Showing posts from August, 2021Show all
କ୍ରାନ୍ତି ଖଡୁ ନ୍ୟୁଜ-ଟିକା କେନ୍ଦ୍ର ରେ ନାହିଁ,କରୋନା ଭୟ(ରିଙ୍କୁ ଦେବତା ଙ୍କ ରିପୋର୍ଟ) ଗାଇସିଲେଟ ବ୍ଲକ ଅନ୍ତର୍ଗତ ଚିଣ୍ଟିପାଲି ଗ୍ରାମପଞ୍ଚାୟତ ର କେର୍ମେଲି ନୂତନ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ଠାରେ ଆଜି କୋଭିଡ ର ପ୍ରଥମ ଏବଂ ଦ୍ବିତୀୟ ଡୋଜ ଦିଆଯାଉଥିଲା। ସେଠାରେ ଲୋକଙ୍କ ପ୍ରବଳ ଭିଡ଼, କାହାରି ମୁହଁରେ ମାକ୍ସ ନାହିଁ, ସାମାଜିକ ଦୂରତା କଥା ନ କହିବା ଭଲ ।ଲୋକଙ୍କ ମଧ୍ୟରେ ସଚେତନତା ର ଘୋର ଅଭାବ। ଯାହା ଅନୁଭବ ହେଲା ଲୋକେ ଟୀକା କେନ୍ଦ୍ର କୁ ଟୀକା ନେବାକୁ ଆସୁଛନ୍ତି  ନା କରୋନା କୁ ସ୍ଵାଗତ କରି ସାଙ୍ଗରେ ଘର କୁ ନେବା ପାଇଁ ଆସୁଛନ୍ତି। କାହାରି ମନ ଭିତରେ କରୋନା ପ୍ରତି ଭୟ ନଥିଲା।
କ୍ରାନ୍ତି ଖଡୁ ନ୍ୟୁଜ-ହୁସିଆର ବସ୍ତି ଓ୍ବାଲେ..(ରିଙ୍କୁ ଦେବତା ଙ୍କ ରିପୋର୍ଟ)ଉତ୍ସାହ ଉଦ୍ଦିପନାର ସହ କୋଭିଡ କଟକଣା କୁ ଦୃଷ୍ଟିରେ ରଖି ଗାଇସିଲେଟ ବ୍ଲକ ଗୁଦେରପାଲି,ବେହେରାବାହାଲି ଗାଁ ରେ ଜନ୍ମାଷ୍ଟମୀ ପାଲିତ ହୋଇଯାଇଛି।ବ୍ରତଧାରୀ ମାନେ ବିଭିନ୍ନ ମନ୍ଦିର ମଣ୍ଡପରେ ବ୍ରତ ପାଳନ କରିଥିଲେ। ପଣ୍ଡିତ ତରଣୀ ସେନ ଦେବତା ଓ କୃଷ୍ଣ ଚନ୍ଦ୍ର ମିଶ୍ର ପୂଜାର୍ଚ୍ଚନା କରିଥିଲେ।ପୀଠରେ ହରିବଂଶ ପାଠ ସହ କୃଷ୍ଣ ଜନ୍ମ ଉତ୍ସବ ପାଳନ ହୋଇଥିଲା। ମାତୃତ୍ଵ ଏକ ଅମୃତ ଧାର କୁ ପାଥେୟ କରି ବ୍ରତ ଧାରୀ ମାନେ ପ୍ରଭୁ ଙ୍କୁ କ୍ଷୀର ଖୁଆଇଥିଲେ।ଏହି ପରିପ୍ରେକ୍ଷୀରେ ବେହେରାବାହାଲି ଗାଁ ରେ ହିରାଧର ପାତ୍ର ଙ୍କ ନିର୍ଦ୍ଦେଶନାରେ ଶିଶୁ କଲାକାର ମାନଙ୍କ ଦ୍ବାରା ଶ୍ରୀ କୃଷ୍ଣ ଜନ୍ମ ଏକ କ୍ଷୁଦ୍ର ନାଟକ ପରିବେଷଣ ହୋଇଥିଲା। ଏଥିରେ ଉଗ୍ରସେନ ଙ୍କ ବସ୍ତି ଓ୍ବାଲେ ହୁସିଆର ସଂଲାପ ରେ ଗାଁ କମ୍ପି ଉଠିଥିଲା। ଶିଶୁ କଲାକାର ରୋଶନ,ଆରିୟନ,ଅରଫ,ଲିଙ୍କନ, ଅଂଶୁମାନ,ଚିନ୍ମୟ, ସ୍ଵରୂପ ଓ ପ୍ରତ୍ୟୁଷ ଅଭିନୟ କରିଥିଲେ।
କ୍ରାନ୍ତି ଖଡୁ ନ୍ୟୁଜ-ଗରିବ ଛାତ୍ରଛାତ୍ରୀ ମାନଙ୍କୁ ମୋବାଇଲ ବଣ୍ଟନ ମାଲକାନଗିରି-ପଡିଆ(ଏନ୍ ରବିଙ୍କ ରିପୋର୍ଟ) ସମ୍ପ୍ରତି କରୋନା ମହାମାରୀ ପ୍ରକୋପ ଦିନକୁ ଦିନ ବଢ଼ିବାରେ ଲାଗିଥିବା ବେଳେ ଏହାକୁ ଆଖି ଆଗରେ ରଖି ସରକାର ଚଳିତ ବର୍ଷ କେବଳ ଦଶମ ଓ ଯୁକ୍ତ ୨ ର ଛାତ୍ରଛାତ୍ରୀ ମାନଙ୍କ ପାଇଁ ବିଦ୍ୟାଳୟ କୁ ଯାଇ ଅଧ୍ୟୟନ କରିବା ସୁବିଧା ଯୋଗାଇ ଦେଇଛନ୍ତି କିନ୍ତୁ ଅନ୍ୟ କ୍ଲlସ ଗୁଡ଼ିକ ଅନଲାଇନ ମାଧ୍ୟମରେ ପଢ଼ାଯିବ ବୋଲି ସରକାର ନିୟମ କରିଛନ୍ତି ହେଲେ ମାଲକାନଗିରି ଜିଲ୍ଲାର ଅନେକ ଗରିବ ପରିବାରରେ ଆର୍ଥିକ ଅଭାବ ଯୋଗୁ ସେମାନେ ନିଜ ପୁଅ ଝିଅ ପାଇଁ ଗୋଟିଏ ସ୍ମାର୍ଟ ଫୋନ କିଣି ପାରୁନାହାନ୍ତି ଯାହା ଫଳରେ ସେମାନଙ୍କ ପିଲାମାନେ ଅନଲାଇନ କ୍ଲlସ ରୁ ବଞ୍ଚିତହେବା ସହ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଥିବାରୁ ଦେଖିବାକୁ ମିଳିଛି lପିଲାମାନଙ୍କ ଏହି ସମସ୍ୟା କୁ ଦୁର କରିବା ପାଇଁ କିଛି ଗରିବ ପରିବାରର ଛାତ୍ରଛାତ୍ରୀଙ୍କୁ ରିଚିଙ୍ଗ ହ୍ୟାଣ୍ଡ ସୋସାଇଟି ତରଫରୁ ମୋବଇଲ ବଣ୍ଟନ କରାଯାଇଛି l ପ୍ରଥମ ପଯ୍ୟାୟରେ ୬୦ ଜଣ ଛାତ୍ରଛାତ୍ରୀ ମାନଙ୍କୁ ସ୍ମାର୍ଟ ଫୋନ ଯୋଗାଇ ଦିଆଯାଇଥିବା ବେଳେ ଦିତୀୟ ପର୍ଯ୍ୟାୟରେ ଆଜି ଆଉ ୬୦ଟି ସ୍ମାର୍ଟ ଫୋନ ଯୋଗାଇ ଦିଆ ଯାଇଛି l ଆଜି ଏହି କାଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମାଲକାନଗିରି ଆଦର୍ଶ ଥାନା ଅଧିକାରୀ ରାମ ପ୍ରସାଦ ନାଗ ଯୋଗ ଦେଇ ପିଲାମାନଙ୍କୁ ସ୍ମାର୍ଟ ଫୋନ ବଣ୍ଟନ କରିଥିଲେ l ରିଚିଙ୍ଗ ହ୍ୟାଣ୍ଡ ସୋସାଇଟିର ଦ୍ୱାରା ଗରିବ ଛାତ୍ରଛାତ୍ରୀ ମାନଙ୍କୁ ଏପରି ସ୍ମାର୍ଟ ଫୋନ ପ୍ରଦାନ କରିବା ଯୋଗୁଁ ସେମାନେ ଅନଲାଇନ ମାଧ୍ୟମରେ ଶିକ୍ଷା ଗ୍ରହଣ କରିବା ସହ ସେମାନଙ୍କ ଉଜ୍ଜଳ ଭବିଷ୍ୟତ ଗଢିପାରିବେ l
କ୍ରାନ୍ତି ଖଡୁ ନ୍ୟୁଜ-ASI ଦୀପ୍ତିମୟୀ ମିଶ୍ରଙ୍କୁ ଶୁଭେଚ୍ଛା ର ସୁଅ(ରିଙ୍କୁ ଦେବତା ଙ୍କ ରିପୋର୍ଟ)ଗାଇସିଲାଟ ବ୍ଳକ ଅନ୍ତର୍ଗତ ଗୁଦେରପାଲି ଗାଁ ର ଦେବତା ପରିବାର ବହୂ ତଥା ଡକ୍ତର ନିର୍ମଲ କୁମାର ଦେବତାଙ୍କ ପତ୍ନୀ ଶ୍ରୀମତୀ ଦିପ୍ତିମୟୀ ମିଶ୍ର ବିଗତ ଦୁଇ ବର୍ଷ ହେଲା ବରଗଡ଼ ଟାଉନ ଥାନା ରେ  ଏଏସଆଇ ପଦବୀ ରେ କାର୍ଯ୍ୟରତ ଅଛନ୍ତି। ଆଜି ରାଉରକେଲା ସ୍ଥିତ ସିବିକ ସେଣ୍ଟର ଠାରେ ତାଙ୍କୁ କାର୍ଯ୍ୟରେ ତତ୍ପରତା,ସମୟାନୁ ବର୍ତ୍ତିତା ଓ କୋଭିଡ ଯୋଦ୍ଧା  ପାଇଁ ପୋଲିସ ଫରମେସନ ଡେ  କାର୍ଯ୍ୟକ୍ରମ ରେ ପୋଲିସ ମହାନିର୍ଦ୍ଦେଶକ ଅଭୟ ପ୍ରମାଣପତ୍ର ସହ  ମେଡାଲ ଡିଜିପି ଡିକ୍ସ ଦେଇ ପୁରସ୍କୃତ କରିଛନ୍ତି। ଏହି ଖୁସି ଖବର ଯାଣିବା ପରେ ଗୁଦେରପାଲି ଦେବତା ପରିବାର ତରଫରୁ ଅଧ୍ୟାପକ ଧନପତି ଦେବତା, ଡକ୍ଟର ଅର୍ଜୁନ ଦେବତା, ସମାଜସେବୀ କିଶୋର ଚନ୍ଦ୍ର ଦେବତା, ଶିକ୍ଷାବିତ ବିଶ୍ବେଶ୍ବର ଦେବତା ,ଏଡଭୋକେଟ ଅଶ୍ୱିନୀ ଦେବତା ଙ୍କ ସହ ଗୁଦେରପାଲି ଅଞ୍ଚଳ ବାସୀ ଶୁଭେଚ୍ଛା ଜଣାଇଛନ୍ତି।
kranti khadu news-ସ୍ମାର୍ଟ ହେବାକୁ ସଜ ହେଉଛି ବିଦ୍ୟାଳୟ(ରିଙ୍କୁ ଦେବତା ଙ୍କ ରିପୋର୍ଟ)ଶିକ୍ଷାନୁଷ୍ଠାନ ମାନଙ୍କ ରେ ଉନ୍ନତ ଶିକ୍ଷା ଓ ଛାତ୍ର ଛାତ୍ରୀ ଙ୍କୁ ଆକୃଷ୍ଟ କରିବା ପାଇଁ ସରକାର ସ୍କୁଲ ରୂପାନ୍ତର କାର୍ଯ୍ୟକୁ ଏବେ ଫୋକସ ରେ ରଖିଛନ୍ତି। ଏଥିପାଇଁ ସ୍ମାର୍ଟ କ୍ଳାସ ସହିତ ସ୍ମାର୍ଟ ହେବ ସ୍କୁଲ ଏବଂ ସ୍ମାର୍ଟ ହେବେ ଛାତ୍ର ଛାତ୍ରୀ।ସେହି ଲକ୍ଷ ରେ ଏବେ ଗାଇସିଲେଟ ବ୍ଲକର  ଅନ୍ତର୍ଗତ ଗୁଦେରପାଲି ବାପୁଜୀ ଉଚ୍ଚ ବିଦ୍ୟାଳୟ ସ୍ମାର୍ଟ ହେବା ପାଇଁ ସଜ ହେଉଛି। ଏଥିରେ ଦୁଇଟି ସ୍ମାର୍ଟ କ୍ଳାସ, ଗୋଟିଏ ବିଜ୍ଞାନ ପରୀକ୍ଷାଗାର ଏବଂ ଗୋଟିଏ ଇ-ଲାବ୍ରୋଟାରୀ ଗୃହ ନିର୍ମାଣ ହେଉଛି।ଆଉ ଅଳ୍ପ ଦିନ ଭିତରେ ସମସ୍ତ କାର୍ଯ୍ୟ ସଂପୂର୍ଣ୍ଣ ହେବ ବୋଲି ସ୍କୁଲ ପରିଚାଳନା କମିଟି ପକ୍ଷରୁ ସୂଚନା ମିଳିଛି। ଏହି ପରିପ୍ରେକ୍ଷୀରେ ସ୍କୁଲ ପରିସରରେ ଥିବା ଗାନ୍ଧୀ ଉଦ୍ୟାନ ଛାତ୍ର ଛାତ୍ରୀ ଙ୍କ ସହ ଅଭିଭାବକ ଙ୍କ ମନମୋହୁଛି। ଶନିବାର ସମାଜ ସେବୀ କିଶୋର ଚନ୍ଦ୍ର ଦେବତା ବିଦ୍ୟାଳୟ ପରିସରରେ ଚାଲୁଥିବା ସମସ୍ତ କାର୍ଯ୍ୟ କୁ ପରିଦର୍ଶନ କରିଥିଲେ।
କ୍ରାନ୍ତି ଖଡୁ ନ୍ୟୁଜ-କମଲପଦର ରେ ପ୍ରାଣୀ ଚିକିତ୍ସା ଶିବିର(ରିଙ୍କୁ ଦେବତା ଙ୍କ ରିପୋର୍ଟ)ଗାଇସିଲେଟ ବ୍ଳକ ଅନ୍ତର୍ଗତ ଚିଖିଲି ଗ୍ରାମପଞ୍ଚାୟତ ର କମଲପଦର ଗାଁ ରେ ଆଜି ଘେଁସ ବନାଞ୍ଚଳ ତରଫରୁ ଆମ ଜଙ୍ଗଲ ଯୋଜନା ପ୍ରକଳ୍ପ ମାଧ୍ୟମରେ ଓ ଭ୍ରାମ୍ୟମାଣ ଚିକିତ୍ସା ଗାଇସିଲେଟ ର ମିଲିତରେ ଏକ ପ୍ରାଣୀ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି।  ଗୁଦେରପାଲି ବୈଷୟିକ ପଶୁ ଚିକିତ୍ସକ କାର୍ତ୍ତିକ ସାହୁ ଚିକିତ୍ସା କରିଥିଲେ। ଏଥିରେ ଆମ ଜଙ୍ଗଲ ଯୋଜନା ପ୍ରକଳ୍ପ ର ଦଳପତି ନବକିଶୋର ପଧାନ,ପ୍ରକଳ୍ପ ଉନ୍ନୟନ ଅଧିକାରୀ ଅମିତ ଭରାସାଗର,ତେଜରାଜ ସାହୁ ଙ୍କ ସମେତ ଗ୍ରାମ ବାସୀ ଉପସ୍ଥିତ ଥିଲେ। ସର୍ବମୋଟ ୮୯ ଟି ଗୋରୁ,ଛେଲି, ମେଣ୍ଢା ଙ୍କୁ ଚିକିତ୍ସା କରାଯାଇଥିଲା।
କ୍ରାନ୍ତି ଖଡୁ ନ୍ୟୁଜ -ଶୌଚାଳୟରେ ତାଲା: ମହିଳା ମାନେ ହିନସ୍ତା(ରିଙ୍କୁ ଦେବତା ଙ୍କ ରିପୋର୍ଟ)ଗାଇସିଲେଟ ବ୍ଳକ ଅନ୍ତର୍ଗତ ଗୁଦେରପାଲି ବସଷ୍ଟାଣ୍ଡ ରେ ଦୀର୍ଘ ଏକ ବର୍ଷ ହେବ ପଞ୍ଚାୟତିରାଜ ବିଭାଗ ତରଫରୁ ସର୍ବସାଧାରଣଙ୍କ ବ୍ୟବହାର ପାଇଁ ପ୍ରାୟ ଦୁଇ ଲକ୍ଷ ଟଙ୍କା ବିନିମୟରେ ଏକ ଶୌଚାଳୟ ନିର୍ମାଣ କରାଯାଇଛି। ଉଦଘାଟନ ଅପେକ୍ଷାରେ ପଡି ରହିଛି ଶୌଚାଳୟ। ଗୁଦେରପାଲି ବସଷ୍ଟାଣ୍ଡ ହେଉଛି ଏ ଅଞ୍ଚଳର ଏକ ପ୍ରମୁଖ ସ୍ଥାନ ଓ ବାଣିଜ୍ୟ ସ୍ଥଲ। ଗୁଦେରପାଲି ଛକଠାରେ ଉଚ୍ଚ ବିଦ୍ୟାଳୟ, ମହାବିଦ୍ୟାଳୟ, ଦୁଇଗୋଟି ଘରୋଇ ଡାକ୍ତରଖାନାର ରହିଛି ତେଣୁ  ପ୍ରତ୍ୟହ ଏହି ସ୍ଥାନକୁ ଶହ ଶହ ଲୋକ ଆସିଥାନ୍ତି ଏବଂ ଏହି ଛକ ଦେଇ ବିଜେପୁର ବରଗଡ଼ ତଥା ଅନ୍ୟାନ୍ୟ ସ୍ଥାନକୁ ମଧ୍ୟ ଲୋକ ଯିବା ଆସିବା କରିଥାନ୍ତି ।  ଗୁଦେରପାଲି ଛକକୁ ଆସୁଥିବା ଜନସାଧାରଣ ପରିଶ୍ରା କରିବା ତଥା ସୌଚହେବା ପାଇଁ ବହୁ ହିନସ୍ତା ହେଉଥିବା ଦେଖିବାକୁ ମିଲିଥାଏ । ଶୌଚାଳୟ ନିର୍ମାଣ ସଂପୂର୍ଣ୍ଣ ହେବାର ଏକ ବର୍ଷ ବିତିଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଶୌଚାଳୟ ରେ ପାଣି ସଂଯୋଗ ହୋଇପାରିନାହିଁ ନାହିଁ ,ଯାହା ଫଳରେ ଶୌଚାଳୟ ଟି କାର୍ଯ୍ୟକ୍ଷମ ହୋଇପାରୁନାହିଁ। କାହା ସ୍ବର୍ଥ ଯୋଗୁଁ ଏହି ସୌଚାଳୟକୁ କାର୍ଯ୍ୟକ୍ଷମ କରାଯାଇନାହିଁ ତାହା ଚର୍ଚ୍ଚାର ପ୍ରଶ୍ନବାଚୀ । ଠିକାଦାର ତାଙ୍କର ପାଉଣା ପାଇ ନାହାଁନ୍ତି ନା ବିଭାଗୀୟ ଅଧିକାରୀ ତାଙ୍କ ପିଶି ପାଇ ନାହାଁନ୍ତି ସେଥି ପାଇଁ ଲୋକେ ଚର୍ଚ୍ଚା କରୁଛନ୍ତି । ଏ ନେଇ ଅଞ୍ଚଳବାସୀ ବାରମ୍ବାର ଗାଇସିଲେଟ ବିଡ଼ିଓ ଙ୍କ ଦୃଷ୍ଟି ଗୋଚର କଲେ ମଧ୍ୟ କିଛି ସୁଫଲ ମିଲୁ ନାହିଁ। ଯଥାଶୀଘ୍ର ଏହି ଶୌଚାଳୟକୁ କାର୍ଯ୍ୟକ୍ଷମ କରାଗଲେ ଜନସାଧାରଣ ଏହାର ସୁଫଲ ପାଇ ପାରିବେ ।
କ୍ରାନ୍ତି ଖଡୁ ନ୍ୟୁଜ-ଆଗରେ ନୂଆଖାଇ, ଚିନ୍ତାରେ ଚାଷୀ(ରିଙ୍କୁ ଦେବତା ଙ୍କ ରିପୋର୍ଟ)ଆଉଦିନ କେଇଟା ପରେ ପଶ୍ଚିମ ଓଡ଼ିଶାର ମହାନ ଗଣପର୍ବ ନୂଆଖାଇ ପାଲିତ ହେବ। ତେବେ ବର୍ଷାଭାବ ଯୋଗୁଁ ଚଲିତ ବର୍ଷ ଚାଷ କାମ ବରଗଡ଼ ଜିଲ୍ଲାର ଅଣଜଲ ସେଚିତ ଅଞ୍ଚଳ ପଦ୍ମପୁର ଉପଖଣ୍ଡ ର ଗାଇସିଲେଟ ବ୍ଲକ ରେ ଆଶାନୁରୂପ ଭାବେ ଆଗେଇ ପାରି ନାହିଁ।ବହୁ ସ୍ଥାନରେ ଚାଷ ଜମି ପଡ଼ିଆ ପଡ଼ିଛି। କେତେକ ସ୍ଥାନରେ ଗାଈଗୋରୁ କ୍ଷେତ୍ରରେ ଚଳୁଥିବା ଦେଖିବାକୁ ମିଳୁଛି। ପାଣିପାଗ ବିଭାଗ ର ଆଗୁଆ ଆକଳନ ଭିତ୍ତିରେ ଚାଷୀମାନେ ଏବର୍ଷ ଉତ୍ସାହିତ ହୋଇ ଚାଷ ପାଇଁ ଅଣ୍ଟା ଭିଡିଥିଲେ।ହେଲେ ପ୍ରାରମ୍ଭିକ ପର୍ଯ୍ୟାୟରେ ଅଳ୍ପ କିଛି ବର୍ଷା ହୋଇ ତାପରେ ଛାଡି ଯାଉଥିଲା। ତେଣୁ ଏ ଅଞ୍ଚଳରେ ଚାଷ କାର୍ଯ୍ୟ ଆଗେଇ ପାରି ନାହିଁ। ଏପରି କି ରୁଆ ମଧ୍ୟ ହୋଇପାରି ନାହିଁ କି ବୁଣା ଧାନ ବେଉଷଣ ମଧ୍ୟ ହୋଇ ପାରୁନାହିଁ। ବହୁ ସ୍ଥାନରେ ଧାନ ଗଛ ଓ ତଲି ସବୁ ଜଲିଗଲାଣି।ଏବେ ଶ୍ରାବଣ ଯାଇ ଭାଦ୍ରବ ଆସିଲାଣି ।ତେଣୁ ସ୍ଥିତି ଆଉ ସୁଧୁରିବା ଆଶା ବି ଆଉ ନାହିଁ। ତେଣୁ ଏ ବର୍ଷ ନୂଆଖାଇ କେମିତି ପାଲିବେ ବୋଲି ଚାଷୀ କୂଳ ଚିନ୍ତା ରେ ଅଛନ୍ତି।ଏ ପ୍ରକାର ପରିସ୍ଥିତିରେ ଚାଷୀ ପରିବାର ରେ ନୂଆଖାଇ ର ସ୍ବଭାବିକ ଉତ୍ସାହ ବା ଉନ୍ମାଦନା ଦେଖିବାକୁ ମିଳୁନାହିଁ।ନୂଆଖାଇ ଅବସରରେ ଚାଷୀ ଖେତରେ ଗୋରସ ଢାଲି ନୂତନ ଫସଲର ପୂଜା କରିଥାଏ ଏବଂ ଧାନ ଗଛ ରେ ରାକ୍ଷୀ ଟିଏ ବାନ୍ଧିଥାଏ।ହେଲେ ଏ ବର୍ଷ ସେ ସୁଯୋଗ ମଧ୍ୟ ତାକୁ ମିଳିନାହିଁ। ଅନ୍ୟ ପଟେ ଏ ଅଞ୍ଚଳରେ ନୂଆଁଧାନ ଦେଖିବାକୁ ମିଲୁ ନ ଥିବାରୁ ଏ ବର୍ଷ ନୂଆଖାଇ କିପରି ପାଲିଵେ ବୋଲି ଜନସାଧାରଣ ଚିନ୍ତା କରୁଥିବା ଦେଖିବାକୁ ମିଳୁଛି।
क्रांति खडू न्यूज-ଭାଇ ଭଉଣୀଙ୍କ ଅତୁଟ ବନ୍ଧନ(ରିଙ୍କୁ ଦେବତା ଙ୍କ ରିପୋର୍ଟ) ରବିବାର ସ୍ନେହ ଓ ସଦଭାବନା ର ପର୍ବ ରକ୍ଷାବନ୍ଧନ ଉତ୍ସବ ପୁର ପଲ୍ଲୀରେ ପାଲିତ ହୋଇଯାଇଛି।ଭାଇ ହାତରେ ଭଉଣୀ ମାନେ ସ୍ନେହ ର ସୂତ୍ର ବାନ୍ଧିଛନ୍ତି।ଏହା ଭାଇ ଭଉଣୀ ଙ୍କ ଅତୁଟ ବନ୍ଧନ ଅଟେ। ଦୂର ଦୂରଦୂରାନ୍ତରେ ଥିବା ଭାଇଙ୍କ ପାଇଁ  ଭଉଣୀ ମାନେ ରାକ୍ଷୀ ପଠାଇଛନ୍ତି। ଏପରି କି ଅନେକ ଭଉଣୀ ନିଜ ଭାଇ ହାତରେ ରାକ୍ଷୀ ବାନ୍ଧିବାକୁ ଘରକୁ ଯାଇଛନ୍ତି।ଏହି ଦିନ ଭଉଣୀ ଟିଏ ଭାଇର ହାତରେ ସ୍ନେହ ର ଡୋରୀ ଟିଏ ବାନ୍ଧି ଦେଇଥାଏ।ଏଭଲି ସ୍ଥଲେ ଭାଇ ତାର ଭଉଣୀ କୁ ସଦା ସୁରକ୍ଷିତ ରଖିବା କୁ ଶ୍ରେଷ୍ଠ କର୍ମ ଭାବେ ବିବେଚିତ କରିଥାଏ।ଏହି ପର୍ବ ପଦ୍ମପୁର ଉପଖଣ୍ଡର ଗୁଦେରପାଲି ଅଞ୍ଚଳରେ ବେସ ଉତ୍ସବ ମୁଖର ହୋଇଉଠିଛି।
kranti khadu newsବନରକ୍ଷୀଙ୍କ ନୂତନ ବାସଗୃହ ପ୍ରତିଷ୍ଠା(ରିଙ୍କୁ ଦେବତା ଙ୍କ ରିପୋର୍ଟ)ବରଗଡ ଜିଲା ଭଟଲି ବନାଞ୍ଚଳ ଅନ୍ତର୍ଗତ ଅମ୍ବାଭନା ବ୍ଳକ ର ସମରଧରା ସେକ୍ସନ ଗଙ୍ଗେଇ ଗ୍ରାମ ରେ ବନପାଲ ଲବ ସାହୁ ଙ୍କ ତତ୍ତ୍ଵାବଧାନରେ ଆଜି ବନରକ୍ଷୀ ଙ୍କ ନୂତନ ବାସଗୃହ ପ୍ରତିଷ୍ଠା ହୋଇଯାଇଛି। ଏଥିରେ ଗାଁ ଗୌନ୍ତିଆ ଘନଶ୍ୟାମ ଦୁଆନ କର୍ତ୍ତା ଦାୟିତ୍ଵ ନିର୍ବାହ କରିଥିଲେ। ପଣ୍ଡିତ ସତ୍ୟ ନାରାୟଣ ଦାଶ ପୂଜାର୍ଚ୍ଚନା କରିଥିବା ବେଳେ ବନରକ୍ଷୀ ବସନ୍ତ ବାଗ,ଶୁପ୍ରୀୟା ଭୋଇ, ହୀରାକୁଦ ବନ୍ୟପ୍ରାଣୀ ବନଖଣ୍ଡ ର କର୍ମଚାରୀ ଓ ସ୍କୋଆଡ କର୍ମଚାରୀ ମାନେ ଉପସ୍ଥିତ   ଥିଲେ।
kranti khadu newsମାଲକାନଗିରି ଜିଲ୍ଲା ବିଜେଡ଼ି ଦଳର ଜୋନାଲ କମିଟିର କର୍ମକର୍ତ୍ତା ବୈଠକ ଅନୁଷ୍ଠିତ  ମାଲକାନଗିରି,ପଡ଼ିଆ:-(ଏନ୍ ରବିଙ୍କ ରିପୋର୍ଟ )ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ସଭାପତି ଶ୍ରୀ ନବୀନ ପଟ୍ଟନାୟକ ଙ୍କ ଆଦେଶରେ ମାଲକାନଗିରି ଜିଲ୍ଲା ବିଜୁ ଜନତା ଦଳର ସଦ୍ୟ ପ୍ରସ୍ତୁତ ହୋଇଥିବା ଜୋନାଲ କମିଟିର କର୍ମକର୍ତ୍ତାଙ୍କ ସହ ସମସ୍ତ କର୍ମୀଙ୍କୁ ନେଇ ଏକ ସାଂଗଠନିକ ବୈଠକ ଅନୁଷ୍ଠିତ ହୋଇ ଯାଇଛି।ଏହି ବୈଠକରେ ଦଳକୁ କିପରି ତୃଣମୂଳ ସ୍ତରରେ ସୁଦୃଢ ଓ ସଂଗଠିତ କରାଯାଇପାରିବ ସେ ବିଷୟରେ ଆଲୋଚନା କରାଯାଇଥିଲା। ଏହି ଅବସରରେ ରାଜ୍ୟ ବିଜୁ ଜନତା ଦଳର ସାଙ୍ଗଠନିକ ସମ୍ପାଦକ ତଥା ଯାଜପୁର ବିଧାୟକ ମାନ୍ୟବର ଶ୍ରୀ ପ୍ରଣବ ପ୍ରକାଶ ଦାସ, ଜିଲ୍ଲା ପର୍ଯ୍ୟବେକ୍ଷକ ତଥା କଟକ ସଦର ବିଧାୟକ ମାନ୍ୟବର ଶ୍ରୀ ଚନ୍ଦ୍ର ସାରଥୀ ବେହେରା, ରାଜ୍ୟ ବିହନ ନିଗମ ଅଧ୍ୟକ୍ଷ ତଥା ମାଲକାନଗିରି ଜିଲ୍ଲା ସହ ପର୍ଯ୍ୟବେକ୍ଷକ ଶ୍ରୀ ଈଶ୍ୱର ଚନ୍ଦ୍ର ପାଣିଗ୍ରାହୀ,ବିଜୁ ଜନତା ଦଳର ଜେନେରାଲ ସେକ୍ରେଟାରୀ ଶ୍ରୀ ବିଜୟ କୁମାର ନାୟକଙ୍କ ସହ ଜିଲ୍ଲାର ଜୋନ କମିଟି ଚିତ୍ରକୋଣ୍ଡା ବିଧାୟକ ପୂର୍ଣ୍ଣ ଚନ୍ଦ୍ର ବାକ୍କା, ପୁର୍ବତନ ବିଧାୟକ ତଥା ସ୍ୱତନ୍ତ୍ର ବିକାଶ ପରିଷଦ ଅଧ୍ୟକ୍ଷ ମାନସ ମାଡକାମୀ,ପୂର୍ବତନ ବିଧାୟକ ଡମ୍ବରୁ ଶୀଶା, ପୂର୍ବତନ ବିଧାୟକ ମୁକୁନ୍ଦ ଶଡି,ଜିଲ୍ଲା କାର୍ଯ୍ୟକାରୀ ସଭାପତି ଦୁର୍ଗା ପ୍ରସାଦ ତ୍ରିପାଠୀ,ଜିଲ୍ଲାର ବରିଷ୍ଠ ଉପଦେଷ୍ଟା ରାଜେନ୍ଦ୍ର କୁମାର ପଣ୍ଡା ,ଜିଲ୍ଲାର ସାଧାରଣ ସମ୍ପାଦକ ଗୋପାଳ ପଣ୍ଡା, ପ୍ରଭାକର ପ୍ରଧାନ,ଜିଲ୍ଲା ସାଙ୍ଗଠନିକ ସମ୍ପାଦକ ବୁନୁ ମହାନ୍ତି, ଜିଲ୍ଲା ମହିଳା ଜନତା ଦଳ ସଭାପତି ସୁକାନ୍ତି ବୁରୁଦା ,ଜିଲ୍ଲା ଯୁବ ସଭାପତି ଆଡ଼ମା ରାବା ,ଜିଲ୍ଲା ଛାତ୍ର ଜନତା ଦଳ ସଭାପତି ତାପସ ରଞ୍ଜନ ନାୟକ,ଜିଲ୍ଲା ମହିଳା ଉପ ସଭାପତି ଦହନା ତାଙ୍ଗୁଲ, ରାଜେନ୍ଦ୍ର ପ୍ରଧାନ, ଯୁବ ନେତା ଶିବ ତ୍ରିପାଠି ଏବଂ ଜିଲ୍ଲାର ସମସ୍ତ ବ୍ଲକ,ପଞ୍ଚାୟତ, ଏନଏସି ର ବିଜେଡ଼ି କର୍ମୀ ଉପସ୍ଥିତ ଥିଲେ ।
kranti khadu news-୨୦ରେ ମାଲକାନଗିରି ଜିଲ୍ଲା ମୃଖ୍ୟମନ୍ତ୍ରୀଙ୍କ ଗ୍ରସ୍ତରେ ପ୍ରଶାସନ ତତ୍ପର, ବିଜୁ ଜନତା ଦଳର ସଜବାଜ  ମାଲକାନଗିରି,ପଡ଼ିଆ(ଏନ୍ ରବିଙ୍କ ରିପୋର୍ଟ) ମାଲକାନଗିରି ଓଡ଼ିଶା ସରକାରଙ୍କ ସ୍ୟାସ୍ଥ୍ୟ କ୍ଷେତ୍ରରେ ସବୁଠୁ ବଡ଼ ଯୋଜନା ବିଜୁ ସ୍ୟାସ୍ଥ୍ୟ କଲ୍ୟାଣ ଡିଜିଟାଲ କାର୍ଡର ଆଦିବାସୀ ଅଧିଷ୍ୟୁତ ସୀମାନ୍ତ ଓଡିଶା ମାଲକାନଗିରି ମାଟିର ମୁଖ୍ୟମନ୍ତ୍ରୀଙ୍କ କର କମଳରେ ଶୁଭ ଉନ୍ମଚନ ନିମନ୍ତେ ମାଲକାନଗିରି ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି । ଏହି ଗସ୍ତରେ ବିଜୁ ଜନତା ଦଳର କର୍ମୀ ମହଲରେ ସଜବାଜ ଆରମ୍ଭ ହୋଇଯାଇଛି । ଗତ ମାଲକାନଗିରି ନିର୍ବାଚନ ମଣ୍ଡଳୀର ବିଜୁ ଜନତା ଦଳ ନିଜର ଗଡ଼ କୁ ହରାଇଥିଲା । ଜିଲ୍ଲା ପରିଷଦ ଅଧକ୍ଷ ପଦ ଭାଜପା ଦଖଲ କରିଥିବାବେଳେ ସେହିପରି ବିଧାୟକ ପଦବୀ ଭାଜପା ହାତକୁ ଯାଇଥିଲା । ଏହି ସ୍ଥିତିରେ ବିଜୁ ଜନତା ଦଳକୁ ମଜବୁତ କରିବା ପାଇଁ ଅଣ୍ଟା ଭିଡ଼ିଛି । ୧୮ ଓ ୧୯ ତାରିଖରେ ରାଜ୍ୟର ବରିଷ୍ଠ ମନ୍ତ୍ରୀ ମାଲକାନଗିରି ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ସହ ଦଳର ସାଙ୍ଗଠନିକ କାର୍ଯ୍ୟକ୍ରମରେ ଭାଗ ନେବେ ବୋଲି ବିଶ୍ୱସ୍ତ ସୂତ୍ରରୁ ପ୍ରକାଶ । ଏହି କାର୍ଯ୍ୟକ୍ରରେ ଦଶ ଜଣ ନିଗମ ଅଧକ୍ଷ ମଧ୍ୟ ଯୋଗ ଦେବାର ରହିଛି । ସ୍ଥାନୀୟ ସଂସ୍କୃତି ଭବନଠାରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ରହିଥିବା ସୂଚନା ମିଳିଛି । ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ସମ୍ପୂର୍ଣ ସଫଳତା ପାଇଁ ପ୍ରତ୍ୟେକ ବ୍ଲକ , ବିଜ୍ଞାପିତ ଅଞ୍ଚଳ ପରିଷଦ ଓ ପୌର ପରିଷଦ କୁ ଦାୟିତ୍ୱ ଦିଆଯାଇଛି । ପଡିଆ ବ୍ଲକ ପାଇଁ ମନ୍ତ୍ରୀ ନବକିଶର ଦାସ, ମାଲକାନଗିରି ବ୍ଲକ ପାଇଁ ମନ୍ତ୍ରୀ ସମୀରରଞ୍ଜନ ଦାସ, କାଲିମେଳା ବ୍ଲକ ପାଇଁ ମନ୍ତ୍ରୀ ଜଗରନ୍ନାଥ ସାରକା ,କୋରକୋଣ୍ଡା ବ୍ଲକ ପାଇଁ ପଦ୍ମିନୀ ଦିଆନ୍, ମାଥିଲି ବ୍ଲକ ପାଇଁ ମନ୍ତ୍ରୀ ଅରୁଣ ଦାସ, ଖଇରପୁଟ ବ୍ଲକ ପାଇଁ ବିକ୍ରମ କେଶରୀ ଆରୁଖ, ଚିତ୍ରକୋଣ୍ଡା ବ୍ଲକ ପାଇଁ ତୁଷାରକାନ୍ତ ବେହେରା ,ମାଲକାନଗିରି ପୌର ପରିଷଦ ପାଇଁ ମନ୍ତ୍ରୀ ପଦ୍ମନାଭ ବେହେରା, ବାଲିମେଳା ବିଜ୍ଞାପିତ ଅଞ୍ଚଳ ପାଇଁ ଚଳଚିତ୍ର ଅଭିନେତା କୁନା ତ୍ରିପାଠୀଙ୍କୁ ଦାୟିତ୍ୱ ଦିଆ ଯାଇଥିବା ଜଣାପଡିଛି । ଉକ୍ତ କାର୍ଯ୍ୟକ୍ରମରେ ଅନ୍ୟ ଦଳର ବହୁ ନେତା ବିଜୁ ଜନତା ଦଳରେ ସାମିଲ ହେବେବୋଲି ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି । ପ୍ରଥମ ଥର ପାଇଁ ଏକ ବଡ଼ ଧରଣର ବିଜୁ ଜନତା ଦଳର ମହାସମାବେଶକୁ ନେଇ କର୍ମୀ ମହଲରେ ବେଶ୍ ଉତ୍ସ।ହ ଦେଖିବାକୁ ନିଲିଛି । ଏହି ଅଞ୍ଚଳ ମାଓ ପ୍ରବଣ ହୋଇଥିବା ହେତୁ ଆଠ ଜଣ ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ପୋଲିସ ବିଭାଗରେ ବହୁ ତତ୍ପରତା ସହ ସୁରକ୍ଷା ବ୍ୟବସ୍ଥା କୁ କଡାକଡି ଭାବେ ପୋଲିସ ପ୍ରଶାସନ ଲାଗିପଡିଛନ୍ତି ।
କ୍ରାନ୍ତି ଖଡୁ ନ୍ୟୁଜ-ପଦ୍ମପୁର ପାଇଁ ଖୁସି ଖବର ଯାହାବି ଯେନଟା ବହୁତ୍ ଆଗରୁ କରିଦେବାରକଥା ଆଏଜ ହେଲେତ ବନାଲେ ଯନସାଧାରଣ ଙ୍କ ତରଫରୁ ବହୁତ ବହୁତ୍ ଧନ୍ୟବାଦ ଏହି ଏରିଆର ନେତା ଆଉ ଅଫିସର ମାନକେ । କିଛି ତ ବାହାରୁ ଆସୁଥିବା ଯାତ୍ରୀ ମାନେ ହଇରାଣ ହେବାରୁ ବଂଚିତ ହେଲେ। ସଠିକ ମୂଲ୍ୟ ଟା ଟିକିଏ ଲେଖିଦଉନ ନେହେଲେ ହେନୁ ଦେକରେଖ କଲାଲୋକ 5 ଯାଗାରେ 10 ଛାଁଚିନେଇଯିବା। କେଁ କରି କହେଲେ ପଦମପୁର ବି ଗୁଟେ ବରଗଡ଼ ର ଅଂଶ ଟେ ଆଏ ସେନୁ ଗଡ଼ବଡ଼ ହଉଛେ ବଏଳେ ଇନୁତ ଆହୁରି ଗଡ଼ବଡ଼ ଆଏ।ଜୟ କୋଶଲ, ଜୟମାଁ ସମଲେଇ, ଜୟ ହିନ୍ଦ୍।
kranti khadu news-ନିର୍ମାଣ କାର୍ଯ୍ୟ ମନ୍ଥର ଗତିରେ ବିରକ୍ତି ପ୍ରକାଶ କଲେ ଜିଲ୍ଳପାଳ  (ରିଙ୍କୁ ଦେବତା ଙ୍କ ରିପୋର୍ଟ)ବରଗଡ଼ ଜିଲ୍ଲା ଗାଇସିଲେଟ ବ୍ଳକ ଅନ୍ତର୍ଗତ ଗୁଦେରପାଲି ବାପୁଜୀ ଉଚ୍ଚବିଦ୍ୟାଳୟ କୁ ମଙ୍ଗଳବାର ଅଚାନକ ବରଗଡ଼ ଜିଲ୍ଲାପାଳ ମନିଷା ବାନାର୍ଜୀ, ଗାଇସିଲେଟ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରବୀଣ କୁମାର ବଣୁଆଁ ,ସମାଜସେବୀ କିଶୋର ଚନ୍ଦ୍ର ଦେବତା, ପରିଦର୍ଶନ କରିଥିଲେ।ମୋ ସ୍କୁଲ ଅଭିଯାନ ଅନ୍ତର୍ଗତ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରଦତ୍ତ ଅର୍ଥରାଶି ଯାହାକି ସ୍କୁଲ ଭିତ୍ତଭୂମି ବିକାଶ ନିମନ୍ତେ ବ୍ୟବହାର ହେବା ଉଚିତ୍,ତାହାର ତଦାରଖ କଲେ।ଏହି ଯୋଜନାରେ ବିଦ୍ୟାଳୟର ଦୁଇଟି ସ୍ମାର୍ଟ କ୍ଲାସ୍,ଗୋଟିଏ ବିଜ୍ଞାନ ପରୀକ୍ଷାଗାର  ଏବଂ ଗୋଟିଏ ଇ- ଲାବ୍ରୋଟାରୀ ଗୃହ ପରିଦର୍ଶନ କଲେ। ନିର୍ମାଣ କାର୍ଯ୍ୟ ଟି ମନ୍ଥର ଗତିରେ ଚାଲିଥିବା ରୁ କ୍ଷୋଭ ପ୍ରକାଶ କରିଥିଲେ। ଏବଂ ନିର୍ମାଣ କାର୍ଯ୍ୟ ଟି ଯୁଦ୍ଧ କାଳୀନ ଭିତ୍ତି ରେ ସଂପୂର୍ଣ୍ଣ କରିବା ପାଇଁବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ  ଦେଇଥିଲେ।ପରିଦର୍ଶନ ସମୟରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ କମଲାକାନ୍ତ ପାଣିଗ୍ରାହୀ, ପରିଚାଳନା କମିଟି ର ସଭାପତି ଶୈଲବାଲା ଦେବତା,ମୁକେଶ ମୁରାରି କେଡିଆ ପ୍ରମୁଖ ଉପସ୍ଥିତ ଥିଲେ।
କ୍ରାନ୍ତି ଖଡୁ ନ୍ୟୁଜ-ଲଗାଣ ବର୍ଷାରେ ମାଲକାନଗିରି କାଲିମେଳା ଯୋଗାଯୋଗ ବିଚ୍ଛିନ୍ନମାଲକାନଗିରି: ପଡ଼ିଆ:-(ଏନ୍ ରବିଙ୍କ ରିପୋର୍ଟ) ମାଲକାନଗିରିର ଜିଲ୍ଲାର କାଲିମେଳା ବ୍ଲକ ଅଧିନସ୍ଥ କାଙ୍ଗୁରକୋଣ୍ଡା ଗ୍ରାମ ନିକଟସ୍ଥ ୩୨୬ ନଂ ବିଜୟୱାଡା-ରାଞ୍ଚି ଜାତୀୟ ରାଜପଥରେ ଥିବା କାଙ୍ଗୁରକୋଣ୍ଡା ପୋଲ ଉପରେ ତିନି ଫୁଟ ଉଚ୍ଚର ଜଳ ପ୍ରବାବିତ ହେଉଛି । ଲଗାଣ ବର୍ଷା ଯୋଗୁ ଏଭଳି ପରିସ୍ଥିତି ଉପୁଜିଛି । ଫଳରେ କାଲିମେଳା ଓ ପଡିଆ ବ୍ଲକର ମୋଟୁ, ଏମଭି-୮୮, ଏମଭି-୭୯, ଏମଭି-୯୬ ସହ ଜିଲ୍ଲା ଯୋଗଯୋଗ ବିଚ୍ଛିନ୍ନ ହୋଇଯାଇଛି । ପୋଲର ଉଭୟ ପାର୍ଶ୍ୱରେ ବହୁ ଯାନବାହାନ ଅଟକି ରହିଛି । ସମସ୍ତେ ଜଳ ସ୍ରୋତ ହ୍ରାସ ପାଇବା ବାଟକୁ ଚାହଁ ବସିଛନ୍ତି । ପୋଲରେ ଉଭୟ ପାର୍ଶ୍ୱରେ ଥିବା ଲୋକ ବହୁ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ସେପଟେ ସ୍ଥାନୀୟ ପ୍ରଶାସନ ସହ ପୋଲିସ ଓ ଦମକଳ ବିଭାଗ କର୍ମଚାରୀମାନେ ପୋଲର ଉଭୟ ପାର୍ଶ୍ୱରେ ଜଗି ବସିଛନ୍ତି । କୌଣସି ପ୍ରକାର ଅପ୍ରିତିକର ପରିସ୍ଥିତିକୁ ଏଡ଼ାଇବା ପାଇଁ ସେମାନେ ପରିସ୍ଥିତି ଉପରେ ନଜର ରଖିଛନ୍ତି ।
କ୍ରାନ୍ତି ଖଡୁ ନ୍ୟୁଜ-(ବ୍ୟୁରୋ)ମିଶନ ଚାଟଶାଳୀ କାର୍ଯ୍ୟକ୍ରମର ଶୁଭାରମ୍ଭ     ନୁଆପଡା :  ନୂଆଁପଡା ବ୍ଲକ ଅନ୍ତର୍ଗତ ବୁରୋମାଲ କମ୍ୟୁନିଟି ସେଣ୍ଟର ଠାରେ ତା.୧୭.୦୮.୨୦୨୧ରିଖ ମଙ୍ଗଳବାର ଦିନ ବ୍ଲକ ସ୍ତରୀୟ ମିଶନ ଚାଟଶାଳୀ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ନୂଆଁପଡା ବ୍ଲକ ସ୍ତରୀୟ ଜନ ସଙ୍ଗଠନ ଶ୍ରମଜୀବୀ ବିକାଶ ମଞ୍ଚ ଦ୍ବାରା ଗାଁ ଗାଁରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ମାନଙ୍କୁ ସ୍ବେଚ୍ଛାସେବୀ ମାନଙ୍କ ମାଧ୍ୟମରେ ଦୈନିକ ଦୁଇ ଘଣ୍ଟା ପାଠ ପଢାଯିବ। ସୂଚନା ଯୋଗ୍ୟ ଯେ, ଉକ୍ତ ମିଶନ ଚାଟଶାଳୀ ନୂଆଁପଡା ଜିଲ୍ଲାର ୫ଟି ବ୍ଲକ ସହିତ ଓଡିଶାର ୧୭ଟି ଜିଲ୍ଲା ର  ୫,୦୦,୦୦୦ ପିଲାଙ୍କୁ ସାମିଳ କରିବା ପାଇଁ ନିର୍ଦ୍ଧାରଣ କରାଯାଇଛି। ସମସ୍ତ କୋଭିଡ୍ ନିୟମକୁ ପାଳନ କରିବା ସହିତ ସାମାଜିକ ଦୂରତା ବଜାୟ ରଖି ପାଠ ପଢାଯିବ ବୋଲି ସୂଚନା ଦିଆଯାଇଛି। କକୋଭିଡ୍-19 କାରଣରୁ ଦୀର୍ଘଦିନ ହେବ ସ୍କୁଲମାନ ବନ୍ଦ ଥିବା ଯୋଗୁଁ ପିଲାମାନଙ୍କ ଶିକ୍ଷା ଅର୍ଜ୍ଜନରେ ଅଭାବ ତଥା ବାଧା ସହିତ ଦୂରତା ଅନୁଭୁତ ହୋଇଥିବା ହେତୁ ଶିକ୍ଷାରେ ଉନ୍ନତି ଆଣିବା ହେଉଛି ଏହି କାର୍ଯ୍ୟକ୍ରମର ଲକ୍ଷ। ଉକ୍ତ କାର୍ଯ୍ୟକ୍ରମରେ ସଙ୍ଗଠନର ସଭାପତି ଚନ୍ଦ୍ରିକା ଦାସ, ଅନୀତା ଦାସ, ରାମବାଈ ସୁନାନି ପ୍ରମୁଖ ଅଂଶ ଗ୍ରହଣ କରିଥିବା ବେଲେ ଶ୍ରମଜିବୀ ବିକାଶ ମଞ୍ଚର କାର୍ଯ୍ୟକର୍ତ୍ତା  ରଥୁରାମ ଦୀପ କାର୍ଯ୍ୟକ୍ରମର ପରିଚାଳନା କରିବା ସହିତ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ।
क्रांति खडू न्यूज़-ପଦ୍ମପୁରରେ " ଓ୍ବାନ ରୂପି କ୍ଲିନିକ " ଉଦଘାଟିତ ।(ରିଙ୍କୁ ଦେବତା ଙ୍କ ରିପୋର୍ଟ)ଆଜିର ପବିତ୍ର ସ୍ବାଧୀନତା ଦିବସ ଅବସରରେ,ପଦ୍ମପୁର କଚେରୀ ସମ୍ମୁଖରେ ବହୁ ଚର୍ଚ୍ଚିତ ଚିକିତ୍ସକ ଡା. ଶଙ୍କର ରାମ ଚନ୍ଦାନୀ ଙ୍କ " ୱାନ ରୂପୀ କ୍ଲିନିକ " ଉଦଘାଟିତ ହୋଇ ଯାଇଛି । ଡା. ରାମ ଚନ୍ଦାନୀ ଙ୍କ ମାତା ଲାଜବନ୍ତୀ ରାମ ଚନ୍ଦାନୀ ଜାତୀୟ ପତାକା ଉତ୍ତୋଳନ କରିବା ସହିତ ଫିତାକାଟି କ୍ଲିନିକ ର ଶୁଭ ଉଦଘାଟନ କରିଥିଲେ । ଅବସର ପ୍ରାପ୍ତ ଶିକ୍ଷକ ଶ୍ରୀ ରାମ ନାରାୟଣ ପାଣିଗ୍ରାହୀ " ୱାନ ରୂପୀ କ୍ଲିନିକ " ର ଗୁରୁତ୍ବ ଉପରେ ଆଲୋଚନା କରିଥିଲେ । ପ୍ରତି ମାସରେ ଏଇ କ୍ଲିନିକ ଖୋଲା ରହିବ ଏବଂ ପ୍ରତି ରୋଗୀଙ୍କ ଠାରୁ ମାତ୍ର ଟଙ୍କାଟିଏ ଫି ଭାବେ ଗ୍ରହଣ କରାଯିବ ବୋଲି ଡା.ରାମ ଚନ୍ଦାନୀ ଙ୍କ ଠାରୁ ପ୍ରକାଶ  । ଆର୍ଥିକ ସମ୍ବଳ ଦୃଷ୍ଟିରୁ ଦୁର୍ବଳ ଶ୍ରେଣୀର ରୋଗୀଙ୍କ ପାଇଁ ଉଦ୍ଦିଷ୍ଟ ଏଇ କ୍ଲିନିକ ରେ ପ୍ରଥମ ଦିନରେ ଖବର ଲେଖା ହେବା ଯାଏ ସତୁରୀ ଜଣେ ରୋଗୀ ନିଜ ନାମ ଫଜୀକରଣ କରି ସାରିଛନ୍ତି  । କୋଭିଡ କଟଣା ଭିତରେ ଆୟୋଜିତ ଏଇ ନିରାଡମ୍ବର ଉଦଘାଟନୀ ଉତ୍ସବରେ ସହରର ସବୁ ବର୍ଗରୁ ସୀମିତ ସଂଖ୍ଯକ ବ୍ଯକ୍ତି ବିଶେଷଙ୍କ ଉପସ୍ଥିତି ରହିଥିଲା । ସମଗ୍ର କାର୍ଯ୍ୟକ୍ରମ କୁ ଅନୀଲ କୁମାର ଦୋରା,ପ୍ରଶାନ୍ତ ମାଝୀ,ଅମୀୟ ପୁରୋହିତ,ପ୍ରଶାନ୍ତ ଜେନା,ସରୋଜ ମିଶ୍ର,ଅଟଳ ଦୋରା ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ । ଡା.ରାମ ଚନ୍ଦାନୀ ତାଙ୍କର ଉତ୍ସର୍ଗୀକୃତ ଚିକିତ୍ସା ସେବା ପାଇଁ ରାଜ୍ଯ ତଥା ଜାତୀୟ ସ୍ତରରେ ଖୁବ ସୁନାମ ଅର୍ଜନ କରିଥିବା ବେଳେ,ନିଜ ଜନ୍ମିତ ପଦ୍ମପୁର ସହରରେ ତାଙ୍କର ଏଇ  " ୱାନ ରୂପୀ କ୍ଲିନିକ " ଖୋଲିବାକୁ ନେଇ ସବୁବର୍ଗର ଲୋକେ ତାଙ୍କୁ ଉଚ୍ଚ ପ୍ରଶଂସା କରିବା ସହିତ ଶୁଭେଚ୍ଛାର ବାର୍ତ୍ତା ପ୍ରଦାନ କରିଛନ୍ତି ।
kranti khadu news-ଶ୍ରୀଅରବିନ୍ଦ ଙ୍କ ୧୫୦ତମ ଜନ୍ମ ଜୟନ୍ତୀ ପାଳନ(ରିଙ୍କୁ ଦେବତା ଙ୍କ ରିପୋର୍ଟ)ଗାଇସିଲେଟ ବ୍ଳକ ଅନ୍ତର୍ଗତ ଗୁଦେରପାଲି ଠାରେ କୋଭିଡ କଟକଣା କୁ ଦୃଷ୍ଟିରେ ରଖି ପଞ୍ଚାୟତ ସ୍ତରୀୟ ଶ୍ରୀ ଅରବିନ୍ଦ ଙ୍କ ୧୫୦ ତମ ଜନ୍ମ ଜୟନ୍ତୀ ପାଲିତ ହୋଇଯାଇଛି। କିଶୋର ଚନ୍ଦ୍ର ଦେବତା ଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ କମଲାକାନ୍ତ ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଜୟ ଲାଲ ସାହୁ ସ୍ବାଗତ ଭାଷଣ ଦେଇଥିଲେ। ଗାଇସିଲେଟ ବ୍ଲକ ଶ୍ରୀ ଅରବିନ୍ଦ ପାଠଚକ୍ର ସଂଗଠନ ର ଆବାହକ ଅଧ୍ୟାପକ ଧନପତି ଦେବତା ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଶ୍ରୀ ଅରବିନ୍ଦ ଙ୍କ ଜୀବନି ତାଙ୍କର ପାଞ୍ଚ ଟି ସ୍ବପ୍ନ ଓ ତିନୋଟି ପାଗଲାମି ଉପରେ ଆଲୋଚନା କରିଥିଲେ। ଏଥିରେ ଗୁଦେରପାଲି ମହାବିଦ୍ୟାଳୟ, ଉଚ୍ଚ ବିଦ୍ୟାଳୟ,ଏମ ଇ ସ୍କୁଲ୍ ଓ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ର ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ  ଏବଂ ଗ୍ରାମ ପଞ୍ଚାୟତ ର ସରପଞ୍ଚ ଓ ସଦସ୍ୟ ଯୋଗଦାନ କରିଥିଲେ।ଶେଷରେ ଶିକ୍ଷା କେନ୍ଦ୍ର ର ଅଧ୍ୟକ୍ଷ ସରୋଜ ନାଏକ ଧନ୍ୟବାଦ ଅର୍ପଣ କରିଥିଲେ।
kranti khadu new-sସ୍ୱାଧୀନତା ଦିବସ ଅବସରରେ ବୃକ୍ଷ ରୋପଣ କାର୍ଯ୍ୟ କ୍ରମବରଗଡ ଜିଲ୍ଲା ଗାଇସିଲେଟ ବ୍ଲକ ତାଲପାଲି ଗ୍ରାମ ପଞ୍ଚାୟତ ଅଧିନରେ ଥିବା ତେଲିପୁଖାପାଣି ମହିଳା ବିଦ୍ୟାଳୟ ।ଠାରେ  ସ୍ବାଧୀନତା ଦିବସ  ଅବସରରେ  ବନମହୋତ୍ସବ ପାଳିତ ହୋଇଯାଇଛି। ଏଥିରେ ସଭାପତି ସୁରତ ଗଡତିଆ ଙ୍କ ସହ ସୀତାରାମ ଭୋଇ ,ପଞ୍ଚାନନ ସାହୁ,ଅଶୋକ ମାଝୀ । ତେଲିପୁଖାପାଣି ଯୁଵ ମଞ୍ଚ ସଭାପତି ଅକ୍ଷୟ ସାହୁ , ଅଭିଜିତ ନାଏକ, ଧର୍ମେନ୍ଦ୍ର ସାହୁ  ଯୋଗ ଦେଇ  ଏଥିରେ ବିଭିନ୍ନ ପ୍ରକାର ୩୦ଟି ବୃକ୍ଷ ରୋପଣ କରିଥିଲେ । କରୋନାକୁ ଆଖି ଆଗରେ ରଖି
kranti khadu news-ଟ୍ରାକ୍ଟର ଚାପି ହୋଇ ଜୀବନ ଗଲା, ଅଗ୍ନିଶମ ବିଭାଗ କଲା ଉଦ୍ଧାରପଡ଼ିଆ: ( ଏନ୍ ରବିଙ୍କ ରିପୋର୍ଟ) ନିଜ ଚାଷ ଜମିରେ ଟ୍ରାକଟର ସାହାଯ୍ୟରେ ଚାଷ କରୁଥିବା ବେଳେ ଟ୍ରାକ୍ଟର ଟି ଭାରସାମ୍ୟ ହରାଇ ଚାପି ହୋଇଯାଇଥିଲା ଚାଷୀ ଉପରେ। କେଇ କ୍ଷଣ ଛଟପଟ ଓ ଚିତ୍କାର ପରେ ଚାଲିଗଲା ଚାଷୀର ଜୀବନ। ଏଭଳି ଏକ ମର୍ମନ୍ତୁଦ ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା ପଡିଆ ବ୍ଲକ କାଲଦାପଲ୍ଲୀ ପଞ୍ଚାୟତ ଅନ୍ତର୍ଗତ ଏମଭି ୫୯ ଗ୍ରାମରେ । ସୂଚନା ମୁତାବକ ଆଜି ସକାଳ ପ୍ରାୟ ୧୦ ଟା ବେଳେ ଏହି ଗ୍ରାମର ତପନ ଢାଲି ନାମକ ଜଣେ ଚାଷୀ ନିଜର ଚାଷ ଜମିରେ ଟ୍ରାକ୍ଟର ସାହାଯ୍ୟରେ ଚାଷ କରୁଥିଲେ। ଖାଲଢେପ ଭରା ଏହି ଜମିରେ ଚାଷ କରୁଥିବା ବେଳେ ହଠାତ୍ ଟ୍ରାକ୍ଟର ଭାରସାମ୍ୟ ହରାଇ ତପନ ଙ୍କ ଉପରେ ଚାପି ହୋଇଯାଇଥିଲା। ଏତିକି ବେଳେ ତପନ ଜୋର୍ ରେ ଚିତ୍କାର କରିବା ସହ କେଇ କ୍ଷଣ ଛଟପଟ ହୋଇ ଜୀବନ ହରାଇ ଥିଲେ। ଚିତ୍କାର ଶୁଣି କିଛି ଦୂରରେ ଥିବା ଚାଷୀ ଓ ତପନ ର ଭାଇ ରତନ ଘଟଣା ସ୍ଥଳରେ ପହଞ୍ଚି ପଡିଆ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲା। ଖବର ପାଇ ଅଗ୍ନିଶମ ଅଧିକାରୀ ଶିଶିରକାନ୍ତ ସିଂ ଏକ ଅଗ୍ନିଶମ ଟିମ୍ ସହ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ଟ୍ରାକ୍ଟର ତଳେ ଚାପି ହୋଇ ରହିଥିବା ତପନ କୁ ଉଦ୍ଧାର କରିବା ପରେ ପଡିଆ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର କୁ ନେଇ ଚିକିତ୍ସା କରାଇଥିଲେ । ତେବେ ସେଠାରେ ଡ଼ାକ୍ତର ତପନ କୁ ମୃତ ଘୋଷଣା କରିଥିଲେ। ଏହାପରେ ପରିବାର ଲୋକ ପଡିଆ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ ମୃତ ତପନ ର ଶବ ଜବତ କରି କାଲିମେଳା ରେ ବ୍ୟବଚ୍ଛେଦ କରାଇବା ପରେ ପୁଣି ପରିବାର ଙ୍କୁ ହସ୍ତାନ୍ତର କରିଥିଲେ। ଏ ନେଇ ପଡିଆ ଥାନାରେ ଏକ ମାମଲା ରୁଜୁ କରାଯାଇ ଘଟଣାର ତଦନ୍ତ ଚାଲିଥିବା ପଡିଆ ଥାନା ଅଧିକାରୀ ପ୍ରଶାନ୍ତ କୁମାର ନିଶିକା କହିଛନ୍ତି।
kranti khadu news-ରାଜ୍ୟ ଓବିସି ସୁରକ୍ଷା ମଂଚ ର ବୈଠକ ଅନୁଷ୍ଠିତବରଗଡ଼ : ବରଗଡ଼ଠାରେ ଓଡ଼ିଶା ରାଜ୍ଯ ଓବିସି ସୁରକ୍ଷା ମଞ୍ଚର ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ମଞ୍ଚର ସଭାପତି ଶ୍ରୀଯୁକ୍ତ ଷଡ଼ାନନ ଭୋଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ସଂପାଦକ ଡ଼ ବୀରେନ୍ଦ୍ର କୁମାର ବାଗ ଯାଦବ ଓ ବରିଷ୍ଠ ସଦସ୍ଯ ଏଡଭୋକେଟ୍ ଶଶିଭୂଷଣ ପ୍ରଧାନ ମଞ୍ଚାସୀନ ଥିଲେ। ବରଗଡ଼ର ବିଭିନ୍ନ ଅଞ୍ଚଳର ଓବିସି ସୁରକ୍ଷା ମଞ୍ଚର ସଦସ୍ଯମାନେ ମଞ୍ଚର ସଂପ୍ରସାରଣ ତଥା ଓବିସି ବର୍ଗର ଅଧିକାର ପାଇଁ ଆବଶ୍ଯକ ପଦକ୍ଷେପ ଉପରେ ନିଜ ନିଜର ବକ୍ତବ୍ଯ ରଖିଥିଲେ। ପଶ୍ଚିମ ଓଡ଼ିଶାର ସମସ୍ତ ଜିଲ୍ଲାରେ ଜିଲ୍ଲା କମିଟି ଗଠନ, ବରଗଡ଼ ଜିଲ୍ଲାର ସମସ୍ତ ବ୍ଲକରେ ବ୍ଲକସ୍ତରୀୟ କମିଟି ଗଠନ, ଜାତିଭିତ୍ତିକ ଜନଗଣନା କରି ତଦ୍ ଅନୁଯାୟୀ ଓବିସି ବର୍ଗକୁୁ ସଂରକ୍ଷଣ, ଓବିସି ଏଟ୍ରୋସିଟି ଆଇନ ତିଆରି ପାଇଁ ମତ ପ୍ରକାଶ ପାଇଥିଲା। ବୈଠକରେ କୋଷାଧ୍ୟକ୍ଷ ବୀରବଲ ମହାକୁର, ସଂଯୋଜକ କ୍ଷୀରୋଦ୍ର ବାଗ, ଭବାନୀ ସାହୁ, ବୀରେନ୍ଦ୍ର ପ୍ରଧାନ, ଦାମୋଦର ସରାଫ, ଗୌରଚନ୍ଦ୍ର ଖମାରୀ, ଜୟବିହାରୀ ବେହେରା, ହରିହର ପ୍ରଧାନ, ଅଶୋକ କୁମାର ପଶାୟତ, ରମାକାନ୍ତ ବେହେରା,ଅନିରୁଦ୍ଧ ବାଗ, ପ୍ରମୋଦ କୁମାର ମହାକୁର ଓ ଅନ୍ଯ ବହୁ ସଦସ୍ଯ ଉପସ୍ଥିତ ଥିଲେ। ପରିଶେଷରେ ଉପ ସଭାପତି ଶ୍ରୀଯୁକ୍ତ ପଦ୍ମଲୋଚନ ସାହୁ ଧନ୍ଯବାଦ ଅର୍ପଣ କରିଥିଲେ।
kranti khadu news-ବର୍ଷା ନାହିଁ,ମାଟି ଫାଟି ଆଁ(ରିଙ୍କୁ ଦେବତା ଙ୍କ ରିପୋର୍ଟ) ଗାଇସିଲେଟ ବ୍ଳକ ଚିର ମରୁଡି ପ୍ରପିଡିତ।ଏହି ବ୍ଳକ ରେ ୧୯ଟି ପଞ୍ଚାୟତ ଅଛି।୧୦୩ଟି ମୌଜା ଅଛି।୮୦ଭାଗ ଲୋକ ଚାଷ ଉପରେ ନିର୍ଭରଶୀଳ। କିନ୍ତୁ ପ୍ରତିବର୍ଷ ମରୁଡି ଚାଷୀ ର ମେରୁଦଣ୍ଡ ଭାଙ୍ଗି ଦେଇଛି।ଅଣଜଲ ସେଚିତ ଅଞ୍ଚଳ ହୋଇଥିବାରୁ ଜମି ମୌସୁମୀ ବର୍ଷା ଉପରେ ନିର୍ଭରଶୀଳ।ଏ ବର୍ଷ ବର୍ଷା ଅଭାବରୁ ପୁଣି ମରୁଡି ଭୋଗିବାକୁ ଚାଷୀ ବାଧ୍ୟ ହେବବୋଲି ଆଶଙ୍କା ପ୍ରକାଶ ପାଇଛି। ହଜାର ହଜାର ଏକର ଜମି ପଡ଼ିଆ ପଡ଼ିଛି। ଜମି ଫାଟି ପଡିଆ ହୋଇଯିବାରୁ ଗାଈଗୋରୁ ଚରୁଛନ୍ତି। ଯେଉଁଠି ଧାନ ବୁଣା ହୋଇଛି,ବିହୁଡା ହୋଇ ପାରୁ ନାହିଁ। ଆଗାମୀ ଦିନରେ ସ୍ଥିତି ଅଧିକ ଜଟିଳ ହେଵା ଆଶଙ୍କା ଜଳଜଳ ଦେଖାଗଲାଣି।
kranti khadu news-ପଦ୍ମପୁର ରେ ବିଜେଡି ର କର୍ମୀ ସମ୍ମିଳନୀ(ରିଙ୍କୁ ଦେବତା ଙ୍କ ରିପୋର୍ଟ)ପଦ୍ମପୁର ନିର୍ବାଚନ ମଣ୍ଡଳୀ ସ୍ତରୀୟ ବିଜୁ ଜନତା ଦଳ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ବରିଷ୍ଠ ବିଜେଡି ନେତା ପ୍ରିତମ ମେହେରଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କର୍ମୀ ସମ୍ମିଳନିରେ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ସୁଶାନ୍ତ ସିଂ, ଅର୍ଥ ମନ୍ତ୍ରୀ ନିରଞ୍ଜନ ପୁଜାରୀ, ବରଗଡ଼ ଜିଲ୍ଲା ପର୍ଯ୍ୟବେକ୍ଷକ ତଥା ଢେ଼ଙ୍କାନାଳ ବିଧାୟକ ସୁଧିର ସାମଲ ଯୋଗଦେଇ ରାଜ୍ୟ ସରକାରଙ୍କ ଉନ୍ନତି ମୂଲକ କାର୍ଯ୍ୟ ବିଷୟରେ ଅବଗତ କରିଥିଲେ  । ଏହା ସରକାରଙ୍କ ଲୋକାଭିମୁଖୀ ଯୋଜନା ବିଷୟରେ ଲୋକଙ୍କ ପାଖରେ ପହଞ୍ଚାଇବା ସହ ଆଗାମୀ ପଞ୍ଚାୟତ ନିର୍ବାଚନରେ ଦଳକୁ ଅଧିକ ରୁ ଅଧିକ ଭୋଟରେ ବିଜୟ କରିବା ପାଇଁ କର୍ମୀ ମାନଙ୍କୁ ଉଦବୋଧନ ଦେଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ବିଜେଡି ଯୁବନେତା ଭୋଜରାଜ ସିଂ ବରିହା, ବରିଷ୍ଠ ବିଜେଡି ନେତା ପରମାନନ୍ଦ ଶାହା, ପ୍ରଶାନ୍ତ ମହାନ୍ତି, ଅଲତାବ ମହମ୍ମଦ, ବିଜୟ କେତନ ପ୍ରଧାନ, ଜତିନ ହାତୀ,ହୄଦାନନ୍ଦ ବାରିକ,ପ୍ରଦ୍ୟୁମ୍ନ ତ୍ରିପାଠୀ ଓ ବିଜୁ ମହିଳା ଦଳ ପଦ୍ମପୁର ବ୍ଳକ ସଭାନେତ୍ରୀ ରଜନୀ ସାହୁ, ପାଇକମାଲ ବ୍ଳକ ସଭାନେତ୍ରୀ କୁମାରୀ ବରିହା, ଝାରବନ୍ଧ ବ୍ଳକ ସଭାନେତ୍ରୀ ହାରାବତୀ ଗଡତିଆ ତଥା ଶତାଧିକ ବିଜେଡି କର୍ମୀ ଉପସ୍ଥିତ ଥିଲେ ।
କ୍ରାନ୍ତି ଖଡୁ ନ୍ୟୁଜ-ଗାଇସିଲାଟଵ୍ଳକ ସ୍ତରୀୟ ସ୍ବାଧିନତା ଦିବସ ପାଇଁ ପ୍ରସ୍ତୁତି ବୈଠକ  (ରିଙ୍କୁ ଦେବତା ଙ୍କ ରିପୋର୍ଟ)ବରଗଡ ଜିଲ୍ଲା ଗାଇସିଲାଟ ରାଜିବ ଭ ବନ ଠାରେ ବ୍ଲକ ଉପାଧ୍ୟକ୍ଷ ପ୍ରଣୟ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ବ୍ଲକ ସ୍ତରିୟ ସ୍ବାଧିନତା ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ସଭାରେ ଗାଇସିଲାଟ ବିଡିଓ ପ୍ରବିଣ କୁମାର ବଣୁଆଁ., ତହସିଲଦାର ସରିତା ଗୁପ୍ତା,. ଥାନା ଅଧିକାରୀ ସୁସମା କୁଅଁର , ଜିଲ୍ଲାପରିସଦ ଉପାଧ୍ୟକ୍ଷ ମଦନ ଦୀପ,. ସାଂସଦ ପ୍ରତିନିଧି ପ୍ରବିଣ କୁମାର ପାଣିଗ୍ରାହି  ପ୍ରମୁଖ ସମ୍ଚାସିନ ଥିଲେ.। ତ୍ରିରଙ୍ଗା ପତାକା ଉତ୍ତୋଳନ ବ୍ଲକ ଅଧ୍ୟକ୍ଷା ବାସନ୍ତି ପାଣ୍ଡେ କରିବା ପାଇଁ ନିର୍ଣୟ ନିଆଗଲା ।  କୋଭିଡ କଟକଣା କୁ ଦୃଷ୍ଟିରେ ରଖି ପତାକା ଉତ୍ତୋଳନ କରାଯିବା ,ପାରଂପାରିକ ଭାବରେ ପ୍ରଭାତ ଫେରି . ସହିଦ ସ୍ତମ୍ଭ ଓ ଆମ୍ବେଦକର ଛକରେ ମାଳ୍ୟାର୍ପଣ  କରାଯିବା ର ସିଦ୍ଧାନ୍ତ ନିଆଗଲା। କିଛି କୋଭିଡ ଯୋଦ୍ଧାଙ୍କୁ ସମ୍ମାନିତ କରାଯିବା ତଥା ବୃକ୍ଷ ରୋପଣ କରାଯିବାର ମଧ୍ୟ ସିଦ୍ଧାନ୍ତ ନିଆଯାଇଥିଲା।  ବୈଠକରେ ଗାଇସିଲାଟ ୟୁଥ କ୍ଲବ, ନାଗରିକ କମିଟି, ବିଭିନ୍ନ ସରକାରି ଓ ବେସରକାରି ଅନୁଷ୍ଠାନର ପ୍ରତିନିଧି ସମେତ ସାମ୍ବାଦିକ ଦୁର୍ଗା ପ୍ରସାଦ ତ୍ରିବେଦି, ସାମ୍ବାଦିକ ବିନାୟକ ପ୍ରସାଦ ଗୁରୁ ଉପସ୍ଥିତ ଥିଲେ। ପରିଶେଷରେ ବ୍ଲକର ପିଏ ଧନ୍ୟବାଦ ଦେଇଥିଲେ।
kranti khadu news-ଗରୀବ ଓ ଅସହାୟଙ୍କ ସାଥି ଆଶିଷଵରଗଡ ଜିଲ୍ଲା ଗାଇସିଲେଟ ବ୍ଲକର ଯୁଵାଖୋଲ ଗ୍ରାମରଆଶିଷ ଜ୍ୟୋତିଷ ଏକ ମଧ୍ୟ ଵିତ ପରିବାର ର ତାଙ୍କ ଜନ୍ମ।ବାପା ସୁଦାମା ଜଣେ ଚାଷୀ, ମାଁ ଭାଗ୍ୟବତୀ ଗୃହୁଣୀ । ଏଵେ ସ୍ନାତକୋତ୍ତର (ଶିକ୍ଷା) ସାରି ଘରେ ଅଛନ୍ତି। ଆଶିଷ ଓଡ଼ିଶା ସରକାର ତଥା ଜିଲ୍ଲା ପ୍ରଶାସନ ପାଖରେ ଜଣେ ପରିଚିତ ନାମ । ପ୍ରତ୍ୟେକ ଜିଲ୍ଲାର ଅସହାୟ ଦୁଃଖି ଙ୍କ ଵନ୍ଧୁ ସାଜିଛନ୍ତି ସେ । ଅସହାୟଙ୍କୁ ସହାୟତା ପାଇଁ ଆଶିଷ ପ୍ରତିଦିନ  ସରକାର, ଜିଲ୍ଲା ପ୍ରଶାସନ ସହିତ ଯେଗାଯୋଗ ରୁହନ୍ତି।ସାମାଜିକ ଗଣମାଧ୍ୟମରେ ଚର୍ଚ୍ଚା ସାଉଁଟୁଥିବା ଆଶିଷ ଅନ୍ୟମାନଙ୍କ ପାଇଁ ଏକ ଦୃଷ୍ଟାନ୍ତ ସାଜିଛନ୍ତି । କେଵଲ ଅସହାୟ ଲୋକଙ୍କୁ ସହାୟତା କରିବାରେ ଆଶିଷଙ୍କ କାର୍ଯ୍ୟ ସୀମିତ ରହିନାହିଁ । ଓଡିଶା ସମସ୍ତ ଜିଲାର ସମସ୍ୟାଗୁଡିକ ଖବରକାଗଜରେ ଦେଖି ସାମାଜିକ ଗଣମାଧ୍ୟମ(ଟୁଇଟ) ରେଉକ୍ତ ସମସ୍ୟାରେ ସମାଧାନ ନିମନ୍ତେ ସରକାର ତଥା ପ୍ରଶାସନକୁ ଅନୁରୋଧ କରିଥାନ୍ତି। ତାହା ଅଧିକାଂଶ ସମାଧାନ ହୋଇଥାଏ  । ନିଜ ପଞ୍ଚାୟତ ଅଧିନରେ ଥିବା ଗିଦମାଲ ଗ୍ରାମରେ ନଲକୂଅ ପଡି ରହିଥିବା।  ଟୁଇଟ ଯୋଗେ ମରାମତି , ନିଜ ଗ୍ରାମର ସାଧୁରାମ ସାହୁଙ୍କ କଲୋନୀ ଘର , ଆଶିଷ ଙ୍କ ଏଥିରେ ସହୋଯୋଗ ରହିଛି ।  ମାଲକାନଗିରି ପଡ଼ିଆ ଵ୍ଳକ ର ଇରାମ ମାଡ କାମି ଗତ କିଛି ଵରଷ ଧରି ଚିକିତ୍ସା ଅଭାବରୁ ଦିନ କାଟୁଥିଲେ  ଆଶିଷ ଟୁଇଟ ପରେ ଚିକିତ୍ସା ପାଇଁ ପାରିଥିଲେ । ଓଡ଼ିଶାର କୋନ ଅନୁକୋଣର ର ସମସ୍ୟା ସରକାର ଦୃଷ୍ଟି କୁ ଆଣି ଥାନ୍ତି ଆଶିଷ।
kranti khadu news-ବରଗଡ଼ କେନ୍ଦ୍ରୀୟ ବିଦ୍ୟାଳୟ ସମସ୍ୟା ସମ୍ପର୍କରେ ଜାବ୍ ର ଆଲୋଚନା*ବରଗଡ଼ ରେ ଥିବା କେନ୍ଦ୍ରୀୟ ବିଦ୍ୟାଳୟ ର ସମସ୍ୟା ଓ ତାର କିପରି ସମାଧାନ ହୋଇପାରିବ ସେ ସମ୍ପର୍କରେ ଆଜି ଜର୍ନାଲିଷ୍ଟ ଏସୋସିଏସନ ଅଫ ବରଗଡ଼ (ଜାବ୍ )ସଭାପତି ରବିନାରାୟଣ ପଣ୍ଡା ଙ୍କ ନେତୃରେ ଏକ ପ୍ରତିନିଧି ମଣ୍ଡଳୀ କେନ୍ଦ୍ରୀୟ ବିଦ୍ୟାଳୟ ର ଅଧ୍ୟକ୍ଷ ହୀରଣ୍ମୟ ପ୍ରସାଦ ଚାନ୍ଦ ଙ୍କ ସହ ଆଲୋଚନା କରିଥିଲେ ।ବରଗଡ଼ କେନ୍ଦ୍ରୀୟ ବିଦ୍ୟାଳୟ ରେ ଶ୍ରେଣୀ ମାନଙ୍କରେ ଅଧିକ ସେକ୍ସନ ବୃଦ୍ଧି,ସ୍କୁଲ ରେ ସ୍ମାର୍ଟ କ୍ଳାସ ସଂଖ୍ୟା ଓ ସ୍ମାର୍ଟ ଲ୍ୟାବ ସଂଖ୍ୟା ବୃଦ୍ଧି,ଖେଳ ପଡିଆ ର ଉନ୍ନତି କରଣ,ଶ୍ରେଣୀ କୋଠରୀ ସଂଖ୍ୟା ବୃଦ୍ଧି,ଷ୍ଟାଫ କ୍ୱାର୍ଟର ନିର୍ମାଣ ,ମ୍ୟୁଜିକ କ୍ଳାସ ପାଇଁ ସ୍ୱତନ୍ତ୍ର କୋଠରୀ ଓ ବିଦ୍ୟାଳୟ ର ଦ୍ଵିତୀୟ ଗେଟ ତିଆରି ରେ ରହିଥିବା ପ୍ରତିବନ୍ଧକ ସମ୍ପର୍କରେ ଜାବ୍ ର ସଦସ୍ୟ ମାନେ ଅଧ୍ୟକ୍ଷ ଙ୍କ ସହ ଆଲୋଚନା କରିଥିଲେ।ଇଣ୍ଟର ସ୍କୁଲ ସ୍ପୋର୍ଟସ ଇଭେଣ୍ଟ ମାନଙ୍କରେ କେନ୍ଦ୍ରୀୟ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ଙ୍କ ଅଂଶ ଗ୍ରହଣ ଆଶାନୁରୂପ ନ ଥିବା ନେଇ ଜାବ୍ ସଦସ୍ୟ ମାନେ ଉଦବେଗ ପ୍ରକାଶ କରିଥିଲେ ।ପରସ୍ପର ସହଭାଗିତା ଓ ସମନ୍ୱୟ ଦ୍ୱାରା ହିଁ କେନ୍ଦ୍ରୀୟ ବିଦ୍ୟାଳୟ ର ଉନ୍ନତି ହୋଇପାରିବ ବୋଲି କେନ୍ଦ୍ରୀୟ ବିଦ୍ୟାଳୟ ର ଅଧ୍ୟକ୍ଷ ଶ୍ରୀ ଚାନ୍ଦ ଅଶାବ୍ୟକ୍ତ କରିବା ସହ ଖେଳ ପ୍ରତି ରୁଚି ରଖୁଥିବା ଛାତ୍ର ଛାତ୍ରୀ ଙ୍କ ପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ ।         ସେହିପରି ଏହି ଆଲୋଚନା ସମୟରେ  ଭାରତୀୟ ଜନତା ପାର୍ଟି ର ଜିଲ୍ଲା ସଭାପତି ଅଶ୍ଵିନୀ ଷଡ଼ଙ୍ଗୀ  ସ୍କୁଲ୍ ରେ ପହଞ୍ଚିବାରୁ ଜାବ ପ୍ରତିନିଧି ମଣ୍ଡଳୀ, ଶ୍ରୀ ଷଡ଼ଙ୍ଗୀ ଓ ସ୍କୁଲ୍ ଅଧ୍ୟକ୍ଷ ଶ୍ରୀ ଚାନ୍ଦ ଙ୍କ ସହ  ବରଗଡ଼ ଜିଲ୍ଲାରେ ଆଉ ଏକ କେନ୍ଦ୍ରୀୟ ବିଦ୍ୟାଳୟ ପ୍ରତିଷ୍ଠା କରିବାକୁ ଜାବ୍ ପକ୍ଷରୁ ମାନ୍ୟବର କେନ୍ଦ୍ରଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କୁ ଲିଖିତ ଅନୁରୋଧ କରି ଗତକାଲି ଦେଇଥିବା ସ୍ମାରକ ପତ୍ର ବିଷୟ ରେ ଉଲ୍ଲେଖ କରି  ଜିଲ୍ଲାରେ ଆଉ ଏକ କେନ୍ଦ୍ରୀୟ ବିଦ୍ୟାଳୟ ପ୍ରତିଷ୍ଠା  ର ଯଥାର୍ଥତା ଓ ତାହା କ୍ରୀୟାନ୍ଵାୟନ୍ ନେଇ ଉଭୟ ଙ୍କ ଆଲୋଚନା କରିଥିଲେ ।ବିଗତ କିଛି ବର୍ଷ ମଧ୍ୟରେ ବରଗଡ଼ ଜିଲ୍ଲାର ର ଜନସଂଖ୍ୟା ବୃଦ୍ଧି ପାଇବା ସହ କେନ୍ଦ୍ର ସରକାର ଙ୍କ ବିଭିନ୍ନ ରାଷ୍ଟ୍ରାୟତ ଉଦ୍ୟୋଗ ତଥା ବ୍ୟାଙ୍କ,ରେଳବାଇ,ଇନ୍ସୁରାନ୍ସ ସେକ୍ଟର,ଏଫ ସି ଆଇ,ସି ଆର ପି ଏଫ,ବି ଏସ ଏନ୍ ଏଲ ଭଳି ସଂସ୍ଥା ରେ କାର୍ଯ୍ୟକରୁଥିବା କର୍ମଚାରୀ ଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି ତେଣୁ ସେହି ଅନୁପାତ ରେ ବରଗଡ଼ ଜିଲ୍ଲା ରେ ଆଉ ଏକ କେନ୍ଦ୍ରୀୟ ବିଦ୍ୟାଳୟ ର ଆବଶ୍ୟକତା ରହିଛି ତେଣୁ ବରଗଡ଼ ବାସୀ ଙ୍କ ଏହି ଦାବୀ କୁ କେନ୍ଦ୍ରମନ୍ତ୍ରୀ ଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ନୂତନ ବିଦ୍ୟାଳୟ ପ୍ରତିଷ୍ଠା କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ଜାବ୍ ସଦସ୍ୟ ମାନେ ଶ୍ରୀଯୁକ୍ତ ଷଡ଼ଙ୍ଗୀ ଙ୍କୁ ଅନୁରୋଧ କରିଥିଲେ ।ଶ୍ରୀ ଷଡ଼ଙ୍ଗୀ ଖୁବ୍ ଶୀଘ୍ର ମାନ୍ୟବର ମନ୍ତ୍ରୀ ଙ୍କୁ ସାକ୍ଷାତ କରି ଏହି ବିଷୟ ରେ ଆଲୋଚନା କରିବେ ବୋଲି ପ୍ରତିଶୃତି ଦେଇଥିଲେ। ଆଜି ର ଏହି ଆଲୋଚନା ବେଳେ ଜାବ୍ ର ସଭାପତି ଙ୍କ ସମେତ ବରିଷ୍ଠ ସଦସ୍ୟ ଲଲାଟେନ୍ଦୁ ଦାଶ, ବ୍ୟୋମକେଶ କର,ବଦ୍ରୀ ପ୍ରସାଦ ସାହୁ ,ସଚ୍ଚିଦାନନ୍ଦ ପାତ୍ର ଓ ରମଣୀ ରଞ୍ଜନ ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।
କ୍ରାନ୍ତି ଖଡୁ ନ୍ୟୁଜ-ବରଗଡ ହେବ ପୂର୍ଣ୍ଣାଙ୍ଗ କ୍ୟାନସର କେୟାର ସେଣ୍ଟର : ରାଜ୍ୟ ସରକାର ମଞ୍ଜୁର କଲେ ୯୦ କୋଟିବରଗଡ଼-ବରଗଡ ଜିଲ୍ଲ୍ ପାଇଁ ଖୁସି ଖବର । ପୁର୍ବରୁ ରାଜ୍ୟ ସରକାର  ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ମୁତାବକ ବରଗଡରେ କ୍ୟାନସର କେୟାର ହସପିଟାଲ ନିର୍ମାଣ ପାଇଁ ବିଗତ ଏପ୍ରିଲ ୧୬ ତାରିଖରେ ୧୦ କୋଟି ୪୯ଲକ୍ଷ ଟଙ୍କା ମଞ୍ଜୁର କରିଥିଲେ । କିନ୍ତୁ ଜନ ସାଧାରଣଙ୍କ ଭାବାବେଗକୁ ଦୃଷ୍ଟିରେ ରଖି ଏଅଂଚଳର ସମସ୍ତ ନିର୍ବାଚିତ ବିଧାୟକ, ମନ୍ତ୍ରୀ ଓ ରାଜ୍ୟସଭା ସାଂସଦଙ୍କ ପୁନଃ ଅନୁରୋଧ କ୍ରମେ ଏ ଅଂଚଳର କ୍ୟାନସର ରୋଗର ଭୟାବହତାକୁ ଦୃଷ୍ଟିରେ ରଖି ଏକ ପୂର୍ଣ୍ଣାଙ୍ଗ କେୟାର ସେଣ୍ଟର କରିବା ପାଇଁ ପୁନଃ ଆକଳନ ସକାସେ ମାନ୍ୟବର ମୂଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ । ରାଜ୍ୟ ସରକାରଙ୍କ ଦ୍ୱାରା ଗଠିତ ଏକ ଉଚ୍ଚସ୍ତରିୟ କମିଟି ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଜନସାଧାରଣ ଓ ଜନ ପ୍ରତିନିଧିଙ୍କ ଅନୁରୋଧ କ୍ରମେ ପୁନଃ ଆକଳନ କରି ଦାବି ମୁତାବକ ଗ୍ରାଉଣ୍ଡ ଫ୍ଲୋର ଏବଂ ଜି ପ୍ଲସ ୫ ପାଂଚ ମହଲା ବିଶିଷ୍ଟ କୋଠା ତତ୍ ସହିତ ଗ୍ରାଉଣ୍ଡ ଫ୍ଲୋରରେ ରେଡିଏସନ ଥେରାପି ୟୁନିଟ ବଙ୍କର ମେଡିକାଲ ଅନକୋଲୋଜି ଓ. ପି. ଡି., ସରଜିକାଲ ଆନକୋଲୋଜି ଓ.ପି.ଡି , ୨୦ ଶଯ୍ୟା ବିଶିଷ୍ଟ ଡେ କେୟାର । ପ୍ରଥମ ମହଲାରେ ପେଟ୍ ସିଟି, ଦ୍ୱିତୀୟ ମହଲାରେ ଗ୍ରାମା ହଟ ଚେମ୍ବର, ତୃତୀୟ ମହଲା ଆଇ. ପି. ଡି ମେଡିକାଲ ଆନକୋଲୋଜି, ଚତୁର୍ଥ ମହାଲା ଆଇ.ପି.ଡି ସରଜିକାଲ ଆନକୋଲୋଜି, ପଂଚମ ମହଲାରେ ଦୁଇଟି ଓଟି ଏବଂ ୨୦ ଶଯ୍ୟା ବିଶିଷ୍ଟ ଆଇସିୟୁ ସମୁଦାୟ ଏକ ଲକ୍ଷ ଛତିଶ ହଜାର ୫୦୦ ବର୍ଗ ଫୁଟର କୋଠା ନିର୍ମାଣ ସକାସେ ରିପୋଟ ପ୍ରଦାନ ପରେ ପୁର୍ବରୁ ମଞ୍ଜୁରୀ ପ୍ରାପ୍ତ ୧୦ କୋଟି ୪୯ ଲକ୍ଷକୁ ବୃଦ୍ଧି କରାଯାଇ ପୂର୍ଣ୍ଣାଙ୍ଗ କ୍ୟାନସର କେୟାର ସେଣ୍ଟରରେ କେବଳ କୋଠା ନିର୍ମାଣ ପାଇଁ ସ୍ୱାସ୍ଥ୍ୟ ବିଭାଗ ୯୦କୋଟି ୨୭ଲକ୍ଷ ଟଙ୍କାର ରିଭାଇଜ ପ୍ରସାଶନିକ ମଞ୍ଜୁରୀ ପ୍ରଦାନ କରିଛନ୍ତି । ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ଏହି ନିର୍ମାଣକୁ ଓଡିଶା କଂପ୍ରେହେନସିପ୍ କ୍ୟାନସର କେୟାର ଯୋଜନା ଅର୍ନ୍ତଭୁକ୍ତ କରାଯାଇଛି । ୯୦ କୋଟି ବ୍ୟତିତ ଆନୁସାଙ୍ଗିକ ଯନ୍ତ୍ରପାତି କ୍ରୟପାଇଁ ପାଖାପାଖି ଆହୁରି ୩୦ କୋଟି ଟଙ୍କା ମଞ୍ଜୁର ହେବା ସୁଚନା ରହିଛି । ଏଥିପାଇଁ ରାଜ୍ୟସଭା ସାଂସଦ ପ୍ରଶନ୍ନ ଆଚାର୍ଯ୍ୟ, ମନ୍ତ୍ରୀ ଶୁସାନ୍ତ ସିଂହ, ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ, ବିଧାୟିକା ରୀତା ସାହୁ, ବିଧାୟକ ବିଜୟ ରଞ୍ଜନ ସିଂହ ବରିହା, ବିଧାୟକ ଦେବେଶ ଆଚାର୍ଯ୍ୟ ପ୍ରମୁଖ ମୂଖ୍ୟମନ୍ତ୍ରୀଙ୍କୁ ଆର୍ଥିକ ବୃଦ୍ଧି ପାଇଁ ଗତ ଜୁନ ୧୧ ତାରିଖ ସାମୁହିକ ଅନୁରୋଧ କରିଥିଲେ । ତେବେ ପୂର୍ଣ୍ଣାଙ୍ଗ କ୍ୟାନସର କେୟାର ସେଣ୍ଟର ପାଇଁ ଆବଶ୍ୟକ ରିଭାଇଜ ପ୍ରଶାସନିକ ମଞ୍ଜୁରୀ ମିଳିଥିବାରୁ ବରଗଡ ଜିଲ୍ଲ୍‌ା ବାସୀଙ୍କ ତରଫରୁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି । ବିଭାଗିୟ ଅଧିକାରୀଙ୍କ ସହିତ ଆଲୋଚନା ଓ ତର୍ଜମା ପରେ ଆସନ୍ତା ସେପ୍ଟେମ୍ବର ୩୦ ତାରିଖ ସୁଦ୍ଧା ଟେଣ୍ଡର ପକ୍ରିୟା ସମାପ୍ତ ହେବ ବୋଲି ବିଧାୟକ ଶ୍ରୀ ଆଚାର୍ଯ୍ୟ ସୂଚନା ପ୍ରଦାନ କରିଛନ୍ତି ।
କ୍ରାନ୍ତି ଖଡୁ ନ୍ୟୁଜ-୬କୋଟି ୧୪ଲକ୍ଷ ବ୍ଯୟରେ ହେବ ଇନଡୋର ଷ୍ଟାଡିୟମ୍(ରିଙ୍କୁ ଦେବତା ଙ୍କ ରିପୋର୍ଟ)ଯୁବ ସମାଜ ସୁଦୃଢ ହେଲେ ରାଜ୍ୟ ସୁଦୃଢ ହେବ ଏବଂ ରାଜ୍ୟ ସୁଦୃଢ ହେଲେ ଦେଶ ସୁଦୃଢ ହେବ । ତେଣୁ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୁବଗୋଷ୍ଠୀ ମାନଙ୍କୁ ବିଭିନ୍ନ କ୍ଷେତ୍ରରେ କିପରି ସୁଦୃଢ ହେବେ ସେ ନେଇ ଯୋଜନା ମାନ କରୁଛନ୍ତି । ମାନ୍ୟବର ମୁଖ୍ୟମନ୍ତ୍ରୀ ଯୁବକ ମାନେ କ୍ରିଡା କ୍ଷେତ୍ରରେ କିପରି ଆଗକୁ ଯାଇ ରାଜ୍ୟ ତଥା ଦେଶର ନାମ ଗର୍ବିତ କରିବେ ସେଥିପାଇଁ ରାଜ୍ୟର ବିଭିନ୍ନ ସ୍ଥାନରେ "ବିଜୁ ପଟ୍ଟନାୟକ ଇନଡୋର ଷ୍ଟାଡିୟମ" ତିଆରି ପାଇଁ ଅନୁମୋଦନ କରିଛନ୍ତି । ଏହି କ୍ରମରେ ପଦ୍ମପୁର ସହର ତଥା ଆଖପାଖ ଅଞ୍ଚଳର ଯୁବକ ମାନେ କ୍ରିଡା କ୍ଷେତ୍ରରେ ଅଗ୍ରଗତି ପାଇଁ ପଦ୍ମପୁର ସହରରେ ଏକ ଇନଡୋର ଷ୍ଟାଡିୟମ ନିର୍ମାଣ ପାଇଁ ୬ କୋଟି ୧୪ ଲକ୍ଷ ଟଙ୍କା ଅନୁମୋଦନ କରିଛନ୍ତି । ଆଜି ପଦ୍ମପୁର ଅଞ୍ଚଳର ଯୁବକ ମାନେ ତଥା କ୍ରିଡାପ୍ରେମୀ ମାନେ ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ କୄତଜ୍ଞତା ସଭା ବରିଷ୍ଠ ପୂର୍ବତନ ଏନଏସି ଅଧ୍ୟକ୍ଷ ପ୍ରିତମ ମେହେରଙ୍କ ନେତୄତ୍ବରେ ଅନୁଷ୍ଠିତ ହୋଇଯାଇଛି । ମାନ୍ୟବର ଶ୍ରମ ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଶୁଶାନ୍ତ ସିଂ ମୁଖ୍ୟ ଅତିଥି ଭାବରେ ଯୋଗଦେଇ "ବିଜୁ ପଟ୍ଟନାୟକ ଇନଡୋର ଷ୍ଟାଡିୟମ" ତିଆରି ହେଲେ ଯୁବ ପିଢି କିପରି କ୍ରିଡା କ୍ଷେତ୍ରରେ ଅଗ୍ରଗତି ହେବେ ସେ ବିଷୟରେ କ୍ରିଡାବିତ ମାନଙ୍କୁ ଅବଗତ କରାଇଥିଲେ । ଏହି କୄତଜ୍ଞତା ସଭାରେ ଅନ୍ୟ ମାନଙ୍କ ମଧ୍ୟରେ ବିଜେଡି ଯୁବନେତା ଭୋଜରାଜ ସିଂ ବରିହା , ପ୍ରଶାନ୍ତ ମହାନ୍ତି,ହୄଦାନନ୍ଦ ବାରିକ,ପରମାନନ୍ଦ ଶାହା,ଉମେଶ ସାହୁ ତଥା ଅନ୍ୟାନ୍ୟ କ୍ରିଡାବିତ ଓ କ୍ରିଡାପ୍ରେମୀ ମାନେ ଉପସ୍ଥିତ ଥିଲେ ।
କ୍ରାନ୍ତି ଖଡୁ ନ୍ୟୁଜ-ମାଉସୀ ମଣ୍ଡପ ପାଇଁ ଭୂମି ପୂଜା(ରିଙ୍କୁ ଦେବତା ଙ୍କ ରିପୋର୍ଟ)ଗାଇସିଲାଟ ବ୍ଳକ ଅନ୍ତର୍ଗତ ଚିଖିଲି ଗ୍ରାମ ରେ ବରଗଡ଼ ସାଂସଦ ସୁରେଶ ପୂଜାରୀ ଙ୍କ ଅନୁଦାନ ପାଣ୍ଠିରୁ ନିର୍ମିତ ହେବାକୁ ଥିବା ମାଉସୀ ମଣ୍ଡପ ର ଭୂମି ପୂଜନ ଅନୁଷ୍ଠିତ ହୋଇଯାଇଛି। ସାଂସଦ ପ୍ରତିନିଧି ପ୍ରବୀଣ କୁମାର ପାଣିଗ୍ରାହୀ, ଜିଲ୍ଲା କମିଟି ସଦସ୍ୟ ବିନାୟକ ଗୁରୁ ଏବଂ ବିପିନ ସାହୁ ଙ୍କ ସମେତ ଚିଖିଲି ଗ୍ରାମ ବାସୀ ଉପସ୍ଥିତ ଥିଲେ।
kranti khadu news-ପଦ୍ମପୁର SDPO ଭାବେ ଯୋଗଦେଲେ ବିଭୁତିଭୁଷଣ ଭୋଇ।(ରିଙ୍କୁ ଦେବତା ଙ୍କ ରିପୋର୍ଟ)-ପଦ୍ମପୁର ଉପଖଣ୍ତ ପୋଲିସ ଅଧିକାରୀ ଭାବରେ ବିଭୁତି ଭୁଷଣ ଭୋଇ ଯୋଗଦାନ କରିଛନ୍ତି।ଏହା ପୂର୍ବରୁ ଥିବା ଅଧିକାରୀ ପ୍ରଦୀପ କୁମାର ସାହୁଙ୍କୁ ସମ୍ବଲପୁର ସଦର ଏସଡିପିଓ ଭାବରେ ବଦଳି ହେବା ପରେ ଶ୍ରୀ ଭୋଇ ବୁର୍ଲାରୁ ପଦ୍ମପୁରକୁ ଏସଡିପିଓ ଭାବରେ ଯୋଗଦେଇଛନ୍ତି। ଏହା ପୂର୍ବରୁ ଶ୍ରୀ ଭୋଇ ବରଗଡ଼ ଜିଲ୍ଲାର ପାଇକମାଲ,ସୋହେଲା,ବରଗଡ ଥାନାରେ ସୁନାମ ରଖି କାମ କରିଛନ୍ତି ।ପଦ୍ମପୁର ଉପଖଣ୍ତ ବାସୀ ମଧ୍ୟ ଆଇନଶୃଂଖଳାରେ ବହୁତ ଆଶା ଓ ବିଶ୍ବାସ ରଖିଛନ୍ତି।ନୂତନ ଭାବରେ ଯୋଗଦାନ କରିଥିବା ପୁଲିସ ଅଧିକାରୀ ଙ୍କୁସ୍ବାଗତ କରିବା ସହ ପୂର୍ବ ଅଧିକାରୀଂକୁ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଥିଲା । ପଦ୍ମପୁର ଉପଖଣ୍ତର ସମସ୍ତ ଥାନା ଅଧିକାରୀମାନେ ଯୋଗଦାନ କରିଥିଲେ ।
kranti khadu news-ବରଗଡ ଜିଲ୍ଲା ସାମ୍ବାଦିକ ସଂଘ ର ମାଁ ବୈଷ୍ଣୋ ଦେଵୀ ପୀଠ  ତୁରୁଙ୍ଗା ଠାରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ (ରିଙ୍କୁ ଦେବତା ଙ୍କ ରିପୋର୍ଟ)ଆଜି ଜର୍ନାଲିଷ୍ଟ ଏସୋସିଏସନ୍ ଅଫ ବରଗଡ (ଜାବ) ପକ୍ଷରୁ ବରଗଡ ସହର ସନ୍ନିକଟ ତୁରୁଙ୍ଗା ଠାରେ ଥିବା ପବିତ୍ର ପୀଠ ସ୍ଥଳୀ ମାଁ ବୈଷ୍ଣୋ ଦେଵୀ ମନ୍ଦିର ପରିସରରେ  ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଜାବ ର ସଭାପତି ରବି ପଣ୍ଡା ଙ୍କ ପୌରହିତ୍ୟ ରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରେ  ଅତିଥି ଭାବରେ ବିଶିଷ୍ଟ ସମାଜସେବୀ ଡାକ୍ତର ସୁସ୍ମିତା ଦାଶ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ   କଲ୍ୟାଣୀ ଦାଶ, ବରାହଗୋଡା ଫରେଷ୍ଟ ରେଞ୍ଜ ଅଫିସର ପୃଥ୍ୱୀରାଜ ବେହେରା  ଯୋଗଦେଇ ପ୍ରଥମେ ବୃକ୍ଷ ରୋପଣ କରି କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ। ପରେ  ଆୟୋଜିତ ସଭା ରେ ଜାବ ର  ବରଗଡ ୟୁନିଟ ର ସଚ୍ଚିଦାନନ୍ଦ ପାତ୍ର  ସ୍ଵାଗତ ଭାଷଣ ଦେଇଥିଲେ। ଜାବ ର  ଉପ ସଭାପତି ବିଜୟ ସାହୁ କାର୍ଯ୍ୟକ୍ରମ ର ଉଦ୍ଦେଶ୍ୟ ଜ୍ଞାପନ କରିଥିବା ବେଳେ  ଜାବ ର ସମ୍ପାଦକ ଯୁଧିଷ୍ଟିର ମହାପାତ୍ର ସଂଘ ର ଆଗାମୀ ଦିନର କାର୍ଯ୍ୟକ୍ରମ ଉପରେ ଆଲୋକପାତ କରିଥିଲେ।ଶେଷ ରେ ସଂଘ ର ଅଫିସ୍ ସମ୍ପାଦକ ବଦ୍ରି ପ୍ରସାଦ ସାହୁ ଧନ୍ୟବାଦ୍ ଅର୍ପଣ କରିଥିଲେ। ଏହି ବୃକ୍ଷ ରୋପଣ କାର୍ଯ୍ୟକ୍ରମ ସହ ସଂଘ ର ସାଂଗଠାନିକ ଆଲୋଚନା ମଧ୍ୟ ଅନୁଷ୍ଠିତ ହୋଇଥିଲା। ଏଥିରେ ବରଗଡ ଜିଲ୍ଲାରେ ଆଉ ଏକ କେନ୍ଦ୍ରୀୟ ବିଦ୍ୟାଳୟ ଖୋଲିବା ସହ ବରଗଡ ରେ ଥିବା ପୁରୁଣା କେନ୍ଦ୍ରୀୟ ବିଦ୍ୟାଳୟ ରେ ସିଟ ସଂଖ୍ୟା ବୃଦ୍ଧି ସହ ସେକ୍ସନ ବୃଦ୍ଧି କରିବା ଦାବୀ ନେଇ ଏକ ସ୍ମାରକ ପତ୍ର ମାନ୍ୟବର କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କୁ ପ୍ରଦାନ କରିବାକୁ ନିଷ୍ପତି ନିଆଯାଇଥିଲା। ଆଜିର ଏହି କାର୍ଯ୍ୟକ୍ରମ ରେ ସଂଘ ର ସମସ୍ତ ୧୨ ଟି ବ୍ଲକ ର କର୍ମକର୍ତ୍ତା ଓ ସଦସ୍ୟ ମାନେ ଯୋଗଦାନ କରିଥିଲେ।ଆଜି ଜାଵ ଓ   ମା ବୈଷ୍ଣୋ ଦେଵୀ ମନ୍ଦିର କମିଟି ର ମିଳିତ ଉଦ୍ୟମ ରେ ପବିତ୍ର ପୀଠ ରେ ୩୦୦ ଟି ଵୃକ୍ଷ ରୋପଣ କରାଯାଇଥିଲା। ଆଜିର ଏହି କାର୍ଯ୍ୟକ୍ରମ ରେ ସଂଘ ର ବରିଷ୍ଠ ସଦସ୍ୟ ହେମନ୍ତ ପ୍ରଧାନ,ସୁରେଶ ଦାଶ, ସଞ୍ଜୀବ ପୁରୋହିତ, ରମଣୀ ରଂଜନ ବେହେରା, ବ୍ୟୋମକେଶ କର, ସୁବ୍ରତ ବିର୍ତ୍ତିଆ, ସତ୍ୟଜିତ ପ୍ରଧାନ, ରଞ୍ଜିତ ଦାଶ, ଜୟ ସିଂ ପ୍ରଧାନ,ଅର୍ଜୁନ ସାହୁ, ରିଙ୍କୁ ଷଡ଼ଙ୍ଗୀ, ଝସ୍ କେତନ ସାହୁ,ଶିବ ଶଙ୍କର ବିଶ୍ୱାଳ,ରିଙ୍କୁ ସାହୁ, ନୀଳକଣ୍ଠ ଦୀପ,ହେମନ୍ତ ସାହୁ, ପ୍ରିୟ ରଂଜନ ଭୋଇ, ବଳରାମ ବାଗ,ଜ୍ୟୋତି ରଞ୍ଜନ ମହାପାତ୍ର,ମୁକୁନ୍ଦ ଷଡ଼ଙ୍ଗୀ,ହୀରା ମହାକୁର, ଗୋପାଳକୃଷ୍ଣ ଗର୍ଗ, ସୁନିଲ ମିଶ୍ର, ଜିତେନ୍ଦ୍ରିୟ ମେହେର, ବିଜୟ କର୍ଣ୍ଣ,ଅଶ୍ଵିନୀ ପାତ୍ର,ପଦ୍ମଲୋଚନ ସାହୁ,ନେପାଲ ପ୍ରଧାନ,ଗୁଣନିଧି ମେହେର ପ୍ରମୁଖ ଉପସ୍ଥିତ ଥିଲେ। ସଂଘ ପକ୍ଷରୁ ମା ଙ୍କ ପାଖରେ ଶତ ଆରତୀ ସହ ସଂସାର ର ମଙ୍ଗଳ କାମନା କରାଯାଇଥିଲା।
kranti khadu newsବିଭିନ୍ନ ଦାବି ନେଇ ଲାଵରଟୋରି ଟେକନିସିଆନଙ୍କ  କଳା ବ୍ୟାଚପିନ୍ଧି ଆନ୍ଦୋଳନ ପଡ଼ିଆ: (ଏନ୍ ରବିଙ୍କ ରିପୋର୍ଟ)ଆଜି ମାଲକାନଗିରି ଜିଲ୍ଲାର ମୁଖ୍ୟ ଚିକିତ୍ସାଳୟରେ ଲାବରଟୋରି ଟେକନିସିଆନ ମାନେ କଳାବ୍ୟାଚ ପରିଧାନ କରି ରାଜ୍ୟ ସରକାରଙ୍କ ନିକଟରେ ନିଜର ଦାବୀ ପାଇଁ ଆଜି ପ୍ରଦର୍ଶନ କରିଛନ୍ତି । ପ୍ରତ୍ୟେକ ସରକାରୀ ଚାକିରୀ ରେ ପଦୋନ୍ନତି ବ୍ୟବସ୍ଥା ଥିଲେ ମଧ୍ୟ ପଦବୀ ରାଜ୍ୟ ସରକାର ସୃଷ୍ଟି କରୁ ନାହାଁନ୍ତି । ତେଣୁ ଜଣେ ଦଶକ ଦଶକ ଧରି ଲାବରଟୋରି ଟେକନିସିଆନ ଭାବେ କାମ କଲେ ମଧ୍ୟ ବିଭିନ୍ନ ସରକାରୀ ସୁବିଧା ସୁଯୋଗ ରୁ ବଞ୍ଚିତ ରହୁଛନ୍ତି । ସେମାନଙ୍କ ଦରମା ବୃଦ୍ଧି ,ସିନିୟର ଜୁନିୟର ପଦବୀ ସୃଷ୍ଟି ଭଳି କେତେକ ଦାବୀ ନେଇ ଜିଲ୍ଲାର ସମସ୍ତ ଲାବରଟୋରି ଟେକନିସିଆନ ଅଗଷ୍ଟ ଏକ ରୁ ପନ୍ଦର ତାରିଖ ପର୍ଯ୍ୟନ୍ତ କଳାବ୍ୟାଚ ପରିଧାନ କରି ନିଜର ପ୍ରଦର୍ଶନ ଜାରୀ ରଖିଛନ୍ତି । ବର୍ଷ ବର୍ଷ ପୁରୁଣା ଏସବୁ ଦାବୀ ଯଦି ଶୀଘ୍ର ପୁରଣ ନହୁଏ ତେବେ ଆଗକୁ ଆନ୍ଦୋଳନ ଆହୁରି ତୀବ୍ରତର ହେବ ବୋଲି ଟେକନିସିଆନ ମାନେ କହିଛନ୍ତି ।
kranti khadu newsଗାଇସିଲାଟରେ ନୂତନ ବିଡ଼ିଓ ଙ୍କ ଯୋଗଦାନ(ରିଙ୍କୁ ଦେବତା ଙ୍କ ରିପୋର୍ଟ) ବରଗଡ ଜିଲ୍ଲା ଅନ୍ତର୍ଗତ ଗାଇସିଲାଟ ଵ୍ଳକରେ ଆଜି ନୂତନ ଭାବେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରବିଣ କୁମାର ବନୁଆଁ  ଯୋଗଦାନ କରିଛନ୍ତି। ପୂର୍ବତନ ବିଡ଼ିଓ ନିରଂଜନ ସା ଦାୟିତ୍ବ ହସ୍ତାନ୍ତର କରିଛନ୍ତି। ଅନୁଷ୍ଠିତ ସ୍ବାଗତ ସମାରୋହରେ ସମସ୍ତ କର୍ମଚାରୀ ଦାୟିତ୍ବ ପ୍ରତି ସମର୍ପିତ ରହିବାକୁ ଶ୍ରୀଯୁକ୍ତ ବନୁଆଁ କହିଥିଲେ।
କ୍ରାନ୍ତି ଖଡୁ ନ୍ୟୁଜ-କୋଭିଡ ସୁରକ୍ଷା ଉପକରଣ ବଣ୍ଟନ(ରିଙ୍କୁ ଦେବତା ଙ୍କ ରିପୋର୍ଟ)ଗାଇସିଲାଟ ବ୍ଳକ ଅନ୍ତର୍ଗତ ତାଲପାଲି ଠାରେ କୋଭିଡ ସୁରକ୍ଷା ଉପକରଣ ବଣ୍ଟନ କରାଯାଇଛି। ପାଇକମାଳ ସ୍ଥିତ "ମାସ" ଅନୁଷ୍ଠାନ ଓ ଏଫଇଏସ ଭୁବନେଶ୍ୱର ସହାୟତା ରେ ଆସିଥିବା ଉପକରଣ ୩୦ଜଣ ଅଙ୍ଗନୱାଡି କର୍ମୀ ଓ ୩୦ ଜଣ ଆଶା କର୍ମୀ, ସ୍ବାସ୍ଥ୍ୟ କର୍ମୀ, ଜନପ୍ରତିନିଧି, ସ୍ବେଚ୍ଛାସେବୀ, ମାନଙ୍କୁ ପ୍ରଦାନ କରାଯାଇଥିଲା।ଏହି କାର୍ଯ୍ୟକ୍ରମରେ"ମାସ"ର ସଂଯୋଜକ ଆଦିକନ୍ଦ ବିଶ୍ବାଳ ସଂଯୋଜନା କରିଥିଲେ। ଏଥିରେ ଡା. ପଂକଜ କୁମାର ଭୋଇ ମୂଖ୍ୟ ଅତିଥି ଭାବରେ ମଂଚାସିନ ଥିଲେ. । ସମ୍ମାନିତ ଅତିଥି ଭାବରେ  ଭିଏଡବ୍ଲ୍ୟୁ ନାରାୟଣ ପଧାନ.ସାମ୍ବାଦିକ ବିନାୟକ ପ୍ରସାଦ ଗୁରୁ. ସାମ୍ବାଦିକ ଝସକେତନ ସାହୁ ତାଲପାଲି ସରପଂଚ ସୁଶାନ୍ତ ସାହୁ. କନ୍ଦାଗାଡ ସରପଂଚ ପ୍ରମୋଦ ବରିହା ଜାମୁଟପାଲିର ସ୍ବେଚ୍ଛାସେବି ଶେଷଦେବ ବରିହା ପ୍ରମୁଖ ମଂଚାସିନ ଥିଲେ ଓ ସାମଗ୍ରି ବଂଟନ କରିଥିଲେ। କାର୍ଯ୍ୟକ୍ରମରେ ଅନିଳ ସାହୁ.ବିବେକ ସାହୁ ଓ ରେବତୀ ରାଉତ ସହାୟତା କରିଥିଲେ।
କ୍ରାନ୍ତି ଖଡୁ ନ୍ୟୁଜ-ତାଲପାଲି ଗ୍ରା.ପର ନିର୍ବାହି ଅଧିକାରି ଗୃହ ଓ ପାଠାଗାର ଉନ୍ମୋଚନ (ରିଙ୍କୁ ଦେବତା ଙ୍କ ରିପୋର୍ଟ) ବରଗଡ ଜିଲ୍ଲା ଗାଇସିଲାଟ ବ୍ଲକର ତାଲପାଲି ଗ୍ରା.ପ  ପରିସର ରେ ନବ ନିର୍ମିତ ନିର୍ବାହି ଅଧିକାରି  କୋଠା ଓ ପାଠାଗାର ଗାଇସିଲାଟ ବିଡିଓ ନିରଂଜନ ସାଙ୍କ କରକମଳରେ ଉଦ୍ଘାଟିତ ହୋଇଯାଇଛି। ଏହି ଅବସର ରେ ତାଲପାଲି ସରପଂଚ ସୁଶାନ୍ତ କୁମାର ସାହୁ, ସମିତି ସଭ୍ୟ ମାନଭଂଜନ ସାହୁ, ଅଧିକାରି ପାଣ୍ଡବ ନନ୍ଦ. କନିଷ୍ଠ ଯନ୍ତ୍ରୀ ଦିଲ୍ଲିପ କୁମାର ମୁନୀ. ଜେଇ ସୁଧିର କୁମାର ନାଥ.ଏପିଓ ଅନୁପମା ସାହୁ. ଜିଆର ଏସ ସୁଦର୍ଶନ ବେହେରା. ଉପସ୍ଥିତ ଥିଲେ। ଅଂଚଳର ବରିଷ୍ଠ ନାଗରିକ ନାରଦ ବରିହା. ଚୈତନ୍ୟ ସାହୁ ପ୍ରମୋଦ କୁମାର ଦେବତାବିନାୟକ ପ୍ରସାଦ ଗୁରୁ. ଶେଷଦେବ ଦାଶ. ବିପିନ ବିହାରି ସାହୁ. ଝସକେତନ ସାହୁ. ପ୍ରମୁଖ ଉପସ୍ଥିତ ଥିଲେ।
କ୍ରାନ୍ତି ଖଡୁ ନ୍ୟୁଜ-ସ୍ଵାଧୀନତା ଦିବସ ପାଳନ ପାଇଁ ପ୍ରସ୍ତୁତି ବୈଠକ ପଡିଆ: (ଏନ୍ ରବିଙ୍କ ରିପୋର୍ଟ ) ଆଜି ମାଲକାନଗିରି ଜିଲ୍ଲା ଡି.ଆର.ଡି.ଏ ସମ୍ମିଳନୀ କକ୍ଷରେ ଆସନ୍ତା ଅଗଷ୍ଟ ୧୫ ସମ୍ବନ୍ଧରେ ଏକ ପ୍ରସ୍ତୁତି ବୈଠକ ଜିଲ୍ଲାପାଳ ବିଶାଲ ସିଂ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ଯାଇଛି । ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସ୍ନିଗ୍ଧା ରାଣି ଚୌଧୁରି ପ୍ରାରମ୍ଭରେ କାର୍ଯ୍ୟସୂଚି ସମ୍ବନ୍ଧରେ ସୂଚନା ଦେଇଥିଲେ । ସକାଳ ୭ ଟା ସମୟରେ ସଦର ମହକୁମାରେ ଥିବା ବିଭିନ୍ନ ସ୍ଥାନରେ ମହାପୁରୁଷ ମାନଙ୍କ ପ୍ରତିମୁର୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯିବା ସହ ସମସ୍ତ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ଗୁଡିକରେ କୋଭିଡ୍ ନିୟମକୁ ପାଳନ କରାଯାଇ ସକାଳ ୮ ଟା ସମୟରେ ପତକା ଉତୋଳନ କରାଯିବା ପାଇଁ ଏହି ବୈଠକରେ ନିଷ୍ପତି ହୋଇଥିଲା । ପୂର୍ବାହ୍ନ ୯ଟା ସମୟରେ ଡି.ଏନ. କେ ଖେଳ ପଡିଆ ଠାରେ ମୁଖ୍ୟ ଅତିଥିଙ୍କ ଦ୍ୱାରା ପତକା ଉତ୍ତଳନ ପରେ ପରେଡ ଅଭିବାଦନ ଗ୍ରହଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ସହ ମୁଖ୍ୟ ଅତିଥିଙ୍କ ଦ୍ୱାରା କୋଭିଡ୍ ଯୋଦ୍ଧା ମାନଙ୍କୁ ସମ୍ମାନିତ କରାଯିବ । ଚଳିତ ବର୍ଷ କୋଭିଡ କଟକଣା ଯୋଗୁଁ କେବଳ ପୋଲିସ ବାହିନି ବ୍ୟାତିତ ଅନ୍ୟ କୌଣସି ବିଦ୍ୟାଳୟ ମହା ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କୁ ପ୍ୟାରେଡ କରିବାର ସୁଯୋଗ ଦିଅ।ଯିବ ନାହିଁ । ୧୦ ମ ଓ ଦ୍ୱାଦଶ ଶ୍ରେଣୀର ଛାତ୍ର ଛାତ୍ରୀଙ୍କ ମଧ୍ୟରେ ଦେଶାତ୍ମକ ସଙ୍ଗୀତ ଏବଂ ରଚନା ପ୍ରତିଯୋଗିତା ଜିଲ୍ଲା ଶିକ୍ଷାଧିକାରୀ ଓ ବାଳିକା ମହାବିଦ୍ୟାଳୟର ଅଧ୍ୟକ୍ଷଙ୍କ ଦ୍ୱାରା ଅନୁଷ୍ଠିତ ହୋଇ କୃତି ପ୍ରତି ଯୋଗି ମାନଙ୍କୁ ମୁଖ୍ୟ ଅତିଥିଙ୍କ ଦ୍ୱାରା ପୁରସ୍କୁତ କରାଯିବ । ବନ ବିଭାଗ ତରଫରୁ ଜିଲ୍ଲା ପାଠାଗାର ପରିସରରେ ଅତିଥି ମାନଙ୍କ ଦ୍ୱାରା ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଆଜିର କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ବିରସେନ ପ୍ରଧାନ, ଉପଜିଲ୍ଲାପାଳ ରାମେଶ୍ୱର ପ୍ରଧାନଙ୍କ ସହ ବିଭିନ୍ନ ବିଭାଗର ପଦାଧିକାରୀ, ଗଣମାଧ୍ୟମ ପ୍ରତିନିଧି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।
କ୍ରାନ୍ତି ଖଡୁ ନ୍ୟୁଜ-କୁମ୍ଭକର୍ଣ୍ଣ ନିଦ୍ରାରେ ପଞ୍ଚାୟତୀ ରାଜ ବିଭାଗ!ରାସ୍ତା ନିର୍ମାଣ କଲେ ସ୍ୱେଚ୍ଛାସେବୀ ।(ରିଙ୍କୁଦେବତା ଙ୍କ ରିପୋର୍ଟ)ଜନସାଧାରଣ ନିଜର ସାମୁହିକ ସମସ୍ୟାର ସମାଧାନ ପାଇଁ ସରକାରଙ୍କ ପାଖରେ ଗୁହାରୀ କରିଥାନ୍ତି । ହେଲେ ସରକାରୀ ବାବୁ ଯେତେ ଅଣଦେଖା କରନ୍ତି , ଜନସାଧାରଣ ଅତିଷ୍ଠ ହୋଇ ନିଜେ ନିଜେ ଏକଜୁଟ ହୋଇ ସମସ୍ୟାର ସମାଧାନ କରିବା ପାଇଁ ଚେଷ୍ଟା କରିଥାନ୍ତି । ଏଭଲି ଏକ ଘଟଣା ଦେଖିବାକୁ ମିଲିଛି ପଦ୍ମପୁର ସହର ନିକଟସ୍ଥ ଚାରପାଲି ଗ୍ରାମରେ । ପଦ୍ମପୁର ବ୍ଳକ ବରିକେଲ ପଞ୍ଚାୟତ ଚାରପାଲି ଗ୍ରାମକୁ ମୁଖ୍ୟ ରାସ୍ତାରୁ ଗୋଟିଏ ପକ୍କା ରାସ୍ତା ନାହିଁ । ପକ୍କା ରାସ୍ତା ନ ଥିବା କାରଣରୁ ବର୍ଷା ଦିନ ଲୋକ ଯିବା ଆସିବା ପାଇଁ ବହୁ ଅସୁବିଧା ସମ୍ମୁଖୀନ ହୋଇଥାନ୍ତି । ଏ ବିଷୟରେ ଗ୍ରାମବାସୀ ବିଭିନ୍ନ ସମୟରେ ବିଭାଗୀୟ ଅଧିକାରୀଙ୍କୁ ଲିଖିତ ଭାବେ ଜଣାଇଥିଲେ ମଧ୍ୟ କିଛି ସମାଧାନ ହୋଇପାରିଇନାହିଁ ।  ଗ୍ରାମବାସୀଙ୍କ ଅସୁବିଧା ଦେଖି ଚାରପାଲି ଗ୍ରାମର ରୁପେନ ପାଣ୍ଡେ ନାମକ ଜଣେ ସ୍ବେଚ୍ଛାସେବୀ ଯୁବକ ନିଜସ୍ବ ଅର୍ଥରେ ରାସ୍ତାରେ ମୁରୁମ ପକାଇ ଯିବା ଆସିବା ଉପଯୋଗୀ କରିଛନ୍ତି । ରୁପେନ ପାଣ୍ଡେ ଜଣେ ଛୋଟିଆ ପାନ ଦୋକାନୀ , ଏହି ଦୋକାନରୁ ଯାହା ରୋଜଗାର ହୋଇଥାଏ ସେ ସେହି ଟଙ୍କାରୁ ପରିବାର ପୋଷଣ କରିଥାନ୍ତି । ହେଲେ ଗ୍ରାମବାସୀଙ୍କ ଦୀର୍ଘ ଦିନର ଅସୁବିଧା କୁ ନିଜେ ହୄଦୟଙ୍ଗମ କରି ପ୍ରଶାସନର ସହାଯତାକୁ ଅପେକ୍ଷା ନ କରି ରାସ୍ତା ନିର୍ମାଣ କରି ଏକ ଉଦାହରଣ ସୃଷ୍ଟି କରିଛନ୍ତି । ଏଭଲି ମହାନ କାର୍ଯ୍ୟ ପାଇଁ ଗ୍ରାମବାସୀ ରୁପେନଙ୍କୁ ପ୍ରଶଂସା କରୁଛନ୍ତି ।
କ୍ରାନ୍ତିଖଡୁ ନ୍ୟୁଜ- ସୋହେଲା ଠାରେ କବି ସତ୍ୟ ନାରାୟଣ ବହିଦାର ଓ ଶ୍ରୀଧର ଜୟନ୍ତୀ ପାଳିତସୋହେଲା ଶ୍ରୀ ରାମ କଲେଜ ଠାରେ କବି ସତ୍ୟନାରାୟଣ ବହିଦାର ଏବଂ କବି ଶ୍ରୀଧର ପ୍ରଧାନ ଙ୍କ ଜୟନ୍ତୀ ପାଳିତ ହୋଇଯାଇଛି। ଅବସରପ୍ରାପ୍ତ ଅଧ୍ୟକ୍ଷ ଟେକଚାନ୍ଦ ଦୁଆନ ଙ୍କସଭାପତିତ୍ବରେ ଅନୁଷ୍ଠିତ ଏହି ସଭାରେ ମୁଖ୍ୟ ଅତିଥି ଭାବେ ଶିକ୍ଷାବିଦ୍ ଗିରିଜା ଶଙ୍କର ଆଚାର୍ଯ୍ୟ,ମୂଖ୍ୟ ବକ୍ତା ଭାବେ ପଣ୍ଡିତ ପୂର୍ଣ୍ଣଚନ୍ଦ୍ର ସାହୁ,ସମ୍ମାନିତ ଅତିଥି ଭାବେ ମଂଜୂ ଦେବୀ, ଅଶୋକ ପୂଜାରୀ ଉପସ୍ଥିତ ଥିଲେ। ସଭା ପ୍ରାରମ୍ଭରେ ଅତିଥି ମାନେ ଉଭୟ କବିଙ୍କ ଫଟୋ ଚିତ୍ରରେ ଦୀପ ପ୍ରଜ୍ବଳନ କରିଥିଲେ। ବର୍ତ୍ତମାନ ସମୟରେ ସମ୍ବଲପୁରୀ ଭାଷା ସାହିତ୍ୟର ବିକାଶ ପାଇଁ ସମସ୍ତେ ଏକତ୍ରିତ ହୋଇ ଆଗେଇ ଆସିବାକୁ ଆହ୍ବାନ କରିଥିଲେ। ଏହି ସଭାରେ ବରିଷ୍ଠ ସାମ୍ବାଦିକ ପ୍ରଦୀପ୍ତ ଭାନୁ ମହାନ୍ତି ଙ୍କୁ ଶିଶୁ ସାହିତ୍ଯ ର ବିକାଶ ନିମନ୍ତେ ସମ୍ବର୍ଧନା ଦିଆ ଯାଇଥିଲା। କେଦାରନାଥ ସାହୁ ଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ସଭାରେ ଅଧ୍ୟାପକ ସୁକୁମାର ଅତିଥି ପରିଚୟ ତଥା ଉଦ୍ଦେଶ୍ୟ ଜ୍ଞାପନ ଏବଂ ନାରାୟଣ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ସଭାରେ ସମଲପୁରୀ ପତ୍ରିକା ଧାର୍ ର ଅଗଷ୍ଟ ସଂଖ୍ୟାକୁ ଅତିଥି ମାନେ ଉନ୍ମୋଚନ କରିଥିଲେ।  କବି ମୁନିରାମ କୁମ୍ଭାରଙ୍କ ସଂଯୋଜନାରେ କବି ରୋହିତ ମେହେର, ହରିଲାଲ ସାହୁ, ଅଧିକାରୀ ସା, ରାମପ୍ରସାଦ ବାଗ, ରଞ୍ଜିତ ପଧାନ,ନକୁଳ ମେହେର, ବନବସ ଭୁଏ, ମୋହିତ ସାହୁ, ଲଳିତ ବାରିକ,ସନୟ ମେହେର,ବାବଲୁ ଦାଶ ସ୍ବରଚିତ କବିତା ପାଠ କରିଥିଲେ । ଏହି କାର୍ଯକ୍ରମ ରେ ଜାମିନୀ ବାରିକ ପ୍ରାରମ୍ଭିକ ସଂଗୀତ ଗାନ କରିଥିଲେ। ଏହି ଜୟନ୍ତୀକୁ ପ୍ରଜ୍ଞା ଭାରତୀ, କେର୍ମେଲି,ସାହିତ୍ଯ ସଂସଦ ସୋହେଲା,ଦଇନି ସାହିତ୍ଯ ସଂସ୍କୃତି ପରିଷଦ, ବେହେରାପାଲି ଆୟୋଜନ କରିଥିଲେ।
କ୍ରାନ୍ତି ଖଡୁ ନ୍ୟୁଜ-ଶତ୍ରୁତାକୁ କେନ୍ଦ୍ର କରି ନାବାଳକଙ୍କ ହତ୍ୟାକାଣ୍ଡ । ପଡିଆ-(ଏନ୍ ରବିଙ୍କ ରିପୋର୍ଟ) ମାଲକାନଗିରି ଜିଲ୍ଲା ର ଶିଖପାଲ୍ଲୀ ପଞ୍ଚାୟତ ଅନ୍ତର୍ଗତ ଏମ୍ଭି ୧୯ ଗ୍ରାମରେ ଘଟିଛି ଏକ ଅଭାବନୀୟ ଘଟଣା । ପାଞ୍ଚ ବର୍ଷର ନାବାଳକ ଶିଶୁ କୁ ହତ୍ୟା କରିବା ପରେ ଶବ କୁ ନିଜ ଘର ଭିତରେ ଲୁଚାଇ ରଖିଥିଲେ ହତ୍ୟାକାରି । ଏମ୍ଭି ୧୯ ଗ୍ରାମର ନାବାଳକ ଅଙ୍କିତ ମଣ୍ଡଳ ଗତକାଲି ଠାରୁ ନିଖୋଜ ଥିଲେ ଏ ନେଇ ପରିବାର ଲୋକେ ଆଜି ମାଲକାନଗିରି ଆଦର୍ଶ ଥାନାରେ ଏତଲା ଦେଇଥିଲେ ତେବେ ଆଦର୍ଶ ଥାନା ଅଧିକାରୀ ରାମ ପ୍ରସାଦ ନାଗ ଙ୍କ ନିର୍ଦ୍ଦେଶ କ୍ରମେ ଗାଁ ରେ ପହଞ୍ଚିଥିଲେ ରଞ୍ଜନ କୁମାର ମାଝି ଆଡ଼ସିନାଲ ଆଇଆଇସି ଙ୍କ ସହ ଏକଟିମ ସେଠାରେ ତଦନ୍ତ କରିବା ସମୟରେ ହତ୍ୟାକାରି ବିକାଶ ରାୟ ନିଜେ ଥାନାରେ ଆସି ଆତ୍ମସମର୍ପଣ କରିଥିବା ସୂଚନା ମିଳିଛି । ନାବାଳକକୁ ହତ୍ୟା କରି ବିକାଶ ରାୟ ନାବଳକର ମୃତ ଦେହକୁ କମ୍ବଳ ଘୋଡାଇ ନିଜ ଘରେ ଲୁଚାଇ ରଖିଥିଲେ ବୋଲି ନିଜେ ଥାନାରେ ସ୍ୱୀକାର କରିଛନ୍ତି । ତେବେ ପୋଲିସ ସେହି ଗ୍ରାମର ବିକାଶଙ୍କ ଘରୁ ଶବ ଉଦ୍ଧାର କରିବା ସହ ବ୍ୟବଛେଦ ପାଇଁ ଡାକ୍ତରଖାନାକୁ ପଠାଇବା ସହ ବିକାଶଙ୍କ ନାମରେ ମାଲକାନଗିରି ଥାନା କେଶ ନଂ ୩୬୩, ୩୦୨, ୨୦୧, ୩୪ ଆଇ ପି ସି କେଶ ନମ୍ବର ୨୯୩/୨୧ ରେ ଏକ ମାମଲା ରୁଜୁ କରାଯାଇଛି । ଗାଁରେ ଉତ୍ତେଜନା ଲାଗି ରହିଥିବା ବେଳେ ପୋଲିସ ସେଠାରେ ରହି ପରିସ୍ଥିତି କୁ ନିୟନ୍ତ୍ରଣ କରୁଥିବା କଥା ଥାନା ଅଧିକାରୀ ପ୍ରକାଶ କରିଛନ୍ତି ।
କ୍ରାନ୍ତି ଖଡୁ ନ୍ୟୁଜ -(ବ୍ୟୁରୋ)ନବୀନଙ୍କ ସାମ୍ରାଜ୍ୟ ରୀତାଙ୍କ ଗଡ଼ରେ ଗମନା ଗମନ ସୁବିଧା ଠପ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ଵିତୀୟ ନିର୍ବାଚନ ମଣ୍ଡଳୀରେ ରାସ୍ତା ପାଲଟିଛି ମରଣଜନ୍ତା ।ବିଧାୟିକା ରିତା ସାହୁଙ୍କ ଗଡ଼ରେ ଜନତାଙ୍କ ମଧ୍ୟରେ ଦେଖା ଦେଇଛି ଅସନ୍ତୋଷ । ଦିନେ କି ଦୁଇ ଦିନ ନୁହେଁ ପ୍ରାୟ ଅନେକ ସମୟରେ ରାସ୍ତାର ଅବସ୍ଥା ଯୋଗୁଁ ଦୁର୍ଘଟଣାର ଶିକାର ହେଉଛନ୍ତି ଅଞ୍ଚଳବାସୀ । ମୁଖ୍ୟମନ୍ତ୍ରୀଙ୍କ ବିଜେପୁର ନିର୍ବାଚନ ମଣ୍ଡଳୀ ଅଧୀନସ୍ତ  ବରପାଲି ସହରର ରେଲୱେ ଫ୍ଲାଏ ଓଭର ବ୍ରିଜ ବାଏପାସ ରାସ୍ତାର ଅବସ୍ଥା କହିଲେ ନସରେ  । ବଡ ବଡ ଖାଲ ଢ଼ିପ ସହ ରାସ୍ତାରେ ପାଣି ଜମା ହୋଇ ରହୁଥିବାରୁ ଅଞ୍ଚଳବାସୀ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି ।ଏହି ରାସ୍ତା ଦେଇ ସୋନପୁର ,ବୌଦ୍ଧ  ଭୁବନେଶ୍ୱର ଓ ଜଗନ୍ନାଥ ଧାମକୁ  ପ୍ରତ୍ୟେକ ଦିନ ଲକ୍ଷ ଲକ୍ଷ ଲୋକ ଯିବା ଆସିବା କରୁଥିବା ବେଳେ ରାସ୍ତାର ଅବସ୍ଥା ଯୋଗୁଁ ଅଞ୍ଚଳବାସୀଙ୍କ ମଧ୍ୟରେ ଦେଖା ଦେଇଛି ପ୍ରବଳ ଅସନ୍ତୋଷ । ଏହି ସମସ୍ୟା ନେଇ ଅନେକ ଥର ପ୍ରଶାସନ ଓ ସ୍ଥାନୀୟ ଜନ ପ୍ରତିନିଧିଙ୍କୁ ଅବଗତ କରାଇଥିଲେ ମଧ୍ୟ ସମସ୍ତେ ଜାଣିଶୁଣି ଚୁପ ହୋଇ ହାତ ବାନ୍ଧି ବସିଥିବା ଅଞ୍ଚଳବାସି ଅଭିଯୋଗ କରିଛନ୍ତି । ଅନ୍ୟପଟେ ଏହି ରାସ୍ତା ପାଇଁ ପ୍ରତ୍ୟେକ ଦିନ ଲୋକେ ଦୁର୍ଘଟଣାର ସମ୍ମୁଖୀନ ହେଉଥିବା ବେଳେ ଖୁବଶୀଘ୍ର ସ୍ଥାନୀୟ ନେତା ଓ ପ୍ରଶାସନ ପକ୍ଷରୁ ଏହି ରାସ୍ତାକୁ ପିଚୁ ରାସ୍ତା ନିର୍ମାଣ କରାନଗଲେ ରାଜରାସ୍ତାକୁ ଆସି ଆନ୍ଦୋଳନ କରିବେ ବୋଲି ବରପାଲିବାସୀ କଡା ଚେତାବନୀ ଦେଇଛନ୍ତି ।
Load More That is All