Home
Features
_Multi DropDown
__DropDown 1
__DropDown 2
__DropDown 3
_ShortCodes
_SiteMap
_Error Page
Documentation
_Web Doc
_Video Doc
Download This Template
Showing posts from July, 2021
Show all
କ୍ରାନ୍ତି ଖଡୁ ନ୍ୟୁଜ -ପଲସାନି ରାସ୍ତା ରାସ୍ତା ନୁହେଁ ଗୁଲଗୁଲା ପସରା(ରିଙ୍କୁ ଦେବତା ଙ୍କ ରିପୋର୍ଟ) ଗ୍ରାମାଞ୍ଚଳକୁ ସହରାଞ୍ଚଳ ସହ ସିଧାସଳଖ ଯୋଡିବା ପାଇଁ ରାଜ୍ୟ ସରକାର ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ଵାରା ପକ୍କା ସଡ଼କ ତିଆରି କରୁଛନ୍ତି । ପଞ୍ଚାୟତ ତରଫରୁ ମଧ୍ୟ ପକ୍କା ରାସ୍ତା ତିଆରି କରୁଛନ୍ତି । ସ୍ବାଧୀନତାର ଦୀର୍ଘ ଦିନ ପରେ ମଧ୍ୟ ଏବେ ବି ଏମିତି କିଛି ଗାଁ ରହିଛି ଯୋଉ ଯାଗାକୁ ଯାତାୟତ ପାଇଁ ଭଲ ରାସ୍ତା ନାହିଁ । ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଳକ ବୁକୁରାମୁଣ୍ଡା ପଞ୍ଚାୟତର ପଲସାନି ଗାଁ । ପ୍ରଶାସନିକ ଉଦାସୀନତା ହେଉ ଅବା ସ୍ଥାନୀୟ ଜନପ୍ରତିନିଧିଙ୍କ ଅବହେଳା କାରଣରୁ ଏହି ପଲସାନି ଗାଁ କୁ ଆଜି ପର୍ଯ୍ୟନ୍ତ ଗୋଟିଏ ପକ୍କା ରାସ୍ତା ତିଆରି ହୋଇପାରିନାହିଁ । ଖରା ଦିନରେ ତ କିଛି ମାତ୍ରାରେ ଚଲିଯାଏ । ହେଲେ ବର୍ଷା ସମୟ ଆସିଲେ ଅସରାଏ ବର୍ଷା ହେଲେ ରାସ୍ତାରେ ଚାଲିବା କଷ୍ଟକର ହୋଇଯାଏ । ଏହି ଗାଁରେ ଶହେରୁ ଉର୍ଦ୍ଧ୍ବ ପରିବାର ବସବାସ କରନ୍ତି । ଏଠାକାର ଲୋକମାନେ ଶିକ୍ଷା ସ୍ବାସ୍ଥ୍ୟ ତଥା ଅନ୍ୟାନ୍ୟ କାମ ପାଇଁ ବୁକୁରାମୁଣ୍ଡା ଉପରେ ନିର୍ଭର କରିଥାନ୍ତି । ହେଲେ ବର୍ଷା ଦିନ କାଦୁଅ ପଚପଚ ରାସ୍ତାରେ ଚାଲିବା କଷ୍ଟ ହୋଇଥାଏ । ଏଠାକାର ଜନସାଧାରଣ ବିଭିନ୍ନ ସମୟରେ ଜନପ୍ରତିନିଧି ତଥା ବିଭାଗୀୟ ଅଧିକାରୀଙ୍କୁ ଜଣାଇଥିଲେ ମଧ୍ୟ କୌଣସି ସୁବିଧା ହୋଇପାରିନାହିଁ । ଯାହା ଫଳରେ ଏହି ଗ୍ରାମବାସୀ ବର୍ଷା ଦିନ ବହୁ ସମସ୍ୟା ଭୋଗୁଛନ୍ତି । ପ୍ରଶାସନ ଏ ଗାଁକୁ ଏକ ପକ୍କା ରାସ୍ତା ତିଆରି କଲେ ଗ୍ରାମବାସୀ ଉପକୃତ ହୋଇ ପାରିବେ ।
କ୍ରାନ୍ତି ଖଡୁ ନ୍ୟୁଜ -ମୁଖ୍ୟ ଡାକ୍ତରଖାନାରେ ଅଲ୍ଟ୍ରା ସାଉଣ୍ଡ ସେବା କେବେ ଚାଲୁ ହେବ: ଆମ୍ ଆଦମୀ ପାର୍ଟିବରଗଡ଼: ଜିଲ୍ଲାରେ ସ୍ୱାସ୍ଥ୍ୟ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡିଥିବା ଅଭିଯୋଗ କରିଛି ଆମ୍ ଆଦମୀ ପାର୍ଟି । ଟୁକୁର୍ଲା- ଖେଦାପାଲି ସ୍ଥିତ ଜିଲ୍ଳା ମୁଖ୍ୟ ଡାକ୍ତରଖାନାରେ ଅଲ୍ଟ୍ରା ସାଉଣ୍ଡ ସେବା ନଥିବାରୁ ରୋଗୀ ମାନେ ବରଗଡ଼ ପୁରୁଣା ହସ୍ପିଟାଲ କୁ ଆସୁଛନ୍ତି ଅଲ୍ଟ୍ରା ସାଉଣ୍ଡ କରିବା ପାଇଁ ଯାହାକି ଗାଡି ଭଡା ଦେଇ ଯିବା ଆସିବାରେ ଚର୍ଚ୍ଚାନ୍ତ ହେଉଛନ୍ତି କିମ୍ବା ପ୍ରାଇଭେଟ ରେ ଅଧିକ ଟଙ୍କା ଦେବାକୁ ବାଧ୍ୟ ହେଉଛନ୍ତି । ୫୭ କୋଟି ଖର୍ଚ୍ଚ କରି ବରଗଡ଼ ଜିଲ୍ଳା ଲୋକଙ୍କୁ ଅତ୍ୟାଧୁନିକ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବାକୁ ନୂଆ ହସ୍ପିଟାଲ ମୁଖ୍ୟମନ୍ତ୍ରୀ ଉଦଘାଟନ କରିଥିଲେ ଜାନୁଆରୀ ୨୦୨୦ ମସିହାରେ କିନ୍ତୁ ଅତି ଆବଶ୍ୟକ ଭଳି ଅଲ୍ଟ୍ରା ସାଉଣ୍ଡ ସେବା ବି ଲୋକଙ୍କୁ ମିଳି ପାରୁ ନଥିବା ଆପ୍ ରାଜ୍ୟ ସମ୍ପାଦକ ଅମିତାଭ ପାତ୍ର ଅଭିଯୋଗ କରିଛନ୍ତି । ସେହିପରି ପୁରୁଣା ହସ୍ପିଟାଲ ରେ ପ୍ରସୂତି ମହିଳା ମାନଙ୍କ ସାଧାରଣ ପ୍ରସବ ହେଉଥିବା ବେଳେ ସିଜରିଆନ ଜନିତ ଅସ୍ତ୍ରୋପଚାର ସେବା ହେଉ ନଥିବା ରୁ ଗୁରୁତ୍ୱ ରୋଗୀଙ୍କୁ ଖେଦା ପାଲି ପଠା ଯାଉଛି ସେଠାରେ ଡାକ୍ତର କିମ୍ବା ଷ୍ଟାଫ ନଥିଲେ ପରେ ବୁର୍ଲା ରେଫର କରାଯାଉଛି ଏହା ମଧ୍ୟରେ ରୋଗୀର ଜୀବନ ପ୍ରତି ବିପଦ ରହୁଥିବା ଜିଲ୍ଳା ଆବାହକ ଭବାନୀ ସାହୁ ଅଭିଯୋଗ କରିଛନ୍ତି । ଏହାର ତୁରନ୍ତ ସମାଧାନ ନହେଲେ ଆମ୍ ଆଦମୀ ପାର୍ଟି ବରଗଡ଼ ବରଗଡ଼ ଜନ ସାଧାରଣଙ୍କ ସହ ଆନ୍ଦୋଳନ କରିବାକୁ ବାଧ୍ୟ ହେବ ।
kranti khadu news ଵନପାଲ ଙ୍କୁ ବିଦାୟକାଳୀନ ଓ ବନରକ୍ଷୀ ଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା(ରିଙ୍କୁ ଦେବତା ଙ୍କ ରିପୋର୍ଟ)-ଭଟଲି ବନାଞ୍ଚଲ ଅନ୍ତର୍ଗତ ଭଟିଲି ସେକ୍ସନ ର ବନପାଲ ଶ୍ରୀଯୁକ୍ତ ଶୁଦାମ ଜଗଦଲା ଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଓ ନୂତନ ଭାବରେ ଯୋଗଦାନ କରିଥିବା ଦ୍ବାରୀ ବିଟ ର ବନରକ୍ଷୀ ଶ୍ରୀମତି ଲିଜି ମହାପାତ୍ର ଙ୍କୁ ଶ୍ରୀଶ୍ରୀ ମାଁ ଘଣ୍ଟେଶ୍ବରୀ ଟ୍ରଷ୍ଟ ବୋର୍ଡ ଭଟିଲି ଓ ଅମ୍ବାଭୋନା ପକ୍ଷରୁ ସ୍ବାଗତ କରାଯାଇଛି। ଭବାନୀ ଶଙ୍କର ପ୍ରଧାନ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ବନପାଲ ଉର୍ଦ୍ଧବ ପ୍ରଧାନ ସମ୍ମାନିତ ଅତିଥି ରୂପେ ଯୋଗଦାନ କରିଥିଲେ। କୃତାର୍ଥ ନାଏକ ବିବରଣୀ ପାଠ କରିଥିବା ବେଳେ ଦୋମୋଦର ଭୋଇ, ଶଶିଭୂଷଣ ନାୟକ ଙ୍କ ସହ ଏ ଅଞ୍ଚଳର ଜନସାଧାରଣ ଉପସ୍ଥିତ ଥିଲେ।କୋଭିଡ କଟକଣାକୁ ଦୃଷ୍ଟି ରେ ରଖି ବିଦାୟୀ ବନପାଲ ଶ୍ରୀଯୁକ୍ତ ଶୁଦାମ ଜଗଦଲା ଓ ଦ୍ବାରୀ ବିଟ ର ନୂତନ ଭାବରେ ଯୋଗଦାନ କରିଥିବା ବନରକ୍ଷୀ ଲିଜି ମହାପାତ୍ର ଙ୍କୁ ମାନପତ୍ର ଓ ଉପଢ଼ୌକନ ଦେଇ ସମ୍ମାନିତ କରିଥିଲେ।
କ୍ରାନ୍ତିଖଡୁ ନ୍ଯୁଜ‐ସାମ୍ବାଦିକକୁ ଦୁର୍ବ୍ୟବହାର ଓ ମାଡ଼ ମାରିବା ଘଟଣାକୁ ଦୃଢ଼ ନିନ୍ଦାକଲେ ଗଣମାଧ୍ୟମ ପ୍ରତିନିଧି (ଏନ ରବି ଙ୍କ ରିପୋର୍ଟ)ବୃନ୍ଦ ପଡିଆ ବ୍ଳକ ।ପଡିଆ:ମାଲକାନଗିରି ଜିଲ୍ଲା ପଡିଆ ବ୍ଳକ ଗଣମାଧ୍ୟମ ପ୍ରତିନିଧି ବୃନ୍ଦ କେନ୍ଦ୍ରାପଡା ଠାରେ କାର୍ଯ୍ୟରତ ସାମ୍ବାଦିକଙ୍କୁ ଜଣେ ମହିଳା ପୋଲିସ ଦୃବ୍ୟବହାର କରିବା ସହ ଚାପୁଡ଼ା ମାରିବା ଘଟଣାକୁ ଆଜି ଗଣମାଧ୍ୟମ ପ୍ରତିନିଧି ବୃନ୍ଦ ପଡିଆ ସମସ୍ତ ସାମ୍ବାଦିକ ଏକତା ହୋଇ ଦୃଢ଼ ନିନ୍ଦା କରିବା ସହ ଏଥି ପ୍ରତି ଦୁଢ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି। ଆଜି ପଡ଼ିଆ ସାମ୍ବାଦିକ ଭାଇ ମାନେ ଏକତ୍ରିତ ହୋଇ ଏକ ବୈଠକ କରିଥିଲେ । ଉକ୍ତ ବୈଠକରେ ବିଭିନ୍ନ ପ୍ରକାର ମତାମତ, ଆଲୋଚନା କରିବା ପରେ ଶେଷରେ ଏହି ସିଧାନ୍ତରେ ପହଁଚିଲେ କି ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଧେଶ୍ୟରେ ପଡ଼ିଆ ଗୋଷ୍ଠୀ ଉନ୍ନୟନ ଅଧିକାରୀ ରଘୁନାଥ ମୁଣ୍ଡାରିଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯିବା ସହ ସାମ୍ବାଦିକ ସୁରକ୍ଷା ପାଇଁ ଆଇନ ଲାଗୁ କରିବା,ମାଡ଼ ମାରିଥିବା ମହିଳା ପୋଲିସ କୁ କାର୍ଯ୍ୟରୁ ନିଲମ୍ବନ କରିବା ଓ କାର୍ଯ୍ୟରତ ସାମ୍ବାଦିକଙ୍କୁ ନ୍ୟାୟ ପ୍ରଦାନ ପାଇଁ ଦାବି କରାଯାଇଛି। ଆଜିର ଏହି କାର୍ଯ୍ୟକ୍ରମରେ ପଡ଼ିଆ ବ୍ଳକର ସମସ୍ତ ସାମ୍ବାଦିକ ଭାଇ ଉପସ୍ଥିତ ଥିଲେ ।
କ୍ରାନ୍ତିଖଡୁ ନ୍ଯୁଜ ‐ଗୁଦେରପାଲି ହାଇସ୍କୁଲ ପରିଦର୍ଶନ କଲେ ଜିଲ୍ଳପାଳ(ରିଙ୍କୁଦେବତା ଙ୍କ ରିପୋର୍ଟ)ବରଗଡ଼ ଜିଲ୍ଲା ଗାଇସିଲେଟ ବ୍ଳକ ଅନ୍ତର୍ଗତ ଗୁଦେରପାଲି ବାପୁଜୀ ଉଚ୍ଚବିଦ୍ୟାଳୟ କୁ ସୋମବାର ବରଗଡ଼ ଜିଲ୍ଲାପାଳ ମନିଷା ବାନାର୍ଜୀ, ଗାଇସିଲେଟ ଗୋଷ୍ଠୀ ଉନ୍ନୟନ ଅଧିକାରୀ ନିରଞ୍ଜନ ସା, ମଙ୍ଗଳ ସଂପ୍ରସାରଣ ଅଧିକାରୀ ସଂଯୁକ୍ତା ମାଝୀ, ବ୍ଳକ ଉପାଧ୍ୟକ୍ଷ ପ୍ରଣୟ କୁମାର ସାହୁ, ସମାଜସେବୀ କିଶୋର ଚନ୍ଦ୍ର ଦେବତା, ପରିଦର୍ଶନ କରିଥିଲେ।ମୋ ସ୍କୁଲ ଅଭିଯାନ ଅନ୍ତର୍ଗତ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରଦତ୍ତ ଅର୍ଥରାଶି ଯାହାକି ସ୍କୁଲ ଭିତ୍ତଭୂମି ବିକାଶ ନିମନ୍ତେ ବ୍ୟବହାର ହେବା ଉଚିତ୍,ତାହାର ତଦାରଖ କଲେ।ଏହି ଯୋଜନାରେ ବିଦ୍ୟାଳୟର ଦୁଇଟି ସ୍ମାର୍ଟ କ୍ଲାସ୍,ଗୋଟିଏ ବିଜ୍ଞାନ ପରୀକ୍ଷାଗାର ଏବଂ ଗୋଟିଏ ଇ- ଲାବ୍ରୋଟାରୀ ଗୃହ ପରିଦର୍ଶନ କଲେ।ଆସନ୍ତା ଅଗଷ୍ଟ ୧୫ ତାରିଖ ମଧ୍ୟରେ ଏହି ସବୁ ନିର୍ମାଣ କାମ ଶେଷ କରିବାକୁ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।ପରିଦର୍ଶନ ସମୟରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ କମଲାକାନ୍ତ ପାଣିଗ୍ରାହୀ, ରାମଚନ୍ଦ୍ର ପାତ୍ର,ଶୈଲବାଲା ଦେବତା,ଶିବ ପ୍ରଧାନ , ମୁକେଶ ମୁରାରି କେଡିଆ,ଝଶକେତନ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।
କ୍ରାନ୍ତିଖଡୁ ନ୍ୟୁଜ ‐ମୋବାଇଲ ଓ ଜରୁରୀ ଦସ୍ତାବିଜ ଲୁଟି ନେଲେ ଦୃବୁତ୍ତ(ରିଙ୍କୁ ଦେବତା ଙ୍କ ରିପୋର୍ଟ)-କିଛି ଦିନ ହେବ ଭଟିଲି ଉଦେପାଲି ଗାଁ ର ଆଶିଷ କୁମାର ଭୋଇ ସହକାରି ରାଜସ୍ୱ ନିରିକ୍ଷକ ଭାବରେ ଗାଇସିଲେଟ ତହସିଲ କାର୍ଯ୍ୟାଳୟ ରେ ଯୋଗଦେଇଛନ୍ତି।ସିଏ ଆଜି ସକାଳେ ନିଜ ଗାଁ ଉଦେପାଲି ରୁ ବାହାରି ନିଜ କର୍ମଭୂମି ଗାଇସିଲେଟ କୁ ବାଇକ ଯୋଗେ ଯାଉଥିବା ବେଲେ ସକାଲ୧୦.୩୦ମି ସମୟରେ ଗାଇସିଲେଟ ଥାନା ଅନ୍ତର୍ଗତ ଚାଣ୍ଟିପାଲି ଛକ ଏବଂ ବଲାଙ୍ଗିର ଜିଲ୍ଲା ନଅଗାଁ(କ) ମଧ୍ୟ ରେ ରାସ୍ତା ମଝିରେ ଏକ ଏଚ୍ ଏଫ ଡିଲକ୍ସ ବାଇକ ରଖିଦେଇ ୩ଜଣ ଦୃବୁତ୍ତ ମୁଖା ପିନ୍ଧି ରାସ୍ତା ଅବରୋଧ କରି ଶ୍ରୀଯୁକ୍ତ ଭୋଇ ଙ୍କୁ ଅଟକାଇଥିଲେ।ଭୋଇ ଅଟକି ଗଲା ପରେ ତାଙ୍କୁ ବାଇକ ରୁ ଠେଲି ଦେଇଥିଲେ। ଯାହାଫଳରେ ଶ୍ରୀ ଭୋଇ ତଲେ ପଡିଯାଇଥିଲେ। ତାଙ୍କ ଠାରୁ ମୋବାଇଲ ଫୋନ ସହ ଏକ ଏୟାର ବ୍ୟାଗ ଯେଉଁ ଥିରେ ତାଙ୍କ ଜରୁରୀ ଦସ୍ତାବିଜ ସହ ଏକ ଡାଏରୀ ଥିଲା ସବୁ ଲୁଟିନେଇ ଚମ୍ପଟ ମାରିଥିଲେ।ଏ ନେଇ ଶ୍ରୀ ଭୋଇ ଗାଇସିଲେଟ ଥାନା ରେ ଲିଖିତ ଅଭିଯୋଗ କରିଛନ୍ତି।
କ୍ରାନ୍ତିଖଡୁ ନ୍ୟୁଜ‐ଯୋଖିପାଲି ସ୍କୁଲ ପରିଦର୍ଶନ କଲେ ଜିଲ୍ଳପାଳ(ରିଙ୍କୁ ଦେବତା ଙ୍କ ରିପୋର୍ଟ) ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ ଯୋଖିପାଲି ପଞ୍ଚାୟତ ଉଚ୍ଚବିଦ୍ୟାଳୟ କୁ ବରଗଡ଼ ଜିଲ୍ଲାପାଳ ମନିଷା ବାନାର୍ଜୀ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଲ୍ପ ନିର୍ଦ୍ଦେଶକ ,ବିଜେପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଏବଂ ସହଯନ୍ତ୍ରୀ ପରିଦର୍ଶନ କରିଥିଲେ।ମୋ ସ୍କୁଲ ଅଭିଯାନ ଅନ୍ତର୍ଗତ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରଦତ୍ତ ଅର୍ଥରାଶି ଯାହାକି ସ୍କୁଲ ଭିତ୍ତଭୂମି ବିକାଶ ନିମନ୍ତେ ବ୍ୟବହାର ହେବା ଉଚିତ୍,ତାହାର ତଦାରଖ କଲେ।ଏହି ଯୋଜନାରେ ବିଦ୍ୟାଳୟର ଦୁଇଟି ସ୍ମାର୍ଟ କ୍ଲାସ୍,ଗୋଟିଏ ବିଜ୍ଞାନ ପରୀକ୍ଷାଗାର ଏବଂ ଗୋଟିଏ ଇ- ପାଠାଗାର ଗୃହ ପରିଦର୍ଶନ କଲେ।ଉକ୍ତ ଗୃହଗୁଡିକର ବାକିଥିବା କାମକୁ ୭ ଦିନ ମଧ୍ୟରେ ସଂପୂର୍ଣ୍ଣ କରିବା କୁ ସହଯନ୍ତ୍ରୀ ଓ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ।ଆସନ୍ତା ଅଗଷ୍ଟ ୧୫ ତାରିଖ ମଧ୍ୟରେ ଏହି ସବୁ ଯୋଜନାକୁ କାର୍ଯ୍ୟକାରୀ କରିବାପାଇଁ ନିର୍ଦ୍ଦେଶ ମଧ୍ୟ ଦେଇଥିଲେ।ପରିଦର୍ଶନ ସମୟରେ ବିଦ୍ୟାଳୟର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକଧର୍ମରାଜ ମହାପାତ୍ର,ବର୍ତ୍ତମାନର ଅବସ୍ଥାପିତ ପ୍ରଧାନ ଶିକ୍ଷକ ବୀରେନ୍ଦ୍ର ଦାଶ ସହିତ ଅନ୍ୟାନ୍ୟ ଶିକ୍ଷକ ମନୋଜ ଖମାରୀ,ଶଙ୍କର୍ଷଣ ସାହୁ ,ସୁବାଷ ପଟେଲ ,ଭଲ୍ଲଭ ସାହୁ ସରୋଜ ସାହୁ ଓ କର୍ମଚାରୀମାନେ ବିଜୟ ମହାପାତ୍ର,ରସିକ ବରିହା ଉପସ୍ଥିତ ଥିଲେ।
କ୍ରାନ୍ତିଖଡୁ ନ୍ୟୁଜ ‐କୁଶମେଲଡୁଙ୍ଗୁରୀ ରେ ବୃକ୍ଷରୋପଣ(ରିଙ୍କୁ ଦେବତା ଙ୍କ ରିପୋର୍ଟ)ଗାଇସିଲଟ ବ୍ଳକ ଅନ୍ତର୍ଗତ ଚିଖିଲି ଗ୍ରାମ ପଞ୍ଚାୟତ ର କମଲପଦର ସ୍ଥିତ କୁଶମେଲ ଡୁଙ୍ଗୁରୀ ରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ତେଜରାଜ ସାହୁ ଙ୍କ ସଭାପତିତ୍ବରେ ଆୟୋଜିତ କାର୍ଯ୍ୟକ୍ରମରେ ଚାଷୀନେତା କିଶୋର ଚନ୍ଦ୍ର ଦେବତା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଜନସାଧାରଣ ଙ୍କୁ ଅକ୍ସିଜେନ ଯୋଗାଇବା, ଜନସାଧାରଣ ଙ୍କୁ ସାମାଜିକ ବନୀକରଣ ପାଇଁ ଉତ୍ସାହିତ କରିବା ଓ କୁଶମେଲ ଡୁଙ୍ଗୁରୀ କୁ ଏକ ପିକନିକ ସ୍ଥଳରେ ପରିବର୍ତ୍ତନ କରିବା ଲକ୍ଷ ନେଇ ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମ ଆୟୋଜିତ କରାଯାଇଛି। ଡୁଙ୍ଗୁରୀ ଶିଖରରେ ବାବା ଗିରୀଗୋବର୍ଦ୍ଧନ ଙ୍କ ମନ୍ଦିର ରହିଛି ଏବଂ ଡୁଙ୍ଗୁରୀ ର ପାଦ ତଲେ ଘେଁସାଲି ନଦୀ ବୋହିଯାଇଛି। ୨୦୦ ଟି ଗଛ ଲଗାଯାଇଛି। ଏଥିରେ ଘେଁସ ବନ ବିଭାଗ ର ଫରେଷ୍ଟର ରମେଶ କୁମାର ପ୍ରଧାନ, ଆୟୁର୍ବେଦ ଚିକିତ୍ସକ ରାମଚନ୍ଦ୍ର ପାତ୍ର,ଭୀଷ୍ମଦେବ ପଣ୍ଡା ଙ୍କ ସମେତ କମଲପଦର ଗାଁ ର ସମସ୍ତ ଗ୍ରାମବାସୀ ସହଯୋଗ କରିଥିଲେ।
କ୍ରାନ୍ତିଖଡୁ ନ୍ୟୁଜ‐ନାଳରେ ପଡ଼ି ଚାଷୀ ଗଙ୍ଗା କବାସିଙ୍କର ମୃତ୍ୟୁ ପଡ଼ିଆ: ମାଲକାନଗିରି ଜିଲ୍ଲା ପଡିଆ ବ୍ଳକ ମାଟେରୁ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଵାଟେନବାଡା ଗ୍ରାମର ଗଙ୍ଗା କଵାସି ନାମକ ଜଣେ ବ୍ୟକ୍ତି ନାଳରେ ଖସି ପଡ଼ି ମୁତ୍ୟବରଣ କରିଥିବା ଜଣାପଡିଛି । କହିବା ଅନୁଯାୟୀ ଏହି ଗ୍ରାମର ଗଙ୍ଗା କଵାସି ନାମକ ଜଣେ ବ୍ୟକ୍ତି ନିଜ ଜମିକୁ ଚାଷ କରିବା ପାଇଁ ଭୋର ସକାଳୁ ଉଭୟ ସ୍ବାମୀ ଓ ସ୍ତ୍ରୀ ବଳଦ ଯୋଡ଼ା ଧରି ବାହାରିଥିଲେ । ଦୁହେଁ ନିଜ ଚାଷ ଜମିକୁ ଯାଇଥିଲେ । ବାଟରେ କୋୖଣସି କାମରେ ଗଙ୍ଗା ସ୍ତ୍ରୀ ସାନି କଵାସୀ ଜଙ୍ଗଲ କୁ ଯାଇଥିବା ବେଳେ ସ୍ବାମୀ ଗଙ୍ଗା କଵାସି ଵଳଦ ଯୋଡ଼ାକୁ ଧରି ନିଜ ଚାଷ ଜମିକୁ ଲାଗି ରହିଥିବା ନାଳପାର ହେବା ବେଳେ ମୁଚ୍ଛା ରୋଗ ଥିବାରୁ ପାଣିରେ ବୁଡି ଯାଇ ମୁତ୍ୟୁବରଣ କରିଥିଲେ । କିଛି ସମୟ ପରେ ଗଙ୍ଗା କଵାସୀଙ୍କ ସ୍ତ୍ରୀ ନିଜ ଚାଷ ଜମିକୁ ଆସି ସ୍ବାମୀର ମୃତଦେହ ନାଳରେ ଭାସୁଥିବା ଦେଖି ଦାଦା ମନୋଜ କଵାସିଙ୍କୁ ଖବର ଦେଇଥିଲେ । ଏ ନେଇ ମନୋଜ କଵାସି ପଡିଆ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ପାଇ ପଡିଆ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା । ଘଟଣା ସଂପର୍କରେ ପଡିଆ ଥାନାରେ ଅପମୃତ୍ୟୁ ମାମଲା ରୁଜୁ କରି ଗଙ୍ଗା କଵାସୀର ଶବ ଜବତ କରି କାଳିମେଳା ରେ ବ୍ୟବଚ୍ଛେଦ କରାଇବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିବା ପଡିଆ ଥାନା ଅଧିକାରୀ ପ୍ରଶାନ୍ତ କୁମାର ନିଶିକା କହିଛନ୍ତି । ଅନ୍ୟ ପଟେ ମୃତ ଗଙ୍ଗାଙ୍କର ୪ଟି ସନ୍ତାନ ଥିବାରୁ ସେମାନଙ୍କର ଭରଣପୋଷଣ ନେଇ ପରିବାର ଲୋକ ଚିନ୍ତା ପ୍ରକଟ କରିଛନ୍ତି ।
କ୍ରାନ୍ତିଖଡୁ ନ୍ୟୁଜ‐କୃଷକ ବଜାର ଦୋକାନ ବଣ୍ଟନ ପ୍ରସଙ୍ଗଚାଷୀ ଟଙ୍କାରେ ନିର୍ମିତ ଦୋକାନ ଚାଷୀଙ୍କୁ ମିଳୁ: ଆମ୍ ଆଦମୀ ପାର୍ଟିବରଗଡ଼: ବରଗଡ଼ ନିୟନ୍ତ୍ରିତ ବଜାର କମିଟି ଅଧୀନରେ ଥିବା କୃଷକ ବଜାର ଠାରେ ନିର୍ମାଣ ହୋଇଥିବା ଦୋକାନ ଗୃହ ବଣ୍ଟନରେ ବ୍ୟାପକ ଅନିୟମିତତା ହେଉଥିବା ଅଭିଯୋଗ କରିଛି ଆମ୍ ଆଦମୀ ପାର୍ଟି । ଚାଷୀଙ୍କ ଟଙ୍କାରେ ତିଆରି ହୋଇଥିବା ଏହି ନୂତନ ଦୋକାନ ଗୃହକୁ ଧନୀ ଶ୍ରେଣୀ ଲୋକଙ୍କୁ ନିର୍ଦ୍ଧାରିତ ଦର ଠାରୁ ଅଧିକରେ ଦେବାକୁ ଯୋଜନା କରାଯାଉଥିବା ଜିଲ୍ଲା ଆବାହକ ଭବାନୀ ସାହୁ ଅଭିଯୋଗ କରି ଜିଲ୍ଳାପାଳ ମୋନୀଷା ବାନାର୍ଜୀ ଙ୍କୁ ଏକ ସ୍ମାରକ ପତ୍ର ଦେଇଛନ୍ତି । ସୂଚନାଯୋଗ୍ୟ ଯେ ଏକ ଆରଟିଆଇ ରିପୋଟ ମୁତାବକ 2019 ମସିହା ସୁଦ୍ଧା ଆରଏମସି ପାଖରେ ୫୮ କୋଟି ଟଙ୍କା ମହଜୁଦ ଥିଲା ଯାହାକି ଚାଷୀଙ୍କ ଧାନ ବିକ୍ରି ରୁ ମିଳୁଥିବା କମିଶନ ର ବଡ଼ ଅଂଶ। ସେହିପରି ବରଗଡ଼ , ବରପାଲି, ଭଟଲି, ଅମ୍ବାଭୋନା ମାର୍କେଟ ରେ ବିକ୍ରି କରୁଥିବା ଚାଷୀଙ୍କ ପାଇଁ ଏହା ଉଦ୍ଧିଷ୍ଟ ବୋଲି ବିଜ୍ଞାପନ ରେ ଲେଖା ଯାଇଛି କିନ୍ତୁ ଏହାକୁ କେତେ ପାଳନ କରୁଛନ୍ତି ବୋଲି ଆପ୍ ପ୍ରଶ୍ନ କରିଛନ୍ତି ।ଏଥିରେ ବ୍ୟାପକ ଦୁର୍ନୀତିର ବାସ୍ନା ଆସୁଥିବାରୁ ଏହାକୁ ତଦନ୍ତ କରି ଚାଷୀ ମାନଙ୍କୁ ଦେବାକୁ ଆପ୍ ଦାବୀ କରିଛି । ରାଜ୍ୟ ଆବାହକ ଅମିତାଭ ପାତ୍ର, ଅସିତ ସାହୁ, ରମେଶ ପତି, ସ୍ୱରୂପ ଭୋଇ, ସୁଦାମ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।
କ୍ରାନ୍ତିଖଡୁ ନ୍ଯୁଜ‐ନାବାଳିକାଙ୍କ ଫଟୋ ଭାଇରାଲ କରି ଅଭିଯୁକ୍ତ ଗିରଫ( ଏନ.ରବିଙ୍କ ରିପୋର୍ଟ)ମାଲକାନଗିରି ,ପଡିଆ: ନାବାଳିକାଙ୍କ ଆପତ୍ତିଜନକ ଫୋଟ ଭାଇରାଲ୍ କରି ଜଣେ ଯୁବକ ଗିରଫ ହୋଇଛି । ଅଭିଯୁକ୍ତ ଜଣକ ମାଲକାନଗିରି ଜିଲ୍ଲା ପଡ଼ିଆ ବ୍ଲକ ଅନ୍ତର୍ଗତ ଏମଭି-୬୨ ଗ୍ରାମର ବୋଲି ଜଣାପଡ଼ିଛି । କାଲିମେଳା ଥାନାରୁ ମିଳିଥିବା ସୂଚନା ଅନୁଯାୟୀ, ଅଭିଯୁକ୍ତ ଯୁବକ ଦୁଇ ବର୍ଷ ପୂର୍ବେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ମିଳିଥିବା ଜଣେ ବ୍ୟକ୍ତିଙ୍କ ଘରକୁ ବିଦ୍ୟୁତ ସଂଯୋଗ କରିବାକୁ ଯାଇଥିଲେ । ଏହି ସୁଯୋଗରେ ସେହି ବ୍ୟକ୍ତିଙ୍କ ଦୁଇ ନାବାଳିକା ଝିଅଙ୍କ ସହ କେତେକ ଆପତ୍ତିଜନକ ଫଟୋ ଉଠାଇଥିଲେ । ସେହି ଫଟୋଗୁଡ଼ିକୁ ସେ ନିଜ ମୋବାଇଲ ଫୋନରେ ରଖିଥିଲେ । ପରେ ଅଭିଯୁକ୍ତ ଯୁବକ ଦୁଇ ନାବାଳିକାଙ୍କ ମଧ୍ୟରୁ ବଡ଼ ଉଭଣୀକୁ ଏକ ମୋବାଇଲ ଫୋନ୍ ଦେଇଥିଲା । ଆଉ ଏଥିପାଇଁ କିଛି ସ୍ୱାର୍ଥ ହାସଲ କରିବାକୁ ଚାହିଁଥିଲା । ତେବେ ନାବାଳିକା ଜଣକ ଏଥିରେ ରାଜି ନ ହେବାରୁ ଅଭୁଯୁକ୍ତ ତାକୁ ବ୍ଲାକମେଲ କରିବା ପାଇଁ ସେହି ଆପତ୍ତିଜନକ ଫଟୋକୁ ଭାଇରାଲ କରି ଦେଇଥିଲା । ଏହି ଘଟଣା ଜଣାପଡିବା ପରେ ଉକ୍ତ ନାବାଳିକାଙ୍କ ପରିବାର କାଲିମେଳା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଆଉ ଏହି ଅଭିଯୋଗ ଆଧାରରେ ପୋଲିସ ଏକ ମାମଲା ରୁଜୁ କରି ସୁପ୍ରଭାତକୁ ଗିରଫ କରି ମାମଲାର ତଦନ୍ତ ଜାରି ରଖିଛି ।
କ୍ରାନ୍ତିଖଡୁ ନ୍ଯୁଜ ‐କୁକୁର କାମୁଡ଼ାରେ ଆହତ ହନୁକୁ ଚିକିତ୍ସା କରାଇଲେ ସ୍ବେଚ୍ଛାସେବୀ(ରିଙ୍କୁ ଦେବତା ଙ୍କ ରିପୋର୍ଟ)-ଗାଇସିଲେଟ ବ୍ଳକ ଅନ୍ତର୍ଗତ ଗୁଦେରପାଲି କୁଣ୍ଡାଖାଇ ରାସ୍ତାରେ ଏକ ହନୁମାଙ୍କଡ କୁ କୁକୁର ମାନେ କାମୁଡି ରକ୍ତାକ୍ତ କରିଦେଇଥିଲେ।ତାହା ଦେଖି ଗୁଦେରପାଲି ଗାଁ ର ସ୍ବେଚ୍ଛାସେବୀ ଉଦ୍ଧବ ବାଗ ଓ ଆୟୁର୍ବେଦୀ ଚିକିତ୍ସକ ରାମ ଚନ୍ଦ୍ର ପାତ୍ର ରକ୍ତାକ୍ତ ହନୁମାଙ୍କଡ କୁ କୁକୁର ମାନଙ୍କ ମୁହଁ ରୁ ଉଦ୍ଧାର କରି ଗୁଦେରପାଲି ପ୍ରାଣୀ ଚିକିତ୍ସାଳୟ କୁ ଆଣିଥିଲେ। ସେଠାରେ ବୈଷୟିକ ପଶୁ ଚିକିତ୍ସକ କାର୍ତ୍ତିକ ସାହୁ ଆହତ ହନୁମାଙ୍କଡ ର ଚିକିତ୍ସା କରିଥିଲେ।ଖବର ପାଇ ଘେଁସ ବନ ବିଭାଗ ର ଫରେଷ୍ଟର ରମେଶ କୁମାର ପଧାନ ଆହତ ହନୁମାଙ୍କଡ କୁ ନିଜ ହେପାୟତ କୁ ନେଇଥିଲେ।
କ୍ରାନ୍ତିଖଡୁ ନ୍ୟୁଜ ‐ଗାଇସିଲେଟ ବ୍ଳକ ରେ ମରୁଡ଼ିର ପଦଧ୍ବନୀ(ରିଙ୍କୁ ଦେବତା ଙ୍କ ରିପୋର୍ଟ)ବରଗଡ ଜିଲ୍ଲା ଚିର ମରୁଡି ପ୍ରପିଡିତ ଗାଇସିଲେଟ ବ୍ଲକ ରେ ଚଲିତ ବର୍ଷ ମଧ୍ୟ ଆସନ୍ନ ମରୁଡ଼ି ର ପଦଧ୍ବନୀ ଶୁଣାଗଲାଣି। କ୍ରମାଗତ ତିନି ବର୍ଷ ହେଲା ମରୁଡି ର ଶିକାର ହୋଇ ଆସୁଥିବା ଚାଷୀ ଚଲିତ ବର୍ଷ ପାଣିପାଗ ବିଭାଗ ର ପୂର୍ବାନୁମାନ ଚାଷୀ ଙ୍କୁ ଉତ୍ସାହିତ କରିଥିଲା। ନଇଁ ପଡ଼ିଥିବା ଅଣ୍ଟା କୁ ସଜାଡି ଉଠିଥିଲା। ମୌସୁମୀ ଆସିଗଲା ବୋଲି ଖବରକାଗଜ, ଟିଭି ଚାରିଆଡ଼େ ଚର୍ଚ୍ଚା ହେଲା। ଚାଷୀ ଜାଗି ଉଠିଲା।ହେଲେ ଫୁରଫାର ବର୍ଷା ହୋଇ ମୌସୁମୀ ଉଭେଇ ଗଲା। ଦୀର୍ଘ ତିନି ବର୍ଷ ଧରି ଶୁଷ୍କ ହୋଇ ପଡିରହିଥିବା ଜମି ଯେମିତି ଆଁ କରି ରହିଛି ସେମିତି ଆଁ କରି ରହିଛି। ଜୁଲାଇ ମାସରେ ୪୫ ଡିଗ୍ରୀ ଖରା।ଆସାନୁ ରୋପକ ଵର୍ଷା ନ ହେବାରୁ ଚାଷୀ ଚିନ୍ତାରେ ପଡିଛି। ଆଗାମୀ ଦିନରେ ଉପଯୁକ୍ତ ବର୍ଷା ନହେଲେ ଅଞ୍ଚଳ ର ଚାଷୀ ଙ୍କ ଆର୍ଥିକ ମେରୁଦଣ୍ଡ ଭୁଶୁଡି ପଡିବ।
ପୁଅର କୋଦାଳ ପ୍ରହାରରେ ବାପା ଗୁରୁତର ।ଏନ.ରବି ଙ୍କ ରିପୋର୍ଟ: ମାଳକାନଗିରିପଡିଆ- ବାପା ପୁଅ ମଧ୍ୟରେ ପାରିବାରିକ ସମସ୍ୟାକୁ ନେଇ ଚାଲିଥିଲା ପାଟିତୁଣ୍ଡ । ଏତିକି ବେଳେ ପୁଅ ହାଠାତ୍ ରାଗିଯାଇ ପାଖରେ ଥିବା କୋଦାଲରେ ବାପା ଙ୍କୁ ମାରଣାନ୍ତକ ଆକ୍ରମଣ କରିଥିଲା । ଫଳରେ ବାପା ଗୁରୁତର ଆହତ ହୋଇଛନ୍ତି । ତେବେ ବାପା ସେଠାରୁ ସେ ଦୈଡି ପଳାଇବାରୁ ନିଜ ଜୀବନକୁ ବଞ୍ଚାଇ ପାରିଥିଲେ । ଆଜି ଏଭଳି ଏକ ଘଟଣା ଦେଖିବାକୁ ମିଳିଥିଲା ପଡିଆ ବ୍ଳକ ଅନ୍ତର୍ଗତ କାଲଦାପାଲ୍ଲି ପଞ୍ଚାୟତର କୃତ୍ତି ଗ୍ରାମରେ । ସୂଚନା ଅନୁସାରେ , କୃତ୍ତି ଗ୍ରାମରେ ସୁଶିଲ ମିତ୍ର ନାମକ ଜଣେ ବ୍ୟକ୍ତି ଘରେ ନିଜ ପୁଅ ସୁଦୀପ ମିତ୍ର ସହ ପାରିବାରିକ ସମସ୍ୟାକୁ ନେଇ ଆଲୋଚନା କରୁଥିବା ବେଳେ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ଏତିକି ବେଳେ ପୁଅ ହାଠାତ୍ ରାଗିଯାଇ ପାଖରେ ଥିବା କୋଦଲରେ ବାପା ଙ୍କୁ ମାରଣାନ୍ତକ ଆକ୍ରମଣ କରିଥିଲା । ତେବେ ସୁଶିଲ କୋୖଣସି ପ୍ରକାର ସେଠାରୁ ଖସି ପଡୋଶୀ ଘରକୁ ପଳାଇବାରୁ ନିଜ ଜୀବନକୁ ବଞ୍ଚାଇ ପାରିଥିଲେ । ଏହାପରେ ସୁଶିଲକୁ ରକ୍ତାକ୍ତ ଅବସ୍ଥାରେ ପରିବାର ଲୋକେ ପଡିଆ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ । ସନ୍ଧ୍ୟା ବେଳକୁ ସୁଶିଲ ଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ଥିବା ବେଳେ ପୀଡ଼ିତଙ୍କ ପୁଅ ସୁଦୀପ ମାନସିକ ସନ୍ତୁଳନ ହରାଇ ଏଭଳି କାଣ୍ଡ ଘଟାଇଥିବା ସ୍ବୀକାର କହିଥିଲା । ଏ ନେଇ ଖବର ପାଇବା ପରେ ଏମ୍ ଭି- ୭୯ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଥିବା ଜଣାପଡୁଛି ।
କ୍ରାନ୍ତିଖଡୁ ନ୍ୟୁଜ ‐ଗାଇସିଲାଟ ତହସିଲରେ ବିସ ପିଇଦେଲେ ପୂର୍ବତନ ସମିତି ସଭ୍ୟ(ରିଙ୍କୁ ଦେବତା ଙ୍କ ରିପୋର୍ଟ)ଚର୍ଚାରେ ଜମିପଟା ନହେବା ବରଗଡ ଜିଲ୍ଲା ଅନ୍ତର୍ଗତ ଗାଇସିଲାଟ ବ୍ଲକର ରାଇସଲ ପଦର ଗ୍ରାମର ଗଜିନ୍ଦ୍ର ବାରିକ(୬୫) ସମୋବାର ଦିନ ଗାଇସିଲେଟ ତହସିଲ କାର୍ଯ୍ୟାଳୟ ପରିସରରେ ୫୦୫ ନାମକ ଏକ ବିସପାନ କରିଥିଲେ। ସେହି ସମୟରେ ଗାଇସିଲାଟ ତହସିଲଦାର ଅଫିସରେ ଉପସ୍ଥିତ ନଥିଲେ। ତାଙ୍କ ଅଧସ୍ତନ କର୍ମଚାରୀ ଏ ସଂପର୍କରେ ତାଙ୍କୁ ଅବଗତ କରିଥିଲେ. ।ମାତ୍ର ତହସିଲଦାର ଦିନ ୧ଟା ପର୍ଯ୍ୟନ୍ତ ତହସିଲକୁ ଆସିନଥିଲେ. ।ଲୋକେ ମୁମୁର୍ଷୁ ଅବସ୍ଥାରେ ଛଟପଟ ହେଉଥିବା ଏକ ବ୍ୟକ୍ତିକୁ ଦେଖୁଥିଲେ.। ଘଟଣା ସ୍ଥଳକୁ କିଛି ବଦାନ୍ୟ ବ୍ୟକ୍ତି ଆସି ଆମ୍ବୁଲାନ୍ସ ଡାକି ତାଙ୍କୁ ଚିକିତ୍ସା ନିମନ୍ତେ ପଠାଇଥିଲେ। ସମସ୍ତଙ୍କର ମରିଯାଇଥିଲା ମାନବିକତା। ଚର୍ଚାରେ ଯେଉଁ ଘଟଣା ତାର କାରଣ ବୋଲି କୁହାଯାଉଛି ।ତାହା ଯଦି ସତ ତେବେ ସାଂଘାତିକ। ୪ ମାସ ତଳେ ସେ ଝିଅର ବିବାହ କରିଥିଲେ। ମୁଣ୍ଡ ଉପରେ କରଜର ବୋଝ। ପଇସା ପାଇଁ ଲୋକେ ଘରକୁ ଆସିଥିଲେ। ଜମି ବିକି ରୁଣ ମୁକ୍ତ ହେବାକୁ ଗଜିନ୍ଦ୍ର ବାରିକ ଚାହୁଁଥିଲେ। ମାତ୍ର ଜମିର ପଟ୍ଟା ତାଙ୍କ ନାମରେ ନଥିଲା। ତହସିଲରେ ଆବେଦନ କରିଥିଲେ। ବହୁ ହଇରାଣ ହେବାପରେ ମଧ୍ୟ ତାହା ହୋଇପାରି ନଥିଲା.। ଏଣୁ ମାନସିକ ଭାରସାମ୍ୟ ହରାଇ ଏଭଳି ପଦକ୍ଷେପ ନେଇଥିବା କୁହାଯାଉଛି. । ତେବେ ଘଟଣାଟି ତଦନ୍ତ ସାପେକ୍ଷ। କିନ୍ତୁ ଯଦିସତ ସାଂଘାତିକ। ଏହା ସରକାରଙ୍କ ୫ଟି ଆଡକୁ ଅଙ୍ଗୁଳି ନିର୍ଦ୍ଦେଶ କରୁଛି। ବୁଦ୍ଧିଜିବି ମହଳରେ ପ୍ରସାଶନର ଏଭଲି କାର୍ଯ୍ୟକଳାପକୁ ନିନ୍ଦା କରାଯାଉଛି। ବର୍ତ୍ତମାନ ସେ ବୁର୍ଲା ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି।
କ୍ରାନ୍ତିଖଡୁ ନ୍ଯୁଜ ‐କରୋନା ସମୟରେ ରକ୍ତାଭାବ କୁ ଦୁର କରିବା ପାଇଁ ବିଧାୟକ ଦେବେଶ ଆଚାର୍ଯ୍ଯ ଙ୍କ ତତ୍ବାବଧାନ ରେ ଆଜି ସରସରା ଗାଁ ର ଉଚ୍ଚ ବିଦ୍ୟାଳୟ ଠାରେ ବିଜୁ ଯୁବ,ଛାତ୍ର ଜନତା ଦଳ ତରଫରୁ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା। ଏହି ଶିବିର ରେ ବୁର୍ଲା ରକ୍ତ ଭଣ୍ଡାର ଦ୍ବାରା ସର୍ବମୋଟ ୩୪ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା। ଏହି ଶିବିର କୁ ମୁଖ୍ଯ ଅତିଥି ବିଧାୟକ ଦେବେଶ ଆଚାର୍ଯ୍ଯ ଫିତା କାଟି ଉଦ୍ଘାଟନ କରିଥିଲେ ।ଏଥିରେ ଓଡିଶା ମୋପରିବାର ର ଜିଲ୍ଳାସଂଯୋଜକ ଗୌରହରୀ ମିଶ୍ର, ବିଜୁ ଯୁବ ଜନତାଦଳ ର ସଭାପତି ପ୍ରଦ୍ୟୁମ୍ନ ତ୍ରିପାଠୀ,ଜୀବନ ବିନ୍ଦୁର ଜିଳ୍ଲାସହ ସଂଯୋଜକ ଅଶ୍ବିନୀ ତ୍ରିପାଠୀ,ସରସରା ଗ୍ରାପ ର ସରପଞ୍ଚ ମିଳନ ନାଗ,ପୁର୍ବତନ ସରପଞ୍ଚ ସମିର ପଣ୍ଡା, ଶିକ୍ଷାବିତ ଗୋପାଲ କୃଷ୍ଣ ମିଶ୍ର, ରାଜେଶ ପ୍ରଧାନ ଓ ସୁବାଷ ନାୟକ, କ୍ଷିରେଶ୍ବର ଭୋଇ ପ୍ରମୁଖ ଶିବିର ପରିଚାଳନା କରିଥିଲେ ।
କ୍ରାନ୍ତିଖଡୁ ନ୍ୟୁଜ‐ଅହେତୁକ ବିଦ୍ୟୁତ ଶୁକ୍ଲ ବୁଦ୍ଧି ବିରୁଦ୍ଧରେ ପ୍ରତିବାଦ(ରିଙ୍କୁ ଦେବତା ଙ୍କ ରିପୋର୍ଟ)ବରଗଡ ଜିଲ୍ଲା ଗାଇସିଲାଟ ବ୍ଲକ ବିଜେପି ତରଫରୁ ଅହେତୁକ ବିଦ୍ୟୁତ ଶୁକ୍ଲ ବୁଦ୍ଧି ବିରୁଦ୍ଧ, ଅଘୋଷିତ ବିଦ୍ୟୁତ କାଟ ଓ ଲୋ ଭୋଲଟେଜ ବିରୋଧରେ ଗାଇସିଲେଟ ବିଜେପି ତରଫରୁ ଗାଇସିଲାଟ ବିଦ୍ୟୁତ ବିଭାଗ କନିଷ୍ଟ ଯନ୍ତ୍ରୀଙ୍କ ଜରିଆରେ ମହାମହିମ ରାଜ୍ୟପାଳଙ୍କୁ ଏକ ଦାବିପତ୍ର ଦିଅା ଯାଇଛି। ଗାଇସିଲାଟ ସଭାପତି ଆନନ୍ଦ ମଟାରୀ ଓ ଗୁଦେରପାଲି ମଣ୍ଡଳ ସଭାପତି ବିପିନ ସାହୁଙ୍କ ଆବାହନ କ୍ରମେ ଆଜି ବିଜେପି ର କର୍ମୀ ଏବଂ ପ୍ରତିନିଧି ଦଳ ଗାଇସିଲେଟ ସହିଦ ଛକରୁ ଏକ ବିଶାଳ ଶୋଭାଯାତ୍ରାରେ ବାହାରିଥିଲେ। ଏଥିରେ ରାଜ୍ୟ କମିଟି ସଦସ୍ୟ ତଥା ବିଧାୟକ ପ୍ରାର୍ଥୀ ସନତ ଗଡତିଆ, ସାଂସଦ ପ୍ରତିନିଧି ପ୍ରବୀଣ ପାଣିଗ୍ରାହୀ,ଡିଆରଡିଏ ଉପାଧ୍ୟକ୍ଷ ମଦନ ଦୀପଙ୍କ ନେତୃତ୍ବରେ ଯାଇଥିବା ଏହି ଶୋଭାଯାତ୍ରାରେ ଜିଲ୍ଲା ପରିଷଦ ସଭ୍ୟା ସସ୍ମିତା ଡନସନା, ଜିଲ୍ଲା କୃଷକ ମୋର୍ଚ୍ଚା ର ଉପସଭାପତି ଘନଶ୍ୟାମ ସାହୁ, ଜିଲ୍ଲା କମିଟି ସଦସ୍ୟ ବିନାୟକ ପ୍ରସାଦ ଗୁରୁ ପ୍ରମୁଖ ସାମିଲ ଥିଲେ। ଅନୁଷ୍ଠିତ ସଭାକୁ ଗୁଦେରପାଲି ମଣ୍ତ୍ନଳର ସାଧାରଣ ସଂପାଦକ ମିତ୍ରଭାନୁ ସାହୁ ପରିଚାଳନା କରିଥିଲେ ଧନ୍ୟବାଦ ଦେଇଥିଲେ ନନ୍ଦିଘୋଷ ମହାକୁର। ଦିଜେଡି ନେତ୍ରି ତଥା ପୂର୍ବତନ କନ୍ଦାଗାଡ ସରପଂଚ ଶ୍ରୀମତୀ ଜୟନ୍ତୀ ସାହୁ ୫୦ ଜଣ କର୍ମି ତଥା ସମର୍ଥକଙ୍କ ସହିତ ବିଜେପିରେ ସାମିଲ ହୋଇଥିଲେ। ଏହା ସହିତ ଚିଖିଲି ଗ୍ରାପର ଦିଜେଡି କର୍ମି ଇଶ୍ବର ସାହୁ ଓ ମନୋଜ ବେହେରା ବିଜେପିରେ ସାମିଲ ହୋଇଥିଲେ
କ୍ରାନ୍ତିଖଡୁ ନ୍ୟୁଜ ‐କୋଭିଡ କଟକଣା ମଧ୍ୟରେ ଗୁଦେରପାଲି ରଥ ତୃତୀୟା(ରିଙ୍କୁ ଦେବତା ଙ୍କ ରିପୋର୍ଟ)ଗତ ଦୁଇ ବର୍ଷ ଧରି ଦେଖାଦେଇଥିବା କରୋନା ମହାମାରୀ କୁ ଦୃଷ୍ଟିରେ ରଖି ସରକାରୀ କଟକଣା ମଧ୍ୟରେ ଗାଇସିଲେଟ ବ୍ଳକ ଅନ୍ତର୍ଗତ ଗୁଦେରପାଲି ଗାଁ ରେ ରଥ ତୃତୀୟା ସମ୍ପନ୍ନ ହୋଇଛି।କିଛି ବର୍ଷ ପୂର୍ବରୁ ଗାଁ ଗୈାନ୍ତିଆ ଙ୍କ ବଡ଼ ପୁଅ ରଥ ଦୁତୀୟା ଦିନ ମୃତ୍ୟୁ ବରଣ କରିଥିଲେ।ସେହି ଦିନଠାରୁ ଗୁଦେରପାଲି ଗାଁ ରେ ରଥ ଦୁତୀୟା ଦିନ ବଦଲରେ ତୃତୀୟା ଦିନ ରଥ ଟଣାଯାଏ। ସକାଳୁ ପାରମ୍ପରିକ ରୀତିନୀତି ଅନୁସାରେ ପଣ୍ଡିତ ତରଣୀ ସେନ ଦେବତା ପୂଜାର୍ଚ୍ଚନା କରିଥିଲେ ଅପରାହ୍ନ ସମୟରେ ପ୍ରଭୁ ଜଗନ୍ନାଥ ଙ୍କୁ ମନ୍ଦିର ରୁ ବାହାରକରି ରଥ ବଦଲ ରେ ହାତରେ ଝୁଲାଇ ଝୁଲାଇ ଗାଁ ମଝିରେ ଥିବା ଗୁଣ୍ଡିଚା ମନ୍ଦିର ସ୍ଵରୁପ କ୍ଳବ ଘର ନିକଟକୁ ପ୍ରଭୁଙ୍କୁ ନିଆଁ ଯାଇଛି। ଏଥିରେ ପଣ୍ଡିତ ତରଣୀ ସେନ ଦେବତା,ବାବୁଲୁ ଦେବତା, ଗାଁ ଗୈାନ୍ତିଆ ରାମଚନ୍ଦ୍ର ପାତ୍ର,କେଶବ ପାତ୍ର,ହିରାଧ ପ୍ରଧାନ, କଏଁରି ପ୍ରଧାନ,ରିଲୁ ପାତ୍ର, ନରୋତ୍ତମ ପାତ୍ର, ପ୍ରଜାପତି ପଧାନ,ନେହେରୁ ବିଶ୍ବାଳ ପ୍ରମୁଖ ସହଯୋଗ କରିଥିଲେ।
କ୍ରାନ୍ତିଖଡୁ ନ୍ୟୁଜ‐ଅଛରାଏ ବର୍ଷା ରେ ସମୁଦ୍ର ର ଭ୍ରମ (ରିଙ୍କୁ ଦେବତା ଙ୍କ ରିପୋର୍ଟ)ପ୍ରସିଦ୍ଧ ବୌଦ୍ଧ ମନ୍ଦିର ସମ୍ମୁଖରେ ସମୁଦ୍ରର ଭ୍ରମ ସୃଷ୍ଟି ହେଉଛି । ଘଣ୍ଟାଏ ବର୍ଷାରେ ଦିନ ଦିନ ଧରି ପାଣି ଘେର ରେ ରହୁଛି ବୌଦ୍ଧ ମନ୍ଦିର । ବରଗଡ ଜିଲ୍ଲା ଗାଇସିଲାଟ ବ୍ଲକ ଗନିଆଁପାଲି ସ୍ଥିତ ପ୍ରସିଦ୍ଧ ବୌଦ୍ଧ ମନ୍ଦିର କୁ ନେଇ ସମଗ୍ର ବରଗଡ଼ ଜିଲ୍ଲାବାସୀ ଗର୍ବ କରିଥାନ୍ତି । ହେଲେ ଜିଲ୍ଲାପ୍ରଶାସନ ର ଅବହେଲା ଯୋଗୁଁ ପ୍ରସିଦ୍ଧ ବୌଦ୍ଧ ମନ୍ଦିର ଅବହେଲିତ ନିସ୍ପେଷିତ ହୋଇ ଜିଲ୍ଲାବାସୀ ଙ୍କ ଗର୍ବ କୁ ଚୁରମାର କରିଛି । ଏବେ ବର୍ଷା ମାସରେ ଘଣ୍ଟାଏ ବର୍ଷା ହେଲେ ମନ୍ଦିର ସମ୍ମୁଖରେ ଅଣ୍ଟୁଏ ପାଣି ଜମି ସମୁଦ୍ର ର ଭ୍ରମ ସୃଷ୍ଟି କରୁଛି। ପାଣି ନିଷ୍କାଶନ ପାଇଁ କୌଣସି ସୁବିଧା ନାହିଁ । ପୁର୍ଵରୁ ଏଭଲି ପାଣି ଜମୁଥିବା ଦେଖି ମନ୍ଦିର ସମ୍ମୁଖ କୁ ସିମେଣ୍ଟ କଂକ୍ରିଟ କରାଗଲା ପାଣି ନିସ୍କାସନ ହେବ ବୋଲି । ହେଲେ ଲକ୍ଷାଧିକ ଟଙ୍କାର ଠିକା ଆଣି ଯେଉଁ ଭଲି ଭାବେ କଂକ୍ରିଟ କାମ କଲେ ତାହା ଏବେ ଆହୁରୀ ଅଧିକ ପାଣି ଜମିରହୁଛି । ଟିକିଏ ବର୍ଷା ହେଲେ କେଇ ଘଣ୍ଟା ନୁହେଁ ଦିନ ଦିନ ଧରି ମନ୍ଦିର ସମ୍ମୁଖରେ ପାଣି ଜମିରହୁଛି । ଏହି ସମସ୍ୟା ର ସମାଧାନ ପାଇଁ ସ୍ଥାନୀୟ ସରପଞ୍ଚ,ବ୍ଲକ ପ୍ରଶାସନ କେହି ବି ଦୃଷ୍ଟି ଗୋଚର କରୁନଥିବା ଅଭିଯୋଗ ହେଉଛି।
କ୍ରାନ୍ତିଖଡୁ ନ୍ଯୁଜ ‐ମାଲକାନଗିରି(ଏନ.ରବିଙ୍କ ରିପୋର୍ଟ )ଜନସଂଖ୍ୟା ସ୍ଥିରତା ପକ୍ଷ ଓ ସଚେତନତା ରଥ ଶୁଭାରମ୍ଭ ।ପଡିଆ:- ମାଲକାନଗିରି ଜିଲ୍ଲା ପଡିଆ ବ୍ଳକ ଅନ୍ତର୍ଗତ ପଡିଆ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଆନୁକୁଲ୍ୟରେ ଜନସଂଖ୍ୟା ସ୍ଥିରତା ପକ୍ଷ ପାଳନ ଏକ ସଚେତନତା ରଥ ଶୁଭାରମ୍ଭ କରାଯାଇଥିଲା । ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଭାରପ୍ରାପ୍ତଅଧିକାରୀ ବୃଦ୍ଧିକେଶୂରୀ ମାଝୀ ନିର୍ଦ୍ଦେଶ କ୍ରମେ ଡ଼ାକ୍ତର ଚିତ୍ତରଞ୍ଜନ ମିଶ୍ର ସଚେତନତା ରଥ କୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଏହି ସଚେତନତା ରଥ ତା-୨୭.୬.୨୧ ରିଖ ଠାରୁ ୧୦.୭.୨୧ ପଯ୍ୟନ୍ତ ପାଳନ କରାଯାଇଥିଲା । ସ୍ଥିରତା ପକ୍ଷ ତା- ୧୧.୭.୨୧ ରିଖ ଠାରୁ ଆରମ୍ଭ ହୋଇ ୨୪.୭.୨୧ ରିଖ ରେ ସମାପ୍ତ ଦେଵ । ଏହି ସମୟ ମଧ୍ୟରେ ସମସ୍ତ ସ୍ଵାସ୍ଥ୍ୟ ଗୋଷ୍ଠୀ ଉପକେନ୍ଦ୍ର ରେ ଜନସଂଖ୍ୟା ନିୟନ୍ତ୍ରଣ ନିମନ୍ତେ ଗର୍ଭ ନିରୋଧକ ପଦ୍ଧତି ଆପଣାଇବା ପରାମର୍ଶ ଦିଆଯାଇଛି । ବିପଦ ବେଳେ ବି ପରିବାର ନିୟୋଜନ କୁ କରି ନିଜର ସଯମ ରାଷ୍ଟ୍ର ଓ ପରିବାରର ସ୍ଥାନୀୟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଆଗାମୀ ତା-୨୫.୭.୨୧ ରିଖ ଦିନ ମହିଳା ବନ୍ଧ୍ୟାକରଣ କରାଯିବ । ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ଲୋକ ସ୍ବାସ୍ଥ୍ୟ ଅଧିକାରୀ ନବୀନ ଚନ୍ଦ୍ର ସମରଥ, ସୁପରଭାଇଜର ବିଜୟ କୁମାର ନାୟକ ଓ ନାକା ପ୍ରଭୁ କୁମାର, ବିନୋଦ ରାଉତ ସହ ତାପଶ ଉପସ୍ଥିତ ଥିଲେ ।
କ୍ରାନ୍ତିଖଡୁ ନ୍ୟୁଜ ‐ବିଦାୟୀ ଏସପିଙ୍କୁ ଚାଷୀ ସଂଗଠନ ପକ୍ଷରୁ ସମ୍ବର୍ଦ୍ଧନା(ରିଙ୍କୁ ଦେବତା) ବରଗଡ଼ ର ବିଦାୟୀ ପୁଲିସ ଆରକ୍ଷୀ ପଦ୍ମିନୀ ସାହୁ ଙ୍କୁ ବରଗଡ଼ ଜିଲ୍ଲା ଚାଷୀ ସଂଗଠନ ସମନ୍ମୟ ସମିତି ପକ୍ଷରୁ ବିଦାୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ସଂଘ ର ସଭାପତି ଜୟକୃଷ୍ଣ ସାହୁ, ସଂପାଦକ କିଶୋର ଚନ୍ଦ୍ର ଦେବତା, ରବିନ୍ଦ୍ର ବିଶି, ଆଶୁତୋଷ ଆଚାର୍ଯ୍ୟ, ମୁକେଶ ମୁରାରି କେଡିଆ, ହେମା, ସୁଜିତ ପ୍ରମୁଖ ଉପସ୍ଥିତ ଥିଲେ।
କ୍ରାନ୍ତିଖଡୁ ନ୍ୟୁଜ‐ଆଶା କର୍ମୀ ନିଖୋଜ (ଏନ.ରବିଙ୍କ ରିପୋର୍ଟ) ପଡିଆ: ମାଲକାନଗିରି ଜିଲ୍ଲା ପଡ଼ିଆ ଥାନା ଅନ୍ତର୍ଗତ କତାଗୁଡ଼ା ଗ୍ରାମର ଜଣେ ମହିଳା ନିଖୋଜ ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି । ନିଖୋଜ ମହିଳା ସ୍ଵପ୍ନା ବାୟା ପଡ଼ିଆ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅନ୍ତର୍ଗତ ସିଙ୍ଗାନି ଗୁଡା ଗ୍ରାମରେ ଆଶା କର୍ମୀ ଭାବେ କାର୍ଯ୍ୟରତ ଥିବା ଜଣାପଡ଼ିଛି । ଏନେଇ ପଡ଼ିଆ ଥାନାରେ ଏକ ଏମ୍ଏମ୍ଆର ଦାଖଲ କରି ନିଖୋଜ ମହିଳାଙ୍କୁ ଖୋଜିବାକୁ ଉଦ୍ୟମ ଜାରି ରହିଛି ବୋଲି ଥାନା ଅଧିକାରୀ ପ୍ରଶାନ୍ତ କୁମାର ନିଶିକା ସୂଚନା ଦେଇଛନ୍ତି । ସୂଚନା ଅନୁଯାୟୀ, ଗତ ୩ ତାରିଖ ଅପରାହ୍ନ ପ୍ରାୟ ୩ଟା ସମୟରେ ସ୍ଵପ୍ନା ଜଣେ ଗର୍ଭବତୀଙ୍କୁ ମାଲକାନଗିରି ନେବାକୁ କହି ଘରୁ ବାହାରିଥିଲେ । ହେଲେ ସନ୍ଧ୍ୟା ହୋଇଯିବା ପରେ ମଧ୍ୟ ସେ ଘରକୁ ନ ଫେରିବାରୁ ତାଙ୍କ ସ୍ୱାମୀ ଜଗଦୀଶ ବାୟା ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ । ଦୁଇ ତିନି ଦିନ ଧରି ଏଣେତେଣେ ଖୋଜାଖୋଜି କରିବା ସହ ସ୍ଵପ୍ନାଙ୍କ ମୋବାଇଲ ଫୋନ ମଧ୍ୟ ସୁଇଚ୍ ଅଫ୍ ଥିବାରୁ ଶେଷରେ ପରିବାର ଲୋକ ପଡ଼ିଆ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ନିଖୋଜ ସ୍ୱପ୍ନାଙ୍କର ଗୋଟିଏ ୫ ବର୍ଷର ଝିଅ ଥିବା ଜଣାପଡ଼ିଛି ।
କ୍ରାନ୍ତିଖଡୁ ନ୍ୟୁଜ ‐ଜର୍ଣ୍ଣାଲିଷ୍ଟ ଆସୋସିଏସନ୍ ବରଗଡ଼ ତରଫରୁ ସାମାଜିକ ବନୀକରଣ'(ରିଙ୍କୁ ଦେବତା)- ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡର ଦେଵଦର୍ହା ପବିତ୍ର ଶୈବପୀଠ ଠାରେ ଜର୍ଣ୍ଣାଲିଷ୍ଟ ଆସୋସିଏସନ୍ ବରଗଡ଼ ଜାବ ତରଫରୁ ସାମାଜିକ ବନୀକରଣ'ଅନୁଷ୍ଠିତ ହୋଇଯାଇଛି।ଏହାକୁ ଜାବ ର ସଭାପତି ରବିନାରାୟଣ ପଣ୍ଡା ପରିଚାଳନା କରିଥିଲେ। ମୁଖ୍ୟ ଅତିଥି ଭାବରେ ବରଗଡ଼ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀମତି କଲ୍ଯାଣୀ ଦାସ ଯୋଗଦେଇଥିଲେ। ପଦ୍ମପୁର ବନାଞ୍ଚଲ ଅଧିକାରୀ ଏବଂ ବରଗଡ଼ ଜିଲ୍ଲା ର ପ୍ରତ୍ୟେକ ବ୍ଳକର ସାମ୍ବାଦିକ ମାନେ ଯୋଗଦେଇ ବୃକ୍ଷରୋପଣ କରିଥିଲେ।ଏହାକୁ ପଦ୍ମପୁର ୟୁନିଟ ସଂଚାଳନ କରିଥିଲେ।
ସରକାରୀ ବଳିକା ଉଚ୍ଚ ବିଦ୍ୟାଳୟ ପରିସର ରେ ବରପୁତ୍ରଙ୍କର ପ୍ରତିମୂର୍ତ୍ତି ଉନ୍ମୋଚିତ : ପଦ୍ମପୁର(ରିଙ୍କୁ ଦେବତା)- ବରପୁତ୍ର ମାନେ ଆମ ସମାଜ ର ସମ୍ପତ୍ତି ଅଟନ୍ତି।ସେ ମାନଙ୍କର ଦର୍ଶନ ହିଁ ସମାଜ କୁ ସତପଥ ରେ ଚାଲିବା ପାଇଁ ପ୍ରେରଣା ଯୋଗାଇ ଦେଇଥାଏ। ଏହି ଉକ୍ତି ର ସତ୍ୟତା ପ୍ରତିପାଦନ କରିବା ପାଇଁ ପୂର୍ବତନ ପ୍ରଧାନ ଶିକ୍ଷୟତ୍ରୀ ତଥା ବର୍ତମାନ ବରଗଡ ର ବରିଷ୍ଠ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀମତୀ ସେବାଶ୍ରୀ ଭୋଇ ଙ୍କ ପ୍ରେରଣା ରେ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ପଦ୍ମପୁର ପରିସର ରେ ଚାରି ଜଣ ବରପୁତ୍ର ଯଥା ସ୍ୱଭାବ କବି ଗଙ୍ଗାଧର ମେହେର, ଜାତିର ପିତା ମହାତ୍ମା ଗାନ୍ଧୀ,ଶିକ୍ଷାବିତ ସର୍ବପଲ୍ଲୀ ରାଧାକୃଷ୍ଣନ ଓ ଅଗ୍ନି ମିସାଇଲ ର ଜନକ ତଥା ଭାରତ ର ରାଷ୍ଟ୍ରପତି ଅବଦୁଲ କଲାମ ଙ୍କ ପ୍ରତିମୂର୍ତ୍ତି ଶ୍ରୀଯୁକ୍ତ ସୁଶାନ୍ତ ସିଂ, ମାନ୍ୟବର କ୍ୟାବିନେଟ ମନ୍ତ୍ରୀ, ଶ୍ରମ ନିୟୋଜନ ଓ ଗ୍ରାମ୍ୟ ଉନ୍ନୟନ ବିଭାଗ, ଓଡିଶା ସରକାରଙ୍କ କରକମଳ ରେ ଉନ୍ମୋଚିତ ହୋଇଯାଇଛି। ତା ପରେ ଏକ କୃତ୍ରିମ ଝରଣା ର ଉଡ଼ଘାଟନ କରା ଯାଇଥିଲା। ଏହି ଅବସରରେ ଏକ ନିରାଡ଼ମ୍ବର ସଭା ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଗୋପାଳଜୀ ପ୍ରସାଦ ପାଣିଗ୍ରାହୀଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇଥିଲା। ଏଥିରେ ବରିଷ୍ଠ ଗୋଷ୍ଠୀ ଶିକ୍ଷା ଅଧିକାରୀ,ବରଗଡ଼ ଶ୍ରୀମତୀ ସେବାଶ୍ରୀ ଭୋଇ , ପୂର୍ବତନ ଜିଲ୍ଲା ପରିଷଦ ସଭାପତି ବରଗଡ,ମନୋରଞ୍ଜନ ସିଂ ବରିହା, ଗୋବିନ୍ଦ ପ୍ରସାଦ ଅଗ୍ରୱାଲ, ବିଶିଷ୍ଠ ଶିକ୍ଷାବିତ ଟଂକଧର ଝାଙ୍କାର, ବିଶିଷ୍ଟ ସମାଜ ସେବୀ ସରସ୍ବତୀ ଭୋଇ, ଚେୟାର ପାର୍ସନ, ବିଦ୍ୟାଳୟ ପରିଚାଳନା କମିଟି ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ। ଶିକ୍ଷକ ପ୍ରେମାନନ୍ଦ ବେହେରା ଅତିଥି ପରିଚୟ ପ୍ରଦାନ କରିଥିଲେ।ବିଦ୍ୟାଳୟ ର ପୂର୍ବତନ ଶିକ୍ଷକ ବୃନ୍ଦବାନ ଦାଶ ସଭାର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ। ମୁଖ୍ୟ ଅତିଥି ବର୍ତମାନ ଶିକ୍ଷା ର ସ୍ୱରୂପ ଓ ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ ଓ ଶିକ୍ଷକ ମାନଙ୍କୁ ସମାଜ ଯେଉଁ ଗୁରୁ ଦାୟିତ୍ୱ ଦେଇଛି ତାକୁ ସୁଚାରୁ ରୁପେ ସମ୍ପାଦନ କରିବା ପାଇଁ ଉପଦେଶ ଦେଇଥିଲେ । ଏହି କାର୍ଯ୍ୟକ୍ରମ ରେ SMC Vice Chairperson ବିଶ୍ୱନାଥ ଦାଶ,ଶିକ୍ଷକ ଚିନ୍ତାମଣି ସାହୁ, ସୁରେଶ ଚନ୍ଦ୍ର ଚୌହାନ ଶିକ୍ଷୟତ୍ରୀ ଜ୍ୟୋତ୍ସ୍ନାରାଣୀ ସାହୁ, ମିନତୀ ଦାଶ, ନିଲିମାରାଣୀ ମହାନ୍ତି, ବିଦ୍ୟାଳୟ ର କିରାଣୀ ସୁଷମା ଦାଶ ଉପସ୍ଥିତ ଥିଲେ। ଦୁଷ୍ମନ୍ତ ଛତ୍ତର, ନନ୍ଦନୀ ବାଗ, କମଳା କୁମ୍ଭାର, ସୁଶୀଳା ବାଗ ସଭା କାର୍ଯ୍ୟ ରେ ସହାୟତା କରିଥିଲେ। ଶେଷରେ ସୁରେନ୍ଦ୍ର କୁମାର ଭୋଇ ଧନ୍ୟବାଦ ଦେଇଥିଲେ। ପରିଶେଷ ରେ ମୁଖ୍ୟ ଅତିଥି ATL labrotory ବୁଲି ଦେଖିଥିଲେ ଓ ଦାୟିତ୍ୱ ରେ ଥିବା ଶିକ୍ଷକ ଶ୍ରୀ ମାନସ ରଞ୍ଜନ ଶତପଥୀ ଙ୍କୁ ପ୍ରସଂଶା କରିଥିଲେ।
କ୍ରାନ୍ତିଖଡୁ ନ୍ୟୁଜ ‐ଦୁର୍ନୀତିର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କର ବୋଳି ନିର୍ଦେଶ ଦେଲେ ସାଂସଦ (ରିଙ୍କୁ ଦେବତା ଙ୍କ ରିପୋର୍ଟ) ବରଗଡ଼ ଜିଲ୍ଲା ଗାଇସିଲାଟ ବ୍ଲକରେ ଶୁକ୍ରବାର ବରଗଡ ଲୋକସଭା ସାଂସଦ ସୁରେଶ ପୁଜାରୀ ସ୍ଥାନିୟ ରାଜିବ ଭବନ ଠାରେ ଜନସାଧାରଣଙ୍କ ଅଭିଯୋଗ ଗ୍ରହଣ କରି ଉପସ୍ଥିତ ଅଧିକାରିଙ୍କୁ ସେ ଗୁଡିକ ର ସମାଧାନ ପାଇଁ ନିର୍ଦ୍ଦେଶ ଦେଇଥିଲେ। ଗାଇସିଲାଟ ବ୍ଲକ ଅନ୍ତର୍ଗତ ଚିଖିଲିଗ୍ରାମ ପଂଚାୟତରେ ୨୦୧୯-୨୦ଓ୨୦୨୦-୨୧ ମସିହାରେ ଚିଖିଲି ଗ୍ରାମ ର ଅଶ୍ବିନୀ ଦାସ ,୨୦୧୯-୨୦ବର୍ଷ ପ୍ରଧାନମନ୍ତ୍ରୀ ଆବାସ ନିର୍ମାଣ ନିମନ୍ତେ କାର୍ଯ୍ୟାଦେଶ ପାଇଥିଲେ.ମାତ୍ର ଘର ତିଆରି ନ କରି ସମସ୍ତ ଟଙ୍କା ଉଠାଇବା ସହିତ ଗୃହକାର୍ଯ୍ୟ ସମ୍ପୁର୍ଣ୍ଣ ହୋଇସାରିଥିବା ,ସେହିପରି ଉକ୍ତ ଗ୍ରାମ ର ଅଶୋକ ମହାପାତ୍ର ଦୁଇ ଥର ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନ୍ତର୍ଭୁକ୍ତ ହୋଇ ସମସ୍ତ ଟଙ୍କା ଉଠାଇ ଛନ୍ତି ବୋଲି ଚିଖିଲି ଗ୍ରାମପଞ୍ଚାୟତ ର ସରପଞ୍ଚ ପ୍ରେମରାଜ ଅଗ୍ରୱାଲ ଅଭିଯୋଗ କରିଥିଲେ। କନ୍ଦାଗାଡ ଗ୍ରାମ ପଞ୍ଚାୟତ ରୁ ବୁରୋମୁଣ୍ଡା ରାସ୍ତା କୁ ଦୀର୍ଘ ୧୩ ବର୍ଷଧରି ଅବରୋଧ କରାଯାଇଥିବା ଓ ଏ ନେଇ ବାରମ୍ବାର ଆପତ୍ତି କରିବା ପରେ ମଧ୍ୟ ପ୍ରଶାସନିକ ଅଧିକାରୀ ଦୃଷ୍ଟିଗୋଚର କରୁନଥିବା ବିଷୟ ସାଂସଦ ଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା।ଏହା ପରେ ସାଂସଦ ଶ୍ରୀ ପୁଜାରୀ ଏହାର ସମାଧାନ କରିବାକୁ ସ୍ଥାନୀୟ ତହସିଲଦାର ଓ ଆଇଆଇସିଙ୍କୁ ନିର୍ଦ୍ଦେଶ ଦେଇଥିଲେ।ଏହା ସହିତ ଜଙ୍ଗଲ ଜମି ଭୂମି ହିନ ଙ୍କୁ ଦିଆଯାଇଥିଲେ ଶୁଦ୍ଧା ଜମି ଚିହ୍ନଟ ନହେବା, ବ୍ଳକ ର ବିଭିନ୍ନ ଗ୍ରାମକୁ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ସାମିଲ କରାଯିବା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଆଦି ସମ୍ପର୍କରେ ଅଭିଯୋଗ ହୋଇଥିଲା।ଏହି ଅଭିଯୋଗ ସୁଣାଣି ସମୟରେ ବିଜେପି ଜିଲ୍ଲା ସଭାପତି ଅଶ୍ବିନୀ ଷଡ଼ଙ୍ଗୀ, ରାଜ୍ୟ କମିଟି ସଦସ୍ୟ ସୁରେଶ୍ଵର ଶତପଥୀ, ବରଗଡ଼ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ମଦନ ଦୀପ, ସାଂସଦ ପ୍ରତିନିଧି ପ୍ରବୀଣ କୁମାର ପାଣିଗ୍ରାହୀ, ବ୍ଳକ ଅଧକ୍ଷା ବାସନ୍ତୀ ପାଣ୍ଡେ,ବ୍ଳକ ଉପାଧ୍ୟକ୍ଷ ପ୍ରଣୟ କୁମାର ସାହୁ, ଜିଲ୍ଲା ପରିଷଦ ସସ୍ମିତା ଡନସନା ପ୍ରମୁଖ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ।ଅନୁନ୍ଯ ୨୦୦ ରୁ ଉର୍ଦ୍ଧ ଅଭିଯୋଗ ଆସିଥିଲା। ସମସ୍ତ ଅଭିଯୋଗ ତଥା ଦୁର୍ନୀତି ର ତଦନ୍ତ କରାଯାଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କର ବୋଲି ସାଂସଦ ଶ୍ରୀ ପୁଜାରୀ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।
କ୍ରାନ୍ତିଖଡୁ ନ୍ୟୁଜ ‐ବନ ମହୋତ୍ସବ ପାଳିତ ।(ମାଲକାନଗିରି- ଏନ .ରବିଙ୍କ ରିପୋର୍ଟ )ମାଲକାନଗିରି ଜିଲ୍ଲା ପଡିଆ ବ୍ଳକ ଵାପାନପାଲ୍ଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ରଡାନପାଲ୍ଲି ଗ୍ରାମ ଠାରେ ଆଜି ବନ ମହୋତ୍ସବ ସପ୍ତାହ ପାଳନ କରାଯାଇ ବିଭିନ୍ନ ପ୍ରକାରର ଚାରା ରୋପଣ କରାଯାଇଥିଲା । । ଏ ଅବସର ରେ ଵନପାଳ ଗୁପ୍ତେଶ୍ୱର ରାଓ ଡରା କହିଛନ୍ତି ଯେ ପ୍ରତିବର୍ଷ ପରି ଏବର୍ଷ ମଧ୍ୟ ଜୁଲାଇ ମାସ ପ୍ରଥମ ସପ୍ତାହ କୁ ବନ ମହୋତ୍ସବ ସପ୍ତାହ ରୁପେ ମାଲକାନଗିରି ଜିଲ୍ଲାର ବିଭିନ୍ନ ସ୍ଥାନରେ ପାଳନ କରାଯାଉଛି । ବୃକ୍ଷ ହଁ ଜୀବନ ।ବୃକ୍ଷ ଆମକୁ ଖାଦ୍ୟ, ବସ୍ତ୍ର , ବାସଗୃହ, ପବନ, ଓ ଜଳ ଦେଇଥାଏ । ମାନବ ଓ ପ୍ରାଣି ଜଗତର ରକ୍ଷା କଵଚ ଅମ୍ଲଜାନ ଏହି ବୃକ୍ଷ ହଁ ଆମକୁ ଦେଇଥାଏ ।ସୁସ୍ଥ ପରିବେଶ ଠୁ ହଁ ସୁସ୍ଥ ମନର ସୃଷ୍ଟି ହୋଇଥାଏ । ତେଣୁ ପ୍ରକୃତିର ସୁରକ୍ଷା ହଁ ଜୀବନ ରକ୍ଷା ଅଟେ । ତେଣୁ ଏହି ଦିନ ସମସ୍ତେ ଶପଥ ନେବା ଗଛ ଲଗାଇବା ପାଇଁ ଆଗେଇ ଆସିବା ବୋଲି ବନପାଳ କହିଛନ୍ତି । ଆଜିର ଏ କାର୍ଯ୍ୟକ୍ରମ ରେ ଅନ୍ୟମାନଙ୍କ ମଧ୍ୟରେ ବନରକ୍ଷୀ ପପିତା ଆଜମିରା,କାନନ୍ ବିଶ୍ବାସ ଏନ୍.ଜି.ଓ.କର୍ମଚାରୀ, ପୂର୍ବତନ ସରପଞ୍ଚ ତଥା ବନ ସୁରକ୍ଷା ସମିତିର ସଭାପତି ସିଙ୍ଗା ମାଡକାମି , ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଶରତ ଭେଟି, ଦଶରଥ ବାଟା,ପ୍ରଶାନ୍ତ କୁମାର ପରିଡ଼ା ଏବଂ ବନ ସୁରକ୍ଷା ସମିତିର ସଦସ୍ୟ ସହ ଵହ୍ମ ବୃଦ୍ଧି ଜୀବ ଉପସ୍ଥିତ ଥିଲେ ।
ଗୁଦେରପାଲି ହାଇସ୍କୁଲ ରେ ବନମହୋତ୍ସବ(ରିଙ୍କୁ ଦେବତା ଙ୍କ ରିପୋର୍ଟ)ଗାଇସିଲେଟ ବ୍ଳକ ଅନ୍ତର୍ଗତ ଗୁଦେରପାଲି ବାପୁଜୀ ଉଚ୍ଚ ବିଦ୍ୟାଳୟ ରେ ପ୍ରଧାନ ଶିକ୍ଷକ କମଲାକାନ୍ତ ପାଣିଗ୍ରାହୀଙ୍କ ତତ୍ବାବଧାନରେ ବନମହୋତ୍ସବ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ସମାଜସେବୀ କିଶୋର ଚନ୍ଦ୍ର ଦେବତା ଯୋଗଦେଇଥିବା ବେଳେ, ସମ୍ମାନିତ ଅତିଥି ସରପଞ୍ଚ ଗୈାର ପାତ୍ର, ପରିଚାଳନା କମିଟି ର ସଭାପତି ଶୈଳବାଳା ଦେବତା, ବରିଷ୍ଠ ନାଗରିକ ଶିବ ପ୍ରଧାନ, ଶିକ୍ଷକ ଚନ୍ଦ୍ରମଣି ସାହୁ, ପ୍ରଜାପତି ପଧାନ, ମୁରଲିଧର ପଟେଲ, କିଶୋର ପାତ୍ର,କେଶବ ପାତ୍ର,ଲବାର ପଟେଲ,ଧନପତି ପଧାନ ସହଯୋଗ କରିଥିଲେ। ହାଇସ୍କୁଲ ର ଗାନ୍ଧୀ ଉଦ୍ୟାନ ରେ ସର୍ବମୋଟ ୩୦ ଟି ଗଛ ଲଗାଯାଇଛି।
କ୍ରାନ୍ତିଖଡୁ ନୁଜ ‐ପଡିଆ ଥାନା ଠାରେ ଵନ ମହୋତ୍ସବ - ୨୦୨୧ମାଲକାନଗିରି- ପଡ଼ିଆ ଥାନା ବି ଏସ ଏଫ camp ଠାରେ ଆଜି ପଡିଆ ଵନ ଵିଭାଗ ତରଫରୁ ଵନ ମହୋତ୍ସବ ଅନୁଷ୍ଠିତ ହୋଇଥିଲା ।ଏହି ଅଵସର ରେ କାଲିମେଳା ରେଞ୍ଜ ତରଫରୁ ବୃକ୍ଷ ରୋପଣ କରାଯାଇଥିଲା । ଏ ଅଵସର ରେ ଵନପାଳ ଗୁପ୍ତତେଶୂର ଦରା ଅଂଶ ଗ୍ରହଣ କରି ଏକ ସପ୍ତାହ ଧରି ଆରମ୍ଭ ହେଉଥିବା ଵନ ମହୋତ୍ସବ ଉପକାରିତା ଏବଂ ପରିଵେଶର ଏହାର ପଭାବ ବିଷୟରେ ଅଧିକ ତଥ୍ୟ ରଥିଥିଲେ । ଵୃକ୍ଷ ରୋପଣ କରିବା ଏବଂ ଜଘଂଲ ସୁରକ୍ଷା କରିବା ଆମର ଦାୟିତ୍ବ ଵୋଲି କହିଛନ୍ତି । ତେଣୁ ଆମେ ସମସ୍ତେ ଜଘଂଲ ନଷ୍ଟ ନ କରି ଵୃକ୍ଷ ରୋପଣ ପାଇଁ ଆଗେଇ ଆସିବା ପାଇଁ କରିଛନ୍ତି । ଜଙ୍ଗଲ ଆମର ଜୀବିକା । ଜଙ୍ଗଲ ଟିଏ ପିଲା ଟିଏ ବୋଲି ସୁନ୍ଧର ଭାବେ ଵୁଝାଇ ଥିଲେ । ଏ କାର୍ଯ୍ୟକମ ରେ ପଡ଼ିଆ ଥାନା ଅଧିକାରୀ ଶ୍ରୀ ପ୍ରଶାନ୍ତ କୁମାର ନିଶିକା , ବି ଏସ ଏଫ ଏଏସଆଇ ପୁରାନ ସିଂ, ଦେଵି ରାମ, ଚାନ୍ଦ।ନ ରାଏ , ପଦୀପ ଜାନି , ଆଶିଷ ଦାସ, ପକାଶ ଏକା, ଵନରଷୀ ପପିତା ଆଜମିରା, କାନନ୍ ଵିଶ୍ଵାସ, ପି ଏନ୍ ଜିଓ ଷ୍ଟ।ଫ ସହ ପ୍ରଶାନ୍ତ ପରିଡ଼ା ଉପସ୍ଥିତ ଥିଲେ।
କ୍ରାନ୍ତିଖଡୁ ନ୍ୟୁଜ ‐(ଏନ ରବିଙ୍କ ରିପୋର୍ଟ )Celebrate Indian Christian day on 3rd July - 2021.ମାଲକାନଗିରି- ଆଜି ମାଲକାନଗିରି ଜିଲ୍ଲାରେ MDCM ସଭାପତି Mr. Ujwal Satan ଙ୍କ ଅଧଯତା ରେ indian Christian day celebrate କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଏ ଅଵସର ରେ ଆଜି ମାଲକାନଗିରି ଜିଲ୍ଲା MDCM ତରଫରୁ Blood donate camp କରାଯାଇଥିଲା । ଏ Blood donate camp ରେ ଜିଲ୍ଲା ରୁ ଆରମ୍ଭ କରି Block ପର୍ଯ୍ୟନ୍ତ ସମସ୍ତ ଫାଷ୍ଟ ର ମାନେ ରକ୍ତ ଦାନ କରିଥିଲେ । MDCM ସଭାପତି କହିଛନ୍ତି ଯେ ସକାଳୁ ୯ଟା ରୁ ୧୦ ସମୟ ପର୍ଯ୍ୟନ୍ତ zoom କରାଯାଇଥିଲା ଏବଂ ସମୟ ୧୦ ରୁ ୧୧.୩୦ ପର୍ଯ୍ୟନ୍ତ ରକ୍ତ ସଂଗ୍ରହ କରାଯାଇଛି । ସଵମୋଟ ୧୯ ୟୂନିଟ ରକ୍ତ ସଂଗ୍ରହ କରାଯାଇଛି । ଏ କାର୍ଯକମ ରେଅନ୍ୟ ମାନଙ୍କ ମଧ୍ୟରେ MDCM ସଂପାଦକ Ragland Remove Paul, ଉପ ସଭାପତି Mr Vijay pusuru, Mr Samuel Gorada, Daniel Gorle, kanteswar potla, Mr prabhakar suna & Dr Raghav Rao ଉପସ୍ଥିତ ଥିଲେ ।
କ୍ରାନ୍ତିଖଡୁ ନ୍ୟୁଜ ‐ବନ ମହୋତ୍ସବ ପାଳିତ ।ମାଲକାନଗିରି- (ଏନ ରବି ଙ୍କ ରିପୋର୍ଟ)ମାଲକାନଗିରି ଜିଲ୍ଲା ପଡିଆ ବ୍ଳକ ଅନ୍ତର୍ଗତ ଉଣ୍ଡୁକୋଣ୍ଡା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଆଜି ବନ ମହୋତ୍ସବ ସପ୍ତାହ ପାଳନ କରାଯାଇ ବିଭିନ୍ନ ପ୍ରକାରର ଚାରା ରୋପଣ କରାଯାଇଥିଲା । । ଏ ଅବସର ରେ ଵନପାଳ ବିଘ୍ନଧର ମାଡକାମି କହିଛନ୍ତି ଯେ ପ୍ରତିବର୍ଷ ପରି ଏବର୍ଷ ମଧ୍ୟ ଜୁଲାଇ ମାସ ପ୍ରଥମ ସପ୍ତାହ କୁ ବନ ମହୋତ୍ସବ ସପ୍ତାହ ରୁପେ ମାଲକାନଗିରି ଜିଲ୍ଲାର ବିଭିନ୍ନ ସ୍ଥାନରେ ପାଳନ କରାଯାଉଛି । ବୃକ୍ଷ ହଁ ଜୀବନ ।ବୃକ୍ଷ ଆମକୁ ଖାଦ୍ୟ, ବସ୍ତ୍ର , ବାସଗୃହ, ପବନ, ଓ ଜଳ ଦେଇଥାଏ । ମାନବ ଓ ପ୍ରାଣି ଜଗତର ରକ୍ଷା କଵଚ ଅମ୍ଲଜାନ ଏହି ବୃକ୍ଷ ହଁ ଆମକୁ ଦେଇଥାଏ । ତେଣୁ ଆମେ ସମସ୍ତେ ବୃକ୍ଷ ରୋପଣ ପାଇଁ ଆଗେଇ ଆସିବା ଏବଂ ଶପଥ ନେବା ବୋଲି ବନପାଳ କହିଛନ୍ତି । ଆଜିର ଏ କାର୍ଯ୍ୟକ୍ରମ ରେ ଅନ୍ୟମାନଙ୍କ ମଧ୍ୟରେ ବନରକ୍ଷୀ ପାର୍ଥସାରଥୀ ରାଉତ, ଏନ• ଜି •ଓ କର୍ମଚାରୀ, ସରପଞ୍ଚ ମୁତା ପୁନେମ, ଵ୍କକ ଉପାଧ୍ୟକ୍ଷ ଚମ୍ପା ରାଣୀ ସିଲ୍, ସମିତି ସଭ୍ୟ ଦ୍ରୃତିକା ମାଡ଼କାମ, ବରିଷ୍ଠ ନେତା ଅଶୋକ ପାଲ ଏବଂ ବନ ସୁରକ୍ଷା ସମିତିର ସଦସ୍ୟ ସହ ଵହ୍ମ ବୃଦ୍ଧି ଜୀବ ଉପସ୍ଥିତ ଥିଲେ ।
କ୍ରାନ୍ତିଖଡୁ ନ୍ୟୁଜ ‐ରାଷ୍ଟ୍ରୀୟ ମଧ୍ୟବିତ୍ତ ପରିବାର ମହାସଂଘ ପକ୍ଷରୁ ପ୍ରଧାନମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ସ୍ମାରକ ପତ୍ର ପ୍ରଦାନ, ସରକାର ଧନୀ ଗୋଷ୍ଠୀର ଲୋକଙ୍କ ପାଇଁ ବିଭିନ୍ନ ସମୟରେ ଅର୍ଥନୈତିକ ପ୍ରୋତ୍ସାହନ ଯୋଗେଇ ଦେଉଥିବା ବେଳେ ଗରିବ ସୀମାରେଖା ତଳେ ଥିବା ଲୋକଙ୍କ ସୁରକ୍ଷା ପାଇଁ ସଦା ତତ୍ପର ହେଉଛନ୍ତି । କିନ୍ତୁ ଏହି ପ୍ରକ୍ରିୟା କରଣ ମଧ୍ୟରେ ଆର୍ଥିକ ସୁରକ୍ଷା ଓ ସାମାଜିକ ସମାନତା କ୍ଷେତ୍ରରେ ଅବହେଳିତ ହେଉଛନ୍ତି ମଧ୍ୟବିତ୍ତ । ଏହି ପରିପ୍ରେକ୍ଷୀରେ ଆଜି ରାଷ୍ଟ୍ରୀୟ ମଧ୍ୟବିତ୍ତ ପରିବାର ମହାସଂଘ ଜୋନାଲ କମିଟି ପକ୍ଷରୁ ମଧ୍ୟବିତ୍ତ ପରିବାରଙ୍କ ମୌଳିକ ସମସ୍ୟା ସମାଧାନ ପାଇଁ ପ୍ରଧାନମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ସମ୍ବଲପୁର ଉତ୍ତରାଞ୍ଚଳ ରାଜସ୍ୱ କମିଶନର ଙ୍କ ଜରିଆରେ ଏକ ୧୨ଦଫା ଦାବି ସମ୍ବଳିତ ସ୍ମାରକ ପତ୍ର ପ୍ରଦାନ କରାଯାଇଥିଲା I ଏଥିରେ ସଙ୍ଘର ରାଷ୍ଟ୍ରୀୟ ଅଧ୍ୟକ୍ଷ ପ୍ରଦୀପ ମିଶ୍ର, ରାଷ୍ଟ୍ରୀୟ ଉପ ସଭାପତି ତଥା ପଶ୍ଚିମ ଓଡିଶା ପ୍ରଭାରୀ ଗୋପୀନାଥ ସାହୁ, ରାଜ୍ୟ ସମ୍ପାଦକ ହରେକୃଷ୍ଣ ପାତ୍ର, ଝାରସୁଗୁଡା ଜିଲ୍ଲା ସଭାପତି ରବୀନ୍ଦ୍ର ସାହୁ, କାର୍ଯ୍ୟକାରିଣୀ ସଦସ୍ୟ ମହମଦ ଅକତର ସମେତ ସଂଗଠନର ଅନେକ କାର୍ଯ୍ୟକର୍ତ୍ତା ଅଂଶ ଗ୍ରହଣ କରିଥିଲେ I
କ୍ରାନ୍ତିଖଡୁ ନ୍ଯୁଜ:-ସାପ କାମୁଡାରେ ବୃଦ୍ଧ ବ୍ୟକ୍ତି ଙ୍କ ମୃତ୍ୟୁ (ଏନ.ରବି କୁମାର ଙ୍କ ରିପୋର୍ଟ)ମାଲକାନଗିରି ଜିଲ୍ଲା ପଡ଼ିଆ ବ୍ଲକ ଅନ୍ତର୍ଗତ ପଡ଼ିଆ ପଞ୍ଚାୟତ ନିକଟସ୍ଥ କମାରଗୁଡା ଗ୍ରାମ ରେ ଆଜି ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ସୂଚନା ମୁତାବକ କାଲି ରାତିରେ ସୟାମ୍ ଦୁଲା ନାମକ ବ୍ୟକ୍ତି ନିଜ ଘରେ ଶୋଇ ଥିବା ସମୟରେ ଏକ ବିଷଧର ସାପ କାମୁଡି ଦେଇଥିଲା। ଘର ଲୋକ ତାକୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାକୁ ନେଯାଇଥିଲେ।। ସେଠାରେ ତାଙ୍କର ଚିକିତ୍ସା ସମୟରେ ମୃତ୍ୟୁ ଘଟିଥିଲା। ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ କୁ ଶବ ବ୍ୟବଚ୍ଛେଦ ପାଇଁ ପଠେଇ ଛନ୍ତି। ଏବଂ ପୋଡିଆ ଥାନା ରେ ୧୩/୨୧ନାମ ରେ କେଶ ରୁଜୁ କରି ତଦନ୍ତ ପରିସରଭୁକ୍ତ କରିଛନ୍ତି ।
Load More
That is All
Social Plugin
Time
Gopinath
ବିଜ୍ଞାପନ
Labels
ଜିଲ୍ଲା
Subscribe Us
Most Popular
Facebook
Tags
ଜିଲ୍ଲା
Categories
Search This Blog
Powered by Blogger
October 2024
1
December 2021
1
November 2021
2
October 2021
11
September 2021
11
August 2021
40
July 2021
32
June 2021
17
March 2021
2
January 2021
3
December 2020
3
November 2020
2
October 2020
11
August 2020
5
Report Abuse
About Me
KRANTI KHADU NEWS
View my complete profile
Social Plugin