Showing posts from June, 2021Show all
କ୍ରାନ୍ତିଖଡୁ ନ୍ୟୁଜ‐ବେସାହାରା ଜୟକୁମାରୀ ଙ୍କୁ ସାହା ହେବ କିଏ ?(ରିଙ୍କୁ ଦେବତା ଙ୍କ ରିପୋର୍ଟ)ଇନ୍ଦିରା ଆବାସ ଅପେକ୍ଷା ରେ, ବିତିଯିବ ଜୀବନ।ଗାଇସିଲେଟ ବ୍ଳକ ଅନ୍ତର୍ଗତ ଗୁଦେରପାଲି ଗ୍ରାମ ପଞ୍ଚାୟତ ର ବେହେରାବାହାଲି ଗାଁ ର ଜୟକୁମାରୀ କୁମ୍ଭାର (୫୪)ଜଣେ ଅସହାୟ ବିଧବା। ତାଙ୍କ ର ଆଗ ପଛରେ କେହି ନାହାନ୍ତି।ସେ ପଦ୍ମପୁର ବ୍ଳକ ର ବଗେଇଜୁରୀ ଗ୍ରାମ ରେ ବିବାହ କରିଥିଲେ। ମାତ୍ର ପାଞ୍ଚ ବର୍ଷର ଘର ସଂସାର କଲାପରେ ତାଙ୍କ ସ୍ବାମୀ ଙ୍କ ମୃତ୍ୟୁ ହୋଇଗଲା।ଏହା ପରେ ଶାଶୁ ଘରେ ନିର୍ଯ୍ୟାତନା ଦେବା ଆରମ୍ଭ କଲେ। ଶେଷରେ ବାଧ୍ୟ ହୋଇ ସେ ବାପ ଘରକୁ ଚାଲିଆସିଲେ।ଏବେ ଆଉ ତାଙ୍କ ମା'ବାପା ମଧ୍ୟ ନାହାଁନ୍ତି।ସେ ସଂପୂର୍ଣ୍ଣ ରୁପେ ଏକାକି ଓ ବେ ସାହାରା। ଅନ୍ୟ ର ଯାଗାରେ କୁଡ଼ିଆ ଟିଏ କରି ଜୀବନ ବିତାଉଛନ୍ତି। ସରକାରୀ ସହାୟତା କହିଲେ ଭତ୍ତା ୫୦୦ ଓ ମାସକୁ ୫ କିଲୋ ଚାଉଳ। ଇନ୍ଦିରା ଆବାସ ପାଇଁ ସେ ଦୀର୍ଘ ୭ବର୍ଷ ହେଲା ସ୍ଥାନୀୟ ସରପଞ୍ଚ , ଓ୍ବାଡ ମେମ୍ବର ଏପରିକି ଗାଇସିଲେଟ ବିଡ଼ିଓ ଙ୍କ ଦ୍ବାରସ୍ଥ ମଧ୍ୟ ହେଲେଣି। ତଥାପି ଆଜି ପର୍ଯ୍ୟନ୍ତ ତାଙ୍କୁ ଇନ୍ଦିରା ଆବାସ ଟିଏ ମିଲିପାରି ନାହିଁ।
କ୍ରାନ୍ତିଖଡୁ ନ୍ଯୁଜ ‐ଟୀକାଦାନ କେନ୍ଦ୍ର ରେ ଜମୁଛି ଭିଡ,କରୋନା କଟକଣା କୁ ଫୁ ...ପଦ୍ମପୁର:-ବରଗଡ଼ ଜିଲ୍ଲା ପାଇକମାଳ ବ୍ଳକ ରେ ଆଜି ଦେଖିବାକୁ ମିଳୁଛି ପ୍ରବଳ ଭିଡ଼ lକରୋନା ଟୀକାକରଣ କେନ୍ଦ୍ର ରେ ନାହିଁ ନଥିବା ଭିଡ ପରିଲକ୍ଷିତ ହୋଇଛି lଆଗ୍ରହ ର ସହ ଲୋକେ ଟୀକା ନେବାପାଇଁ ଆସିଥିବାବେଳେ ବେଳେ ଗୋଟିଏ କେନ୍ଦ୍ର ଥିବା ହେତୁ ଭିଡ଼ ହେବା ସ୍ୱାଭାବିକ lଭିଡ ହେବାଦ୍ବାରା କରୋନାସଂକ୍ରମଣ କୁମଧ୍ୟ ଏଡାଇ ଦିଆ ଯାଇନପାରେ lସାମାଜିକ ଦୂରତା ର ଦୃଶ୍ୟ ଫଟୋ ରୁ ଆପଣମାନେ ଜାଣିପାରିବେ lଭିଡ କୁ ଆୟତଃ କରିବାପାଇଁ ସ୍ଥାନୀୟ ପୋଲିସ ମୁତୟନ ଥିବା ସତ୍ବେ ଲୋକେ ଖାତିର ମଧ୍ୟ କରୁନାହାନ୍ତି lଏଣୁ ଏଦିଗରେ ବରଗଡ ସି.ଡି.ଏମ.ଓ ମହାଶୟ ଧ୍ୟାନଦେଇ ଅତିଶିଘ୍ର ଟୀକାଦାନ କେନ୍ଦ୍ର ରେ ଭିଡ କମାଇବାକୁ ଦୁଇଟି ପୃଥକ ପୃଥକ ସ୍ଥାନ ମାନଙ୍କରେ ଲୋକଙ୍କ ସୁବିଧା କୁ ଆଖି ଆଗରେ ରଖି ଅତିଶିଘ୍ର ଖୋଲିବାକୁ ସାଧାରଣ ରେ ଦାବୀ ହେଉଛି lବରଗଡ ପଦ୍ମପୁର ରୁ ସୁରେନ୍ଦ୍ର ମେହେର
ବିନାଶ ମୁଖରେ ସାଧବ ବୋହୂ(ରିଙ୍କୁ ଦେବତା)-ଲାଲ ଟୁକୁ ଟୁକୁ ସାଧବ ବୋହୂ,ନାଲି ଶାଢ଼ୀ ପିନ୍ଧି କୁଆଡେ ଯାଉ।ସ୍ରଷ୍ଟା ଙ୍କ ସୁନ୍ଦର କାରିଗରୀ ଲାଲ ଟୁକୁ ଟୁକୁ ସାଧବ ବୋହୂ। ଟିପଟିପ ବର୍ଷା ରେ କିମିଆଁ କରୁଛି ରୂପ ରାଇଜର ରାଣୀ। ବର୍ଷା ର ଆଗମନରେ ନାଲି ପାଟ ପିନ୍ଧି ମନ ମହୁଛି ସାଧବ ବୋହୂ ର ଲାଜୁଆ ଚାହାଣୀ। ଟିକି ଟିକି ନାଲି ପାଦରେ ଧରା ପୃଷ୍ଠରେ ନୈସର୍ଗୀକ ସୁଷମା ର ପସରା ମେଲାଇ ଦେଇଛନ୍ତି ପ୍ରକୃତି ର ଏହି ସୁନ୍ଦର ଜୀବ। ଅନନ୍ୟ ସୃଷ୍ଟି ର ଅପରୂପ ବିନ୍ଧାଣି ଏ ସାଧବ ବୋହୂ।ଟିପଟିପ ବର୍ଷା ରେ ବିଲରେ,ଘାଁସ ଗାଲିଚାରେ ଥିରି ଥିରି ଚାଲୁଥିବା ସାଧବ ବୋହୂ ପିଲାଠୁ ବୁଢ଼ା ଯାଏ ସଭି ଙ୍କ ଦୃଷ୍ଟି ଆକର୍ଷଣ କରନ୍ତି। ବିଶେଷ କରି ମୈସୁମୀ ର ପହିଲି ପରସ ପାଇବା ପରେ ପୃଥିବୀ ପୃଷ୍ଠ ଶୋଭା ବଢାଉଥିବା ଏହି ସାଧବ ବୋହୂ ଙ୍କୁ ଦେଖି ଅଧିକ ଖୁସି ଅନୁଭବ କରନ୍ତି କୁନିକୁନି ପିଲା। ହେଲେ ଦୁର୍ଭାଗ୍ୟ ବଶତଃ ବର୍ତ୍ତମାନ ର ଆଧୁନିକ ଯନ୍ତ୍ରପାତି ଏବଂ ଜୈବିକ ସାର ର ବ୍ୟବହାର ଦ୍ବାରା ପ୍ରଦୂଷିତ ପରିବେଶ ରେ ଏ ମାନଙ୍କ ବଂଶ ଲୋପ ପାଇବାକୁ ବସିଲାଣି। ଆଧୁନିକ ତାର ଚାଦର ତଲେ ଚାପି ହୋଇଗଲେଣି ଏ ସୁନ୍ଦର ଜୀବ। ପହିଲି ଆଷାଢ଼ ର ପହିଲି ବର୍ଷା ଧାର ମାଟି କୁ ଛୁଇଁବା ପରେ ଧରଣୀ ରାଣୀ କୋଲ ରୁ ଜନ୍ମ ନିଏ ସାଧବ ବୋହୂ।ହେଲେ ଦୁର୍ଭାଗ୍ୟ ର ବିଷୟ ବିନାଶ ମୁଖରେ ସାଧବ ବୋହୂ ପୋକ। ଆଗାମୀ ପିଢ଼ି ଙ୍କ ପାଇଁ ବୋଧଏ  ସୁନ୍ଦର ଜୀବ ଇତିହାସ ପାଲଟିଯିଵ। ବିଭିନ୍ନ ପ୍ରକାରର ରାସାୟନିକ ଦ୍ରବ୍ୟ ର ବ୍ୟବହାର ତଥା ଅସ୍ବଭାବିକ ପରିବେଶ ଯୋଁଗୁ ବଂଶ ମୋକ୍ଷ କୁ ଠେଲି ହୋଇଯାଉଛନ୍ତି ଏ ମାନଙ୍କ ବଂଶ।ବେଲ ହୁଁ ସଚେତନ ନ ହେଲେ ଭଗବାନଙ୍କ ସୁନ୍ଦର ସୃଷ୍ଟିର ଏ ସୁନ୍ଦର ଜୀବ କୁ ଆଉ ଦେଖିବାକୁ ମିଳିବନି ।
କ୍ରାନ୍ତିଖଡୁ ନ୍ୟୁଜ ‐ପୁଅ ଜନ୍ମ ଦିନ ରେ ମାତା ପିତାଙ୍କ ଅଙ୍ଗ ଦାନ ଘୋଷଣା(ରିଙ୍କୁ ଦେବତାଙ୍କ ରିପୋର୍ଟ ଗାଇସିଲେଟ) ନିଜ ପୁଅ କିମ୍ବା ଝିଅ ଜନ୍ମ ଦିନ ପାଇଁ ପାଲନ କରିବା ପାଇଁ ପ୍ରତ୍ୟେକ ମା ବାପା ନିଜ ସାମର୍ଥ୍ୟ ଅନୁସାରେ ଅନେକ ଆଡ଼ମ୍ବର କରିଥାନ୍ତି। ବରଗଡ଼ ଜିଲ୍ଲା ର ଉପାନ୍ତର ଅଞ୍ଚଳ ଭାବେ ପରିଚିତ ଗାଇସିଲେଟ ବ୍ଲକ ରାଇସଲପଦର ଗାଁ ର ପ୍ରେମାନନ୍ଦ ସାହୁ ଏବଂ ପତ୍ନୀ ପଦ୍ମିନୀ ସାହୁ ଙ୍କ ଏକ ମାତ୍ର ପୁଅ ମୁକେଶ କୁମାର ସାହୁ ଙ୍କ ରବିବାର ୨୭ ତମ ଜନ୍ମ ଦିନ ପାଳନ ଅବସରରେ ଏପରି ଏକ ନିଷ୍ପତ୍ତି ନେଇଛନ୍ତି।ଯାହା ଫଳରେ ଅଞ୍ଚଳ ରେ ତାଙ୍କୁ ତଥା ପରିବାର କୁ ପ୍ରଶଂସା ର ସୁଅ ଛୁଟିଛି। ମୁକେଶ ଜଣେ ସଚେତନ ନାଗରିକ ତଥା ପରୋପକାରୀ ହିସାବରେ ଅଞ୍ଚଳରେ ପରିଚିତ।ଆଜି ତାଙ୍କ ଜନ୍ମଦିନ ଅବସରରେ ପୂର୍ବ ଯୋଜନା ମୁତାବକ ସେ ଓ ତାଙ୍କ ମାତା ପିତା ଚକ୍ଷୁ ଦାନ ସହ ମୃତ୍ୟୁ ପରେ ଶରୀର ଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ସେମାନେ ଆବଶ୍ୟକୀୟ ଦସ୍ତାବିଜରେ ସ୍ବାକ୍ଷର କରି ବୁର୍ଲା ମେଡିକାଲ କୁ ପଠାଇ ଦେଇଥିବା ଜଣାପଡିଛି। ଜନ୍ମ ଦିନ ଅବସରରେ ସାହୁ ପରିବାର ର  ଏହି ନିଷ୍ପତ୍ତି ଅନ୍ୟମାନ ଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି।
କ୍ରାନ୍ତିଖଡୁ ନ୍ୟୁଜ ‐(ରିଙ୍କୁ ଦେବତା ଙ୍କ ରିପୋର୍ଟ )ଜର୍ଣ୍ଣାଲିଷ୍ଟ ଆସୋସିଏସନ୍ ଅଫ ବରଗଡ଼(ଜାବ) ପକ୍ଷରୁ ଆଜି ଗାଇସିଲେଟ ଅଙ୍ଗ ନଦୀ ଡ୍ଯାମ କୂଲରେ ବୃକ୍ଷରୋପଣ :- ଜର୍ଣ୍ଣାଲିଷ୍ଟ ଆସୋସିଏସନ୍ ଅଫ ବରଗଡ଼(ଜାବ) ପକ୍ଷରୁ ଆଜି ଗାଇସିଲେଟ ଅଙ୍ଗ ନଦୀ ଡ୍ଯାମ କୂଲରେ ବୃକ୍ଷରୋପଣ ସଭାପତି ରବିନାରାୟଣ ପଣ୍ଡା ଙ୍କ ତତ୍ଵବଧାନ ରେ ବୃକ୍ଷରୋପଣ କାର୍ଯ୍ୟକ୍ରମ 'ସାମାଜିକ ବନୀକରଣ' ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲ୍ଲା ର ସମସ୍ତ ବ୍ଲକର ସାମ୍ବାଦିକ ମାନେ ଯୋଗଦେଇ ବୃକ୍ଷରୋପଣ କରିଥିଲେ। ଡ଼୍ୟାମ କୂଲ ଓ ପାର୍ଶ୍ଵ କେନାଲର ଉଭୟ ପାର୍ଶ୍ଵରେ ଛତିଆନା, କୃଷ୍ଣଚୂଡ଼ା,ନିମ୍ବ,ବର,ପିପ୍ପଲ,ପଣସ,କରଞ, ବଉଲ ଆଦି ବୃକ୍ଷରୋପଣ ହୋଇଥିଲା। କାର୍ଯକ୍ରମ ର ପ୍ରଥମେ କରୋନା ରେ ପ୍ରାଣ ହରାଇଥିବା ଦିବଙ୍ଗତ କଣ୍ଠଶିଳ୍ପୀ ତପୁ ମିଶ୍ର ଓ ଦିବଙ୍ଗତ ସାମ୍ବାଦିକ ମାନଙ୍କୁ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିବା ସହ ପ୍ରଥମ ବୃକ୍ଷ ଟି ତପୁ ମିଶ୍ର ଙ୍କ ସ୍ମୃତି ରେ ରୋପଣ କରାଯାଇଥିବଲା। ଆଗାମୀ ଦିନରେ ଜିଲ୍ଲା ର ପ୍ରତ୍ୟେକ ବ୍ଳକ ରେ ଥିବା ଐତିହ ସ୍ଥଲି ଓ ଦେବି ଦେବୀ ପୀଠ ସ୍ଥଲି ଗୁଡ଼ିକ ରେ ବୃକ୍ଷରୋପଣ ଜାରି ରଖିବା ପାଇଁ ସଂଘ ପକ୍ଷରୁ ସୂଚନା ଦିଆଯାଇଛି। ଏହି କାର୍ଯ୍ୟକ୍ରମ କୁ ଗାଇସିଲେଟ ୟୁନିଟ ସଂଯୋଜନା କରିଥିବା ବେଳେ ସ୍ଥାନୀୟ ସରପଞ୍ଚ, ଗାଇସିଲେଟ ବନ ବିଭାଗ,ଓ ଡ୍ଯାମ କର୍ମଚାରୀ ସହଯୋଗ କରିଥିଲେ।ଜାବ ର ସାଧାରଣ ସମ୍ପାଦକ ଯୁଧିଷ୍ଠିର ମହାପାତ୍ର, ଯୁଗ୍ମ ସମ୍ପାଦକ ସଞିବ ପୁରୋହିତ, ହେମନ୍ତ ନାୟକ,ବଦ୍ରିପ୍ରସାଦ ସାହୁ, ଗାଇସିଲେଟ ଥାନାଧିକାରୀ ସୁଷମା କୁଅଁର, ଉପାଧ୍ୟକ୍ଷ ପ୍ରଣୟ କୁମାର ସାହୁ, ସମାଜ ସେବୀ କାହ୍ନୁଚରଣ ମାଝୀ,ଭାରତ ଦାସ, ବରିଷ୍ଠ ସାମ୍ବାଦିକ ଦୁର୍ଗା ପ୍ରସାଦ ତ୍ରିବେଦୀ, ରିଙ୍କୁ ଦେବତା, ବିନାୟକ ଗୁରୁ,ଝସକେତନ ସାହୁ, ସଚ୍ଚିଦାନନ୍ଦ ପାତ୍ର, ଶିବଶଙ୍କର ବିଶ୍ବାଳ,ରଙ୍କମଣି ସାହୁ, ପ୍ରଭାକର ଦାସ, ନୀଳକଣ୍ଠ ଦୀପ, ମନୋଜ ଭୋଇ, ରିଙ୍କୁ ସାହୁ ,ରଞିତ ଦାଶ, ଜୟସିଂ ପ୍ରଧାନ ପ୍ରମୁଖ ସାମିଲ ହୋଇଥିଲେ। ଗାଇସିଲାଟ ରୁ ରିଙ୍କୁଦେବତା ଙ୍କ ରିପୋର୍ଟ କ୍ରାନ୍ତିଖଡୁ
କ୍ରାନ୍ତିଖଡୁ ନ୍ୟୁଜ ‐ସ୍କୁଲ ଫି ଛାଡ ନିର୍ଦ୍ଦେଶରେ ଥିବା ତୃଟିର ସଂଶୋଧନ କରି ସ୍ପଷ୍ଟ ନିର୍ଦ୍ଦଶ ଜାରୀକରିବା ପାଇଁ ଓଡିଶା ଅଭିଭାବକ ମହାସଂଘ ବରଗଡ ଜିଲ୍ଲା ତରଫରୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବରଗଡ ଜିଲ୍ଲା ଶିକ୍ଷାଅଧିକାରୀଙ୍କୁ ଦାବୀପତ୍ର |ମାନ୍ୟବର ସୁପ୍ରୀମ କୋର୍ଟଙ୍କ ରାୟ ପରିପ୍ରେଖିରେ, ରାଜ୍ୟସରକାରଙ୍କ ସହିତ MOU କରିଥିବା ସ୍କୁଲକୁ ଛାଡି ଅନ୍ୟ ସ୍କୁଲମାନେ ପାଠପଢା ଜନୀତ ବ୍ୟବହାର ରୁ 15% ପ୍ରତିଶତ ଫି ହ୍ରାସ କରି ଆଦାୟ କରିବାକୁ ଗତ ତା ୦୩ |୦୬ | ୨୦୨୧ରେ ନିର୍ଦ୍ଦେଶ ଦେଇଥିଲେ | ବର୍ତ୍ତମାନ କରୋନା ଯୋଗୁଁ ସ୍କୁଲ ବନ୍ଦ୍ ଥିବାରୁ ସ୍କୁଲର ଇଲେକ୍ଟ୍ରିକ, ଗାଡି, ଖେଳଜିନିଷ, ରିଆଡମିଶନ, ସ୍କୁଲ ଖର୍ଚ୍ଚ, ବିକାଶ ଖର୍ଚ୍ଚ ଓ ଅନ୍ୟାନ୍ୟ ଖର୍ଚ୍ଚ ଆଦି ଅବ୍ୟବହୃତ ଜିନିଷର ଖର୍ଚ୍ଚ ଆଦାୟ ନ କରି କେବଳ online କ୍ଲାସ ଓ କର୍ମଚାରୀଙ୍କ ଦରମାରୁ 15% ଫି ଛାଡ କରି ଆଦାୟ କରାଯିବା ଉଚିତ୍ | କେଉଁ ସ୍କୁଲ କେଉଁ ଭିତିରେ 15% ପ୍ରତିଶତ ଫି ଛାଡ କରିବେ ତାହା ନିର୍ଦ୍ଦେଶାବଳୀରେ ସ୍ପଷ୍ଟ ଉଲ୍ଲେଖ ନ ଥିବାରୁ ରାଜ୍ୟର ଭିନ୍ନ ଭିନ୍ନ ସ୍କୁଲ ଭିନ୍ନ ଭିନ୍ନ ଉପାୟରେ ଜୋର ଜବରଦସ୍ତି ଫି ଆଦାୟ କରୁଛନ୍ତି | ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ଛାତ୍ରଛାତ୍ରୀମାନେ ସ୍କୁଲର ଅବ୍ୟବହୃତ ଜିନିଷର ଖର୍ଚ୍ଚ ବହନ କରିବେ ନାହିଁ | ତେଣୁ ଅବ୍ୟବହୃତ ଜିନିଷର ଖର୍ଚ୍ଚକୁ ବାଦ୍ ଦେଇ ଫିରୁ  15% ପ୍ରତିଶତ ଫି ହ୍ରାସକରି ଆଦାୟ କରିବାକୁ ଡି.ଇ.ଓ. ବରଗଡଙ୍କୁ ସ୍ପଷ୍ଟ ନିର୍ଦ୍ଦେଶ ଦେଲେ ଆଦେଶର ସଠିକ୍ ଅନୁପାଳନ ହୋଇପାରିବ ବୋଲି ବରଗଡ ଜିଲ୍ଲା ଅଭିଭାବକ ମହାସଂଘ ଦାବୀ କରିଛି | S & ME ଡିପାର୍ଟମେଣ୍ଟ ଦେଇଥିବା ନିର୍ଦ୍ଦେଶନାମାରେ ଅନେକ ତୃଟି ଥିବା ସହିତ ଯେଉଁ ସ୍କୁଲ ଆଦେଶକୁ ଅମାନ୍ୟ କଲେ, ତାପ୍ରତି କୌଣସି କାର୍ଯ୍ୟାନୁଷ୍ଠାନର ସୁବିଧା ନାହିଁ | ଯାହାଫଳରେକି ସ୍କୁଲ ମାଫିଆଙ୍କ ଦୌରାତ୍ମ୍ୟ ବୃଦ୍ଦି ପାଉଛି | ତେଣୁ ଏହିସବୁ ଦାବୀଗୁଡିକ ପ୍ରତି ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକଲେ ଆଗାମୀ ଦିନରେ ଡି.ଇ.ଓ. ଙ୍କ କାର୍ଯ୍ୟାଳୟ ଆଗରେ ବରଗଡ ଜିଲ୍ଲା ଅଭିଭାବକ ମହାସଂଘ ଆମରଣ ଅନଶନ କରିବାକୁ ଚେତାବନି ଦେଇଛି |ବରଗଡ ଜିଲ୍ଲା ଆବାହକ ବିମଳ କୁମାର ଦାଶ କଂ ନେତୃତ୍ୱ ରେ ଓଡ଼ିଶା ସରକାର କଂ ତ୍ରୁଟି ପୂର୍ଣ୍ଣ ସ୍କୁଲ ଫୀ ହ୍ରାସ ନିର୍ଦ୍ଦେଶ ନାମା ବିରୁଦ୍ଧରେ ଏକ ଦାବିପତ୍ର ଜିଲ୍ଲା ଶିକ୍ଷା ଅଧିକାରୀ, ବରଗଡ କଂ ଜରିଆରେ ମାନ୍ୟବର ମୁଖ୍ୟମନ୍ତ୍ରୀ କୁ ଏହାର ସଂଶୋଧନ ର ଦାବୀ ନେଇ ଏକ ଦାବିପତ୍ର ପ୍ରଦାନ କରିଥିଲେ ଏହି ସମୟରେ ସଙ୍ଘର ସମ୍ପାଦକ ସୁଜୀତ ମିଶ୍ର, ଗୋପୀ ନାଥ ସାହୁ,ଆଶୁତୋଷ ରଥ, ମହେଶ୍ୱର ପାଣ୍ଡେ, ସିବାନନ୍ଦ ମାଟ।ରୀ,ଅର୍ଜୁନ ପ୍ରଧାନ, ବାଲ୍ମିକୀ ଷଡଙ୍ଗୀ, ବୀରେନ୍ଦ୍ର ପଣ୍ଡା, ସୁଶାନ୍ତ ହୋତା,ଅନନ୍ତ ହୋତା, ସୁସେନ ବୋହିଦାର ଆଦି ଉପସ୍ଥିତ ଥିଲେ।
କ୍ରାନ୍ତିଖଡୁ ନ୍ୟୁଜ‐ବିକାଶର ବାସ୍ତବ ଚିତ୍ର :-ଲୁଗା ଦୋଲିରେ ବୁହା ହେଉଅଛି ରୋଗୀ ଓ ଶବ ଦେଶ ସ୍ୱାଧିନତା ପାଇବା ଦୀର୍ଘ 74 ବର୍ଷ ହେଲାଣି | ମାତ୍ର ସ୍ୱାଧିନତାର ସ୍ୱାଦ ଅନେକ ଜାଗାରେ ଏବେ ବି ଅପହଞ୍ଚ | ଆମ ରାଜ୍ୟର ମୁଖ୍ୟମନ୍ତ୍ରୀ ଜଣେ ଏକ ନମ୍ବର,  ଆଦର୍ଶ ଓ ଶ୍ରେଷ୍ଠ ମୁଖ୍ୟମନ୍ତ୍ରୀ ବୋଲି ଚାରିଆଡେ ଡଣ୍ଡିମ ପିଟୁଛନ୍ତି | ବିଭିନ୍ନ ଯୋଜନା ଉପରେ ଯୋଜନା ପ୍ରଣୟନ କରି ବାହାବା ନେବାରେ ଆନନ୍ଦ ପାଉଛନ୍ତି | କିନ୍ତୁ ବାସ୍ତବ ଚିତ୍ର ଓ ଭିତିଭୁମି କେତେ ଯେ ନଗ୍ନ ତାହା ସ୍ପଷ୍ଟ ଜଣା ପଡୁଛି ଏହି ହୃଦୟ ବିଦାରକ ଦୃଶ୍ୟରୁ | ଦାନ ମାଝୀ ତା ସ୍ତ୍ରୀର ମୃତଦେହ ନିଜେ କାନ୍ଧରେ ବୋହି ନେଉଥିବାର କରୁଣ ଦୃଶ୍ୟ ଏବେବି ମନରୁ ଲିଭିନଥିବା ବେଳେ ଏହି ଭଳି ଆଉ ଏକ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି କୋଉ ଉପାନ୍ତ ଅଞ୍ଚଳ ନୁହେଁ, ବରଂ 2019 ନିର୍ବାଚନ ବେଳେ ଯେଉଁ କେନ୍ଦ୍ରାପଡାର ଦାୟୀତ୍ୱ ନିଜେ ନେବା ପାଇଁ ମାନ୍ୟବର ମୁଖ୍ୟମୁନ୍ତ୍ରୀ ନବୀନ ପଟନାୟକ ଲୋକମାନଙ୍କୁ ଦେଇଥିଲେ ପ୍ରତିସୃତି | ଆଜି ସେହି କେନ୍ଦ୍ରାପଡାର ଦାୟୀତ୍ୱ କିପରି ସେ ନେଉଛନ୍ତି ତାହା  ସ୍ପଷ୍ଟ ଜଣାପଡୁଛି ଉପକୁଳ ବର୍ତ୍ତୀ କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ବ୍ଲକର ପେଟଛେଲା ଗ୍ରାମପଞ୍ଚାୟତରେ | ଉକ୍ତ ଗ୍ରାମପଞ୍ଚୟତର ଜଙ୍ଗଲଘେରି (ଲୁଣିମାଠିଆ) ଗ୍ରାମର ନରୋତ୍ତମ ନାୟକଙ୍କ ଦେହ ଅସୁସ୍ଥ ହେବାରୁ ତାଙ୍କୁ ମେଡିକାଲ ନେବାପାଇଁ ଆମ୍ବୁଲାନ୍ସକୁ ଡକାଯାଇଥିଲା, ମାତ୍ର ଗ୍ରାମକୁ ଆମ୍ବୁଲାନ୍ସ ଯିବାକୁ ରାସ୍ତା ନଥିବାରୁ ରୋଗୀକୁ ଲୁଗାରେ ବାନ୍ଧି ପ୍ରାୟ ତିନି କିଲୋମିଟର  ବୋହିଆଣିବା ପରେ ଆମ୍ବୁଲାନ୍ସରେ କଟକକୁ ନିଆଗଲା ଓ ସେଠାରେ ଚିକିସ୍ଚାଧିନ ଅବସ୍ତାରେ ନରୋତ୍ତମଙ୍କର ମୃତ୍ୟୁ ହୋଇଯିବାରୁ ମୃତଦେହକୁ ଆମ୍ବୁଲାନ୍ସରେ କଟକରୁ ଆଣିବାପରେ ପୁଣି ସେହିପରି ମୃତ ଦେହକୁ ଲୁଗାରେ ବାନ୍ଧି ଆମ୍ବୁଲାନ୍ସରୁ ଘରକୁ ନିଆଯାଇଥିଲା | ଗ୍ରାମକୁ ପକ୍କା ରାସ୍ତା ନଥିବାରୁ ଆମ୍ବୁଲାନ୍ସଟି ଗ୍ରାମକୁ ଯିବାରେ ଅସୁବିଧା ହେବାରୁ ଏହି ଭଳି ସମସ୍ୟା ସୃଷ୍ଟିହୋଇଛି | ସ୍ଥାନୀୟ ବିଧାୟକ ମହୋଦୟ ଲଗାତାର ଭାବେ ଏଠାରୁ ଜିତିଆସୁଥିବା ବେଳେ, ଏପରି ଅବସ୍ଥାକୁ ନେଇ ଅଞ୍ଚଳବାସୀ ଖୁବ୍ଧ ହୋଇଛନ୍ତି | କେନ୍ଦ୍ରାପଡାରୁ ସୁରେନ୍ଦ୍ର ଜେନା ଓ ସୁକାନ୍ତ ମହାପାତ୍ରଙ୍କ ରିପୋର୍ଟ, କ୍ରାନ୍ତିଖଡୁ |
ଅବସରପ୍ରାପ୍ତ ରାଜସ୍ୱ ନିରିକ୍ଷକ ଙ୍କ ବିୟୋଗ (ରିଙ୍କୁ ଦେବତା ଙ୍କ ରିପୋର୍ଟ) ମେଲଛାମୁଣ୍ଡା ଥାନା ଅନ୍ତର୍ଗତ ବିର୍ଜାମ ଗ୍ରାମ ର ଅବସର ପ୍ରାପ୍ତ ରାଜସ୍ୱ ନିରିକ୍ଷକ ଶ୍ରୀଯୁକ୍ତ ବୁଦ୍ଧଦେବ ତ୍ରିପାଠୀ (୮୧) ବର୍ଷ ବୟସରେ ଗତ ରବିବାର ଦିନ ବରଗଡ ର ଏକ ଘରୋଇ ଡ଼ାକ୍ତରଖାନାରେ ହୃତଘାତ ରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି।ସେ ଯଣେ କର୍ମଠ, ପରୋପକାରୀ ବ୍ଯକ୍ତି ଥିଲେ। ତାଙ୍କ ବିୟୋଗ ରେ ଅଞ୍ଚଳରେ ଶୋକ ର ଛାୟା ଖେଳିଯାଇଛି। ଗତକାଲି ତାଙ୍କ ପୈତୃକ ଗ୍ରାମ ବିର୍ଜାମ ରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି। ତାଙ୍କ ପଛରେ ପତ୍ନୀ,୫ପୁଅ,ବହୁ, ଝିଅ,ନାତି ନାତୁଣୀ ଙ୍କୁ ଛାଡି ଯାଇଛନ୍ତି।ବଡପୁଅ ଉମାକାନ୍ତ ତ୍ରିପାଠୀ ମୁଖାଗ୍ନୀ ଦେଇଛନ୍ତି।
କ୍ରାନ୍ତିଖଡୁ ନ୍ୟୁଜ ‐ପଲ୍ଲୀ ଆଲୋକ ପାଠାଗାର ଓ ଜୁହାର ପରିବାର ବାଙ୍ଗାଲୋର ପକ୍ଷ ରୁ ରନ୍ଧା ଖାଦ୍ୟ ବଣ୍ଟନ! ବର୍ତମାନ ରାଜ୍ୟ ରେ କୋରୋନା ଭୁତାଣୁ ସଂକ୍ରମିତ ଅବସ୍ଥାରେ ରହିଛି! ଏହି ଭୁତାଣୁ କେମିତି ଜନ ସାଧାରଣ ରକ୍ଷା ପାଇ ପାରିବେ ତାର ଉପରେ ସରକାର ଓ ବେ ସରକାରୀ ତରଫରୁ ବିଭିନ୍ନ କାର୍ଯ୍ୟକ୍ରମ କରାଯାଉଛି! ସରକାର ମଧ୍ୟ ସ୍ଥିତି କୁ ସୁଧାର ଆଣିବାକୁ ବିଭିନ୍ନ ସମୟ ରେ ଲକ ଡାଉନ ତଥା ସଟ ଡାଉନ ବ୍ୟବସ୍ତା କରୁଛନ୍ତି ! ଓ ଅଧିକ ରୁ ଅଧିକ ଲୋକ କେମିତି କୋଭିଡ ଟୀକା କରଣ ହୋଇପାରିବେ ତାର ଉପରେ ପଦକ୍ଷେପ ନେବା ସହ ଜନ ସାଧାରଣ ଙ୍କୁମାସ୍କ ବ୍ୟବହାର ସାମାଜିକ ଦୂରତା, ଓ ହାତ ଧୋଇବା ଦିଗରେ ସଚେତନ ମଧ୍ୟ କରୁଛନ୍ତି! ଏହି ସମୟ ରେ ଜୁହାର ପରିବାର ବେଙ୍ଗଲୋର ତରଫରୁ ଓ ପଲ୍ଲୀ ଆଲୋକ ପାଠାଗାର ବଲାଙ୍ଗୀର ପକ୍ଷ ରୁ ପଦ୍ମପୁର ସବ ଡିଭିଜନ ହସ୍ପିଟାଲ ଓ ପାଇକମାଳ ବ୍ଲକ ଅଧିନସ୍ତ ବରଂତୁଣ୍ଡ , ନୂଆଢିହି,କେଛୋଦାଦର ପଞ୍ଚାୟତ ର ଵିଭିନନ୍ନ ଗ୍ରାମ ରେ ରନ୍ଧା ଖାଦ୍ୟ ବଣ୍ଟନ କରାଯାଇଥିଲା !ପଦ୍ମପୁର ରନ୍ଧା ଖାଦ୍ୟ ବଣ୍ଟନ ସମୟରେ ହସ୍ପିଟାଲ ମେନେଜର ଶ୍ରୀ ଦିବ୍ୟ କୁମାର ମେହେର ଓ SN ଶ୍ରୀ ମତି ସୁକାନ୍ତି ସାହୁ ,ଉପସ୍ଥିତ ରହି ରୋଗୀ ଅଭିଭାବ ଙ୍କୁ ରନ୍ଧା ଖାଦ୍ୟ ପ୍ରଦାନକରିଥିଲେ !ଏହି ରନ୍ଧା ଖାଦ୍ୟ ଲକଡାଉ ନ ଥିବା ପର୍ଯ୍ୟନ୍ତ ଦେବାକୁ ଶ୍ରୀ ମେହେର ଜୁହାର ପରିବାର ଓ ପଲ୍ଲୀ ଆଲୋକ ପାଠାଗାର କୁ ଅନିରୋଧ କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ !କାର୍ଯ୍ୟକ୍ରମ କୁ ପଲ୍ଲୀ ଆଲୋକ ପାଠାଗାର ରୁ ଗୋବିନ୍ଦ ଚନ୍ଦ୍ର ବିଶି, ପ୍ରହଲ୍ଲାଦ ପଧାନ, ରଞ୍ଜନ ପାଣ୍ଡେ, ପ୍ରଶାନ୍ତ କୁଅଁର, ବୃନ୍ଦବାନ ଦଣ୍ଡସେନା ଓ ପ୍ରଶାନ୍ତ ଥପା ପରିଚାଳନା କରିଥିଲେ !
କ୍ରାନ୍ତିଖଡୁ ନ୍ୟୁଜ ‐ଆନ୍ଧ୍ର ପ୍ରଦେଶ ଇଟା ଭାଟିରେ ଓଡ଼ିଶାର ଦଳିତ ଦାଦନ ଶ୍ରମିକ ନିର୍ଯ୍ୟାତିତ:ପ୍ରାଣ ଭୟରେ ଓଡିଶା ପ୍ରତ୍ଯାବର୍ତ୍ତନ ‐‐‐‐‐‐‐‐‐‐‐‐‐‐‐‐‐‐‐‐‐‐‐‐‐‐‐‐‐‐‐‐‐‐‐‐‐‐‐‐‐‐‐ଗତ ୭ ମାସ ଧରି ଆନ୍ଧ୍ର ପ୍ରଦେଶ ରାଜ୍ୟର ପୈଦାପଲ୍ଲୀ ଜିଲ୍ଲା ଅନ୍ତର୍ଗତ କରଲାଚିର୍ଲା ଗାଁରେ ଥିବା ଶ୍ରୀ ଆରିଫ୍ ଙ୍କ ଇଟାଭାଟି ରେ କାର୍ଯ୍ଯ କରୁଥିବା ବରଗଡ ଜିଲ୍ଲା ଅନ୍ତର୍ଗତ ପାଇକମାଲ ବ୍ଲକ ନିଲାଥର ଗ୍ରାମର ପ୍ରମୋଦ ତାଣ୍ତି ( ୩୦ ବର୍ଷ ) ତାଙ୍କ  ସ୍ତ୍ରୀ ଶ୍ରୀମତୀ ନୃପତି ତାଣ୍ତି ( ୨୫ ବର୍ଷ ) ୩ବର୍ଷର ଛୋଟ ଛୁଆ ଭବନ ତାଣ୍ତି ଅକଥନୀୟ ନିର୍ଯ୍ୟାତିତା ହେବାପରେ ପ୍ରାଣ ଭୟରେ ଲୁଚିଛପି ଭୋକ ଉପାସରେ ଗତ ୬ ତାରିଖ .....ଦିନ ତାଙ୍କ ନିଜ ଗ୍ରାମ ନିଲାଥର କୁ ପହଞ୍ଚିଛନ୍ତି  । ଗ୍ରାମର ଭଦ୍ରବ୍ୟକ୍ତି ଓ ଜାତି ସମାଜର ଭଦ୍ରବ୍ୟକ୍ତି ଙ୍କୁ ଏ ସମସ୍ତ କଥା କହିବା ପରେ ଆଜି ପ୍ରମୋଦ ତାଣ୍ତି ତାଙ୍କ ସ୍ତ୍ରୀ ଓ  ୩ବର୍ଷର ଛୁଆ ସହ ପାଇକମାଲ ଥାନାରେ ରିପୋର୍ଟ ଦେଇଛନ୍ତି । ଥାନା ଅଧିକାରୀ ରିପୋର୍ଟ ପାଇବା କ୍ଷଣି ସ୍ବାମୀ,ସ୍ତ୍ରୀର ମେଡିକାଲ ଯାଞ୍ଚ ପାଇକମାଲ ରେଫର କରି ଘଟଣାର ତଦନ୍ତ କରୁଛନ୍ତି । ଏଠାରେ ପ୍ରକାଶ ଯୋଗ୍ଯ ଯେ, ଶହ ଶହ ପରିବାର କୁ ଓଡ଼ିଶାରୁ ବିଭିନ୍ନ ରାଜ୍ୟକୁ ଦାଦନ ଶ୍ରମିକ ଭାବେ ବରତୁଣ୍ତା ଗ୍ରାମର ଶ୍ରୀ ଗୋବିନ୍ଦ ସୁନା ପଠାଇ ଏଥିରେ ସେ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଛି । ପ୍ରମୋଦ ତାଣ୍ତି ପରିବାରକୁ ତାଙ୍କ ଘରକୁ ଯାଇ ଓଡ଼ିଶାରେ ତ କାମ ନାହିଁ ତୁମେ ଆନ୍ଧ୍ର ପ୍ରଦେଶ ଗଲେ ଲକ୍ଷାଧିକ ଟଙ୍କା ଆୟ କରିବ ବୋଲି ପ୍ରବର୍ତ୍ତଇ ତାଙ୍କୁ ଶ୍ରୀ ଆରିଫ ର ଇଟାଭାଟି ଆନ୍ଧ୍ର ପ୍ରଦେଶକୁ ପଠାଇଥିଲା  । ପ୍ରମୋଦ ତାଣ୍ତି,ସ୍ତ୍ରୀ ସହ ସେଠାରେ ୩ବର୍ଷର ଛୋଟ ଛୁଆକୁ ରଖି ଗତ ନଭେମ୍ବର ୨୦୨୦ ରୁ ପାଖାପାଖି ୭ ମାସ କାମ କଲାପରେ ମାଲିକ କୁ ଯେତେବେଳ କାମର ହିସାବ କରି ଟଙ୍କା ମାଗିଲା ମାଲିକ ଓଲଟା ପ୍ରମୋଦ କୁ ଗାଳିଗୁଲଜ କରି ତୋର ସର୍ଦ୍ଧାର ତୋ ନାମରେ ୧ ଲକ୍ଷ ଟଙ୍କା ନେଇଛି ବୋଲି ଧମକ ଦେଲା । ପ୍ରମୋଦ କୁ ସର୍ଦ୍ଧାର ଗୋବିନ୍ଦ ସୁନା ଟଙ୍କା ଟିଏ ଦେଇ ନଥିବାରୁ ସେମାନେ ଏହାର ପ୍ରତିବାଦ କରି ପ୍ରମୋଦ ତା ପରିବାର କୁ ଧରି ଗାଁକୁ ଫେରିବା ପାଇଁ  କହିଲା । ଏଥିରେ ଉତନ୍ଧପ୍ତ ହୋଇ ମାଲିକ ଶ୍ରୀ ଆରିଫ୍ ପାଖରେ ଠିଆ ହୋଇଥିବା ୱାଚମେନ କୁ ପ୍ରମୋଦ କୁ ପିଟିବା ପାଇଁ ନିର୍ଦ୍ଦେଶ ଦେଲା । ୱାଚମେନ ଅତି ନିର୍ଦ୍ଧୟ ଭାବେ ପ୍ରମୋଦ କୁ ଓ ତା ସ୍ତ୍ରୀକୁ ବାଡିରେ ମାଡମାରି ଆହାତ କଲା । ଏ ଘଟଣା ୧ ରିଖ ଦିନ ...ଘଟିଥିବା ବେଳେ ତାପରେ ଲୁଚି ଛପି ପ୍ରାଣ ଭୟରେ ଇଟା ଭାଟିରୁ ଓଡ଼ିଶା କୁ ନିଜ ଗାଁକୁ ଗତ  ୬ ତାରିଖ  ..... ଦିନ  ସେମାନେ ଫେରି ଆସିଛନ୍ତି  । ପ୍ରମୋଦ ତାଣ୍ତି, ତ୍ସୀ ଓ ଛୋଟ ଛୁଆ ସହ ଆସି ପାଇକମାଲ ଥାନାରେ ଦ୍ବାରସ୍ଥ ହୋଇଛି  । ମନରେଗା କାମ ସବୁ ଆଡେ ମେସିନ ଜରିଆରେ ହେଉଥିବାରୁ ଓଡ଼ିଶାରେ ଲୋକେ କାମଧନ୍ଦା  ନ ପାଇ  ବାଧ୍ୟ ହୋଇ ଆନ୍ଧ୍ର ପ୍ରଦେଶ,ମହା ରାଷ୍ଟ୍ର,ତାମିଳ ନାଡୁ,ଦିଲ୍ଲୀ,ତେଲେଙ୍ଗାନା,ଗୁଜରାଟ ଆଦି ରାଜ୍ଯକୁ ଲୋକେ ଚାଳି ଯାଉଛନ୍ତି । ସେଠାରେ ଓଡିଆ ଶ୍ରମିକ ମାନେ ନିର୍ଯ୍ୟାତିତ ହେବାର ଅନେକ ନଜିର ଦେଖିବାକୁ ମିଳୁଛି  ।
କ୍ରାନ୍ତିଖଡୁ ନ୍ୟୁଜ ‐ ସରକାର କା ମାଲ୍ ଦରିଆ ମେ ଡାଲ୍।ଗଛ ହେଉଛି ଏକ ବିଶୁଦ୍ଧ ଅମ୍ଳଜାନ ପ୍ରସ୍ତୁତକାରୀ | ତା ଛଡା ଗଛ ଯୋଗୁଁ ବାତ୍ୟା ବନ୍ୟା ଭଳି ବିପର୍ଯ୍ୟୟର ପ୍ରତିହତ ହୋଇପାରିଥାଏ | ଉପକୁଳବର୍ତ୍ତୀ ଅଞ୍ଚଳକୁ ବାତ୍ୟା ବନ୍ୟାରୁ ରଖ୍ୟା ପାଇଁ ସରକାର କେତେ ଯେ ପଦକ୍ଷେପ ନେଉଛନ୍ତି ତାହାର ବିସାବ ନାହିଁ | କିନ୍ତୁ ସରକାରଙ୍କର ଏହି ପଦକ୍ଷେପ ସରକାରୀ ବାବୁମାନଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ କହିଲେ କିଛି ବି ଭୁଲ୍ ହେବନି | କାହିଁକି ନା ସରକାର କା ମାଲ୍ ଦରିଆ ମେ ଡାଲ୍ | ରାଧେ ରାଧେ ତୋର ଅଧେ କୁ ମୋର ଅଧେ ନୀତିରେ ଚାଲିଛି କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ବ୍ଲକ ସରକାରୀ କଳ | ସରକାର ଜଙ୍ଗଲ ସୃଷ୍ଟି କରୁଥିବାର ନାରା ଦେଇ ବାହାବା ନେବାକୁ ଚେଷ୍ଟା କରୁଛନ୍ତି ମାତ୍ର ତାହା କିପରି ବାଟମାରଣା ହେଉଛି ତାହା ଦେଖିବାକୁ ମିଳିଛି କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ବ୍ଲକରେ | ଆବାସ ଯୋଜନା ହେଉ କି ରାସନ କାର୍ଡ, ସବୁଥିରେ ଦୂର୍ନୀତି କରିବାରେ ମହାକାଳପଡା ବ୍ଲକର ସରକାରୀ ବାବୁମାନେ ମାହିର | କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ବ୍ଲକରେ ସରକାରୀ ଅର୍ଥକୁ କିପରି ହରିଲୁଟ କରାଯାଉଛି ତାହାର ଦୃଶ୍ୟ ନିଜ ଆଖିରେ ନ ଦେଖିଲେ ବିଶ୍ୱାସ କରି ହେବନି | ମହାକାଳପଡା ପଞ୍ଚାୟତ ସମିତିର ବଉଳକଣୀ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଜମ୍ବୁ ମାର୍ଶାଘାଇ କେନାଲର ୨୭ ନମ୍ବର ବ୍ରାଞ୍ଚ ହରିମଣ୍ଡଳ ଘର ଠାରୁ ଲୁଣାଘେରି ପର୍ଯ୍ୟନ୍ତ ଜାତୀୟ ଗ୍ରାମ୍ୟ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ଚାରି ଲକ୍ଷ ଛପନ ହଜାର ଅଠାଅଶୀ ଟଙ୍କା ବ୍ୟୟ ଅଟକଳରେ ୨୦୨୦-୨୧ ଆର୍ଥିକ ବର୍ଷରେ ବୃକ୍ଷ ରୋପଣ କରାଯାଇଥିବା ସୁଚନା ଅଛି ମାତ୍ର ଏହି ଯୋଜନା କିପରି କାର୍ଯ୍ୟକାରୀ ହୋଇଛି ତାହା ଭଲଭାବେ ଦେଖନ୍ତୁ | ନା ଅଛି ବୃକ୍ଷ, ନା ଅଛି ବାଡବତା | ଏମିତିକି କେଉଁଠି ଗଛ ଲଗାଯାଇଛି ତାହାର କିଛି ବି ଚିହ୍ନ ନାହିଁ | ଏମିତି ଏକ ଦୁର୍ନୀତି ହୋଇଥିଲେ ମଧ୍ୟ ସମସ୍ତେ ଚୁପ୍ ରହିବା ସନ୍ଦେହ ସୃଷ୍ଟି କରୁଛି। କେନ୍ଦ୍ରାପଡ଼ାରୁ ସୁରେନ୍ଦ୍ର ଜେନା ଓ ସୁକାନ୍ତ ମହାପାତ୍ର ଙ୍କ ରିପୋର୍ଟ, କ୍ରାନ୍ତିଖଡୁ ।
କ୍ରାନ୍ତିଖଡୁ ନ୍ୟୁଜ ‐ନ୍ୟାସନାଲ ଗ୍ରୀନ ଟ୍ରିବୁନାଲ(ଏନଜିଟି) ର ନିର୍ଦେଶ କୁ ବେଖାତିର କରୁଛି ବରଗଡ଼ ପୌର ପ୍ରଶାସନବରଗଡ଼: ଗତ ୫ ତାରିଖ ବିଶ୍ୱ ପରିବେଶ ଦିବସ ପାଳନ ହୋଇଛି ସତ କିନ୍ତୁ ବରଗଡ଼ ଉପକଣ୍ଠ ରେ ଥିବା ପୁରୁଷୋତ୍ତମ ନଗର, ମୁଣ୍ଡାପଡା ଅଧିବାସୀଙ୍କ ପାଇଁ ଏହି ଦିବସର କିଛି ମହତ୍ତ୍ୱ ନାହିଁ କାରଣ ବରଗଡ଼ ସହରର ସମସ୍ତ ଅଳିଆ ଆବର୍ଜନା ସବୁ ଏହି ପଡା ନିକଟରେ ଡମ୍ପିଙ୍ଗ କରି ପୌର ସଂସ୍ଥା ତାହାକୁ ଏକ ଅପରିଷ୍କାର, ଦୁର୍ଗନ୍ଧମୟ ପରିବେଶ କରିଛି । ନ୍ୟାସନାଲ ଗ୍ରୀନ ଟ୍ରିବୁନାଲ ର ନିର୍ଦେଶ ଅନୁସାରେ ସହରର ବାହାରକୁ ଏପରି ଆବର୍ଜନା ପକେଇବା ପାଇଁ ନିର୍ଦେଶ ରହିଛି ଏବଂ ପୌର ପ୍ରଶାସନ ଏହାକୁ ଗତ ମଇ ୩୧ ସୁଦ୍ଧା ପାଳନ କରି ଥିବା ଦର୍ଶାଇଛି । କିନ୍ତୁ ବାସ୍ତବତା ହେଉଛି କୌଣସି ପ୍ରକାର ର ନିର୍ଦେଶ କୁ ପାଳନ କରାଯାଇ ନାହିଁ । ଏହି ଜନବସତି ଅଂଚଳ ଆବର୍ଜନାମୟ ହେବା ସହ ସ୍ୱାସ୍ଥ୍ୟ ପ୍ରତି ବିପଦ ସୃଷ୍ଟି କରିଛି । ଏହାର ପ୍ରତିବାଦ ରେ ୨୦୧୭ ମସିହାରୁ ଅଞ୍ଚଳବାସୀ ଆନ୍ଦୋଳନ କରି ଆସୁଛନ୍ତି ହେଲେ ମିଥ୍ୟା ପ୍ରତିଶୃତି ଦେଇ ଲୋକଙ୍କୁ ଠକି ଚାଲିଛି ପ୍ରଶାସନ । ଜନ ପ୍ରତିନିଧି ମାନେ ଏହା ଉପରେ କୌଣସି ପଦକ୍ଷେପ ନେଉ ନାହାନ୍ତି ଯାହାକି ବଧ୍ୟ ହୋଇ ଗାଡି ଅଟକାଇବା ଭଳି ପଦକ୍ଷେପ ନେଉଛନ୍ତି ।
କ୍ରାନ୍ତିଖଡୁ ନ୍ୟୁଜ -ସେବା ହିଁ ସଂଗଠନ ଦ୍ବାରା ଯୋରଦାର୍ ସଚେତନା ପଦ୍ମପୁର - ୬|୬ବର୍ତ୍ତମାନ ସାରା ଭାରତ ରେ କରୋନା ମହାମାରୀ  ତାର କାୟା  ବିସ୍ତାର କରିଥିବା ବେଳେ ଲୋକଙ୍କୁ  ଜାଗୃତ  ତଥା ସଚେତନ କାର୍ଯ୍ୟକ୍ରମ ସେବା ହିଁ ସଂଗଠନ ଜରିଆ ରେ ପ୍ରତୈକ ଦିନ ବିଭିନ୍ନ ଗ୍ରାମକୁ ଯାଇ ସଚେତନ କରି ଆସୁଛି ସେବା ହିଁ ସଂଗଠନ | ଆଜି  ବରଗଡ ଜିଲ୍ଲା  କୃଷକ ମୋର୍ଚା  ତରଫର ରୁ  ଗାଇସିଲଟ ବ୍ଲକ ର  ରାଇସଲପଦର ପଞ୍ଚାୟତ   ଭୁତିବାହାଲ  ଗ୍ରାମ ରେ  ସାବୁନ ଓ ମାକ୍ସ  ବଣ୍ଟନ କରା ଯାଇଥିଲା  ଏଥିରେ  କୃଷକ ମୋର୍ଚ୍ଚା ସଭାପତି ଶ୍ରୀକାନ୍ତ ମିଶ୍ର ,  ବରିଷ୍ଠ  ନେତା ଲଖମଣ ଯୁଆଡି ,  ରାଇସଲପଦର ପଂଚାୟତ ପ୍ରମୁଖ  ମଙ୍ଗଳୁ  ସାହୁ , ଯୁବ ନେତା  କୈଳାଶ ଷIଣ୍ଢ  , କୃଷକ ମୋର୍ଚ୍ଚା ମିଡ଼ିଆ ସେଲ କୋଡିନେଟର  ନୀଳାଞ୍ଚଳ ଦରୁଆନ  ସୁଦାମ  ସାହୁ,  ରାମ ସାହୁ  ପ୍ରମୁଖ  ଉପସ୍ଥିତ ରହି ସଚେତନ କରିବା ସହ ମାକ୍ସ ବଣ୍ଟନ ଏବଂ ସାବୁନ ବଣ୍ଟନ ରେ ସହଯୋଗ କରିଥିଲେ
କ୍ରାନ୍ତିଖଡୁ ନ୍ୟୁଜ :-ପଶ୍ଚିମ ଓଡିଶା ର  ଦକ ଦକ କରୁଥିବାର ଗୁଟେ କଳା ଜଗତ ର ହୀରା  ଅଟଳ ବିହାରୀ ପଣ୍ଡା ଆଉ ନାଇଁ ନ ।ହେଲେ ତାଙ୍କର ଉଜନ ଦାର ଅଭିନୟ ଲାଗି ସବୁ ଦିନେ ଆମର ପାଖେ ବଂଚି କରି ରହେବେ ।ତାଙ୍କର ଅମର ଆତ୍ମା ଶାନ୍ତି ଲାଗି ମା ସମଳେଇ ଠାନେ କ୍ରାନ୍ତିଖଡୁ ସମ୍ବାଦ ପତ୍ର ତରଫରୁ ବିନତି କରବାର ସାଙ୍ଗେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛୁଁ !!
କ୍ରାନ୍ତିଖଡୁ ନ୍ୟୁଜ :-ଭଗବାନ ଭରସାରେ ଗାଇସିଲାଟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ! (ରିଙ୍କୁଦେବତା ଙ୍କ ରିପୋର୍ଟ)‐‐‐‐‐‐‐‐‐‐‐‐‐‐‐‐‐‐‐‐‐‐‐‐‐‐‐‐‐‐‐‐‐‐‐‐‐‐‐(ଗାଇସିଲେଟ ରେ ବିଗିଡି ଗଲାଣି ସ୍ବାସ୍ଥ୍ୟ ସେବା, ଛାତ ଖଣ୍ତ ଖସି କର୍ମଚାରୀ ଗୁରୁତର)କରୋନା ଦ୍ବିତୀୟ ଲହର ମାଡ଼ରେ ସାରା ଦେଶର ସ୍ଥିତି ଦୋହଲିଯାଇଛି। ସରକାର ଚିକିତ୍ସା ର ଭିତ୍ତି ଭୂମି ସଜାଡ଼ିବା ରେ ବ୍ୟସ୍ତ।ଏଣେ ସବୁ ଡାକ୍ତର ଖାନା ରେ ରୋଗୀ ଭର୍ତ୍ତି।କରୋନା ରୋଗୀ ସଂଖ୍ୟା ବଢ଼ିବାରେ ଲାଗିଛି ‌।ଏଥିରୁ ଗାଇସିଲେଟ ବ୍ଲକ ବାତ ପଡ଼ିନାହିଁ।ଏମିତି ସମ୍ବେଦନଶୀଳ ପରିସ୍ଥିତି ରେ ଗାଇସିଲେଟ ବ୍ଲକ ସଦର ମହକୁମା ରେ ଥିବା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର କୋମା ରେ। ଏଠାରେ ନା ବିଶେସଜ୍ଞ ଡାକ୍ତର ଅଛନ୍ତି,ନା ଅଛନ୍ତି ଫାର୍ମାସିଷ୍ଟ ।ଜଣେ ମାତ୍ର ମହିଳା ଡାକ୍ତର।ସେ ପୁଣି ଡେପୁଟେସନ ରେ ଆସିଛନ୍ତି। ଫାର୍ମାସିଷ୍ଟ କିମ୍ବା ଆଟେଣ୍ଡାଣ୍ଟ,ଲାବୋରୋଟାରୀ,ଟେଗ୍ନିସିଆନ  କଥା ଦୂରେ ଥାଉ କେହି ମଧ୍ୟ ନାହାଁନ୍ତି। ସ୍ଥିତି ଏଭଲିଯେ,ଵ୍ୟାଣ୍ଡେଜ କରିବାପାଇଁ କାମଚଳା ଲୋକଙ୍କ ଉପରେ ନିର୍ଭର କରିବାକୁ ପଡ଼ିଥାଏ। ଔଷଧ ପାଇଁ ମଧ୍ୟ ତାଲପାଲି ସିଏଚସି ଉପରେ ନିର୍ଭର କରିବାକୁ ପଡ଼ୁଛି। ମୋଟାମୋଟି ଭାବେ ଭଗବାନ ଭରସାରେ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରହିଛି।ଏଥିରୁ ଏହି ଅଞ୍ଚଳ ର ରୋଗୀ ସେବା କି ଭଲି ଥିବ ଆପଣ ତାହା ସହଜ ରେ ଅନୁମାନ କରିପାରୁ ଥିବେ।ଏବେ କରୋନା ପରୀକ୍ଷା ସାଙ୍ଗକୁ ଟୀକାକରଣ ପ୍ରକ୍ରିୟା ଚାଲିଛି ।ତେବେ କରୋନା ଆକ୍ରାନ୍ତ ଙ୍କ ପାଇଁ ଏଠାରେ ଶଯ୍ଯା ଟିଏ ନାହିଁ।ଜନ ପ୍ରତିନିଧି ଏବଂ ପ୍ରଶାସନ ଗାଇସିଲେଟ କୁ ସବୁ ଦୃଷ୍ଟି ରୁ ଅବହେଳା କରିଥିବା ଲୋକେ ଖୋଲା ଅଭିଯୋଗ ଆଣିଛନ୍ତି। ୨୦୧୮ଉପ ନିର୍ବାଚନ ବେଲେ ତରଵରିଆ ଭାବେ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର କୁ ଉନ୍ନିତ କରାଗଲା। ସେତେ ବେଲେ ଲୋକ ଦେଖାଣିଆ ଡାକ୍ତର ବି ନିଯୁକ୍ତି ଦିଆଗଲା।ନୀର୍ବାଚନ ସରିଲା ଏଠାରୁ ଡାକ୍ତର ମାନଙ୍କ ସଂଖ୍ୟା କମି ବାରେ ଲାଗିଲା ! ଜଣ ଜଣ କରି ସଭିଁଏ ଗଲେ,ହେଲେ ଆଉ ଫେରିଲେ ନାହିଁ।  ଏହି ନିକଟରେ ବରଗଡ଼ ଜିଲ୍ଲାପାଲ ଅଚାନକ ଗାଇସିଲେଟ ବ୍ଲକ ଗ୍ରସ୍ତ କରି ଏଠାକାର ଅବ୍ୟବସ୍ଥା ସଂପର୍କରେ ଅବଗତ ହେଲେ।ସୁଧାର ପାଇଁ ପ୍ରତିଶ୍ରୁତି ବି ଦେଲେ। କିନ୍ତୁ କିଛି କାମରେ ଲାଗିଲା ନାହିଁ।ଏଣେ ସ୍ଥାନୀୟ ଜନ ପ୍ରତିନିଧି ମଧ୍ୟ କେହି ମୁହଁ ଖୋଲୁ ନାହାନ୍ତି। ଯେତେବେଲେ ବିଜେପୁର ନିର୍ବାଚନ ମଣ୍ଡଳୀ ଉପନିର୍ବାଚନୀ ଚାଲିଥିଲା ସେ ସମୟରେ ଏକ ଗୁରୁତ୍ବପୂର୍ଣ୍ଣ ରଣ ଭୂମି ହେଲା ଗାଇସିଲେଟ।ହେଲେ ଏହି ରଣଭୂମି ଏଵେ ରୋଗୀର ମରଣ ଭୂମି ପାଲଟି ଯାଇଛି।ଆଜି ସକାଲେ ଡାକ୍ତର ଖାନା  ବର୍ହିବିଭାଗର ଛାତ କିଛି ଅଂଶ ଖସି ଯାଇଛି।ଫଲରେ ଏକ କର୍ମଚାରୀ ଗୁରୁତର ହୋଇଛନ୍ତି।ଏଣେ ସାଧାରଣ ଜନତାଙ୍କ ସ୍ୱାସ୍ଥ ସମସ୍ୟା ଉପରେ ଚିନ୍ତାର କାରଣ   ବଢ଼ିବାରେ ଲାଗିଛି ଏଥିପ୍ରତି ସ୍ଥାନୀୟ ପ୍ରଶାସନ ଦୃଷ୍ଟି ଦେବାକୁ ଦାବି ହେଉଛି ! ଗାଇସିଲାଟ ରୁ ରିଙ୍କୁଦେବତା ଙ୍କ ରିପୋର୍ଟ କ୍ରାନ୍ତିଖଡୁ !
କ୍ରାନ୍ତିଖଡୁ ନ୍ୟୁଜ :-ଗାଇସିଲାଟ ସିଏଚସିରୁ ଛାତରୁ ଖଣ୍ଡେ ଖସି ଜଣେ କର୍ମଚାରି ଆହତ (ରିଙ୍କୁଦେବତା ଙ୍କ ରିପୋର୍ଟ)ବରଗଡ ଜିଲ୍ଲା ଅନ୍ତର୍ଗତ  ଗାଇସିଲାଟ ସିଏଚସି ଓପିଡିର ଛାତରୁ କିଛି ଖସି ଜଣେ କର୍ମଚାରି ଅାହତ ହୋଇଛନ୍ତି। ଘଟଣାରୁ ପ୍ରକାଶ ଯେ ତା୨.୬.ରାତିରେ ଚିକିତ୍ସାଳୟର ରାତ୍ର ଜଗୁଆଲି  ଶୋଇଥରଲେ । ହଠାତ ଛାତ ଭୂଷୁଡି ଏକ ଅଂଶ ତାଙ୍କ ଦେହରେ ପଡିଥିଲା ଓ ସେ ଅାହତ ହୋଇଥିଲେ।  ଏ ସଂପର୍କରେ ବିଭାଗିୟ କର୍ମଚାରି ଅବଗତ ହେବାପରେ  ତାଲପାଲି ସିଏଚସିର ଭାରପ୍ରାପ୍ତ  ଚିକିତ୍ସା ଅଧିକାରି ଯଶୋବନ୍ତ ମେହେର ଘଟଣାର ଅନୁସନ୍ଧାନ କରିଥିଲେ.।  ଗାଇସିଲାଟ ଗୋଷ୍ଠି ଉନ୍ନୟନ ଅଧିକାରି ନିରଂଜନ କୁମାର ସା. ଉପଖଣ୍ଡ ତଥା  ଜିଲ୍ଲା ଚିକିତ୍ସା ଅଧିକାରିଙ୍କୁ ଅଗବତ କରାଛନ୍ତି.  ତାଲପାଲି ସିଏଚସିର  ଚିଠି ନଂ ୭୨୯/ତା ୩.୬.୨୧ ରେ  ସିଡିଏମଓ ବରଗଡଙ୍କୁ ପତ୍ର ପ୍ରେରଣ କରା ଯାଇଛି।
କ୍ରିନ୍ତିଖଡୁ ନ୍ୟୁଜ :-କୋଭିଡ଼ ନିୟମ ପାଳନ କରି ଆସନ୍ତାକାଲି03/06/21 ବରଗଡ଼ ଗାନ୍ଧୀ ଛକ ଠାରେ ଦିନ ୧୦ ଟାରେ ବାରମ୍ବାର ବିଜୁଳି ବିଭ୍ରାଟ ବିରୁଦ୍ଧରେ ବିଜେପି ବରଗଡ଼ ତରଫରୁ ଧାରଣା ଦିଆଯିବ । ଏହି କାର୍ଯ୍ୟକ୍ରମ ରେ ବହୁ ସଂଖ୍ୟାରେ ଯୋଗଦାନ କରିବା ପାଇଁ ଅନୁରୋଧ ।
Load More That is All