Showing posts from October, 2021Show all
kranti khadu news ଝାରବନ୍ଧ ବ୍ଲକ କଳା ସଂସ୍କୃତି ସଂଘର ଉପ-ସଭାପତି ହେଲେ ଯୁବ ସଞ୍ଚାର ବାୟକ ହର୍ଷବର୍ଦ୍ଧନ ଲୁହାର   ଝାରବନ୍ଧ/ବରଗଡ : ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକର ବ୍ଲକ କଳା ସଂସ୍କୃତି ସଂଘର ଉପ-ସଭାପତି ଭାବେ ଯୁବ ସଞ୍ଚାର ବାୟକ ହର୍ଷବର୍ଦ୍ଧନ ଲୁହାରଙ୍କୁ ଜିଲ୍ଲା ସଂସ୍କୃତି ଅଧିକାରୀ କଲ୍ୟାାଣୀ ଦାସ  ଅନୁମୋଦନ କରିଛନ୍ତି। ଝାରବନ୍ଧ ବ୍ଲକର ୧୪ ଗୋଟି ଗ୍ରାମ ପଞ୍ଚାୟତର କଳାକାର ମାନଙ୍କର ଅନେକ ଦିନର ଆଶା ସଫଳ ହୋଇଛି। ବ୍ଲକର ସବୁ ବର୍ଗର ସମସ୍ତ କଳାକାର ଏକ ବୈଠକ କରି ସର୍ବସମ୍ମତି କ୍ରମେ ଯୁବ ସଞ୍ଚାର ବାୟକ ହର୍ଷବର୍ଦ୍ଧନ ଲୁହାରଙ୍କୁ ଝାରବନ୍ଧ ବ୍ଲକ କଳା ସଂସ୍କୃତି ସଂଘର ଉପ-ସଭାପତି କରାଯିବା ପାଇଁ ତଥା କଳାକାରମାନଙ୍କର ହକ୍ଅଧିକାର ପାଇଁ ଏକ ବିରାଟ ରେଳିରେ ମାଧ୍ୟମରେ ଶହ ଶହ କଳାକାର  ବିଡିଓ ଙ୍କୁ ଦାବି ପତ୍ର  ପ୍ରଦାନ   କରିଥିଲେ  , ଯାହାକୁ ଆଜି  ବରଗଡ କଳା ସଂସ୍କୃତି ଅଧିକାରୀ କଲ୍ୟାଣୀ ଦାସ  ଯୁବ ସଞ୍ଚାର ବାୟକ ଶ୍ରୀ ଲୁହାରଙ୍କୁ ଝାରବନ୍ଧ ବ୍ଲକ କଳା ସଂସ୍କୃତି ସଂଘର ଉପ-ସଭାପତି ଭାବେ ଅନୁମୋଦନ  କରିଥିବା ଚଠି ବିଭାଗୀୟ ଅଧିକାରୀ, ଶ୍ରୀ ଲୁହାର ଏବଂ ପୂର୍ବତନ ଉପସଭାପତି ଙ୍କ ଅବଗତି ନିମନ୍ତେ ପ୍ରେରଣ କରିଛନ୍ତି ।ଏହ ଖବର ପାଇ ଝାରବନ୍ଧ ବ୍ଲକ ଅଞ୍ଚଳର ସବୁ ବର୍ଗର କଳାକାର, କଳାପ୍ରେମୀ, ସଂସ୍କୃତି ପ୍ରେମୀ  ତଥା ବୁଦ୍ଧିଜୀବୀ ମାନଙ୍କ ମଧ୍ୟରେ ଖୁସିର ଲହରି ଖେଳିଯାଇଛି ଏବଂ ଶ୍ରୀ ଲୁହାରଙ୍କୁ ଶୁଭେଛ୍ଛା ର ସୁଅ ଛୁଟିଛି । ଶ୍ରୀ ଲୁହାର ଜଣେ ସଂଚାର ବାୟକ ଭାବେ ଓଡିଶା ତଥା ପଡୋଶୀ ରାଜ୍ୟ ମାନଙ୍କରେ ବେଶ ସୁପରିଚିତ ,ତାଙ୍କ ଦର୍ଶକ ମହଲରୁ ମଧ୍ୟ ଶୁଭେଛ୍ଛା ବାର୍ତ୍ତା ଆସିଛି । ଶ୍ରୀ ଲୁହାର ଙ୍କୁ ଏହି ବିଷୟରେ ପଚାରିବାରୁ....  ମୁଁ ତୃତୀୟ ଶ୍ରେଣୀ ଅଧ୍ୟୟନ କରୁଥିବା ସମୟରୁ ସଂଚାର କଳା ପ୍ରତି ଆକର୍ଷିତ ହୋଇଥିଲି ଏବଂ ମୋର ବଡ ବାପା କୁଞ୍ଜ ବିହାରୀ ଲୁହାର ଙ୍କ ଠାରୁ ପ୍ରେରଣା ପାଇ ସଂଚାର କଳାକୁ ନିଜର ନିଶା ଭାବେ ଗହଣ କଲି ଯାହା ମୋର ଜିବନର ସବୁକିଛି ଅଟେ । କଳା ସଂସ୍କୃତି ଏବଂ କଳାକାର ମାନଙ୍କର ବିକାଶ  ପାଇଁ ମୁଁ ସବୁବେଲେ ସଦାସର୍ବଦା କଳାକାର ମାନଙ୍କ ପାଇଁ ସମର୍ପିତ । ଆଜିର ଏହି ଗୁରୁ ଦାୟିତ୍ବ ପାଇବାରେ ସମସ୍ତ କଳାକାର , କଳାପ୍ରେମୀ ଏବଂ ଗୁରୁଜନ ଙ୍କ ଭଳପାଇବା ଏବଂ ଆର୍ଶିବାଦ ର ଫଳ ଅଟେ । ଆଗାମୀ ଦିନରେ ଝାରବନ୍ଧ ବ୍ଲକ ଅଞ୍ଚଳର ସମସ୍ତ କଳାକାର ମାନଙ୍କର ଦୁଃଖ ସୁଖରେ ସାମିଲ ହୋଇ ସରକାରଙ୍କର ଆଦେଶ ଅନୁସାରେ ଆସୁଥିବା ସମସ୍ତ କାର୍ଯ୍ୟକ୍ରମ ମିଳିମିଶି କରାଯିବ , କଳା ସଂସ୍କୃତି କ୍ଷେତ୍ରରେ କଳାକାର ଦକ୍ଷତା ବୃଦ୍ଧି ଏବଂ କଳାକାରଙ୍କ ହକ୍ ଅଧିକାର ବିଷୟ ମାନଙ୍କରେ ସଦା ସର୍ବଦା ଉପଯୁକ୍ତ ପଦକ୍ଷେପ ନେଇ ଉତ୍ସର୍ଗିକୃତ ଭାବରେ କାର୍ଯ୍ୟ କରିବି ବୋଲି ସେ କହିଛନ୍ତି।
kranti khadu newsକାଳିମେଳା ବନାଞ୍ଚଳ ରେ ଜାତୀୟ ବିପର୍ଯ୍ୟୟ ହ୍ରାସ ଦିବସ ତଥା ଓଡ଼ିଶା ପ୍ରାକୃତିକ ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ୨୦୨୧ ପାଳିତ  ପଡିଆ:(ଏନ୍ ରବିଙ୍କ ରିପୋର୍ଟ) କାଳିମେଳା ବନାଞ୍ଚଳ କାର୍ଯ୍ୟାଳୟ ସଭାଗୃହ ପରିସରରେ, ଓଡିଶା ସରକାରଙ୍କ ନିର୍ଦ୍ଦେଶ କ୍ରମେ,  ଜାତୀୟ ତଥା ଓଡ଼ିଶା ପ୍ରାକୃତିକ ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ୨୦୨୧, ପାଳିତ ହୋଇ ଯାଇଛି।ଏହି କାର୍ଯ୍ୟକ୍ରମକୁ କାଳିମେଳା ବନାଞ୍ଚାଳ ଅଧିକାରୀ ଶ୍ରୀ ସୁଶାନ୍ତ କୁମାର ଦଳେଇ ଅଧ୍ୟକ୍ଷତା କରିଥିଲେ । ସେ ପ୍ରାକୃତିକ ଦୁର୍ବିପାକ କାହିଁକି ହେଉଛି, ଏହା ଯୋଗୁଁ କିପରି ଜନ ସାଧାରଣ, ଜୀବଜନ୍ତୁ ଭୂଭାଗ ପ୍ରାକୃତିକ ତଥା ଜନ ସମ୍ପତି ର ନଷ୍ଟ ହେଉଛି ,ଏହାର ମୁକାବିଲା କରିବା ଆବଶ୍ୟକ ବୋଲି ବୁଝାଇଥିଲେ । ଏହି କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ଭାବେ ସୃଷ୍ଟି ଅନୁଷ୍ଠାନର ଟିମ୍ ଲିଡର ଶ୍ରୀନିବାସ ପାତ୍ର ଯୋଗ ଦେଇଥିଲେ।  ପ୍ରାକୃତିକ ଦୁର୍ବିପାକ କୁ କିପରି ମୁକାବିଲା କରି ଜନ, ଜନ୍ତୁ, ଜୀବନ, ଭୂ - ସମ୍ପଦ କୁ ସୁରକ୍ଷା କରି ପାରିବା, ସେ ସମ୍ପର୍କ ରେ ଅଭିଭାଷଣ ପ୍ରଦାନ କରିଥିଲେ । ଆଜିର ଆଲୋଚ୍ୟ ପ୍ରସଙ୍ଗ ଥିଲା, ମହିଳା ସ୍ୱୟଂ ସହୟିକା ଦଳ ଓ ପଞ୍ଚାୟତ ସ୍ତରୀୟ କର୍ମୀ ନୂତନ ଭାବରେ, ସରକାରଙ୍କୁ ସହଯୋଗ ପାଇଁ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ଦଳ ଭାବରେ କାର୍ଯ୍ୟ କରିବା ପାଇଁ, ଆଗେଇ ଆସିବେ । ଗ୍ରାମାଞ୍ଚଳ ରେ ସଚେତନତା ସୃଷ୍ଟି କରିବା ରେ ସହାୟକ ହେବେ । ସଭାରେ, କିଛି ବନପାଳ ଓ ବନ ରକ୍ଷୀ ମାନେ  ବୃକ୍ଷ ରୋପଣ, ଜଳ ବାୟୁ ପରିବର୍ତ୍ତନ, ପରିବେଶ ସନ୍ତୁଳନ, ବନ୍ୟପ୍ରାଣୀ ସୁରକ୍ଷା, ଜଙ୍ଗଲ ନିଆଁ ନ ଲଗାଇବା ଉପରେ  ସଚେତନତା ର ବାର୍ତ୍ତା ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ପଡିଆ ଵନପାଳ ଗୁପ୍ତେଶ୍ୱର ରାଓ ଦୋରା, କାଳିମେଳା ଵନପାଳ ସ୍ବୟଂ ପ୍ରଭା ପ୍ରଧାନ,କୁର୍ତ୍ତୀ ଵନପାଳ ବିଘ୍ନଚନ୍ଦ୍ର ମାଡକାମି ଓ ପୋଟେରୁ ଵନପାଳ ମୁରାଲି ମହାରଣା ଓ ସମସ୍ତ ସେକ୍ସନର ବନରକ୍ଷୀ ତଥା ପପିତା ଆଜମିରା,କାନନ ବିଶ୍ବାସ,ପାର୍ଥ ସାରଥି ରାଉତ, ଅନିତା ନାୟକ, ସୁଜାତା, ରାମଚନ୍ଦ୍ର ମାଝୀ, ବାବୁରାମ,ଶିଵୁ ସ୍ବାଇଁ, ଅମ୍ଲାନ,ସିଦ୍ଧାନ୍ତ ରାଉତ ଓ ପାରା  ଷ୍ଟାଫ ଫାୟାର ସ୍କାର୍ଡ ଯୋଗ ଦେଇଥିଲେ । କାଳିମେଳା ଆମ ଜଙ୍ଗଲ ଯୋଜନା କର୍ମକର୍ତ୍ତା ମାନେ ମଧ୍ୟ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ଶେଷରେ କାଳିମେଳା ଵନାଞ୍ଚଳ ଅଧିକାରୀ ଶ୍ରୀ ସୁଶାନ୍ତ କୁମାର ଦଳେଇ ସମସ୍ତ ଙ୍କୁ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ତଥା ପରିଚାଳନା ପାଇଁ, ସରକାରଙ୍କୁ ଓ  ସରକାରଙ୍କ ସହ ଜଡ଼ିତ ଥିବା ସଂସ୍ଥା ବ୍ୟକ୍ତି ସଭା କୋଭିଡ ନିୟମାନୁସାରେ ଆୟୋଜିତ କରାଯାଇଥିଲା ।
kranti khadu newsସମଲେଶ୍ବରୀ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ନୂତନ ପରିଚାଳନା କମିଟି ଗଠନ--------------------------------------------ଆଜି ତା୨୯/୧୦/୨୦୨୧ ଶୁକ୍ରବାର ଦିନ ସକାଳ ୧୦ ଘଣ୍ଟା ସମୟରେ ବରଗଡ଼  ୱାର୍ଡ ନମ୍ବର ୦୨ ସ୍ଥିତ ସମଲେଶ୍ବରୀ ସରକାରୀ ପ୍ରାଥମିକ ବିଦ୍ୟାଳୟରେ କରୋନା କଟକଣା କୁ ପାଳନ ପୂର୍ବକ ନୂତନ ଭାବେ ସ୍କୁଲ ପରିଚାଳନା କମିଟି ଗଠନ ହୋଇ ଯାଇଛି।ଏଥିରେ ସର୍ବ ସମ୍ମତି କ୍ରମେ ସଭାପତି ଭାବେ ସାମ୍ବାଦିକ ଗୋପୀନାଥ ସାହୁଙ୍କୁ ମନୋନୀତ କରାଯାଇ ଥିବା ବେଳେ ସୁଜାତା ବିଶି ଙ୍କୁ ଉପ ସଭାପତି ଭାବେ ମନୋନୀତ କରାଯାଇଥିଲା।ଏହି ସଭାରେ  ପରିଚାଳନା କମିଟିର ବୋର୍ଡରେ ନରୋତ୍ତମ ଦଳେଇ,ରଘୁନାଥ ଭୁଏ,ରାଜୁ ମହାପାତ୍ର,ଅଜିତ ସାହୁ,ପ୍ରସନ୍ନ କୁମାର ଜେନା,ସିଂଧୁସୂତା ପଟ୍ଟନାୟକ, ନନ୍ଦିନୀ ସାହୁ,ଭୂମିସୁତା ସାହୁ,ପିଙ୍କି ବାଗ, ସୁଷମା ଗଡ଼ତିଆ ପ୍ରଭୁତିଙ୍କୁ ସଭାରେ ଚୟନ କରାଯାଇଅଛି। ଆଗାମୀ ଦିନରେ ବିଦ୍ୟାଳୟ ର କିପରି ସର୍ବାଙ୍ଗୀନ ଉନ୍ନତି ହୋଇ ପାରିବ ସେଥି ସକାଶେ ନୂତନ ଭାବେ ଗଠନ ହୋଇ ଥିବା ପରିଚାଳନା କମିଟିର ସଦସ୍ୟ ସଦସ୍ୟା ସମସ୍ତେ ପ୍ରତିଜ୍ଞା କରିଥିଲେ। ବିଦ୍ୟାଳୟର ପ୍ରଧାନଶିକ୍ଷୟତ୍ରୀ ଲଳିତା ପ୍ରଧାନ ଙ୍କ ଅଧ୍ୟକ୍ଷତାରେ  କାର୍ଯ୍ୟକ୍ରମ ହୋଇଥିବା ବେଳେ  ପ୍ରଦୀପ କୁମାର ଶତପଥୀ ସଭାକାର୍ଯ୍ୟ ସଂଯୋଜନା କରିଥିଲେ ଏବଂ ଶିକ୍ଷକ ପ୍ରମୋଦ କୁମାର ମହାପାତ୍ର କମିଟିର ରୂପରେଖ ତଥା କାର୍ଯ୍ୟକଳାପ ବିଷୟରେ ସମସ୍ତଙ୍କୁ ଅବଗତ କରାଇଥିବା ବେଳେ ଶିକ୍ଷୟତ୍ରୀ ନମିତା ଦାସ ,ମାଧବୀ ଲତା ଷଣ୍ଢ ,ଭଗ୍ୟବନ୍ତି ବିଶ୍ୱାଳ ,ଅଞ୍ଜଳି ହୋତା  ବିଶେଷ ସହଯୋଗ କରିଥିଲେ। ସଭା ଶେଷରେ ଶିକ୍ଷକ ପ୍ରମୋଦ କୁମାର  ମହାପାତ୍ର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
kranti khadu news ଆନ୍ତଃରାଜ୍ୟ ଗାମାଙ୍ଗ ଦେବି ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ପଡ଼ିଆ:(ଏନ୍ ରବିଙ୍କ ରିପୋର୍ଟ)ମାଲକାନଗିରି ଜିଲ୍ଲା ପଡ଼ିଆ ବ୍ଲକ ଅନ୍ତର୍ଗତ ଵାପାନପାଲ୍ଲୀ ପଞ୍ଚାୟତରେ  ଆଜି ଅନଃରାଜ୍ୟ ଗମାଙ୍ଗ ଦେବି ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍ ଘାଟିତ ହୋଇଯାଇଛି । ଆଜିର ଏହି ଉଦଘାଟିତ ଫୁଟବଲ ମ୍ୟାଚ ଉଭୟ ମାଲକାନଗିରି ଓ କୁଣ୍ଟା ମଧ୍ୟରେ ଅନୁଷ୍ଠିତ ହେଇଥିଲା । ଆଜିର ଏହି ପ୍ରଥମ ମ୍ୟାଚରେ କୁଣ୍ଟା ବିଜୟୀ ହୋଇଥିଲା । ଆଜିର ଏହି ଉଦଘାଟିତ ଫୁଟବଲ ଉତ୍ସବରେ ମୂଖ୍ୟ ଅତିଥି ଭାବେ ପଡ଼ିଆ ବ୍ଲକର ଯୁଵ ବିଜେଡି ନେତା ନାକା ନୁକାଲ ରାଜୁ, ଵାପାନପାଲ୍ଲୀର ପୂର୍ବତନ ସରପଂଚ ଜଗା କାମରାମୀ,ରାମା ମାଢି,ଦେବା କମରାମୀ,କୋଷା ମାଡକାମି, ବିକାଶ ମାଣ୍ଡଲ, ଗଙ୍ଗା ମାଡକାମି ଓ ବାସୁଦେବ ହାଲଦାର ଯୋଗ ଦେଇ ଥିଲେ ।
kranti khadu newsପୋଖରୀରେ ବୁଡି ଶ୍ରମିକଙ୍କ ମୃତ୍ୟୁମାଲକାନଗିରି,ପଡିଆ:(ଏନ୍ ରବିଙ୍କ ରିପୋର୍ଟ) ପୋଖରିରେ ବୁଡି ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି । ମୃତ ବ୍ୟକ୍ତି ଜଣଙ୍କ ପଡ଼ୋଶୀ ରାଜ୍ୟ ଛତିଶଗଡ଼ରୁ ମାଲକାନଗିରି ଜିଲ୍ଲା ଏମଭି-୭୯ ଥାନା ଅନ୍ତର୍ଗତ ଏମଭି-୬୧ ଅଞ୍ଚଳକୁ ଚାଷ କାମ କରିବାକୁ ଆସିଥିଲେ । ସୂଚନା ଅନୁସାରେ ଛତିଶଗଡ଼ର ସୁକମା ଜିଲ୍ଲା ବାଲାମପାଲି ଥାନା ଅନ୍ତର୍ଗତ ଇତାଗୁଡା ଗ୍ରାମର ଦେବା ସୋଡ଼ୀ ଓ ବାଣ୍ଡି ସୋଡ଼ୀ ଏମଭି-୬୧ ଗ୍ରାମର ବିଶ୍ୱଜିତ ମଲ୍ଲିକଙ୍କ ଘରେ ଚାଷ କାର୍ଯ୍ୟ କରୁଥିଲେ । ତେବେ ଗତ ରବିବାର ଠାରୁ ଦେବା ସୋଡ଼ୀ ନିଖୋଜ ରହିଥିବା ବେଳେ ଆଜି ସକାଳେ ପୋଖରୀରେ ମୃତ ଦେହ ଭାସୁଥୁବାର ବିଶ୍ୱଜିତଙ୍କ ପରିବାର ଲୋକେ ଦେଖିବାକୁ ପାଇଥିଲେ ।ଏହାପରେ ବିଶ୍ୱଜିତଙ୍କ ପରିବାର ଲୋକେ ଏମଭି-୭୯ ଥାନାରେ ଖବର ଦେଇଥିଲେ । ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତ ଦେହକୁ ଉଦ୍ଧାର କରିବା ସହ ମୃତ ବ୍ୟକ୍ତିଙ୍କ ପରିବାର ଲୋକଙ୍କୁ ଖବର ପଠାଇଥିବା ଜଣାପଡିଛି । ଦେବାଙ୍କ ପରିବାର ଲୋକେ ଆସିଲେ ମୃତ ଦେହ ବ୍ୟବଚ୍ଛେଦ ହେବ ବୋଲି ଜଣାପଡିଛି । ଏହି ଘଟଣାକୁ ନେଇ ପ୍ରାଥମିକ ପର୍ଯ୍ୟାୟରେ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରିଥିବା ବେଳେ ଘଟଣାର ତଦନ୍ତ ପରେ ଦେବାର ମୃତ୍ୟୁର କାରଣ ସ୍ପଷ୍ଟ ଜଣାପଡିବ ବୋଲି ପୁଲିସ କହିଛି । ଏମଭି-୭୯ ଥାନା ଅଧିକାରୀ ଜୟ ପ୍ରକାଶ ନାରାୟଣଙ୍କ ନିର୍ଦ୍ଦେଶକ୍ରମେ ଏଏସଆଇ ନବୀନ ଚନ୍ଦ୍ର ପୁଜାରୀ ଘଟଣାର ତଦନ୍ତ କରୁଥିବା ଜଣାପଡିଛି ।
kranti khadu newsଆମ ଦମକଳ କାର୍ଯ୍ୟକ୍ରମରେ ପଡିଆ ଦମକଳ କେନ୍ଦ୍ର ପକ୍ଷରୁ ସାମୂହିକ ଶପଥ ପାଠ ପଡିଆ:(ଏନ୍ ରବିଙ୍କ ରିପୋର୍ଟ) ରାଜ୍ୟ ସରକାରଙ୍କ 5t ଅନ୍ତର୍ଗତ ଆମ ଦମକଳ କାର୍ଯ୍ୟକ୍ରମରେ ପଡିଆ ବ୍ଳକର ଦମକଳ କେନ୍ଦ୍ରରେ ସାମୁହିକ ଶପଥ ପାଠ ହୋଇ ଯାଇଛି । ଏହି କାର୍ଯ୍ୟକ୍ରମରେ ଓଡ଼ିଶା ଦମକଳ କେନ୍ଦ୍ର ପକ୍ଷରୁ ରାଜ୍ୟର ପ୍ରତ୍ୟେକ ଦମକଳ କେନ୍ଦ୍ର ଅଞ୍ଚଳର ସମସ୍ତ ଜନ ସାଧାରଣ ର ସୁବିଧା ଅସୁବିଧାରେ ସାଧାରଣ ଲୋକଙ୍କ ସହିତ ଉତ୍ତମ ସମ୍ପର୍କ ରକ୍ଷା କରିବା ତଥା ସାଧାରଣ ଲୋକଙ୍କ ହିତରେ,ଜନତାଙ୍କ ନିକଟର ହୋଇ କାମ ସୁଚାରୁ କାର୍ଯ୍ୟ କରିବା କୁ ନିର୍ଦ୍ଦେଶ ରହିଛି । ତେବେ ପଡିଆ ଦମକଳ କେନ୍ଦ୍ର ପକ୍ଷରୁ ଆଜି ଅଧିକାରୀ ଶିଶିର କୁମାର ସିଂ ସମେତ ସମସ୍ତେ ସାମୁହିକ ଶପଥ କରିଥିଲେ ।
kranti khadu newsପରିବାର ଦର ଆକାଶ ଛୁଆଁ(ରିଙ୍କୁ ଦେବତା ଙ୍କ ରିପୋର୍ଟ)ହାଣ୍ଡି ଶାଲକୁ ଏବେ ମହଙ୍ଗା ମାଡ। ରନ୍ଧନ ଗ୍ୟାସର ଦର ବୃଦ୍ଧି ନେଇ ସାଧାରଣ ଲୋକ ଅତିଷ୍ଠ ହୋଇ ଯାଇଥିବାବେଳେ ଏଵେ ଆକାଶ ଛୁଆଁ ପରିବା ଦର ଖାଉଟି ଙ୍କ ଚିନ୍ତା ବଢାଇ ଦେଇଛି।ଦୁଇ ଶହ ଟଙ୍କାର ପରିବା କିଣିଲେ ବ୍ଯାଗରେ ଅଧା ମଧ୍ୟ ହେଉନାହିଁ। କାର୍ତ୍ତିକ ମାସ ଆସିଥିବାରୁ ପରିବାଦର ବୃଦ୍ଧି ଯୋଗୁଁ ମଧ୍ୟବିତ୍ତ ଓ ଗରିବ ପରିବାରର ଚିନ୍ତା ବଢି ଯାଇଛି।ଅନ୍ଯ ପକ୍ଷେ ପଦ୍ମପୁର ଉପଖଣ୍ଡର ଗାଇସିଲେଟ ଅଞ୍ଚଳ ରେ ବର୍ଷା ନ ହେବାରୁ ପନିପରିବା ଚାଷ ମଧ୍ୟ ହୋଇ ପାରୁନାହିଁ।ପାଣି କୂଅ ରୁ ପମ୍ପ ସାହାଯ୍ୟ ରେ ପରିବା ବିଲରେ ମଡାଇ ମଡାଇ ଚାଷ କରିବା ବହୁତ କଷ୍ଟ ବୋଲି ଚାଷୀ କହୁଛନ୍ତି। ଠିକ୍ ସେହିପରି ଗତ ଦୁଇ ସପ୍ତାହ ହେବ ଗୁଦେରପାଲି ବଜାର,କୁଣ୍ଡାଖାଇ,ଦିପ୍ତୀପୁର ବଜାର,ମେଲଛାମୁଣ୍ଡା, ନଅଗାଁ (କ) ବଜାର,ଲାଉମୁଣ୍ଡା ବାଦିପାଲି ବଜାର ରେ ପରିବାଦର ବଢି ଚାଲିଛି।ଆଜି ଗୁଦେରପାଲି ସାପ୍ତାହିକ ବଜାରରେ ଟମାଟର କିଲୋ୬୦ ଟଙ୍କା, ବାଇଗଣ ୪୦,ପୋଟଲ୬୦, ବନ୍ଧାକୋବି ୪୫,ମୂଲା ବିଡା୩୦,ଭେଣ୍ଡି ୪୦,ଆଲୁ୨୫,ପିଆଜ ୪୨ ଟଙ୍କା ରହିଥିବା ବେଳେ ମଧ୍ୟବିତ୍ତ ଓ ଗରିବ ଲୋକଙ୍କ ଚିନ୍ତା ବଢାଇ ଦେଇଛି। ସ୍ଥାନୀୟ ଚାଷୀମାନଙ୍କ ପରିବା ଆବଶ୍ୟକତା ଅନୁସାରେ ବଜାର କୁ ନ ଆସିବାରୁ ଦର ଆକାଶ ଛୁଆଁ ହେଉଛି ବୋଲି ଲୋକେ କହୁଛନ୍ତି।
kranti khadu news ବର୍ହାଗୋଡା ଫୁଟବଲ ଟୁର୍ଣ୍ଣାମେଣ୍ଟ ଦ୍ଵିତୀୟ ଦିନରେ ବଡ଼ମାଲ ଓ ପୁଟୁରୁପାଲି ବିଜୟୀବରଗଡ଼: ଗ୍ରାମାଞ୍ଚଳ କ୍ରୀଡ଼ାରେ ଫୁଟବଲ ଖେଳର ସ୍ଵତନ୍ତ୍ର ସ୍ଥାନ ରହିଛି । ବର୍ହାଗୋଡାରେ ଗତ ଶନିବାରରୁ ନ ଦିବସିୟ ମାଁ ପଆଁରାପାଟ କପ ୨୦୨୧ ପ୍ରଥମ ରନିଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହୋଇଛି । ରବିବାର ଦ୍ଵିତୀୟ ଦିନ ଖେଳ ରେ ଦୁଇଟି ମ୍ୟାଚ ହୋଇଥିଲା, ପୁଟୁରୁପାଲି ୧-୦ ରେ ଖେଦାପାଲି କୁ ପରାସ୍ତ କରିଥିଲା । ଦ୍ଵିତୀୟ ମେଚ ଭଟଲି ବଡ଼ମାଲ ୩-୦ ରେ ସିଲାଟ କୁ ପରାସ୍ତ କରି ଦ୍ଵିତୀୟ ରାଉଣ୍ଡ କୁ ପହଂଚିଛି । ଏହି ଖେଳରେ ଅତିଥି ଭାବେ ଆମ୍ ଆଦମୀ ପାର୍ଟି ର ଜିଲ୍ଲା ଆବାହକ ଭବାନୀ ସାହୁ, ରାଜ୍ୟ ସମ୍ପାଦକ ଅମିତାଭ ପାତ୍ର, ମହିଳା ସଂଗଠନର ମରିୟମ ବାର୍ଳା, ଯଶୋବନ୍ତି ପୋଢ଼, ଅସିତ ସାହୁ ଉପସ୍ଥିତ ରହି ଥିଲେ । ବାର୍ହାଗୋଡା
kranti khadu news ଆଞ୍ଚଳିକ ବସ୍ତି ମହାସଂଘର ବୈଠକ ସହ ସମ୍ବର୍ଦ୍ଧନା |ଆଜି କଟକ ଜିଲ୍ଲା ଜଗତପୁର ର ୪୮ ନମ୍ବର ୱାର୍ଡର ପୁର୍ବତନ କର୍ପୋରେଟର ନିରୋଦ ଚନ୍ଦ୍ର ପଣ୍ଡାଙ୍କ ସଭାପତିତ୍ୱରେ ଜଗତପୁର ମହାନଦୀ ପାର୍ଶ୍ୱ ବଟେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଆଞ୍ଚଳିକ ବସ୍ତି ମହାସଂଘ ତରଫରୁ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି | ଅନୁଷ୍ଠିତ ବୈଠକରେ ଜଗତପୁର ଅଞ୍ଚଳର ଦୁଇ ୱାର୍ଡର ୨୪ଗୋଟି ବସ୍ତିର ବିଭିନ୍ନ ମୌଳିକ ସମସ୍ୟା ବିଷୟରେ ଆଲୋଚନା କରାଯିବା ସହ ବସ୍ତି ସମୁହର ସଭାପତି ଓ ସମ୍ପାଦକ ଚୟନ କରାଯିବା ସହିତ ସମ୍ବର୍ଦ୍ଧିତ କରାଯାଇଥିଲା | ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଆଈନସେବା ପ୍ରାଧିକରଣର କର୍ମକର୍ତ୍ତା ଓ ସିଏମସିର ବସ୍ତି ସଂଯୋଜକ ଯୋଗ ଦେଇ ବସ୍ତି ପାଇଁ ଆସୁଥିବା ସରକାରୀ ଯୋଜନା ସମ୍ପର୍କରେ ସଚେତନ କରାଯାଇଥିଲା | ମାନସ ପରିଡା ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ହରିହର ପଣ୍ଡା, ଅଲେଖ ଚନ୍ଦ୍ର ବେହେରା, ମହେନ୍ଦ୍ର ମହାନ୍ତି, ତୀର୍ଥାନନ୍ଦ ପଣ୍ଡା, କିଶୋର ନାୟକ, ଶ୍ରୀନିବାସ ରାଉତ, ଇତିଶ୍ରୀ ପଣ୍ଡା, ପିଏଲବି ଲୋକନାଥ ଶତପଥି, ଆଈନଜିବୀ ବିପିନ ଚୌଧୁରୀ, ସଚ୍ଚିଦାନନ୍ଦ ଶୁକ୍ଳ, ଲଳିତ କୁମାର ଭୁୟାଁ ଓ ଚିତ୍ତରଞ୍ଜନ ମହାନ୍ତି ପ୍ରମୁଖ ଯୋଗଦେଇଥିଲେ | କଟକରୁ ସୁକାନ୍ତ ମହାପାତ୍ର ଓ ସୁରେନ୍ଦ୍ର ଜେନା ଙ୍କ ରିପୋର୍ଟ, କ୍ରାନ୍ତିଖଡୁ ।
kanti khadu news ବାପୁଜୀ ଉଚ୍ଚ ବିଦ୍ୟାଳୟ ରେ ଗାନ୍ଧୀ ଜୟନ୍ତୀ(ରିଙ୍କୁ ଦେବତା ଙ୍କ ରିପୋର୍ଟ) ଗାଇସିଲେଟ ବ୍ଳକ ଅନ୍ତର୍ଗତ ଗୁଦେରପାଲି ବାପୁଜୀ ଉଚ୍ଚ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ କମଲାକାନ୍ତ ପାଣିଗ୍ରାହୀ ଙ୍କ ଶଭାପତିତ୍ଵ ରେ ଜାତିର ପିତା ମହାତ୍ମା ଗାନ୍ଧୀ ଙ୍କ ୧୫୨ତମ ଜୟନ୍ତୀ  ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ  ହୋଇଯାଇଛି। ଏଥିରେ ସମାଜ ସେବୀ କିଶୋର ଚନ୍ଦ୍ର ଦେବତା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବାପୁଜୀ ଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପ ମାଲ୍ୟାର୍ପଣ କରିଥିଲେ। ପରିଚାଳନା କମିଟି ର ସଭାପତି ଶୈଳବାଳା ଦେବତା, ଶିକ୍ଷକ ପ୍ରଜାପତି ପଧାନ, ହରେକୃଷ୍ଣ ପ୍ରଧାନ, ଚନ୍ଦ୍ରମଣି ସାହୁ, କିଶୋର ପାତ୍ର, ସୁବାଷ ପଟେଲ, ମୁରଲିଧର ପଟେଲ,କେଶବ ପାତ୍ର, ଧନପତି ପଧାନ, ଚୂଡାମଣି ପଟେଲ,ବସୁଦେବ ରାଏ,ଧନପତି ପଧାନ ଙ୍କ ସମେତ ସମସ୍ତ ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ।
kranti khadu news ଗୁଦେରପାଲି ଗ୍ରାମପଞ୍ଚାୟତ ରେ ଗ୍ରାମ ସଭା(ରିଙ୍କୁ ଦେବତା ଙ୍କ ରିପୋର୍ଟ)ଗାଇସିଲେଟ ବ୍ଳକ ଅନ୍ତର୍ଗତ ଗୁଦେରପାଲି ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ରେ ଆଜି ଗାନ୍ଧୀ ଜୟନ୍ତୀ ପାଳନ ସହ ସ୍ବତନ୍ତ୍ର ଗ୍ରାମ ସଭା ଅନୁଷ୍ଠିତ ହୋଇଯାଇଛି।ଗୁଦେରପାଲି ଗ୍ରାମ ପଞ୍ଚାୟତ ରେ ବିଗତ ବର୍ଷ ର ବିଭିନ୍ନ ଉନ୍ନୟନ ମୂଳକ କାମ ଅଧାପନ୍ତରିଆ ହୋଇ ପଡିରହିଥିବା ବେଳେ, ଆସନ୍ତା ୨୦୨୨/୨୩ବର୍ଷ ରେ ମହାତ୍ମାଗାନ୍ଧୀ କର୍ମ ନିଯୁକ୍ତି ଯୋଜନାରେ ଯେଉଁ ଉନ୍ନୟନମୂଳକ କାମ ମାନ ହେବ ତାର ଏକ୍ସନପ୍ଳାନ ତିଆରି ହୋଇଥିଲା।ଗୁଦେରପାଲି ଗ୍ରାମ ପଞ୍ଚାୟତ ରେ ଯୋଗ୍ୟ ହିତାଧିକାରୀ ଆବାସ ଯୋଜନା ପାଇବାରୁ ବଞ୍ଚିତ ହେଉଛନ୍ତି, ଯେଉଁ ହିତାଧିକାରୀମାନେ ଆବାସ ଯୋଜନାରେ ଘର ପାଇଛନ୍ତି ଘର ସଂପୂର୍ଣ୍ଣ ହେବାର ଏକ ବର୍ଷ ବିତିଯାଇଥିଲେ ମଧ୍ୟ ମହାତ୍ମାଗାନ୍ଧୀ କର୍ମ ନିଯୁକ୍ତି ଯୋଜନାରେ ଯେଉଁ ଟଙ୍କା ପାଇବା କଥା ତାହା ତାଙ୍କୁ ମିଳିପାରିନାହିଁ।ମୋ ବଗିଚା ଯୋଜନାରେ ଦୁର୍ନୀତି,ଏହି ପଞ୍ଚାୟତ ରେ 'ଆମଗାଁ ଆମ ବିକାଶ'ଯୋଜନା ବଟାବଣା ହୋଇଥିବା ଅଭିଯୋଗ ନେଇ ଗୁଦେରପାଲି,ଜାମୁଟପାଲି,ରେଙ୍ଗାଲପାଲି ଏବଂ ବେହେରାବାହାଲି ଗ୍ରାମବାସୀ ଅଭିଯୋଗ ଆଣିଥିଲେ।ଏହି ସଭାରେ ଗାଇସିଲେଟ ବ୍ଲକର ନୋଡାଲ ଅଫିସର ସମରେନ୍ଦ୍ର ବେହେରା, ଗ୍ରାମ୍ଯ ରୋଜଗାର ସେବକ ରତନ ରଥ, ସରପଞ୍ଚ ଗୈାର ପାତ୍ର, ସମାଜ ସେବୀ କିଶୋର ଚନ୍ଦ୍ର ଦେବତା, ରାମଚନ୍ଦ୍ର ପାତ୍ର,ନାରୀନେତ୍ରୀ ଶୈଳବାଳା ଦେବତା,ଝସକେତନ ପଧାନ,ଶିବ ପ୍ରଧାନ, ସମସ୍ତ ଆଶାକର୍ମୀ ଓ ଅଙ୍ଗନୱାଡି କର୍ମୀ ଙ୍କ ସମେତ ସମସ୍ତ ଓ୍ବାଡ ସଭ୍ୟ ଉପସ୍ଥିତ ଥିଲେ।
Load More That is All