କ୍ରାନ୍ତି ଖଡୁ ନ୍ୟୁଜ-ସ୍ଵାଧୀନତା ଦିବସ ପାଳନ ପାଇଁ ପ୍ରସ୍ତୁତି ବୈଠକ ପଡିଆ: (ଏନ୍ ରବିଙ୍କ ରିପୋର୍ଟ ) ଆଜି ମାଲକାନଗିରି ଜିଲ୍ଲା ଡି.ଆର.ଡି.ଏ ସମ୍ମିଳନୀ କକ୍ଷରେ ଆସନ୍ତା ଅଗଷ୍ଟ ୧୫ ସମ୍ବନ୍ଧରେ ଏକ ପ୍ରସ୍ତୁତି ବୈଠକ ଜିଲ୍ଲାପାଳ ବିଶାଲ ସିଂ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ଯାଇଛି । ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସ୍ନିଗ୍ଧା ରାଣି ଚୌଧୁରି ପ୍ରାରମ୍ଭରେ କାର୍ଯ୍ୟସୂଚି ସମ୍ବନ୍ଧରେ ସୂଚନା ଦେଇଥିଲେ । ସକାଳ ୭ ଟା ସମୟରେ ସଦର ମହକୁମାରେ ଥିବା ବିଭିନ୍ନ ସ୍ଥାନରେ ମହାପୁରୁଷ ମାନଙ୍କ ପ୍ରତିମୁର୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯିବା ସହ ସମସ୍ତ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ଗୁଡିକରେ କୋଭିଡ୍ ନିୟମକୁ ପାଳନ କରାଯାଇ ସକାଳ ୮ ଟା ସମୟରେ ପତକା ଉତୋଳନ କରାଯିବା ପାଇଁ ଏହି ବୈଠକରେ ନିଷ୍ପତି ହୋଇଥିଲା । ପୂର୍ବାହ୍ନ ୯ଟା ସମୟରେ ଡି.ଏନ. କେ ଖେଳ ପଡିଆ ଠାରେ ମୁଖ୍ୟ ଅତିଥିଙ୍କ ଦ୍ୱାରା ପତକା ଉତ୍ତଳନ ପରେ ପରେଡ ଅଭିବାଦନ ଗ୍ରହଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ସହ ମୁଖ୍ୟ ଅତିଥିଙ୍କ ଦ୍ୱାରା କୋଭିଡ୍ ଯୋଦ୍ଧା ମାନଙ୍କୁ ସମ୍ମାନିତ କରାଯିବ । ଚଳିତ ବର୍ଷ କୋଭିଡ କଟକଣା ଯୋଗୁଁ କେବଳ ପୋଲିସ ବାହିନି ବ୍ୟାତିତ ଅନ୍ୟ କୌଣସି ବିଦ୍ୟାଳୟ ମହା ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କୁ ପ୍ୟାରେଡ କରିବାର ସୁଯୋଗ ଦିଅ।ଯିବ ନାହିଁ । ୧୦ ମ ଓ ଦ୍ୱାଦଶ ଶ୍ରେଣୀର ଛାତ୍ର ଛାତ୍ରୀଙ୍କ ମଧ୍ୟରେ ଦେଶାତ୍ମକ ସଙ୍ଗୀତ ଏବଂ ରଚନା ପ୍ରତିଯୋଗିତା ଜିଲ୍ଲା ଶିକ୍ଷାଧିକାରୀ ଓ ବାଳିକା ମହାବିଦ୍ୟାଳୟର ଅଧ୍ୟକ୍ଷଙ୍କ ଦ୍ୱାରା ଅନୁଷ୍ଠିତ ହୋଇ କୃତି ପ୍ରତି ଯୋଗି ମାନଙ୍କୁ ମୁଖ୍ୟ ଅତିଥିଙ୍କ ଦ୍ୱାରା ପୁରସ୍କୁତ କରାଯିବ । ବନ ବିଭାଗ ତରଫରୁ ଜିଲ୍ଲା ପାଠାଗାର ପରିସରରେ ଅତିଥି ମାନଙ୍କ ଦ୍ୱାରା ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଆଜିର କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ବିରସେନ ପ୍ରଧାନ, ଉପଜିଲ୍ଲାପାଳ ରାମେଶ୍ୱର ପ୍ରଧାନଙ୍କ ସହ ବିଭିନ୍ନ ବିଭାଗର ପଦାଧିକାରୀ, ଗଣମାଧ୍ୟମ ପ୍ରତିନିଧି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।
0 Comments