Showing posts from September, 2021Show all
kranti khadu news ଗୋବିନ୍ଦ କୁମ୍ଭାର ହାଜତ ମୃତ୍ୟୁ ଘଟଣାଅଭିଯୁକ୍ତ ପୋଲିସଙ୍କୁ ଗିରଫ ଦାବୀ କଲା ସମ୍ବିଧାନ ସୁରକ୍ଷା ମଂଚବରଗଡ଼: ଗତ ଶନିବାର ବରଗଡ଼ର  ହାଜତ ମୃତ୍ୟୁ ଘଟଣା ରେ ଅଭିଯୁକ୍ତ ପୋଲସି କର୍ମୀଙ୍କ ନାମ ରେ ୩୦୨ କେଶ ରୁଜୁ କରି ତୁରନ୍ତ ଗିରଫ କରିବାକୁ ସମ୍ବିଧାନ ସୁରକ୍ଷା ମଂଚ ରାଜ୍ୟପାଳଙ୍କୁ ଏକ ସ୍ମାରକ ପତ୍ର ଜିଲାପାଳଙ୍କ ଜରିଆରେ ଦେଇଛି । ସେହିପରି ମୃତକଙ୍କ ପରିବାରକୁ ୧ କୋଟି ଟଙ୍କା କ୍ଷତିପୂରଣ ଦେବାକୁ ଦାବି ହୋଇଛି । ମଙ୍ଗଳବାର ଜିଲ୍ଲାପାଳ ଅଫିସ ଆଗରେ ସମ୍ବିଧାନ ସୁରକ୍ଷା ମଂଚର ସଭ୍ୟ ମାନେ ଧାରଣାରେ ବସିଥିଲେ । ସନ୍ଧିଗ୍ଧ ଭାବେ ଗୋବିନ୍ଦ କୁମ୍ଭାରଙ୍କ ମୃତ୍ୟୁକୁ ନେଇ ବରଗଡ଼ ରେ ଜନ ଆକ୍ରୋଶ ଦେଖା ଦେଇଥିଲା ଏପରିକି ପୋଲିସ  ନିର୍ଦୟ ଭାବେ ଲାଠି ଚାଳନା କରିଥିଲା ଯାହାକୁ ସମସ୍ତେ ନିନ୍ଦା କରିଥିଲେ। ଆବାହକ ପବିତ୍ର ଦେହେରି, ରମେଶ ମହାପାତ୍ର, ଜୋସନା ପାଇକ, ମରିୟମ ବାର୍ଳା,ବାସ୍ମତି ବଂଛୋର, ଭବାନୀ ସାହୁ, ଅମିତାଭ ପାତ୍ର ଓ ଅନ୍ୟମାନେ ଉପସ୍ଥିତ ଥିଲେ । ଅତିରିକ୍ତ ଜିଲ୍ଲାପାଳ ମିର୍ଧା ଟୋପ୍ପୋ ସ୍ମାରକ ପତ୍ର ଗ୍ରହଣ କରିଥିଲେ ।
kranti khadu news ଜଗତପୁର ପ୍ରେସକ୍ଲବ ପକ୍ଷରୁ ଶୋକ ସଭାଗଣ ମାଧ୍ୟମ ପ୍ରତିନିଧି ସ୍ୱର୍ଗତଃ ଅରିନ୍ଦମ ଦାସଙ୍କ ଅକାଳ ବିୟୋଗରେ ଜଗତପୁର ପ୍ରେସ କ୍ଲବ ପକ୍ଷରୁ ଏକ ଶୋକସଭା କ୍ଲବ ପରିସରରେ କ୍ଲବର ସଭାପତି ସାମ୍ବାଦିକ ଚିତ୍ତରଞ୍ଜନ କରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି | ଅନୁଷ୍ଠିତ ଶୋକସଭାରେ ସମସ୍ତ ସାମ୍ବାଦିକ ଯୋଗଦେଇ ସ୍ୱର୍ଗତ ଦାସଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ଅମର ଆତ୍ମାର ସଦଗତି ନିମନ୍ତେ ଦୁଇ ମିନିଟ୍ ନିରବ ପ୍ରାର୍ଥନା କରିଥିଲେ | ସ୍ୱର୍ଗତ ଅରିନ୍ଦମଙ୍କ ନିର୍ଭୀକ ଓ ନିଷ୍ଠାପର ସାମ୍ବାଦିକ ଜୀବନୀ ଉପରେ ଉପସ୍ଥିତ ସାମ୍ବାଦିକମାନେ ଆଲୋଚନା କରିଥିଲେ | ଏହି ଶୋକସଭାରେ ପ୍ରେସ୍ କ୍ଲବର ସମ୍ପାଦକ ସୁକାନ୍ତ ମହାପାତ୍ର, ଉପ ସଭାପତି ଗ୍ୟାନରଞ୍ଜନ ପଟ୍ଟନାୟକ, କୈଳାସ ଚନ୍ଦ୍ର ଜେନା, ରଞ୍ଜନ କୁମାର ରାଉତ, ବିଚିତ୍ର ସେଠୀ, କାହ୍ନୁ ଚରଣ ଦଳାଇ, ମନୋରଞ୍ଜନ ପଣ୍ଡା, ପୁର୍ଣ୍ଣ ଚନ୍ଦ୍ର ସ୍ୱାଇଁ, ସୁରେନ୍ଦ୍ର ଜେନା, ହିମାଂଶୁ କୁମାର ମହାନ୍ତି ଓ ପ୍ରତାପ ଚନ୍ଦ୍ର ସାହୁ ପ୍ରମୁଖ ଯୋଗଦେଇ ଶ୍ରଦ୍ଦାସୁମନ ଅର୍ପଣ କରିଥିଲେ |ଜଗତପୁରରୁ ସୁକାନ୍ତ ମହାପାତ୍ରଙ୍କ ସହ ସୁରେନ୍ଦ୍ର ଜେନାଙ୍କ ରିପୋର୍ଟ, କ୍ରାନ୍ତିଖଡୁ |
kranti khadu news ମେଘୁଆ ପାଗରେ ବମ୍ବେଇ ଲଡୁର ଚାହିଦା(ରିଙ୍କୁ ଦେବତା ଙ୍କ ରିପୋର୍ଟ) ଗାଁ ରୁ ସହର ସବୁଠି ବମ୍ବେଇଲଡୁ ର ବେଶ ଚାହିଦା ରହିଛି। ବମ୍ବେଇଲଡୁ ଶିଶୁ ମାନଙ୍କ ସହ ଯୁବକ ଯୁବତୀ ଙ୍କ ଅତି ପ୍ରିୟ ଖାଦ୍ୟ।ଜାନି ଯାତରା ମିନାବଜାର ରେ ନାନା ରଙ୍ଗ ର କିସମ କିସମ ଡିଜାଇନ୍ ର ବମ୍ବେଇଲଡୁ ଦେଖିବାକୁ ମିଳେ। ଲୋକେ କହନ୍ତି ବମ୍ବେଇଲଡୁ ଯତେ ବଡ ସାଇଜ ର ହୋଇଥିଲେ ମଧ୍ୟ ତାହା ପାଟିରେ ପୁରେଇ ଦେଲେ ତାହା ମିଲେଇଯାଏ। ସେଥିପାଇଁ ଲୋକେ କହିଥାନ୍ତି 'ବମ୍ବେଇଲଡୁ ଯୋ ଖାଏଗାତୋ ପସ୍ତାଏଗା,ନେହିଁ ଖାଏଗାତୋ ବି ପସ୍ତାଏ ଗା'। ଗ୍ରାମାଞ୍ଚଳ କୁ ଜଣେ ବ୍ୟବସାୟୀ ବମ୍ଵେଇଲଡୁ ବିକ୍ରି କରିବା ପାଇଁ ଆସିଥିଲେ। ସେଠାରେ ବେଶ ଭିଡ଼ ଜମିଥିଲା। ତାଙ୍କ କହିବା ନୁସାରେ ୫କିଲୋ ଚିନି ଏବଂ ୧୦ଗ୍ରାମ ରଙ୍ଗ ରେ ୨୦୦ପିସ ବମ୍ବେଇଲୋଡୁ ତିଆରି ହୋଇଥାଏ। ବର୍ତ୍ତମାନ ଚିନି ୪୦ଟଙ୍କା , ପେଟ୍ରୋଲ ୧୦୪ଟଙ୍କା ଲିଟର ପ୍ରତି ଥିବାରୁ ଗାଁ ଗାଁ ବୁଲି ଏହି ବ୍ଯବସାୟ ରେ ବେଶ କିଛି ଲାଭ ମିଳୁନାହିଁ। ତେବେ ପେଟପାଟଣା ପାଇଁ ଏ ସବୁ କରିବାକୁ ପଡୁଛି ବୋଲି ସେ କହିଥିଲେ।
क्रांति खडू न्यूज -ଲଗାଣବର୍ଷାରେ ମୁଗ ଫସଲ ନଷ୍ଟ(ରିଙ୍କୁ ଦେବତା ଙ୍କ ରିପୋର୍ଟ)ଗାଇସିଲେଟ ବ୍ଳକ ଅନ୍ତର୍ଗତ ଗୁଦେରପାଲି ଅଞ୍ଚଳ ରେ ଲଘୁଚାପ ଜନିତ ଲଗାଣ ବର୍ଷାରେ ଡାଲି ଜାତୀୟ ଶସ୍ୟ ମୁଗ,ବିରି, ଝୁଡଙ୍ଗ,ବାଦାମ ଆଦି ଶସ୍ୟ ବିଲ ରେ ଗଜା ହୋଇ ଗଲାଣି। ଗୁଦେରପାଲି ର ଚାଷୀ ପ୍ରହଲ୍ଲାଦ ପାତ୍ର,କ୍ଷୀରସିନ୍ଧୁ ନାୟକ,ଶିବ ପ୍ରଧାନ, ରାମଚନ୍ଦ୍ର ପାତ୍ର,ମିଠେଇ ପଧାନ,ତରଣୀ ପାତ୍ର,ରିଲୁ ପାତ୍ର ଙ୍କ ସମେତ ବେହେରାବାହାଲି,ଜାମୁଟପାଲି,ରେଙ୍ଗାଲପାଲି,ପଣ୍ଡରିପାଣୀ ଅଞ୍ଚଳ ର ଅନେକ ଚାଷୀ ଙ୍କ ଡ଼ାଲି ଜାତୀୟ ଫସଲ ନଷ୍ଟ ହୋଇଛି।
kranti khadu news-ଗୁଦେରପାଲିରେ ଅଗ୍ରପୂଜ୍ୟ ଙ୍କ ପୂଜାର୍ଚ୍ଚନା(ରିଙ୍କୁ ଦେବତା ଙ୍କ ରିପୋର୍ଟ)ଗାଇସିଲାଟ ବ୍ଲକ ଅନ୍ତର୍ଗତ ଗୁଦେରପାଲି ଗାଁ ରେ କୋଭିଡ କଟକଣା କୁ ଦୃଷ୍ଟିରେ ରଖି ଯୁକ୍ତ ଦୁଇ କଳା ମହାବିଦ୍ୟାଳୟ ରେ ଅଳ୍ପ ଛାତ୍ର ଛାତ୍ରୀ ଙ୍କୁ ନେଇ ଅଗ୍ରପୂଜ୍ୟ ଗଣେଶ ଙ୍କ ପୂଜାର୍ଚ୍ଚନା ହୋଇଥିବା ବେଳେ, ବାପୁଜୀ ଉଚ୍ଚ ବିଦ୍ୟାଳୟ ରେ ଛାତ୍ର ଛାତ୍ରୀ ଙ୍କ ଅନୁପସ୍ଥିତିରେ କେବଳ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ପ୍ରଭୁ ଗଣେଶ ଙ୍କ ଫଟୋ କୁ ପୂଜା କରିଥିଲେ। ଗାଁ ର  ଯୁଵ ଗୋଷ୍ଠୀ ମାନେ ନିରାଡମ୍ବର ଭାବେ ୪ଟି ପେଣ୍ଡାଲ ରେ ଗଣେଶ ଙ୍କ ପୂଜାର୍ଚ୍ଚନା କରିଥିଲେ। ପଣ୍ଡିତ ତରଣୀ ସେନ ଦେବତା, ରିଙ୍କୁ ଦେବତା ଓ ନିରଞ୍ଜନ ମିଶ୍ର ପୂଜା କରିଥିଲେ।
kranti khadu news -ନିଜ ଖର୍ଚ୍ଚରେ ଡ୍ରେନ ମରାମତି କଲେ ଗୌନ୍ତିଆ..(ରିଙ୍କୁ ଦେବତା ଙ୍କ ରିପୋର୍ଟ)ଗାଇସିଲାଟ ବ୍ଲକ ଅନ୍ତର୍ଗତ ଗୁଦେରପାଲି ଗାଁ ର ୭ନମ୍ବର ଓ୍ବାଡ ରେ ଯାଇଥିବା ଡ୍ରେନ ଟି ପୋତି ହୋଇଯାଇଥିବା ରୁ ଦୀର୍ଘ ୨ମାସ ହେଲା ଗାଁ ଦାଣ୍ଡରେ ନର୍ଦ୍ଦମା ପାଣି ବୋହି ଯାଉଥିଲା।ଏ ନେଇ ୭ନମ୍ବର ଓ୍ବାଡ ର ଜନସାଧାରଣ ସରପଞ୍ଚ ଠୁ ଆରମ୍ଭ କରି ଗାଇସିଲେଟ ବିଡ଼ିଓ ଙ୍କ ଠାରେ ଅଭିଯୋଗ କରିଥିଲେ ମଧ୍ୟ କିଛି ସୁ ଫଲ ମିଳିନଥିଲା।ଆଯି କୌଣସି କାମରେ ଗାଁ ଗୌନ୍ତିଆ ରାମ ଚନ୍ଦ୍ର ପାତ୍ର ସେହି ଓ୍ବାଡ କୁ ଆସିଥିଲେ। ସେହି ଓ୍ବାଡ ର ଲୋକେ ଗାଁ ଗୌନ୍ତିଆ ଙ୍କ ଦୃଷ୍ଟି ଗୋଚର କରିଥିଲେ । ଆଗକୁ ଗଣ ପର୍ବ ନୁଆଁଖାଇ କୁ ଦୃଷ୍ଟିରେ ରଖି  ନିଜସ୍ଵ ଖର୍ଚ୍ଚ ରେ ଗୌନ୍ତିଆ ଶ୍ରୀ ପାତ୍ର ସଙ୍ଗେ ସଙ୍ଗେ ଡ୍ରେନ ମରାମତି କାମ ଆରମ୍ଭ କରିଥିଲେ। ୭ ନମ୍ବର ଓ୍ବାଡ ବାସୀ ଗାଁ ଗୌନ୍ତିଆ ରାମଚନ୍ଦ୍ର ପାତ୍ର ଙ୍କୁ ଭୂରସି ପ୍ରସଂଶା କରୁଛନ୍ତି।ଏ ନେଇ ଲୋକେ ଅସହାୟ ପ୍ରଶାସନ ବୋଲି ଚର୍ଚ୍ଚା କରୁଛନ୍ତି।
କ୍ରାନ୍ତି ଖଡୁ ନ୍ୟୁଜ-ଦୁର୍ନୀତି ବିରୋଧରେ ଆନ୍ଦୋଳନ ପାଇଁ ପ୍ରସ୍ତୁତି(ରିଙ୍କୁ ଦେବତା ଙ୍କ ରିପୋର୍ଟ)ବିଜେପୁର  ନିର୍ବାଚନ ମଣ୍ଡଳୀ ଗାଇସିଲେଟ ବ୍ଲକ ଅନ୍ତର୍ଗତ ଚିଖିଲି ଗ୍ରାମ ପଞ୍ଚାୟତ ର ଖଲାବାହାଲ ଠାରେ ପଞ୍ଚାୟତ ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି।ପଞ୍ଚାୟତ ର ସବୁ ଗ୍ରାମର ଲୋକମାନେ ସାମିଲ ହୋଇଥିଲେ। ଏହି ପଞ୍ଚାୟତ ରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଦୁର୍ନୀତି ଏବଂ ମନରେଗା କାମରେ ହୋଇଥିବା ଦୁର୍ନୀତି ବିଷୟରେ ଆଲୋଚନା ହୋଇଥିଲା । ଆଗାମୀ ଦିନରେ ଏହି ଦୁର୍ନୀତି ର ନିରପେକ୍ଷ ତଦନ୍ତ ହୋଇ ଦୋଷୀ ବିରୋଧରେ ଦୃଷ୍ଟାନ୍ତମୂଳକ ପଦକ୍ଷେପ ଗ୍ରହଣ କରାନଗଲେ ଆନ୍ଦୋଳନ ର ପନ୍ଥା ଗ୍ରହଣ କରିବାକୁ ନିଷ୍ପତ୍ତି ନେଇଛନ୍ତି।  ବାରମ୍ବାର ଅଭିଯୋଗ ସତ୍ବେ ପ୍ରଶାସନିକ ଅଧିକାରୀ ଙ୍କ ଖାମଖିଆଲି ମନୋଭାବ ଯୋଗୁଁ ଗାଇସିଲେଟ ବ୍ଲକ ଦୁର୍ନୀତି ର ଗନ୍ତାଘର ପାଲଟିଛି ବୋଲି ଆଲୋଚନା ହୋଇଥିଲା। ଏଥିରେ ଶ୍ରୀମାନ ଗୋବର୍ଦ୍ଧନ ଭୋଏ ରାଜ୍ୟ ସାଧାରଣ ସମ୍ପାଦକ ଏସ ଟି ମୋର୍ଚ୍ଚା ବିଜେପି , ଅଶୋକ ବରିହା , ବରିଷ୍ଠ ବିଜେପି ନେତା ଝସକେତନ ପଧାନ, ସଂଜୟ ଝରଜରିଆ,ପପିନ ପଧାନ,ନେତ୍ର ରଣା,ଖଗେଶ୍ୱର ଦିଶିରି ଉପସ୍ଥିତ ଥିଲେ।
କ୍ରାନ୍ତି ଖଡୁ ନ୍ୟୁଜ-ହାତ ବାନ୍ଧି ବସିଛନ୍ତି ମୂର୍ତ୍ତି କାରିଗର(ରିଙ୍କୁ ଦେବତା ଙ୍କ ରିପୋର୍ଟ)ଜୀବାକା ଉପରେ କରୋନା ମାଡ଼। ଦୀର୍ଘ ୩ ବର୍ଷ ହେଲା ମରୁଡି ସାଙ୍ଗକୁ ମହାମାରୀ କରୋନା ର କରାଲ ଛାୟା ରେ ମୂର୍ତ୍ତି କାରିଗର ଙ୍କ ଆର୍ଥିକ ମେରୁଦଣ୍ଡ ଭୁଶୁଡି ପଡିଛି।ଏପରି ଜଣେ ମୂର୍ତ୍ତି କାରିଗର ପଦ୍ମପୁର ଉପଖଣ୍ଡର ପଣ୍ଡରିପାଣୀ ଗାଁ ର ଗୁଣନିଧି ସାହୁ ।ସେ ୩ବର୍ଷ ଆଗରୁ ଭାଦ୍ରବ ମାସ ରେ କେବଲ ମଙ୍ଗଳା,ଗଣେଶ, ବିଶ୍ଵକର୍ମା ଏହି ମୂର୍ତ୍ତି ତିଆରି କରି ୫୦ ରୁ ୬୦ ହଜାର ଟଙ୍କା ରୋଜଗାର କରୁଥିଲେ। ବର୍ତ୍ତମାନ ସରକାରୀ ନୀୟମ ଅନୁସାରେ ୪ ଫୁଟ ଉଚ୍ଚତାର ଗଣେଶ ମୂର୍ତ୍ତି ତିଆରି କରୁଛନ୍ତି। ଗୋଟିଏ ମୂର୍ତ୍ତି ପିଛା ୧ହଜାର ରୁ୧୫ ଶହ ଖର୍ଚ୍ଚ ହୁଏ। ଗୋଟିଏ ମୂର୍ତ୍ତି ତିଆରି ପାଇଁ ୫ ଦିନ ଲାଗେ। ବର୍ତ୍ତମାନ କରୋନା କଟକଣା ପାଇଁ ୧୦ ହଜାର ରୁ ୧୫ହଜାର ମାତ୍ର ରୋଜଗାର କରୁଥିବା ସିଏ କହିଛନ୍ତି। ଯେତେ ମୂର୍ତ୍ତି ତିଆରି କରୁଛନ୍ତି ସଵୁ ବିକ୍ରି ବି ହୋଇ ପାରୁନାହିଁ, ତିଆରି ମୂର୍ତ୍ତି କିଛି ବଲକା ରହିଯାଉଛି।ମୂର୍ତ୍ତି କାରିଗର ଙ୍କୁ ସରକାରୀ ସହାୟତା ଯୋଗାଇ ଦେଲେ ତାଙ୍କ ପରି ଆହୁରି କେତେ ମୂର୍ତ୍ତି କାରିଗର ଉପକୃତ ହୋଇପାରିବେ ବୋଲି ସେ ମତ ବ୍ୟକ୍ତ କରିଛନ୍ତି।
କ୍ରାନ୍ତି ଖଡୁ ନ୍ୟୁଜ-୨ କୋଟି ଟଙ୍କାର ଗ୍ରୀଡ଼ ସବ୍ ଷ୍ଟେସନ ଖତ ଖାଉଛିବରଗଡ଼: ପୁରୁଣା ମୁଖ୍ୟ ଚିକିତ୍ସାଳୟରେ ୨୪ ଘଣ୍ଟା ବିଦ୍ୟୁତ ସେବା ଯୋଗେଇ ଦେବା ପାଇଁ ସରକାର ୩୩/୦.୪ କେଭି ଗ୍ରୀଡ଼ ସବ୍ ଷ୍ଟେସନ ସ୍ଥାପନ କରିଛନ୍ତି କିନ୍ତୁ ତାହା କାର୍ଯ୍ୟକ୍ଷମ ନହୋଇ ମୃତ ହୋଇ ପଡିରହିଛି । ୭.୧୨.୨୦୧୩ ମସିହାରେ ଏହି ଗ୍ରୀଡ଼ କୁ ତତ୍କାଳୀନ ରାଜସ୍ୱ କମିଶନର ପ୍ରମୋଦ କୁମାର ମେହେର୍ଦ୍ଦା ଉଦ୍ଘାଟନ କରିଥିଲେ ଯାହାକି ୨ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଥିଲା । ଏଥିରେ ଦୁଇଟି ୫୦୦ କେଭି ର ଟ୍ରାନ୍ସଫରମର ଲାଗିଥିବା ବେଳେ ସିଧାସଳଖ ପଧାନପାଲି ଗ୍ରୀଡ଼ ସହ ଏହାକୁ ସଂଯୋଗ କରିବାକୁ ଯୋଜନା କରାଯାଇଥିଲା  କିନ୍ତୁ ଦୀର୍ଘ ୮ ବର୍ଷ ବିତିଯାଇଥିଲେ ବି ଏହି ଗ୍ରୀଡ଼ ଟି ସମ୍ପୂର୍ଣ୍ଣ ଖତ ଖାଉଛି । ଅନ୍ୟପଟେ ପୁରୁଣା ୧୦୦ କେଭି ଟ୍ରାନ୍ସଫର୍ମର ରେ ହସ୍ପିଟାଲ ଚାଲୁଛି ଯାହାକି ରୋଗୀ ଏବଂ ବରଗଡ଼ବାସୀ ଙ୍କ ପାଇଁ ଉପହାସ ପାଲଟିଛି । ଏହି ପ୍ରସଙ୍ଗରେ ଆମ୍ ଆଦମୀ ପାର୍ଟି ଏକ ଡିଜିଟାଲ ପ୍ରେସ ବାର୍ତ୍ତା ମାଧ୍ୟମରେ ବିଦ୍ୟୁତ ବିଭାଗ, ହସ୍ପିଟାଲ ପ୍ରଶାସନ , ଜିଲ୍ଳା ପ୍ରଶାସନ ଓ ଜନ ପ୍ରତିନିଧି ଙ୍କୁ ଆହ୍ୱାନ କରିଛି । ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଏପରି ଚରମ ଅବହେଳା କୁ ଆପ୍ ଜିଲ୍ଲା ଆବାହକ ଭବାନୀ ସାହୁ ନିନ୍ଦା କରିଛନ୍ତି । ଅନେକ ସମୟରେ ଡାକ୍ତରଖାନାରେ ବିଜୁଳି ରହୁନଥିବାରୁ ଟର୍ଚ୍ଚ ଲାଇଟ ମାଧ୍ୟମରେ ରୋଗୀ ଙ୍କୁ ଡାକ୍ତର ଚିକିତ୍ସା କରୁଥିବା ଖବର ଆସୁଛି କିନ୍ତୁ ଅନ୍ୟପଟେ ୨ କୋଟି ଟଙ୍କାର ଗ୍ରୀଡ଼ ସବ୍ ଷ୍ଟେସନ ୮ ବର୍ଷ ହେଲା ଖତ ଖାଉଛି କାହାର ନଜର ନାହିଁ ଯାହାକି ଦୁଃଖର ବିଷୟ ଅଟେ । ରାଜ୍ୟରେ ବିଜୁଳି ବିତରଣ ଟାଟା କମ୍ପାନୀ ହାତକୁ ଟେକି ଦେବା ପରେ ପରିସ୍ଥିତି ସୁଧୁରିବା ପରିବର୍ତେ କେବେଳ ବକେୟା ଅସୁଲି ଓ ୟୁନିଟ ପିଛା ଦର ବୃଦ୍ଧି ଉପରେ ଅଧିକ ଧ୍ୟାନ ଦେଉଥିବା ଆପ୍ ଅଭିଯୋଗ କରିଛି । ଏହାକୁ ୧୫ ଦିନ ମଧ୍ୟରେ କାର୍ଯ୍ୟକ୍ଷମ ନକଲେ ଆମ୍ ଆଦମୀ ପାର୍ଟି ଆନ୍ଦୋଳନ ପନ୍ଥା ଅବଲମ୍ବନ କରିବାକୁ ଚେତାବନୀ ଦେଇଛି ।
କ୍ରାନ୍ତି ଖଡୁ ନ୍ୟୁଜ-ପୋଖରୀରେ ବୁଡି ଦୁଇ ଶିଶୁଙ୍କ ମୃତ୍ୟୁପଡ଼ିଆ:(ଏନ୍ ରବିଙ୍କ ରିପୋର୍ଟ) ମାଲକାନଗିରି ଜିଲ୍ଲା ପଡ଼ିଆ ବ୍ଳକ ଅନ୍ତର୍ଗତ ନିଲିଗୁଡା ପଞ୍ଚାୟତର କମାରଗୁଡା ଗ୍ରାମରେ ଘଟିଛି ଏକ ଦୁଃଖଦ ଘଟଣା । ପାଣିରେ ବୁଡି ଦୁଇ ଶିଶୁଙ୍କ ମୃତ୍ୟୁ । ମିଳିଥିବା ସୂଚନା ଅନୁସାରେ କମାରଗୁଡା ଗ୍ରାମର ଦେବା ମାଡକାମିର ୩ ବର୍ଷର  ଝିଅ ଅନିତା ମାଡକାମି ଓ ପଡୋଶୀ ଘର ପୁଅ ଆୟୁଷ କଵାସୀ ଉଭୟ ଖେଳୁଥିବା ବେଳେ ଘର ଠାରୁ ୫୦ ମିଟର ଦୂରରେ ଥିବା ଏକ ଗାଆଁ ପୋଖରୀରେ ବୁଡି ଯାଇଥିଲେ । କିଛି ସମୟ ପରେ ପରିବାର ଲୋକ ଉଭୟଙ୍କୁ ଖୋଜାଖୋଜି କରିବା ପରେ ଉଭୟଙ୍କୁ ଗାଁ ପୋଖରୀରୁ ଉଦ୍ଧାର କରି ପଡ଼ିଆ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ । ତେବେ ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ । ଏ ନେଇ ଉଭୟଙ୍କ ପରିବାର ଲୋକ ପଡ଼ିଆ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପଡ଼ିଆ ଥାନାରେ ୨୦/୨୧ ଓ ୨୧/୨୧ ଦୁଇଟି ପୃଥକ୍ ଅପମୃତ୍ୟୁ ମାମଲା ରୁଜୁ କରାଯାଇଥିଲା । ଏଥିସହ ପୋଲିସ ଉଭୟଙ୍କ ଶବ ଜବତ କରି କାଳିମେଳା ରେ ବ୍ୟବଚ୍ଛେଦ କରାଇବା ପରେ ପୁଣି ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିବା ନେଇ ପଡ଼ିଆ ଥାନା ଅଧିକାରୀ ପ୍ରଶାନ୍ତ କୁମାର ନିଶିକା କହିଛନ୍ତି ।
କ୍ରାନ୍ତି ଖଡୁ ନ୍ୟୁଜ-ଗାଇସିଲେଟ ବ୍ଲକକୁ ମରୁଡି ଘୋଷଣା ଦାବୀ(ରିଙ୍କୁ ଦେବତା ଙ୍କ ରିପୋର୍ଟ)ଗାଇସିଲେଟ ବ୍ଲକ ଅନ୍ତର୍ଗତ କଟାବାଲ ସେବା ସମବାୟ ସମିତି ର ଆହ୍ବାନ କ୍ରମେ ଗାଇସିଲେଟ ବ୍ଲକ କୁ ମରୁଡି ଘୋଷଣା କରାଯିବାକୁ ହଜାରରୁ ଅଧିକ ଚାଷୀ ଏକତ୍ରିତ ହୋଇ ଗାଇସିଲେଟ ସାହୁ କଲ୍ୟାଣ ମଣ୍ଡପ ରୁ ଏକ ରେଲି ରେ ବାହାରି ଗାଇସିଲେଟ ତହସିଲ କାର୍ଯ୍ୟାଳୟ ଏକତ୍ରିତ ହୋଇ ୫ଦଫା ଦାବି ୧.ଚଲିତ ବର୍ଷ ଅନାବୃଷ୍ଟିହେତୁ ଶିଘ୍ର ମରୁଡି ଘୋଷଣା ଟରାଯାଉ୨.ଚାଷି ଙ୍କୁ ଇନ୍ ପୁଟ ସବସିଟି ପ୍ରଦାନ କରାଯାଉ।୩.ଚଲିତ ବର୍ଷ ବିନା କ୍ରଫ କଟିଙ୍ଗ ରେ ଚାଷୀମାନଙ୍କୁ ପ୍ରଧାନମନ୍ତ୍ରୀ ଫସଲଵୀମା ୨୦୨୦/୨୧ଶେଷ ମଧ୍ୟରେ ପ୍ରଦାନ କରାଯାଉ।୪. ୬୦ବର୍ଷରୁ ଉର୍ଦ୍ଧ ବୃଦ୍ଧ ବୃଦ୍ଧା ଙ୍କୁ ତଥା ବିଧବା ମହିଳା ଙ୍କୁ ଭତ୍ତା ପ୍ରଦାନ କରାଯାଉ।୫.ମହା ମରୁଡି ରୁ ରକ୍ଷା ପାଇବା ପାଇଁ ଶ୍ରମିକ ଙ୍କୁ କାମ ଯୋଗାଇ ବା ସଂମଦ୍ଧେ ଚଷୀ ସଂଗଠନର ନେତୃ ବର୍ଗ ଚୈତନ୍ୟ ସାହୁ ,ବୀଣା ମାଝୀ, ପର୍ଶୁରାମ ସାହୁ, ସୁବାଷ ଭୋଇ, ରାଜେନ୍ଦ୍ର ପ୍ରଧାନ, ବ୍ଳକ ଉପାଧ୍ୟକ୍ଷ ପ୍ରଣୟ କୁମାର ସାହୁ ଉଦ୍ ବୋଧନ ଦେଇଥିଲେ।ସ୍ଥାନୀୟ ତହସିଲଦାର ସରିତା ଗୁପ୍ତା ଙ୍କୁ ମୁଖ୍ୟ ମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା।
Load More That is All