁଖୀନ ହୋଇଥାନ୍ତି । ଏ ବିଷୟରେ ଗ୍ରାମବାସୀ ବିଭିନ୍ନ ସମୟରେ ବିଭାଗୀୟ ଅଧିକାରୀଙ୍କୁ ଲିଖିତ ଭାବେ ଜଣାଇଥିଲେ ମଧ୍ୟ କିଛି ସମାଧାନ ହୋଇପାରିଇନାହିଁ । ଗ୍ରାମବାସୀଙ୍କ ଅସୁବିଧା ଦେଖି ଚାରପାଲି ଗ୍ରାମର ରୁପେନ ପାଣ୍ଡେ ନାମକ ଜଣେ ସ୍ବେଚ୍ଛାସେବୀ ଯୁବକ ନିଜସ୍ବ ଅର୍ଥରେ ରାସ୍ତାରେ ମୁରୁମ ପକାଇ ଯିବା ଆସିବା ଉପଯୋଗୀ କରିଛନ୍ତି । ରୁପେନ ପାଣ୍ଡେ ଜଣେ ଛୋଟିଆ ପାନ ଦୋକାନୀ , ଏହି ଦୋକାନରୁ ଯାହା ରୋଜଗାର ହୋଇଥାଏ ସେ ସେହି ଟଙ୍କାରୁ ପରିବାର ପୋଷଣ କରିଥାନ୍ତି । ହେଲେ ଗ୍ରାମବାସୀଙ୍କ ଦୀର୍ଘ ଦିନର ଅସୁବିଧା କୁ ନିଜେ ହୄଦୟଙ୍ଗମ କରି ପ୍ରଶାସନର ସହାଯତାକୁ ଅପେକ୍ଷା ନ କରି ରାସ୍ତା ନିର୍ମାଣ କରି ଏକ ଉଦାହରଣ ସୃଷ୍ଟି କରିଛନ୍ତି । ଏଭଲି ମହାନ କାର୍ଯ୍ୟ ପାଇଁ ଗ୍ରାମବାସୀ ରୁପେନଙ୍କୁ ପ୍ରଶଂସା କରୁଛନ୍ତି ।
0 Comments